Posted inଫୁରସତ

ଦରମା ଟଙ୍କାରେ ଠାକୁରଙ୍କ ପାଖେ ଭୋଗ କରିଥିଲି: ଡ.ଦୟାସିନ୍ଧୁ ପରିଡ଼ା

ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ୍‌ ଅନ୍ତର୍ଗତ ନାରାୟଣପୁର ଗାଁରେ ମୋ ଜନ୍ମ। ସ୍ଥାନୀୟ କିର୍ତିଚନ୍ଦ୍ର ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଫକିରମୋହନ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ରେଭେନ୍ସାରେ ଯୁକ୍ତ ତିନି ପଢିଥିଲି। ତା’ପରେ ଉତ୍କଳ ୟୁନିର୍ଭସିଟିରେ ସୋସିଓଲୋଜିରେ ଏମ୍‌.ଏ, ଏମ୍‌.ଫିଲ୍‌ ଏବଂ ଶେଷରେ ପି.ଏଚ୍‌.ଡି ମଧ୍ୟ କରିଥିଲି। ବାଳିକା ଶିକ୍ଷା ଉପରେ ଥେସିସ୍‌ ଲେଖି ୨୦୧୪ରେ ଡକ୍ଟରେଟ୍‌ ଡିଗ୍ରୀ ହାସଲ କଲି। ତେବେ ଏମ୍‌.ଫିଲ୍‌ ପାସ୍‌ କରିବା ପରେ ବି.ଇଡି ମଧ୍ୟ କରିଥିଲି ଆଉ ତା’ପରେ ସର୍ବଶିକ୍ଷା ଅଭିଯାନରେ ବାଳିକା ଶିକ୍ଷା ସଂଯୋଜକ ଭାବେ ଚାକିରି କରିବାର ସୂଯୋଗ ପାଇଥିଲି। ପୋଷ୍ଟି ବଲାଙ୍ଗୀରରେ ହୋଇଥିଲା। ପାଞ୍ଚ ହଜାର ଦୁଇଶହ ଥିଲା ଦରମା। ପ୍ରଥମ ମାସ ଦରମା ପାଇଲା ପରେ ସର୍ବପ୍ରଥମେ ଠାକୁରଙ୍କ ପାଖେ ଭୋଗ କରିଥିଲି। ତା’ପରେ ଘରର ସମସ୍ତଙ୍କ ପାଇଁ ମୋ ସାଧ୍ୟମତେ ନୂଆ ଲୁଗା କିଣିଥିଲି। ପାଞ୍ଚ ଭାଇଙ୍କ ଭିତରେ ସବା ସାନ ହୋଇଥିବାରୁ ଘରେ ସମସ୍ତଙ୍କର ଗେହ୍ଲା ଥିଲି। ତେଣୁ ମୋ କଷ୍ଟ ଅର୍ଜିତ ରୋଜଗାରରେ ସମସ୍ତଙ୍କ ପାଇଁ ନୂଆ ଲୁଗା ନେଇଥିବାରୁ ଘରେ ସମସ୍ତେ ବହୁତ ଖୁସି ହୋଇଥିଲେ। ବଲାଙ୍ଗୀରରେ ଦୁଇ ବର୍ଷ ରହିବା ପରେ ସମ୍ବଲପୁରକୁ ବଦଳି ହୋଇଗଲି ଆଉ ସେଠାରେ ୪ ବର୍ଷ କାମ କଲି। ସେଠାରେ କାମ କରୁଥିବା ସମୟରେ ଓଏଏସ୍‌ ପରୀକ୍ଷା ଦେଇଥିଲି। ସେଥିରେ କୃତକାର୍ଯ୍ୟ ହେବାରୁ କୋରାପୁଟ ସେଟେଲ୍‌ମେଣ୍ଟ ଅଫିସ୍‌ରେ ଆସିଷ୍ଟାଣ୍ଟ ସେଟେଲ୍‌ମେଣ୍ଟ ଅଫିସ୍‌ର ଭାବେ ୨୦୧୦ ଅକ୍ଟୋବରରେ ଜଏନ୍‌ କଲି। ଦୁଇବର୍ଷ ପରେ ବାରିପଦା ବଦଳି ହେଲା। ଆଉ ସେଠାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲାପାଳ ଭାବେ କାମ କରିବାକୁ ଲାଗିଲି। କିଛିଦିନ ପରେ ତହସିଲଦାର ଭାବେ ମୋର ବଦଳି ହେଲା ମୟୂରଭଞ୍ଜ ଜିଲା ଅର୍ନ୍ତଗତ ସୁଳିଆପଦା ତହସିଲ ଅଫିସ୍‌କୁ। ତା’ପରେ ପୁଣି କିଛିଦିନ ମୋରଡା ତହସିଲ ଅଫିସ୍‌ରେ କାମ କରି ଗତ ୨୦୧୮ ସେପ୍ଟେମ୍ବରରୁ ଗଞ୍ଜାମ ଜିଲା ଅନ୍ତର୍ଗତ ଶେରଗଡ଼ ତହସିଲଦାର ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନା କରି ଆସୁଅଛି। ଚାକିରୀ ଜୀବନବାଦ୍‌ ଶିଶୁ ସାହିତ୍ୟ, ବ୍ୟଙ୍ଗ କବିତା ତଥା କ୍ଷୁଦ୍ର ନାଟକ ଲେଖିବାରେ ରହିଛି ମୋର ଖୁବ୍‌ ରୁଚି। ୟା’ଭିତରେ ‘ସୁନାପିଲା’ ନାମରେ ଏକ ଶିଶୁ କବିତା ସଂକଳନ ମୋର ପ୍ରକାଶିତ ହୋଇସାରିଛି; ଯାହା ରାଜା ରାମମୋହନ ଲାଇବ୍ରେରୀରେ ମଧ୍ୟ ସ୍ଥାନ ପାଇଛି। କେବଳ ସେତିକି ନୁହେଁ, ମନୁଷ୍ୟ ଜୀବନର ତତ୍ତ୍ୱ ଓ ଦର୍ଶନ ଉପରେ ପର୍ଯ୍ୟବେସିତ ପ୍ରାୟ ୫୦ଟି କବିତାକୁ ନେଇ ‘ବରଗଛ’ ଏବଂ ପ୍ରକୃତି ଓ ମନୁଷ୍ୟ ଭିତରେ ଥିବା ସମ୍ପର୍କକୁ ନେଇ ଲେଖାଯାଇଥିବା କେତୋଟି କବିତାକୁ ନେଇ ‘ମୌସୁମୀ’ ନାମରେ ଦୁଇଟି କବିତା ସଂକଳନ ବି ମୋର ପ୍ରକାଶିତ ହୋଇସାରିଛି। ଏହାଛଡ଼ା ମୁଁ ପ୍ରାୟ ୧୨ଟି କ୍ଷୁଦ୍ର ନାଟକ ମଧ୍ୟ ଲେଖିଛି। ତନ୍ମଧ୍ୟରୁ ଜୁଇ ଜଳିଗଲା ପରେ, ଜାତକ ଦେଖାରୁ ରାତିପାହିଲା, ପାନ୍ଥଶାଳାରୁ ପାର୍ଲାମେଣ୍ଟ, ସର୍ବେ ହୋଇବେ ଏକାକାର, ଜୀବନର ଜଉଘର, ସାଗର ସେପାରୀ ସ୍ବପ୍ନ ଇତ୍ୟାଦି ଅନ୍ୟତମ। ମୋ ଲିଖିତ ସମସ୍ତ ନାଟକ ବିଭିନ୍ନ ଅନୁଷ୍ଠାନ ତରଫରୁ ମଞ୍ଚସ୍ଥ ମଧ୍ୟ ହୋଇସାରିଛି। ଏପରିକି ‘ପାନ୍ଥଶାଳାରୁ ପାର୍ଲାମେଣ୍ଟ’ ନାଟକଟି ବଲାଙ୍ଗୀର ଆକାଶବାଣୀ ତରଫରୁ ପ୍ରସାରିତ ମଧ୍ୟ ହୋଇସାରିଛି। ସେହିପରି ମୋ ଲିଖିତ ‘ସାଗର ସେପାରୀ ସ୍ବପ୍ନ’ ନାଟକଟି ରେଭେନ୍ସା ନାଟକ ପ୍ରତିଯୋଗିତାରେ ପରିବେଷଣ ହୋଇ ଏକକାଳୀନ ୮ଟି ପୁରସ୍କାର ପାଇଛି। ଯେମିତିକି: ଶ୍ରେଷ୍ଠ ଅଭିନେତା, ଖଳଅଭିନେତା, ହାସ୍ୟଭିନେତା, ନିର୍ଦ୍ଦେଶନା, ମ୍ୟୁଜିକ ଇତ୍ୟାଦି। ତେବେ ମୁଁ କେବଳ ନାଟକ ଲେଖେ ତାହା ନୁହେଁ, ଅନେକ ନାଟକରେ ଅଭିନୟ କରିବା ସହ ନିର୍ଦ୍ଦେଶନା ବି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri