ସୋସିଆଲ ମିଡିଆ ଓ ପିଲାଙ୍କ ସୁରକ୍ଷା

ଅଷ୍ଟ୍ରେଲିଆ ବର୍ତ୍ତମାନ ୧୬ ବର୍ଷରୁ କମ୍‌ ପିଲାଙ୍କୁ ସୋସିଆଲ ମିଡିଆ ବ୍ୟବହାର କରିବାକୁ ବାରଣ କରିଛି। ବିଶେଷକରି ମେଟା (ଯାହା ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମ୍‌ର ମାଲିକ) ଏବଂ ଟିକ୍‌ଟକ୍‌ ଭଳି କମ୍ପାନୀଗୁଡ଼ିକ ଏହି ପଦକ୍ଷେପକୁ ସମାଲୋଚନା କରିଛନ୍ତି। ଯଦି ସେମାନେ ଯୁବକମାନଙ୍କୁ ନିଜ ପ୍ଲାଟ୍‌ଫର୍ମରୁ ଦୂରେଇରଖିବାରେ ବିଫଳ ହୁଅନ୍ତି ତେବେ ୩୨ ମିଲିୟନ ଡଲାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। କିନ୍ତୁ ଏକବିଂଶ ଶତାବ୍ଦୀରେ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଅଷ୍ଟ୍ରେଲିଆର ନୂତନ ନୀତି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହିସବୁ ପ୍ଲାଟ୍‌ଫର୍ମକୁ ଯୋଗାଉଥିବା ସମସ୍ତ ଦେଶ ଏବଂ ରାଜ୍ୟ ସେମାନଙ୍କର ପିଲାମାନଙ୍କୁ କ୍ଷତିକାରକ ଆଡିକ୍‌ଶନ ବା ଆସକ୍ତିରୁ ରକ୍ଷା କରିବାର ଦାୟିତ୍ୱ ରହିଛି। ଏହାସହ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ପିଲାଙ୍କ ଗଭୀର ଆସକ୍ତି ଉପରେ ଅନୁଧ୍ୟାନ କରିବାକୁ ଚେଷ୍ଟା କରୁଛନ୍ତି। ୨୦୧୭ରେ ଫେସ୍‌ବୁକ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ସିଆନ୍‌ ପାର୍କର ପ୍ରକାଶ କରିଥିଲେ, ଆମେ କିପରି ଯଥା ସମ୍ଭବ ବ୍ୟବହାରକାରୀଙ୍କ ସମୟ ଏବଂ ସଚେତନ ଏକାଗ୍ରତା ଉପଯୋଗ କରିବୁ – ଏହି ସରଳ ପ୍ରଶ୍ନକୁ ଭିତ୍ତିକରି ପ୍ଲାଟ୍‌ଫର୍ମ ନିର୍ମାଣ ପ୍ରକ୍ରିୟା ପରିଚାଳିତ ହୋଇଥିଲା। କିନ୍ତୁ ଏହାର ଉତ୍ତର ମିଳିଲା ଯେ, ଏହି ସଂସ୍ଥାଗୁଡ଼ିକ ମଣିଷର ମନୋବୈଜ୍ଞାନିକ ଦୁର୍ବଳତାକୁ ଶୋଷଣ କରିବାକୁ ଉଦ୍ଦିଷ୍ଟ ଥିଲା।
ପାର୍କର ବ୍ୟାଖ୍ୟା କରିଛନ୍ତି, ବିଶେଷକରି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ଲାଇକ୍‌, କମେଣ୍ଟ, ଭିଉ ଏବଂ ଶେୟାରଗୁଡ଼ିକ ମଧ୍ୟମରେ ସୁଖଦ ଅନୁଭବ ବିତରଣ କରିବା ପାଇଁ ଡିଜାଇନ କରାଯାଇଛି। ଡୋପାମାଇନ ହେଉଛି ଏକ ନ୍ୟୁରୋଟ୍ରାନ୍ସମିଟର ଯାହା ଆସକ୍ତି କ୍ଷେତ୍ରରେ ବଡ଼ ଭୂମିକା ନେଇଥାଏ। ପ୍ଲାଟ୍‌ଫର୍ମ ସହ ଯେତେ ଲୋକ ଜଡ଼ିତ ହେବେ ସେତେ ଅଧିକ ଡୋପାମାଇନ ସକ୍ରିୟ ହୋଇ ବ୍ୟବହାରକାରୀଙ୍କୁ ସେଥିରେ ବାନ୍ଧିରଖିଥାଏ। ପାର୍କର ଦୁଃଖ ପ୍ରକାଶକରି କହିଛନ୍ତି, ଏହା କେବଳ ଆମ ପିଲାମାନଙ୍କର ମସ୍ତିଷ୍କ ପାଇଁ କ’ଣ କରୁଛି ତାହା କେବଳ ଭଗବାନ୍‌ ଜାଣନ୍ତି। ଅନ୍ୟ ଜଣେ ପୂର୍ବତନ ଫେସ୍‌ବୁକ୍‌ କାର୍ଯ୍ୟନିର୍ବାହୀ ଚାମାଥ ପଲିହାପିଟିଆ କରିଥିବା ଦୋଷ ତାଙ୍କୁ ସାମାଜିକ ଗଣମାଧ୍ୟମ ବିରୋଧରେ କହିବା ପାଇଁ ପ୍ରେରିତ କରିଥିଲା । ବାସ୍ତବରେ ଏ ବାବଦରେ ତାଙ୍କର ଏକ ବିଚାର ଅଛି। ସେ ୨୦୧୭ ରେ ଷ୍ଟାନ୍‌ଫୋର୍ଡର ଜଣେ ଦର୍ଶକଙ୍କୁ କହିଥିଲେ, ”ତୁମେ ଏହା ଅନୁଭବ କରୁନାହଁ, କିନ୍ତୁ ତୁମର ପ୍ରୋଗ୍ରାମିଂ କରାଯାଉଛି।“ ସୋସିଆଲ ମିଡିଆକୁ କିପରି (ଏବଂ କେତେ) ବ୍ୟବହାର କରାଯିବ ତାହା ଜଣଙ୍କ ବୌଦ୍ଧିକ ସ୍ବାଧୀନତା ଉପରେ ନିର୍ଭରକରେ। କିନ୍ତୁ ଅନେକ ବ୍ୟବହାରକାରୀ ବିଶେଷକରି ପିଲାମାନଙ୍କ ପାଇଁ ସୋସିଆଲ ମିଡିଆକୁ ତଥ୍ୟଯୁକ୍ତ କିମ୍ବା ସୁସ୍ଥ ପସନ୍ଦ ସକାଶେ ପ୍ରସ୍ତୁତ କରାଯାଇନାହିଁ। ୟୁରୋପ ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଆଞ୍ଚଳିକ ଦପ୍ତର ଅନୁଯାୟୀ, ସମସ୍ୟାଭିତ୍ତିକ ସୋସିଆଲ ମିଡିଆ ବ୍ୟବହାର ଆସକ୍ତି ଯଥା ବ୍ୟବହାରକୁ ନିୟନ୍ତ୍ରଣ କରିବାରେ ଅକ୍ଷମତା ଏବଂ ବ୍ୟବହାର ନ କରିବା ସମୟରେ ଅନୁଭବରୁ ଓହରି ନ ଆସିପାରିବା ଭଳି ଲକ୍ଷଣ କିଶୋରମାନଙ୍କ ଠାରେ ଅଧିକ ବଢ଼ିଛି। ୨୦୧୮ରେ ବୃଦ୍ଧି ହାର ୭ % ଥିଲାବେଳେ ୨୦୨୨ରେ ଏହା ୧୧%ରେ ପହଞ୍ଚିଛି। ଆମେରିକାରେ ହାରାହାରି ସଂଖ୍ୟକ କିଶୋର ଦିନକୁ ୪.୮ ଘଣ୍ଟା ସୋସିଆଲ ମିଡିଆରେ କଟାଉଛନ୍ତି। ଏହିସବୁ ତଥ୍ୟ ଗମ୍ଭୀର ବିପଦକୁ ସୂଚିତ କରୁଛି। ସୋସିଆଲ ମିଡିଆରେ ପ୍ରତିଦିନ ୩ଘଣ୍ଟାରୁ ଅଧିକ ସମୟ ବିତାଉଥିବା କିଶୋରମାନେ ସେମାନଙ୍କ ସାଥୀଙ୍କ ତୁଳନାରେ ୨ଗୁଣ ଅଧିକ ଚିନ୍ତା ଏବଂ ଉଦାସୀନତାର ଶିକାର ହେଉଛନ୍ତି। ସୋସିଆଲ ମିଡିଆ ବ୍ୟବହାର ମଧ୍ୟ ଆତ୍ମବିଶ୍ୱାସ ହ୍ରାସ , ଦୁର୍ବ୍ୟବହାର ଏବଂ ଦୁର୍ବଳ ଶିକ୍ଷାଗତ ପ୍ରଦର୍ଶନ ସହ ଜଡ଼ିତ । ଏହା ମଧ୍ୟ ପ୍ରମାଣିତ ଯେ, ସୋସିଆଲ ମିଡିଆ ବ୍ୟବହାର ଯୋଗୁ ଗତ ଦଶନ୍ଧିରେ ଆମେରିକାର କିଶୋରମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରତିଶତ ବୃଦ୍ଧି ପାଇଛି। ଡବ୍ଲ୍ୟୁଏଚ୍‌ଓ କିଶୋରମାନଙ୍କୁ ସୋସିଆଲ ମିଡିଆ ବ୍ୟବହାରର ସମ୍ଭାବ୍ୟ କ୍ଷତିରୁ ରକ୍ଷା କରିବା ଲାଗି ତୁରନ୍ତ ସ୍ଥାୟୀ ପଦକ୍ଷେପ ନେବା ପାଇଁ ଆହ୍ବାନ ଦେଇଛି। ଏପରିକି ଯୁବକବର୍ଗ ମଧ୍ୟ ଏହାର ବିପଦ ସମ୍ପର୍କରେ ସ୍ବର ଉଠାଉଛନ୍ତି। ନଭେମ୍ବର ପ୍ରାରମ୍ଭରେ, ସୁଇଜରଲାଣ୍ଡର ଲୁସେର୍ନର କ୍ୟାଣ୍ଟନରେ ଆୟୋଜିତ ଯୁବ ସଂସଦ ସୋସିଆଲ ମିଡିଆ ଆସକ୍ତି କମାଇବା ପାଇଁ ନୁହେଁ, ବରଂ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସୁରକ୍ଷା ଦୃଢ଼ କରିବା ପାଇଁ କ୍ୟାଣ୍ଟୋନାଲ କାଉନସିଲ ଅଫ୍‌ ଲୁକର୍ନେ ନିକଟରେ ଆବେଦନ କରିଥିଲା। ମାତାପିତା ତଥା ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟିକରି ଏହା କରିବାକୁ ଦାବି ଜଣାଇଥିଲା।
ଏହା ପୂର୍ବରୁ ପିଲାମାନେ କେବେ ନିଶା ଅଭ୍ୟାସରୁ ସେମାନଙ୍କୁ ରକ୍ଷାକରିବା ପାଇଁ ବୟସ୍କଙ୍କ ନିକଟରେ ଓପଚାରିକ ଭାବେ ଜଣାଇଥିଲେ କି? ତମାଖୁ ରଖିବା ଉପରେ ଥିବା ଆଇନକୁ ନେଇ ବିତର୍କ ଚାଲିଥିଲାବେଳେ ପିଲାଙ୍କୁ ଧୂମପାନ ବିପଦ ସମ୍ପର୍କରେ ଅଭିିଭାବକମାନଙ୍କୁ ଅବଗତ କରାଯିବା ଦରକାର ବୋଲି ଯୁବକମାନେ ଦାବି କରିଥିଲେ କି? କିନ୍ତୁ ସୋସିଆଲ ମିଡିଆରେ ଏପରି ଅନୁରୋଧ ବା ଦାବି କଥା ଉଠୁଛି ମାନେ ଏହା କେତେ କ୍ଷତିକାରକ ତାହା ଜଣାପଡ଼ୁଛି। ସୋସିଆଲ ମିଡିଆର ପରିଣାମ କେବଳ ପିଲାମାନଙ୍କଠାରେ ସୀମିତ ହୋଇ ରହିନାହିଁ। ପଲିହାପିଟିଆଙ୍କ ଅନୁଯାୟୀ, ଏହି କମ୍ପାନୀଗୁଡ଼ିକ ଭୁଲ୍‌ ତଥ୍ୟ ଏବଂ ଭୁଲ୍‌ ପ୍ରଚାରକରି ସମାଜକୁ ନଷ୍ଟ କରୁଛନ୍ତି। ପାର୍କର କହିଛନ୍ତି, ସୋସିଆଲ ମିଡିଆ ବ୍ୟକ୍ତିଗତ ତଥା ସମାଜ ସହ ତୁମର ସମ୍ପର୍କକୁ ବଦଳାଇଦିଏ। ସୋସିଆଲ ମିଡିଆ ମଧ୍ୟ ଏକ ଧ୍ରୁବୀକରରଣ ଯନ୍ତ୍ର ଏବଂ ହିଂସା ସୃଷ୍ଟି କରିବା ପାଇଁ ଏକ ଶକ୍ତିଶାଳୀ ଉପକରଣ ବୋଲି ପ୍ରମାଣିତ ହୋଇଛି।
ପାର୍କର ଭଲଭାବେ ଜାଣିଥିଲେ ଯେ ସେ ସୋସିଆଲ ମିଡିଆ ନିଶା ବଢ଼ାଇବା ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ଫେସ୍‌ବୁକ୍‌ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ, ଇନ୍‌ଷ୍ଟାଗ୍ରାମର ସହ-ପ୍ରତିଷ୍ଠାତା କେଭିନ୍‌ ସିଷ୍ଟ୍ରୋମ ଏବଂ ଅନ୍ୟମାନେ ମଧ୍ୟ ଏହା କରୁଥିଲେ। ପଲିହାପିଟିଆଙ୍କ ଅନୁଯାୟୀ, ଯେତେବେଳେ ସେ ଏବଂ ତାଙ୍କ ସହକର୍ମୀମାନେ ପରସ୍ପର ମଧ୍ୟ ଆଲୋଚନା କରିଥିଲେ ଯେ ଏଥିରେ କୌଣସି ଖରାପ ଘଟିବ ନାହିଁ, ସେତେବେଳେ ସେମାନେ ଅବଗତ ଥିଲେ ଯେ ଏଭଳି ନିଶ୍ଚିତ ଘଟିବ। ସେମାନଙ୍କର ସଂସ୍ଥାଗୁଡ଼ିକ ଅଧିକ ଉପଭୋକ୍ତା ତଥ୍ୟ ସଂଗ୍ରହ କରିପାରିଥାନ୍ତି, ଲକ୍ଷ୍ୟଭିତ୍ତିକ ଏବଂ ବ୍ୟକ୍ତିଗତ ବିଜ୍ଞାପନରୁ ଅଧିକ ଅର୍ଥ ଉପାର୍ଜନ କରପାରୁଥାଆନ୍ତି, କିନ୍ତୁ ପ୍ଲାଟ୍‌ଫର୍ମଗୁଡ଼ିକର ପରିଣାମ ଏତେ ବ୍ୟାପକ ଯେ, ତାହା ଦୂରକରିବା କଷ୍ଟକର।
ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକ ନିଜେ ସବୁ ସମସ୍ୟାର ସମାଧାନ କରିବେ ବୋଲି ଯେଉଁ ଧାରଣା ରହିଛି ତାହା ସତ ମନେହେଉନାହିଁ। କାରଣ ଏହି ସଂସ୍ଥାଗୁଡ଼ିକର ବ୍ୟବସାୟିକ ମଡେଲଗୁଡିକ ମୌଳିକ ଅଧିକାରର ଉଲ୍ଲଂଘନ ଉପରେ ପର୍ଯ୍ୟବସିତ। ସେଥିପାଇଁ ଯେଉଁ ସବୁ ଦେଶ କିମ୍ବା ଅନ୍ତର୍ଜାତୀୟ ସମୁଦାୟ ନିଜ ଲୋକଙ୍କ ସୁରକ୍ଷାକୁ ବଡ଼ ଦାୟିତ୍ୱ ବୋଲି ଗମ୍ଭୀରତାର ସହ ଗ୍ରହଣ କରନ୍ତି, ସେମାନେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡିକ ପାଇଁ ଏକ ନୂତନ ନିୟାମକ ଢାଞ୍ଚା ଗଠନ ଏବଂ କାର୍ଯ୍ୟକାରୀ କରିବା ସକାଶେ ମିଳିତ ଭାବରେ କାର୍ଯ୍ୟକରିବା ଆବଶ୍ୟକ । ପ୍ରଥମ ପଦକ୍ଷେପ ହେଉଛି ଅଷ୍ଟ୍ରେଲିଆର ନେତୃତ୍ୱକୁ ଅନୁସରଣ କରିବା ଏବଂ ସୋସିଆଲ ମିଡିଆ ବ୍ୟବହାରରେ ବୟସ ସୀମା ବଢ଼ାଇବା ।
ପ୍ରଫେସର ଅଫ୍‌ ଏଥିକ୍ସ, ୟୁନିଭର୍ସିଟି ଅଫ୍‌ ଲୁସେର୍ନେ


Enter your email to get our daily news in your inbox.

All Right Reserved By Dharitri.Com

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?