ୟୁକ୍ରେନ୍‌ ଯୁଦ୍ଧରେ ସ୍ନାଇପର ‘ଓ୍ବାଲି’ଙ୍କ ଏଣ୍ଟ୍ରି…

କ୍ୱିଭ୍‌, ୧୨।୩: ରୁଷିଆ ବିରୋଧରେ ୟୁକ୍ରେନର ସହିତ ମିଶି ଲଢ଼ିବା ପାଇଁ ପୃଥିବୀର ସର୍ବଶ୍ରେଷ୍ଠ ସ୍ନାଇପର ‘ଓ୍ବାଲି’ ଏବେ ଯୁଦ୍ଧରେ ଏଣ୍ଟ୍ରି କରିଛନ୍ତି। ବର୍ତ୍ତମାନ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେବା ଭଳି ମନେ ହେଉନାହିଁ। ବିଶ୍ୱର ସର୍ବଶ୍ରେଷ୍ଠ ସ୍ନାଇପରମାନଙ୍କ ମଧ୍ୟରୁ ଜଣେ ଜଣାଶୁଣା ନାମ ଭାବେ ‘ଓ୍ବାଲି’ବେଶ୍‌ ପରିଚିତ।

ଗୋଟିଏ ସପ୍ତାହ ପୂର୍ବରୁ ରୁଷିଆ ସୈନ୍ୟଙ୍କ ବିରୋଧରେ ଯୁଦ୍ଧ କରିବା ପାଇଁ ସେ ୟୁକ୍ରେନରେ ପହଞ୍ଚିଛନ୍ତି। ରୟାଲ କାନାଡିୟାନ୍‌ ୨୨ ତମ ରେଜିମେଣ୍ଟର ଭେଟେରାନ ‘ଓ୍ବାଲି’ କହିଛନ୍ତି ଯେ ଯେତେବେଳେ ୟୁକ୍ରେନର ରାଷ୍ଟ୍ରପତି ଭୋଲଡ଼ାମିଅର ଜେଲେନସ୍କି ବିଦେଶୀମାନଙ୍କୁ ରୁଷିଆ ବିରୁଦ୍ଧରେ ଦେଶର ଯୁଦ୍ଧରେ ଯୋଗଦେବାକୁ ଆହ୍ବାନ କରିଥିଲେ, ସେତେବେଳେ ସେ ଅନୁଭବ କରିଥିଲେ ଯେ ତାଙ୍କୁ ଯୁଦ୍ଧରେ ଯୋଗ ଦେବାର ଆବଶ୍ୟକତା ରହିଛି।

ଖବର ଅନୁଯାୟୀ ବୁଧବାର ୟୁକ୍ରେନରେ ପହଞ୍ଚିବା ପରେ ‘ଓ୍ବାଲି’ଦୁଇ ଦିନରେ ରୁଷିଆର ସୈନିକଙ୍କୁ ହତ୍ୟା କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ପ୍ରସିଦ୍ଧ ସ୍ନାଇପର କହିଛନ୍ତି, ’ମୁଁ ସେମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି। ମୋତେ ସାହାଯ୍ୟ କରିବାକୁ ପଡିବ କାରଣ ଏଠାରେ ପ୍ରବଳ ବୋମା ମାଡ଼ କରାଯାଇଛି।

ଗୋଟିଏ ଦିନରେ ୪୦ ଜଣଙ୍କୁ ହତ୍ୟା କରିବାର କ୍ଷମତା ଥିବାରୁ ‘ଓ୍ବାଲି’ଦୁନିଆର ସର୍ବୋତ୍ତମ ସ୍ନାଇପର ଭାବରେ ପରିଗଣିତ ହୋଇଥାନ୍ତି। ଅନ୍ୟ ପଟେ, ଜଣେ ଭଲ ସ୍ନାଇପର ହାରାହାରି ଦିନକୁ ୫-୬ ଟାର୍ଗେଟ ଗୁଳି କରିପାରିଥାନ୍ତି। ଜଣେ ଭଲ ସ୍ନାଇପର ଦିନକରେ ୭ ରୁ ୧୦ ଜଣଙ୍କୁ ହତ୍ୟା କରିବାର କ୍ଷମତା ରଖିଥାନ୍ତି।

୪୦ ବର୍ଷ ବୟସ୍କ ଫ୍ରେଞ୍ଚ-କାନାଡିୟ କମ୍ପ୍ୟୁଟର ବୈଜ୍ଞାନିକ ‘ଓ୍ବାଲି’, ୨୦୦୯ରୁ ୨୦୧୧ ମଧ୍ୟରେ ଆଫଗାନିସ୍ତାନ ଯୁଦ୍ଧରେ ଦୁଇଥର କାର୍ଯ୍ୟ କରିଛନ୍ତି। ଆଫଗାନିସ୍ତାନରେ ତାଙ୍କର କାର୍ଯ୍ୟକାଳ ସମୟରେ ତାଙ୍କୁ ‘ଓ୍ବାଲି’ ନାମ ଦିଆଯାଇଥିଲା। ଏହାର ଅର୍ଥ ଆରବୀରେ ରକ୍ଷକ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ପୁଣି ଘନେଇଲା ଯୁଦ୍ଧ: ମଧ୍ୟପ୍ରାଚ୍ୟକୁ ଯୁଦ୍ଧ ଜାହାଜ, ସୈନ୍ୟ ପଠାଇଲା ଆମେରିକା

ଓ୍ବାଶିଂଟନ,୨ା୧୦: ଆମେରିକା ସେନା ମଧ୍ୟପ୍ରାଚ୍ୟକୁ ତୃତୀୟ ଯୁଦ୍ଧବିମାନବାହୀ ଜାହାଜ ଏବଂ ପାଖାପାଖି ୧୦,୦୦୦ ସୈନ୍ୟ ପଠାଇଥିବା ଏହାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ନଭେମ୍ବର ୩ରେ ଆମେରିକାରେ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?