Posted inଫୁରସତ

ଦରମା ଟଙ୍କାରେ ଠାକୁରଙ୍କ ପାଖେ ଭୋଗ କରିଥିଲି: ଡ.ଦୟାସିନ୍ଧୁ ପରିଡ଼ା

ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ୍‌ ଅନ୍ତର୍ଗତ ନାରାୟଣପୁର ଗାଁରେ ମୋ ଜନ୍ମ। ସ୍ଥାନୀୟ କିର୍ତିଚନ୍ଦ୍ର ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଫକିରମୋହନ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ରେଭେନ୍ସାରେ ଯୁକ୍ତ ତିନି ପଢିଥିଲି। ତା’ପରେ ଉତ୍କଳ ୟୁନିର୍ଭସିଟିରେ ସୋସିଓଲୋଜିରେ ଏମ୍‌.ଏ, ଏମ୍‌.ଫିଲ୍‌ ଏବଂ ଶେଷରେ ପି.ଏଚ୍‌.ଡି ମଧ୍ୟ କରିଥିଲି। ବାଳିକା ଶିକ୍ଷା ଉପରେ ଥେସିସ୍‌ ଲେଖି ୨୦୧୪ରେ ଡକ୍ଟରେଟ୍‌ ଡିଗ୍ରୀ ହାସଲ କଲି। ତେବେ ଏମ୍‌.ଫିଲ୍‌ ପାସ୍‌ କରିବା ପରେ ବି.ଇଡି ମଧ୍ୟ କରିଥିଲି ଆଉ ତା’ପରେ ସର୍ବଶିକ୍ଷା ଅଭିଯାନରେ ବାଳିକା ଶିକ୍ଷା ସଂଯୋଜକ ଭାବେ ଚାକିରି କରିବାର ସୂଯୋଗ ପାଇଥିଲି। ପୋଷ୍ଟି ବଲାଙ୍ଗୀରରେ ହୋଇଥିଲା। ପାଞ୍ଚ ହଜାର ଦୁଇଶହ ଥିଲା ଦରମା। ପ୍ରଥମ ମାସ ଦରମା ପାଇଲା ପରେ ସର୍ବପ୍ରଥମେ ଠାକୁରଙ୍କ ପାଖେ ଭୋଗ କରିଥିଲି। ତା’ପରେ ଘରର ସମସ୍ତଙ୍କ ପାଇଁ ମୋ ସାଧ୍ୟମତେ ନୂଆ ଲୁଗା କିଣିଥିଲି। ପାଞ୍ଚ ଭାଇଙ୍କ ଭିତରେ ସବା ସାନ ହୋଇଥିବାରୁ ଘରେ ସମସ୍ତଙ୍କର ଗେହ୍ଲା ଥିଲି। ତେଣୁ ମୋ କଷ୍ଟ ଅର୍ଜିତ ରୋଜଗାରରେ ସମସ୍ତଙ୍କ ପାଇଁ ନୂଆ ଲୁଗା ନେଇଥିବାରୁ ଘରେ ସମସ୍ତେ ବହୁତ ଖୁସି ହୋଇଥିଲେ। ବଲାଙ୍ଗୀରରେ ଦୁଇ ବର୍ଷ ରହିବା ପରେ ସମ୍ବଲପୁରକୁ ବଦଳି ହୋଇଗଲି ଆଉ ସେଠାରେ ୪ ବର୍ଷ କାମ କଲି। ସେଠାରେ କାମ କରୁଥିବା ସମୟରେ ଓଏଏସ୍‌ ପରୀକ୍ଷା ଦେଇଥିଲି। ସେଥିରେ କୃତକାର୍ଯ୍ୟ ହେବାରୁ କୋରାପୁଟ ସେଟେଲ୍‌ମେଣ୍ଟ ଅଫିସ୍‌ରେ ଆସିଷ୍ଟାଣ୍ଟ ସେଟେଲ୍‌ମେଣ୍ଟ ଅଫିସ୍‌ର ଭାବେ ୨୦୧୦ ଅକ୍ଟୋବରରେ ଜଏନ୍‌ କଲି। ଦୁଇବର୍ଷ ପରେ ବାରିପଦା ବଦଳି ହେଲା। ଆଉ ସେଠାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲାପାଳ ଭାବେ କାମ କରିବାକୁ ଲାଗିଲି। କିଛିଦିନ ପରେ ତହସିଲଦାର ଭାବେ ମୋର ବଦଳି ହେଲା ମୟୂରଭଞ୍ଜ ଜିଲା ଅର୍ନ୍ତଗତ ସୁଳିଆପଦା ତହସିଲ ଅଫିସ୍‌କୁ। ତା’ପରେ ପୁଣି କିଛିଦିନ ମୋରଡା ତହସିଲ ଅଫିସ୍‌ରେ କାମ କରି ଗତ ୨୦୧୮ ସେପ୍ଟେମ୍ବରରୁ ଗଞ୍ଜାମ ଜିଲା ଅନ୍ତର୍ଗତ ଶେରଗଡ଼ ତହସିଲଦାର ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନା କରି ଆସୁଅଛି। ଚାକିରୀ ଜୀବନବାଦ୍‌ ଶିଶୁ ସାହିତ୍ୟ, ବ୍ୟଙ୍ଗ କବିତା ତଥା କ୍ଷୁଦ୍ର ନାଟକ ଲେଖିବାରେ ରହିଛି ମୋର ଖୁବ୍‌ ରୁଚି। ୟା’ଭିତରେ ‘ସୁନାପିଲା’ ନାମରେ ଏକ ଶିଶୁ କବିତା ସଂକଳନ ମୋର ପ୍ରକାଶିତ ହୋଇସାରିଛି; ଯାହା ରାଜା ରାମମୋହନ ଲାଇବ୍ରେରୀରେ ମଧ୍ୟ ସ୍ଥାନ ପାଇଛି। କେବଳ ସେତିକି ନୁହେଁ, ମନୁଷ୍ୟ ଜୀବନର ତତ୍ତ୍ୱ ଓ ଦର୍ଶନ ଉପରେ ପର୍ଯ୍ୟବେସିତ ପ୍ରାୟ ୫୦ଟି କବିତାକୁ ନେଇ ‘ବରଗଛ’ ଏବଂ ପ୍ରକୃତି ଓ ମନୁଷ୍ୟ ଭିତରେ ଥିବା ସମ୍ପର୍କକୁ ନେଇ ଲେଖାଯାଇଥିବା କେତୋଟି କବିତାକୁ ନେଇ ‘ମୌସୁମୀ’ ନାମରେ ଦୁଇଟି କବିତା ସଂକଳନ ବି ମୋର ପ୍ରକାଶିତ ହୋଇସାରିଛି। ଏହାଛଡ଼ା ମୁଁ ପ୍ରାୟ ୧୨ଟି କ୍ଷୁଦ୍ର ନାଟକ ମଧ୍ୟ ଲେଖିଛି। ତନ୍ମଧ୍ୟରୁ ଜୁଇ ଜଳିଗଲା ପରେ, ଜାତକ ଦେଖାରୁ ରାତିପାହିଲା, ପାନ୍ଥଶାଳାରୁ ପାର୍ଲାମେଣ୍ଟ, ସର୍ବେ ହୋଇବେ ଏକାକାର, ଜୀବନର ଜଉଘର, ସାଗର ସେପାରୀ ସ୍ବପ୍ନ ଇତ୍ୟାଦି ଅନ୍ୟତମ। ମୋ ଲିଖିତ ସମସ୍ତ ନାଟକ ବିଭିନ୍ନ ଅନୁଷ୍ଠାନ ତରଫରୁ ମଞ୍ଚସ୍ଥ ମଧ୍ୟ ହୋଇସାରିଛି। ଏପରିକି ‘ପାନ୍ଥଶାଳାରୁ ପାର୍ଲାମେଣ୍ଟ’ ନାଟକଟି ବଲାଙ୍ଗୀର ଆକାଶବାଣୀ ତରଫରୁ ପ୍ରସାରିତ ମଧ୍ୟ ହୋଇସାରିଛି। ସେହିପରି ମୋ ଲିଖିତ ‘ସାଗର ସେପାରୀ ସ୍ବପ୍ନ’ ନାଟକଟି ରେଭେନ୍ସା ନାଟକ ପ୍ରତିଯୋଗିତାରେ ପରିବେଷଣ ହୋଇ ଏକକାଳୀନ ୮ଟି ପୁରସ୍କାର ପାଇଛି। ଯେମିତିକି: ଶ୍ରେଷ୍ଠ ଅଭିନେତା, ଖଳଅଭିନେତା, ହାସ୍ୟଭିନେତା, ନିର୍ଦ୍ଦେଶନା, ମ୍ୟୁଜିକ ଇତ୍ୟାଦି। ତେବେ ମୁଁ କେବଳ ନାଟକ ଲେଖେ ତାହା ନୁହେଁ, ଅନେକ ନାଟକରେ ଅଭିନୟ କରିବା ସହ ନିର୍ଦ୍ଦେଶନା ବି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ପିଠି କୁଣ୍ଡାଇ ମାସକୁ ରୋଜଗାର ୧୪ ଲକ୍ଷ, ମାର୍କେଟରେ ମିଳୁଛି ଏମିତି ସୁବିଧା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଜିଂ, ୪।୯: ଚାଇନାର ଜଣେ ୩୨ ବର୍ଷୀୟ ଉଦ୍ୟୋଗୀ ଏକ ସାଧାରଣ ସମସ୍ୟାକୁ ଏକ ଅନନ୍ୟ ଏବଂ ସଫଳ ବ୍ୟବସାୟିକ ଧାରଣାରେ ପରିଣତ କରିଛନ୍ତି। ଲୋକମାନେ ଏବେ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri