ଗାଁ ମୁହାଁ ସାପ,କୁମ୍ଭୀର

କେନ୍ଦ୍ରାପଡ଼ା ଅଫିସ, ୨୧।୮: ମହାନଦୀ ସିଷ୍ଟମରେ ବନ୍ୟାଜଳସ୍ତର କମିଛି ା ଫଳରେ କେନ୍ଦ୍ରାପଡ଼ା ଜିଲାର ପାଣି ଘେରରେ ଥିବା ୯୩ ଗ୍ରାମର ସଂଖ୍ୟା ୫୬କୁ ଖସିଛି ା ତେବେ ଲଗାଣ ବର୍ଷା ଓ ବନ୍ୟା ଜଳ ଜିଲାର ତଳିଆ ଅଞ୍ଚଳରେ ଜମି ରହିଛି ା ଏହି ସମୟରେ ଗ୍ରାମକୁ ସରୀସୃପ ପଶି ଆସୁଛନ୍ତି ା ଏହାକୁ ନେଇ ବନ୍ୟାବିପନ୍ନମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ା ଏଥିସହିତ ଗୋବରୀ, ବିରୂପା, ପାଇକା, ବ୍ରାହ୍ମଣୀ, କଣ୍ଠିଆ ନାଳ ଓ ଚିତ୍ରୋପତ୍ଳା ନଦୀର ୭ଟି ସ୍ଥାନରେ କୁମ୍ଭୀର ଭାସୁଥିବା ଦେଖିବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆଖିରୁ ନିଦ ହଜିଯାଇଛି ା ସେହିପରି ଜଳ ବନ୍ଦୀ ଘେରରେ ଥିବା ଗ୍ରାମଗୁଡ଼ିକରେ ବିଷଧର ସାପଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବର୍ଷା ଓ ବନ୍ୟା ଜଳରେ ନଷ୍ଟ ହୋଇଥିବା କଚ୍ଚା ଘରେ ଏକାଧିକ ପ୍ରଜାତିର ସାପ ଦେଖିବାକୁ ମିଳୁଛି ା ଏହି କାରଣରୁ ସର୍ପାଘାତ ରୋଗୀଙ୍କ ସଂଖ୍ୟା ବଢ଼ୁଛିା ରାଜକନିକା ବ୍ଲକ ଗୋପୀନାଥପୁର ଗ୍ରାମରେ ଜଣେ ୭୦ ବର୍ଷିୟା ବୃଦ୍ଧାଙ୍କୁ ଗତ ଗୁରୁବାର ରାତିରେ ସର୍ପାଘାତ ହୋଇଛି ା ଏହି ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ସୋମବାର ରାତିରେ ସର୍ପାଘାତରେ ଆହତ ହୋଇଥିଲୋ ସେହିପରି ବନ୍ୟା ଘେରରେ ଥିବା ଲୁଣା କରାଣ୍ଡିଆ ଦ୍ୱୀପାଞ୍ଚଳରେ ସାପଙ୍କ ଆତଯାତ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି ା ଜିଲାର ଉପାନ୍ତ ଅଞ୍ଚଳରେ ସର୍ପାଘାତ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି ା ଗ୍ରାମାଞ୍ଚଳର ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ ସାପ ବିଷରୁ ରକ୍ଷା ପାଇଁ ଇଞ୍ଜେକଶନ ରଖିବାକୁ ଦାବି ହୋଇଛି ା
ଏ ସମ୍ପର୍କରେ ମହାକାଳପଡ଼ାର ହରେକୃଷ୍ଣ ପାତ୍ର କହିଛନ୍ତି, ଲଗାଣ ବର୍ଷା ଓ ବନ୍ୟାଜନିତ ପାଣି ଉପାନ୍ତ ଅଞ୍ଚଳବାସୀଙ୍କ ସ୍ବାଭାବିକ ଜୀବନଯାତ୍ରାକୁ ବ୍ୟାହତ କରିଛି ା ପାନୀୟ ଜଳ, ଚାଷ, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଏବେ ସରୀସୃପ ଆତଙ୍କ ଖେଳିଯାଇଛି ା ଦୀର୍ଘଦିନ ଧରି ପାଣି ଜମି ରହିବା ଫଳରେ ନିକଟସ୍ଥ ଭିତରକନିକା ଅଞ୍ଚଳରୁ ସରୀସୃପ ଗ୍ରାମ ମଧ୍ୟକୁ ପଶି ଆସୁଛନ୍ତି ା ନଦୀ, ନାଳ ପୋଖରୀ ଏପରି କି ଚାଷ ଜମିରେ ଏବେ କୁମ୍ଭୀର ଦେଖା ଯାଉଛି ା କିଛିଦିନ ପୂର୍ବେ ପେଣ୍ଠ ଜଉଦିଆଠାରେ ୧୨ ଫୁଟ ଲମ୍ବର ଅଜଗର ଉଦ୍ଧାର ହୋଇଛି। ଅପରପକ୍ଷେ ବର୍ଷା ଓ ବନ୍ୟା ପାଇଁ ବିଷଧର ସାପ ଗ୍ରାମରେ ଦେଖାଯାଉଛନ୍ତି। ଆଳି, ରାଜନଗର, ରାଜକନିକା, ପଟ୍ଟାମୁଣ୍ଡାଇ, ମହାକାଳପଡ଼ା, ମାର୍ଶାଘାଇ, ଗରଦପୁର ବ୍ଲକ ଅଞ୍ଚଳରେ ସାପ ଆତଙ୍କ ଗୁରୁତର ରୂପ ନେଇଛି ା ସର୍ପାଘାତରେ କେତେକଙ୍କ ଜୀବନ ମଧ୍ୟ ଯାଇଥିବା ସେ ସୂଚନା ଦେଇଛନ୍ତି ା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗଁାର ରମେଶ ମଲ୍ଲିକ କହିଛନ୍ତି, ବିଭିନ୍ନ ନଦୀରେ ବନ୍ୟା ପାଇଁ କୁମ୍ଭୀର ଓ ସାପ ଆତଙ୍କ ଧୋୟା ଅଞ୍ଚଳରେ ଗୁରୁତର ହୋଇଛି ା ଗତ ୪ ମାସରେ ଏହି ଅଞ୍ଚଳର ୨ ଜଣ ବ୍ୟକ୍ତି କୁମ୍ଭୀର ଆକ୍ରମଣର ଶୀକାର ହୋଇଛନ୍ତି। ସିଂହଗଁା ସମେତ ବଡ଼ ରାଉଳିଆ, ସାନ ରାଉଳିଆ ଆଦି ଗ୍ରାମର କଚ୍ଚା ଘରେ ବିଷଧର ସର୍ପ ଦେଖାଯାଉଛନ୍ତି ା ବିଶେଷ କରି ସନ୍ତସନ୍ତିଆ ଘରଗୁଡିକରେ ସାପ ଦେଖା ଦେଉଥିବାରୁ ରାତିରେ ଯାତାୟତ ବନ୍ଦ ସହ ପରିବାର ସଦସ୍ୟ ରାତି ଅନିଦ୍ରା ରହିଛନ୍ତି ା ଏସମ୍ପର୍କରେ ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି, ପ୍ରତ୍ୟେକ ସିଏଚ୍‌ସିକୁ ସାପ କାମୁଡା ଇଞ୍ଜେକଶନ ଯୋଗାଇ ଦିଆଯାଇଛି ା ତେବେ ସର୍ପ ଆଘାତ କ୍ଷେତ୍ରରେ କେତେକ ସତର୍କତା ଅବଲମ୍ବନ କରିବାକୁ ପଡିବ ା ସାପ କାମୁଡି ଥିବା ବ୍ୟକ୍ତିକୁ ଆଶ୍ୱାସନା ଦିଅନ୍ତୁ। ସାପ କାମୁଡ଼ାରେ ଆହତ ବ୍ୟକ୍ତି ଯଦି ମୁଦି, ଘଣ୍ଟା, ବ୍ରତ, ପାଉଁଜି ଆଦି ପିନ୍ଧିଥାନ୍ତି ତୁରନ୍ତ ସେଗୁଡ଼ିକୁ ଖୋଲିଦେବା ଦରକାର। ତୁରନ୍ତ ଡାକ୍ତରଖାନା ନେବା ଜରୁରୀ ା ସେହିପରି ଏହି ସମୟରେ ଆଦୌ ଡରିବା ବା ବିଚଳିତ ହେବା ଉଚିତ ନୁହେଁ ା ରୋଗୀଙ୍କୁ ଚଲାବୁଲା ବା କାମ କରିବାକୁ ଦିଅନ୍ତୁ ନାହିଁ ା କ୍ଷତ ସ୍ଥାନକୁ ଧୁଅନ୍ତୁ ନାହିଁ କିମ୍ବା ବରଫ, ଇଲେକ୍ଟ୍ରିକ ସକ୍‌ ଦିଅନ୍ତୁ ନାହିଁ ା ଅଧିକାଂଶ ସମୟରେ ସାପ ବିଷ ଉପରକୁ ଚଢ଼ିଯିବା ଭୟରେ କ୍ଷତସ୍ଥାନକୁ ସୁତୁଲି, କତା ଦଉଡି, କଟା ରବର ଟ୍ୟୁବ, ଇଲେକଟ୍ରିକ ତାରରେ ବାନ୍ଧି ଦିଆଯାଏ। ଏହାର କୌଣସି ଆବଶ୍ୟକତା ନାହିଁ ା ବ୍ଲେଡ ଓ ଛୁରୀରେ କ୍ଷତସ୍ଥାନକୁ କାଟନ୍ତୁ ନାହିଁ। ଏହି ସମୟରେ ଖାଦ୍ୟ ପଦାର୍ଥ କିମ୍ବା ନିଶାଦ୍ରବ୍ୟ ବ୍ୟବହାର କରିବା ରୋଗୀଙ୍କ କ୍ଷତି ପହଞ୍ଚାଇ ପାରେ ା ସବୁ ସାମୁଦ୍ରିକ ସାପ ବିଷଧର ବୋଲି ଏଡିଏମ୍‌ଓ ଡା. ମିଶ୍ର ସଚେତନ କରାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?