Posted inଫୁରସତ

ସାମାନ୍ୟ ଭୁଲ୍‌ ପାଇଁ ଆକାଉଣ୍ଟରୁ କଟିଗଲା ଏତିକି ଲକ୍ଷ

ଅନ୍‌ଲାଇନ୍‌ ଟଙ୍କା କାରବାର ସମୟରେ ସବୁବେଳେ ସାବଧାନ ରହିବା ଉଚିତ୍‌। ନଚେତ୍‌ କେତେବେଳେ ଆକାଉଣ୍ଟ ଖାଲି ହୋଇଯିବ ତାହା କହିହେବ ନାହିଁ। ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତିଙ୍କର ସାମାନ୍ୟ ଭୁଲ ଆଉ ଗୋଟିଏ କ୍ଲିକ୍‌ ଯୋଗୁ ଆକାଉଣ୍ଟରୁ ୫୨ ଲକ୍ଷ ଟଙ୍କା କଟିଗଲା।

ଏକ ରିପୋର୍ଟ ଅନୁଯାୟୀ, କ୍ୱିସ୍‌ଲ୍ୟାଣ୍ଡର ୮୮ ବର୍ଷୀୟ ମିଷ୍ଟର ଲେଟନଙ୍କ ଭୁଲ ଯୋଗୁ ୭୧୦୦୦ ଡଲାର ଅର୍ଥାତ୍‌ ୫୨ ଲକ୍ଷ ୫୧ ହଜାର ଟଙ୍କା କମ୍ପାନୀଙ୍କୁ ପଠାଇବା ବଦଳରେ ଅନ୍ୟ ଜଣଙ୍କ ଆକାଉଣ୍ଟଙ୍କୁ ପଠାଇ ଦେଇଛନ୍ତି। କିନ୍ତୁ ସେ ବ୍ୟାଙ୍କକୁ ଏ ବିଷୟରେ ଜଣାଇବା ବେଳକୁ ଅନେକ ବିଳମ୍ବ ହୋଇଯାଇଥିଲା।

ବ୍ୟକ୍ତି ଜଣକ ଆଇଏନ୍‌ଜି ବ୍ୟାଙ୍କ ଆକାଉଣ୍ଟରୁ ଏଏନ୍‌ଜେଡ୍‌ ଆକାଉଣ୍ଟକୁ ଟଙ୍କା ପଠାଥିଲେ। ତାଙ୍କୁ ଜଣା ନ ଥିଲା ସେ ଏଏନ୍‌ଜେଡ୍‌ ଆକାଉଣ୍ଟକୁ ଭୁଲ୍‌ ନାଁରେ ସେଭ୍‌ କରିଛନ୍ତି। ଭୁଲରେ ଟଙ୍କା ଅନ୍ୟ ଜଣଙ୍କୁ ଟ୍ରାନ୍ସଫର କରିଦେଲେ। ଯାହାକୁ ଟଙ୍କା ପଠାଇଥିଲେ ସେ ଫେରାଇବା ପାଇଁ ମନା କରିଦେଇଛନ୍ତି।

ପରେ ଉଭୟ ବ୍ୟାଙ୍କ ଏବଂ ବ୍ୟକ୍ତି ଜଣକ ପୋଲିସ ନିକଟରେ ଅଭଯୋଗ କରିଛନ୍ତି। ଏପରି ପରିସ୍ଥିତିରେ ଯାହାର ଆକାଉଣ୍ଟକୁ ଟଙ୍କା ଯାଇଛି ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri