ମହିଳା କାରିଗରଙ୍କୁ ନେଇ ଆରମ୍ଭ ହେଲା ‘ସ୍ନେହା ସମ୍ପୂର୍ଣ୍ଣା’

ଭୁବନେଶ୍ୱର,୧୮।୨(ବ୍ୟୁରୋ): ତଳସ୍ତରର କାରିଗରଙ୍କ ଦକ୍ଷତା ଓ କଳାକୁ ସମସ୍ତେ ଚିହ୍ନିବେ। ସେମାନଙ୍କୁ ଉଚିତ୍‌ ପ୍ରାପ୍ୟ ମିଳିବ। ଓଡ଼ିଶାର ସଂସ୍କୃତି ସହ କାରିଗରି ବିଶ୍ୱସ୍ତରରେ ପହଞ୍ଚତ୍ବ ବୋଲି ଶୁକ୍ରବାର ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ବ୍ରାଣ୍ଡ୍‌ ‘ସ୍ନେହା ସମ୍ପୂର୍ଣ୍ଣା’ର ପ୍ରଥମ ମହିଳା ହସ୍ତତନ୍ତ ପ୍ରଦର୍ଶନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି। ସେ କହିଛନ୍ତି, ଏହାକୁ ଆରମ୍ଭ କରିଥିବା ୩ ମହିଳା ତ୍ରିଶକ୍ତି ହୋଇ କାରିଗରମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରନ୍ତୁ। ସମ୍ମାନିିତ ଅତିଥି ଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଯୋଗଦେଇ କହିଛନ୍ତି, ହସ୍ତଶିଳ୍ପ ଓ ହସ୍ତକଳାର ଆଦର ଦିନକୁ ଦିନ ବଢ଼ୁଛି। କାରିଗରଙ୍କ ହାତତିଆରି ଶାଢ଼ି ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ମଧ୍ୟ ପ୍ରଶଂସିତ ହେଉଛି। କିନ୍ତୁ କାରିଗରମାନେ ଏହାର ଉଚିତ୍‌ ମୂଲ୍ୟ ପାଇପାରୁନାହାନ୍ତି। ବ୍ୟବସାୟ କରୁଥିବା ଲୋକ ଏହାର ଫାଇଦା ଉଠାଉଛନ୍ତି। ମହିଳାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ସ୍ନେହା ସମ୍ପୂର୍ଣ୍ଣା’ ମହିଳାଙ୍କ ଉନ୍ନତିରେ ସହାୟକ ହେଉ ବୋଲି ଆଶାବ୍ୟକ୍ତ କରିଥିଲେ। ମହିଳାଙ୍କ ଆତ୍ମବିଶ୍ୱାସ, ଦକ୍ଷତା ବୃଦ୍ଧି ସହ ଭଲ ଶାଢ଼ିଟିଏ ପାଇଁ ଆଉ ଦୂରକୁ ଯିବାକୁ ପଡ଼ିବ ନାହିଁ ବୋଲି ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ମିଶନ ଶକ୍ତି ପରାମର୍ଶଦାତା ଲୋପାମୁଦ୍ରା ବକ୍ସିପାତ୍ର ଓ ସମାଜସେବୀ ନମ୍ରତା ଚଢ଼ା କହିଥିଲେ। ଏହି ଅବସରରେ ଅତିଥିମାନେ ଅନ୍‌ଲାଇନରେ ‘ସ୍ନେହା ସମ୍ପୂର୍ଣ୍ଣା’ ୱେବ୍‌ସାଇଟ୍‌ ଓ ପ୍ରଦର୍ଶନୀର ଉଦ୍‌ଘାଟନ କରିଥିଲେ। ଏହି ପ୍ରଦର୍ଶନୀରେ ଖଣ୍ଡୁଆ ପାଟ, ବାଗଲପୁରୀ, ମତ୍ସ୍ୟ, ଓଲଟା ଶୁଆ ଆଦି ବିଭିନ୍ନ ଶାଢ଼ି ଦେଖିବାକୁ ମିଳୁଛି। ୨୨୦୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଶାଢ଼ି ଉପଲବ୍ଧ ରହିଛି।
ତଥା ସ୍ତମ୍ଭକାର ପ୍ରୀତିଛନ୍ଦା ଧଳ, କବି ବନ୍ଦନା ପଣ୍ଡା ଓ ସମାଜସେବୀ ସଂଘମିତ୍ରା ପାଢ଼ୀଙ୍କ ମିଳିତ ଉଦ୍ୟମରେ ଏହି ବ୍ରାଣ୍ଡ୍‌ ଆରମ୍ଭ ହୋଇଛି। ୨୨ ମହିଳା କାରିଗରଙ୍କ ହାତର ନିଖୁଣ କାରିଗରିରେ ‘ସ୍ନେହା ସମ୍ପୂର୍ଣ୍ଣା’ ପରିଚୟ ପାଇଥିବା ସମାଜସେବୀ ଧଳ କହିଥିଲେ। କାର୍ଯ୍ୟକ୍ରମକୁ ସୁପ୍ରିୟା ପଣ୍ଡା ସଂଯୋଜନା କରିଥିଲେ। ଏହା ପରେ ପ୍ରୀତିଜ୍ୟୋତ୍ସ୍ନା ଦେଓଙ୍କ ସଂଯୋଜନାରେ ଏକ ଟକ୍‌ ଶୋ ‘ସୂତାର କାରିଗରି ସୁନାର ଓଡ଼ିଶା’ ଆରମ୍ଭ ହୋଇଥିଲା। ଏଥିରେ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର, ଲେଖିକା ପ୍ରୀତି ରାୟ, ସମାଜସେବୀ ସ୍ନେହା ମିଶ୍ର, ସମାଜସେବୀ ମୀରା ପରିଡ଼ା ଓ ସମାଜସେବୀ ଧଳ ନିଜ ମତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?