Posted inଫୁରସତ

ଆର୍ମେନିଆ

ପଶ୍ଚିମ ଏସିଆରେ ରହିଛି ଆର୍ମେନିଆ। ୟେରେଭାନ୍‌ ହେଉଛି ଏହାର ରାଜଧାନୀ, ଯାହା ଦେଶର ବୃହତ୍‌ ସହର ଭାବେ ପରିଚିତ। ଏଠାର ଅଧିକାଂଶ ଲୋକ ଖ୍ରୀଷ୍ଟିଆନ୍‌ ଧର୍ମାବଲମ୍ବୀ। ତେବେ ଜାଣନ୍ତୁ ଏହି ଦେଶ ସମ୍ପର୍କରେ ଆଉ କିଛି ରୋଚକ ତଥ୍ୟ…

ଖ୍ରୀଷ୍ଟିଆନ୍‌ ଧର୍ମକୁ ଗ୍ରହଣ କରିବାରେ ଆର୍ମେନିଆ ହେଉଛି ପ୍ରଥମ ଦେଶ। ଏଠାରେ ପ୍ରାୟ ୯୭% ଲୋକ ଏହି ଧର୍ମ ଗ୍ରହଣ କରିଛନ୍ତି। ପୃଥିବୀର ସବୁଠୁ ସୁନ୍ଦର ଏବଂ ପ୍ରଥମ ଚର୍ଚ୍ଚ ‘ଏକ୍‌ମିଆଚିନ୍‌ କାଥେଡ୍ରାଲ’କୁ ଏଠାରେ ଦେଖିବାକୁ ପାଇବେ ।
ପୃଥିବୀର ସବୁଠୁ ପୁରୁଣା ସହର ଭାବେ ଏହା ଜଣାଶୁଣା। ରାଜା ଆରଗିଷ୍ଠିଙ୍କ ଦ୍ୱାରା ୭୮୨ ଖ୍ରୀଷ୍ଟାବ୍ଦରେ ଏହା ପ୍ରତିଷ୍ଠା ହୋଇଥିଲା। ୨୦୧୮ ମସିହାରେ ଏହି ସହର ତା’ର ୨୮୦୦ତମ ଆନିଭର୍ସାରୀ ପାଳନ କରିଛି।
ପୃଥିବୀର ପ୍ରଥମ ‘ଏରିଥ୍‌ମେଟିକ୍‌ ପ୍ରୋବେଲ୍ମ ଟେକ୍ସବୁକ୍‌’ ଆର୍ମେନିଆର ଗଣିତଜ୍ଞ ମେସ୍‌ରପ ମାର୍ସ୍‌ଟ୍‌ସଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା।
୨୦୦୮, ସେପ୍ଟେମ୍ବରରେ ଆରେନି ଗ୍ରାମରେ ପୃଥିବୀର ସବୁଠାରୁ ପୁରୁଣା ଶୁ’ ଆବିଷ୍କାର ହୋଇଥିଲା, ଯାହା ଛେଳି ଶିଙ୍ଗରେ ତିଆରି ହୋଇଥିଲା। ଏହାର ବ୍ୟାସ ଥିଲା ୪୪ ସେ.ମି।
ଏଠାର ଅଧିବାସୀମାନଙ୍କ ପ୍ରିୟ ଖେଳ ହେଉଛି ଚେସ୍‌। ୨୦୧୧ ମସିହାଠାରୁ ପ୍ରତ୍ୟେକ ଶ୍ରେଣୀରେ ଏହାକୁ ‘କମ୍ପଲ୍‌ସରି ବିଷୟ’ ଭାବେ ସାମିଲ କରାଯାଇଛି।
ରାଜଧାନୀ ୟେରେଭାନ୍‌ରେ ଥିବା ସମସ୍ତ କୋଠାର କାନ୍ଥ ପିଙ୍କ୍‌ କଲର୍‌ ପଥରରେ ତିଆରି ହୋଇଥିବାରୁ ଏହାକୁ ଅନେକ ଲୋକ ”ପିଙ୍କ୍‌ ସିଟି“ ଭାବେ ମଧ୍ୟ ବିବେଚନା କରିଥା’ନ୍ତି।
ଆର୍ମେନିଆରେ ଥିବା ଚର୍ଚ୍ଚଗୁଡ଼ିକୁ ଯିବା ପାଇଁ ପ୍ରବେଶ ଶୁଳ୍କ ବା ଏଣ୍ଟ୍ରି ଫି’ ଫ୍ରି ଥାଏ। ଏଠାରେ ଉଭୟ ଟୁରିଷ୍ଟ ଏବଂ ଅଧିବାସୀମାନଙ୍କ ପାଇଁ ସମାନ ପ୍ରକାର ସୁବିଧା ରହିଛି।
ଏଠାରେ ଏକ ଅଜବ ନିୟମ ରହିଛି। ରାତିରେ ସ୍ଥାନୀୟ ଲୋକମାନେ ଗିଟାର, ଡ୍ରମ୍‌, ପିଆନୋ କିମ୍ବା ଅନ୍ୟ ଇନ୍‌ଷ୍ଟ୍ରୁମେଣ୍ଟ ବଜାଇ ପାରିବେ ନାହିଁ। ଆଉ ଯିଏ ଏହାର ନିୟମ ଉଲ୍ଲଂଘନ କରିବେ, ସେମାନଙ୍କୁ କୋର୍ଟ ଦ୍ୱାରସ୍ଥ ହେବାକଚ ପଡିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅବୈଧ ସମ୍ପର୍କରେ ବାଧା ସାଜିଲେ ସନ୍ତାନ; ପ୍ରେମିକ ସହ ମିଶି ହତ୍ୟା କଲେ, ଅନ୍ୟ ଜିଲାକୁ ନେଇ ଫିଙ୍ଗିଦେଲେ ମା’

ଚେନ୍ନାଇ,୬।୯: ତାମିଲନାଡୁର ତିରୁପତ୍ତୁର ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୫ ବର୍ଷ ଓ ୩ ବର୍ଷ ବୟସର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗି…

ରାହୁଙ୍କ ସବୁଠାରୁ ବଡ଼ ଗୋଚର; ୩ ରାଶିଙ୍କୁ ବମ୍ପର ଲାଭ, ଚମକି ଉଠିବ ଭାଗ୍ୟ

ଡିସେମ୍ୱର ୨୦୨୬ରେ ରାହୁ କୁମ୍ଭ ରାଶିରୁ ମକର ରାଶିକୁ ଚଳନ କରିବେ, ଯାହା ଫଳରେ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଚୁର ଲାଭ ମିଳିବାର ଯୋଗ ରହିଛି। ବୈଦିକ…

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

TVK ନେତାଙ୍କୁ ବୀଭତ୍ସ ହତ୍ୟା, କାର୍ଯ୍ୟାଳୟକୁ ଯାଉଥିବା ବେଳେ ହାଣିଦେଲେ

ଚେନ୍ନାଇ,୬।୯: ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କନ୍ନନ ନିକଟରେ ଶାସକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri