ମୁମ୍ବାଇ,୧୮ା୮: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ମୁମ୍ବାଇ ବାସଭବନ ମାନତ୍ରୁ ସୋମବାର ରାତିରେ ୨ଟି ସାପ ଦେଖିବାକୁ ମିଳିଥିଲା। ବାସଭବନ ବଗିଚାର ଏକ ସେଡ୍ ତଳେ ସାପ ରହିଥିଲେ।
ପ୍ରଥମେ ସାପ ଧରାଳି ବିକି ଦୁବେଙ୍କୁ ବାନ୍ଦ୍ରା ଓ୍ବେଷ୍ଟସ୍ଥିତ ବଙ୍ଗଳାକୁ ଡକାଯାଇଥିବାବେଳେ ପରେ ବନ ବିଭାଗ ଅଧିକାରୀଙ୍କୁ ଡକାଯାଇଥିଲା। ଦୁବେ ଗୋଟିଏ ସାପକୁ ଧରିଥିଲେ, ଯାହାର ଲମ୍ବ ୮ ଫୁଟ୍। ଅନ୍ୟ ସାପଟି ଗହଳି ମଧ୍ୟରେ ଖସିଯାଇଥିଲା। ଧରାପଡ଼ିଥିବା ସାପଟି ବିଷହୀନ ଢମଣା ବୋଲି ଜଣାପଡ଼ିଛି।

