ଅବାଧରେ ଚାଲିଛି ବାଲି,ମାଟି ଚୋରା ଚାଲାଣ

ପଟ୍ଟାମୁଣ୍ଡାଇ,୨୦ା୫(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ଏହି ସୁଯୋଗରେ ଅନେକ କୋଟି ଟଙ୍କାର ଖଣିଜ ସମ୍ପଦ ଲୁଟ୍‌ ହେବାରେ ଲାଗିଛି। ପ୍ରଶାସନିକ ଅଧିକାରୀଙ୍କ ଜାଣତରେ ରାଜ୍ୟ ସରକାର ରାଜସ୍ବ ହରାଉଛନ୍ତି।
ଏଥିରେ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀଙ୍କ ହାତ ରହିଛି।
ସରକାରୀ ନୀତିନିୟମ ଉଲ୍ଲଂଘନ କରି ବେଆଇନ ବାଲି ଚାଲାଣକାରୀ, ମାଟିଇଟା ବେପାରୀ, ସୁଧ ବେପାରୀ, ଜଙ୍ଗଲରୁ ଗଛ ଚାଲାଣକାରୀ ଓ ସରକାରୀ ଜମି ଜବରଦଖଲକାରୀଙ୍କୁ ସେହି ପ୍ରଭାବଶାଳୀ ବ୍ୟକ୍ତିମାନେ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇର ଲାଇଫ୍‌ ଲାଇନ ବ୍ରାହ୍ମଣୀ ନଦୀରୁ ପ୍ରତିଦିନ ଶତାଧିକ ହାଇୱା ଗାଡ଼ିରେ ବାଲି, ମାଟି ଚୋରାଚାଲାଣ କରାଯାଉଛି। ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲର ରହିତାଦେଶ ଏବଂ ଓଡ଼ିଶା ହାଇକୋର୍ଟ ସ୍ଥଗିତାଦେଶ ଥିଲେ ସୁଦ୍ଧା ସେହି ବ୍ୟକ୍ତିମାନଙ୍କ ସହଯୋଗରେ ରାତି ଦିନ ବାଲି ଚାଲାଣ ହେଉଛି। ବେଆଇନ ବାଲି ଚାଲାଣ ହେବା ଦ୍ୱାରା ଅନେକ କୋଟି ଟଙ୍କାର ରାଜସ୍ବ ରାଜ୍ୟ ସରକାର ହରାଉଛନ୍ତି। ବାଲି ଚାଲାଣ ଦ୍ୱାରା ସାଧାରଣ ଲୋକଙ୍କ ଯାତାୟାତ ପାଇଁ ଉର୍ଦ୍ଦିଷ୍ଟ ରାସ୍ତା ବିପଦସଙ୍କୁଳ ହୋଇ ବାରମ୍ବାର ଦୁର୍ଘଟଣା ଘଟୁଛି। ଧୂଳି ଉଡ଼ି ଘରଦ୍ୱାରରେ ଜମି ରହୁଛି। ପାଟନାଳିର ପାଣିବାଟ ବନ୍ଦ କରାଯାଇଥିବାରୁ ଚାଷୀ ଚାଷ କରି ପାରୁନାହାନ୍ତି। ନଦୀ ଗତିପଥ ବଦଳାଇ ଚାଷ ଜମି ଓ ଗ୍ରାମ ଆଡକୁ ମାଡ଼ି ଆସୁଛି। ହେଲେ ସାଧାରଣ ଜନତା ଭୟରେ ମୁହଁ ଖୋଲୁ ନାହାନ୍ତି। ଏହି କାରବାରରେ ସମ୍ପୃକ୍ତ ବ୍ୟକ୍ତିମାନେ ସେହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଖଲୋକ ହୋଇଥିବାରୁ ପୋଲିସ, ଜିଲାପ୍ରଶାସନ ଓ ତହସିଲ ପ୍ରଶାସନ ଏଥିପ୍ରତି ନଜର ଦେଉ ନ ଥିବା ଅଭିଯୋଗ ହେଉଛି। ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବହୁ ମୂଲ୍ୟବାନ୍‌ ସରକାରୀ ଜମି ବିଶେଷକରି ବେଲତଳ, ଦକ୍ଷିଣଦିଆ, ପଟ୍ଟାମୁଣ୍ଡାଇ ଓ ପୋଖରିଆପଡ଼ା ମୌଜାର ଅନେକ ଜାଗାକୁ କେତେଜଣ ବ୍ୟକ୍ତି ହେରଫେର କରିଛନ୍ତି। ସେମାନେ ସେହି ଜମିକୁ ନିଜ ନାମରେ କରି ବିକ୍ରି କରୁଛନ୍ତି। ଏବାବଦରେ ସ୍ଥାନୀୟ ତହସିଲଦାର ସବୁଜାଣି ମୁହଁ ନ ଖୋଲୁ ନାହାନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ନଦୀର ବାଲିଆ ମାଟି ଓ ଗ୍ରାମ୍ୟ ଜଙ୍ଗଲରୁ ବଡ଼ ବଡ଼ ଗଛ କଟାଯାଇ ବେଆଇନ ଭାବେ ଇଟାଭାଟି ଚାଲିଛି। ଏହାର ଧୂଅଁାରେ ବୟସ୍କ ଓ ପିଲାମାନେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ହେଲେ ପ୍ରଶାସନ ନୀରବ ରହୁଛି। ଏପରି ବେଆଇନ କାରବାରକୁ ନେଇ ଆପରାଧିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।
ଗତ କିଛି ମାସ ହେଲା ବାଲି ଘାଟରେ ୧୪୪ ଧାରା ଲାଗୁ ପରେ ବି ବାଲି ଚାଲାଣ ହେଉଛି। ଖଣି ବିଭାଗ ସବୁ ଜାଣି ଚୁପ୍‌ ରହୁଛି। ଏହି କାରବାର ପଛରେ ବହୁ ପ୍ରଭାବଶାଳୀଙ୍କ ହାତ ରହିଛି। ଅନ୍ୟପକ୍ଷେ ବାଲି ବେପାରୀଙ୍କ ପାଖଲୋକମାନେ ଗ୍ରାମବାସୀଙ୍କ କବଳରୁ ସୁରକ୍ଷା ଦେଉଛନ୍ତି। ଏଥିପାଇଁ ବେପାରୀ, ପ୍ରଶାସନିକ ଅଧିକାରୀ ଓ ସେହି ଅଞ୍ଚଳର ପ୍ରଭାବଶାଳୀ ବ୍ୟକ୍ତିଙ୍କ ନିକଟକୁ ମାସକୁ ମାସ ଚାନ୍ଦା ପହଞ୍ଚତ୍ ଯାଉଛି ବୋଲି ନିଜ ନାମ ଗୋପନ ରଖି ଜଣେ ଲିଜ୍‌ଧାରୀ କହିଛନ୍ତି। ଏଭଳି ବାଲି ଓ ମାଟି ଚାଲାଣ ଯୋଗୁ ଆମ ଖଣିଜ ସମ୍ପଦ ବିଲୁପ୍ତ ହେଉଛି ବୋଲି ଜିଲା ଓବିସି ସେଲ କଂଗ୍ରେସ ଅଧ୍ୟକ୍ଷ ମଳୟ ଦାସ, ବରିଷ୍ଠ ନେତା ରମାକାନ୍ତ ଦାଶ, ମାନସ ରଞ୍ଜନ ମହାନ୍ତି, ଧନେଶ୍ୱର ଦାସ, ଦିଲୀପ କୁମାର ସେଠୀ, ରବିନାରାୟଣ ମିଶ୍ର, ପ୍ରକାଶ ମହାନ୍ତି, ଜଗନ୍ନାଥ ମଳିକ ପ୍ରମୁଖ କହିଛନ୍ତି। ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ବିଶ୍ୱକପ ଜିତିବା ପାଇଁ ରୋହିତ ଶର୍ମାଙ୍କ ବଡ଼ ପ୍ଲାନ୍‌: ଶୁବମନ ଗିଲ୍‌ଙ୍କୁ ବିବାହ…

ନୂଆଦିଲ୍ଲୀ,୯।୧୧: ୨୦୨୭ ବିଶ୍ୱକପ ଜିତିବା ପାଇଁ ଯାହା କରିବାକୁ ପଡ଼ିବ, ସେ ସବୁ କରିବାକୁ ପ୍ରସ୍ତୁତ ରୋହିତ ଶର୍ମା। ଏପରିକି ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ…

ଅଧିକ ଫର୍ମ ଫିଲଅପ୍‌ ଫି’ ଆଦାୟ ଅଭିଯୋଗ: ପରଶୁରାମ ମହାବିଦ୍ୟାଳୟରେ ତେଜୁଛି ଛାତ୍ର ଅସନ୍ତୋଷ

ଖୋର୍ଦ୍ଧା, ୯।୧୧: ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଫର୍ମ ଫିଲଅପକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ। ଧାର୍ଯ୍ୟ ଦେୟଠାରୁ ଅଧିକ ଟଙ୍କା ଆଦାୟ କରାଯାଉଥିବା ଏବଂ ଆଦାୟ ଟଙ୍କାର…

ଚାଇନିଜ ଗୁପ୍ତଚରଙ୍କ ସହ ସମ୍ପର୍କ, ପତ୍ନୀଙ୍କ ସହ ବିଶ୍ୱାସଘାତକତା: AI ଚିପ କମ୍ପାନୀ ‘ଏନଭିଡିଆ’ (Nvidia) ର ମାଲିକଙ୍କ ବଡ଼ ସ୍ବୀକାରୋକ୍ତି

ବେଜିଂ,୯।୧୧: ବିଶ୍ୱର ଅନ୍ୟତମ ବୃହତ୍ତମ AI ଚିପ ନିର୍ମାତା କମ୍ପାନୀ ‘ଏନଭିଡିଆ’ (Nvidia) ର CEO ଜେନସେନ ହୁଆଙ୍ଗଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି।…

ବାଣ ଝୁଲରୁ ଲାଗିଲା ନିଆଁ, ଜଳିଗଲା ଘର: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

ଆଳି, ୯।୧୧ (ବନମାଳୀ ସେନାପତି): ବାଣ ଝୁଲରୁ ନିଆଁ ଲାଗି ଜଳିଯାଇଛି ଦୁଇ ବଖରା ଚାଳଘର। ଘରେ ଥିବା ଆସବାବପତ୍ର ସମେତ ସମସ୍ତ ଜିନିଷ ପୋଡ଼ି ପାଉଁଶ…

ନ୍ୟୁଜିଲାଣ୍ଡକୁ ଜୋରଦାର ଝଟ୍‌କା: ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ମଝିରେ ବାଦ୍‌ ପଡ଼ିଲେ ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳି

ନୂଆଦିଲ୍ଲୀ,୯।୧୧: ଭାରତ ବିପକ୍ଷ ଦିନିକିଆ ସିରିଜ ମଧ୍ୟରେ ନ୍ୟୁଜିଲାଣ୍ଡ ଦଳକୁ ଲାଗିଛି ବଡ଼ ଝଟକା। ଆହତ ସମସ୍ୟା ଯୋଗୁ ଦଳର ଦ୍ରୁତ ବୋଲର ଲକି ଫର୍ଗୁସନ ଚତୁର୍ଥ…

କ୍ୟାଚ ଧରିବା ପାଇଁ ଦୌଡ଼ିଲେ ୩ ଫିଲ୍ଡର: ପାକିସ୍ତାନୀ ଫିଲ୍ଡରଙ୍କ ହାସ୍ୟାସ୍ପଦ କାରନାମା

ନୂଆଦିଲ୍ଲୀ,୯।୧୧: ଭାରତ-ପାକିସ୍ତାନ ମ୍ୟାଚ୍‌ରେ ପୁଣି ଚର୍ଚ୍ଚାରେ ପାକିସ୍ତାନୀ ଫିଲ୍ଡିଂ। ଏକ ସହଜ କ୍ୟାଚ ଧରିବାକୁ ଯାଇ ୩ ଜଣ ଖେଳାଳି ଏପରି ଗୋଲମାଳ କଲେ ଯେ, ଶେଷରେ…

ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟରେ ରୋହିତ ଶର୍ମା, ଜାଣନ୍ତୁ କେତେ ନିକଟରେ ଅଛନ୍ତି ଏହି କ୍ରିକେଟର

ନୂଆଦିଲ୍ଲୀ,୯।୧୧: ଭାରତୀୟ ଦଳର ଜଣେ କିମ୍ବଦନ୍ତୀ ବ୍ୟାଟର ରୋହିତ ଶର୍ମା, ଦିନିକିଆ (ODI) କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଅଟନ୍ତି। ସେ ହେଉଛନ୍ତି ଏକମାତ୍ର ବ୍ୟାଟର…

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜକୁ ନେଇ ଆସିଲା ବଡ଼ ଖବର: ଦଳରେ ଯୋଗଦେବେ ୩ ଖେଳାଳି

ନୂଆଦିଲ୍ଲୀ,୯।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆର ପ୍ରସ୍ତୁତିକୁ ମଜଭୁତ କରିବେ ତିନି ଯୁବ ବୋଲର। ଅର୍ଶଦୀପ ସିଂହ, ଆକିବ ନବି ଓ ଗୁରନୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?