Posted inଜାତୀୟ

ବିହାରରେ ଚାଲିଛି ଚୋରା ମଦ ବେପାର: ନୀତିଶଙ୍କୁ ସବୁ ଜଣା ବୋଲି ଅଭିଯୋଗ କଲେ ଚିରାଗ

ପାଟନା, ୨୪।୧୦: ବିହାରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏନେଇ ଏଲ୍‌ଜେପି ମୁଖ୍ୟ ଚିରାଗ ପାସଓ୍ବାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଚିରାଗ କହିଛନ୍ତି ବିହାରରେ ଚୋରା ମଦ ବେପାର ଚାଲିଛି। ଏସମ୍ପର୍କରେ ନୀତିଶଙ୍କୁ ସବୁ ଜଣା। ମାତ୍ର ସେ ନୀରବ ରହୁଛନ୍ତି। ଚିରାଗ ଶନିବାର ଏନେଇ ଟୁଇଟ୍‌ କରିଛନ୍ତି। ରାଜ୍ୟରେ ନିଯୁକ୍ତି ସୁଯୋଗ ଅଭାବରୁ ଯୁବବର୍ଗ ଚୋରା ମଦ ବେପାରରେ ଲିପ୍ତ ରହିଛନ୍ତି। କେବଳ ମୁଖ୍ୟମନ୍ତ୍ରୀ ନୁହଁ ଏସମ୍ପର୍କରେ ଖବର ସବୁ ମନ୍ତ୍ରୀଙ୍କ ପାଖରେ ରହିଛି ବୋଲି ଚିରାଗ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ମଦ ବିକ୍ରି ଉପରେ କଡ଼କଣା ଜାରିକରି ଚୋରା ମଦବେପାରକୁ ବଢ଼ାଉଥିବା ସେ କହିଛନ୍ତି। ରାଜ୍ୟର ଯୁବବର୍ଗଙ୍କ ଭବିଷ୍ୟତ ଏହା ଦ୍ୱାରା ନଷ୍ଟ ହେଉଥିବା ଚିରାଗ ଟୁଇଟ୍‌ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟପାଳଙ୍କୁ ଅଟକାଇଲେ ଟିଏମ୍‌ସି ବିଧାୟକ

କୋଲକାତା,୯ା୩: ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ବଜେଟ ଅଧିବେଶନର ପ୍ରଥମ ଦିନରେ ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଥିଲା। ପୌର ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାକୁ ନେଇ ଭାଜପା...

ଭାଜପାକୁ ଝଟକା: ବିହାରରେ ଲାଗୁ ହେବ ନାହିଁ ଏନ୍‌ଆର୍‌ସି

ପାଟନା,୧୩।୧: ଭାଜପାର ବିହାର ସହଯୋଗୀ ଜେଡିୟୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିହାରରେ ଲାଗୁ ହେବାକୁ ମନା କରିଦେଇଛି। ଫଳରେ ଭାଜପାକୁ ଝଟକା ଲାଗିଛି। ସୋମବାର...

ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ଭାଇ ଅନିଲଙ୍କ ପରଲୋକ

ମୁମ୍ବାଇ, ୬।୧୦: ବଲିଉଡ୍‌ ସୁପର୍‌ଷ୍ଟାର୍‌ ଅଜୟ ଦେବଗନଙ୍କ ଭାଇ ଅନିଲ ଦେବଗନଙ୍କ ଦେହାନ୍ତ ହୋଇଛି। ନିଜେ ଅଜୟ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ତେବେ...

ନୂଆ ମନ୍ତ୍ରୀଙ୍କ ପାଇଁ ‘ଲକ୍ଷ୍ମଣ ରେଖା’ ଟାଣିଲେ ମୋଦି

ନୂଆଦିଲ୍ଲୀ,୮ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ସମ୍ପ୍ରସାରଣ ବୁଧବାର ହୋଇଯାଇଛି । ଗୁରୁବାର ନୂଆ ବିଭାଗ ଦାୟିତ୍ୱ ନେଉଥିବା ମନ୍ତ୍ରୀଙ୍କ ପାଇଁ କିନ୍ତୁ ମୋଦି...

ଆରଏସ୍‌ଏସ୍‌ର ହସ୍ତକ୍ଷେପ ଲୋଡିଲା ଶିବସେନା

ମୁମ୍ବାଇ,୫।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପା ଓ ଶିବସେନା ମଧ୍ୟରେ ଅଙ୍କକଷା ଚାଲିଛି। ଦୁଇ ଦଳ ମଧ୍ୟରେ ୫୦-୫୦ଫର୍ମୂଲାକୁ ନେଇ ଟଣାଉଟରା ଲାଗି ରହିଥିବା...

ବିନା ପେଟ୍ରୋଲ, ଡିଜେଲରେ ଚାଲୁଛି ଏହି ବାଇକ୍‌, ଜାଣନ୍ତୁ ଆଉ କ’ଣ ରହିଛି ସୁବିଧା

ଚେନ୍ନାଇ,୨୦ା୯: ପରିବେଶକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରିକ୍‌ ଗାଡ଼ିମୋଟର ସଂଖ୍ୟା ବଢ଼ିଚାଲିଛି। ସରକାର ମଧ୍ୟ ଇଲେକ୍ଟ୍ରିକ୍‌ ଯାନବାହନ ପ୍ରତି ବେଶ୍‌ ଗୁରୁତ୍ୱ ଦେଉଛନ୍ତି। ତାମିଲନାଡୁର ଜଣେ ଛାତ୍ର...

ମନ୍ଦିର ବାହାରେ କଟୁରି ଧରି ଗୋଡାଇଲେ ଆଇଆଇଟି ଗ୍ରାଜୁଏଟ୍‌

ଲକ୍ଷ୍ନୌ,୪।୪: ଉତ୍ତରପ୍ରଦେଶର ଗୋରଖନାଥ ମନ୍ଦିର ବାହାରେ ଜଣେ ଆଇଆଇଟି ଗ୍ରାଜୁଏଟ୍‌ ଏକ କଟୁରିରେ ଦୁଇ ପୋଲିସ କର୍ମୀଙ୍କୁ ଆକ୍ରମଣ କରିଛନ୍ତି। ଏଥିସହିତ ସେ ଧାର୍ମିକ ସ୍ଲୋଗାନ...

ହତାଶ କର୍ମୀଙ୍କୁ ଭରସା ଦେବେ ଶାହ

ନୂଆଦିଲ୍ଲୀ,୫ ।୫: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁରୁବାରଠାରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଯାତ୍ରାରେ ଯାଉଛନ୍ତି । ଗତବର୍ଷ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ...

Advertisement
Archives

Model This Week