ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ ଅସ୍ତ୍ର ସହ ୨ଜଣ ଅଭିଯୁକ୍ତଙ୍କ ଗିରଫ କରିଛି। ସେମାନେ ହେଲେ କେଶବ ଜମାଦାର(୩୪) ଏବଂ ବିର ଜମାଦାର(୪୫)।

ଜରଡା ପୋଲିସ ବାଘ ଛାଲ ଡିଲ୍‌ ହେଉଥିବା କୌଣସି ସୂତ୍ରରୁ ସୂଚନା ପାଇ ଉପର ବୁରାତାଲ ଅଞ୍ଚଳରେ ଚଢାଉ କରିଥିଲା। ସେତିକିବେଳେ ପୋଲିସକୁ ଦେଖି ୨ଜଣ ବ୍ୟକ୍ତି ଜଙ୍ଗଲଆଡକୁ ଦୌଡି ଫେରାର ହେବାକୁ ଉଦ୍ୟମ କରିଥିଲେ। ପୋଲିସ ଟିମ୍‌ ସେମାନଙ୍କୁ ଗୋଡ଼ାଇ ଧରିବାକୁ ଚେଷ୍ଟା କରିଥିବା ବେଳେ ଅଭିଯୁକ୍ତମାନେ ଖଣ୍ଡା ବାହାର କରି ପୋଲିସ କର୍ମଚାରୀଙ୍କୁ ଧମକ ଦେଇଥିଲେ। ହେଲେ ପୋଲିସ ଟିମ୍‌ କୌଶଲ କ୍ରମେ ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ପଚରାଉଚରା ପରେ ପୋଲିସ ସେମାନଙ୍କ ନିକଟରୁ ଚିତା ବାଘର ୨ଟି ଚମଡ଼ା, ବନ୍ଧୁକ ବ୍ୟାଗ ଜବତ କରିଥିଲା।

ଅଧିକ ଛାନଭିନ ବେଳେ ଅଭିଯୁକ୍ତ କେଶବଙ୍କ ନିକଟରୁ ଜୀବନ୍ତ ବୋମା, ଗୋଟିଏ ଖଣ୍ଡା ମିଳିଥିଲା। ସେହିପରି ଅଭିଯୁକ୍ତ ବିରଙ୍କ ନିକଟରୁ ଚିତାବାଘ ଛାଲ, ଖଣ୍ଡା ଓ ବିସ୍ଫୋରକ ଆଦି ସାମଗ୍ରୀ ମିଳିଥିଲା। ଏନେଇ ପୋଲିସ ଏକ ମାମଲା(ନଂ.୧୮୬/୨୬) ରୁଜୁ କରି ଦୁଇ ଅଭିଯୁକ୍ତ କେଶବ ଏବଂ ବିରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ଗୁପ୍ତେଶ୍ୱର ଶୈବପୀଠରେ ଏକାଠି ହେଲେ ୧୯୮୨ ମାଟ୍ରିକ ବ୍ୟାଚର ଛାତ୍ର, ସରକାରୀ ସ୍କୁଲର ଅଭାବ….

ଦିଗପହଣ୍ଡି,୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ୧୯୮୨ ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରସଂଘର ଆଲୋଚନା ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ…

ସରିଲା ମା’ ଫୁଲସୁନ୍ଦରୀଙ୍କ ଠାକୁରାଣୀ ଯାତ୍ରା, ମନ୍ଦିରକୁ ଫେରିଲେ ଫୁଲସୁନ୍ଦରୀ-ବରାହୀ ଠାକୁରାଣୀ

ପୁରୁଷୋତ୍ତମପୁର,୭।୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଚାଲିଥିବା ମା’ ଫୁଲସୁନ୍ଦରୀଙ୍କ ଦ୍ବିବାର୍ଷିକ ଯାତ୍ରା ରବିବାର ଉଦଯାପନ ହୋଇଛି । ରାତିରେ ମା’ ଫୁଲସୁନ୍ଦରୀ ଓ ମା’ ବରାହୀ…

ଏୟାରଫୋର୍ସ Y ଗ୍ରୁପ ପରୀକ୍ଷା, ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କଲେ ଆସୁରାଳୀର ସୌରଜ୍ୟୋତି ଦାସ

ତିହିଡ଼ି,୭ା୬(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକର ଆସୁରାଳୀ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଅସୁରାଳିର ଯୁବ ପ୍ରତିଭା ସୌରଜ୍ୟୋତି ଦାସ । ପ୍ରଥମ…

୧୨ ଜିଏମ୍‌ଏପିଭି ବିଦ୍ୟାଳୟ ନୂତନ ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କଲେ ଆଲୋଚନା

କୋରାପୁଟ,୭ା୬(ଅମିତାଭ ବେହେରା): କୋରାପୁଟ ଜିଲାର ୧୨ ଚୟନିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଜିଏମଏପିଭି)ର ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ…

ସ୍ବାସ୍ଥ୍ୟକେନ୍ଦ୍ର କୋଠା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୭ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ସୁନ୍ଦରପୁର ଗ୍ରାମରେ ନିର୍ମିତ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ…

ଶୌଚ ହେବାକୁ ଆସି ଥୁବା-ହଞ୍ଜର ନାଳରେ ବୁଡିଗଲେ ମହିଳା, ଚାଲିଗଲା ଜୀବନ

ନନ୍ଦପୁର/ପାଡୁଆ,୭।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା-ହଞ୍ଜର୍ ନାଳରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ନନ୍ଦପୁର ଅଗ୍ନିଶମ ବାହିନୀ ଓ ନନ୍ଦପୁର…

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ବଳାତ୍କାର ମାମଲାରେ….

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁ ରେ ଜଣେ ଯୁବତୀଙ୍କୁ ବିବାହପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri