Posted inଜାତୀୟ

ରାଜ୍ୟ ସଭାରେ ରାଗିଗଲେ ସ୍ମୃତି ଇରାନୀ, ବିରୋଧୀଙ୍କୁ ଦେଲେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୫।୭: ମଣିପୁର ହିଂସାକୁ ନେଇ ସଂସଦରେ ହଟ୍ଟଗୋଳ ବୁଧବାର ମଧ୍ୟ ଜାରି ରହିଛି। ବିରୋଧୀ ଦଳ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନୋଟିସ ଦେଇଛନ୍ତ। ଏହାକୁ ଲୋକ ସଭା ବାଚସ୍ପତି ଓମ ବିର୍ଲା ଗ୍ରହଣ କରିଛନ୍ତି। ମଣିପୁର ପ୍ରସଙ୍ଗରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବୃତ୍ତି ଦିଅନ୍ତୁ ବୋଲି ବିରୋଧୀ ଦାବି କରୁଛନ୍ତି। ବୁଧବାର କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ବିରୋଧୀଙ୍କ ହଟ୍ଟଗୋଳକୁ ନେଇ ବିରୋଧୀଙ୍କୁ କଡ଼ା ଟାର୍ଗେଟ୍‌ କରିଥିଲେ।
ରାଜ୍ୟ ସଭାରେ ପ୍ରଶ୍ନ କାଳରେ ବିରୋଧୀ ଦଳର ଏମ୍‌ପିମାନେ ମଣିପୁର ପ୍ରସଙ୍ଗରେ ସ୍ଲୋଗାନ ଦେଇଥିଲେ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ରାଗିଯାଇ ବିରୋଧୀଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ, ଯଦି ଆପଣଙ୍କର ସାହସ ଅଛି ତେବେ ରାଜସ୍ଥାନ, ଛତିଶଗଡ ଏବଂ ପଶ୍ଚିମବଙ୍ଗ ବିଷୟରେ ମଧ୍ୟ ଆଲୋଚନା କରନ୍ତୁ।
ଭାଜପା ଏମ୍‌ପି ତଥା ଆଥଲେଟ ପି.ଟି ଉଷା ରାଜ୍ୟ ସଭାରେ ଭାଷଣ ଦେଉଥିବାବେଳେ ବିରୋଧୀ ଦଳର ଏମ୍‌ପିମାନେ ‘ମଣିପୁର-ମଣିପୁର’ର ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହା ଦେଖି ସ୍ମୃତି ଇରାନୀ ବିରୋଧୀ ଏମ୍‌ପିମାନଙ୍କୁ ଭର୍ତ୍ସନା କରି କହିଛନ୍ତି, ଯେଉଁମାନେ ତାଙ୍କୁ ଅସୁବିଧାରେ ପକାଉଛନ୍ତି (ପିଟି ଉଷା), ସେମାନେ ଦେଶର ଗୌରବ ବଢାଇବାରେ ପିଟି ଉଷାଙ୍କ ଦୁଇ ତୃତୀୟାଂଶ ଅବଦାନ ମଧ୍ୟ ଦେଇ ନ ଥିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଖୋଲିବ SEBI କାର୍ଯ୍ୟାଳୟ

ଭୁବନେଶ୍ୱର,୧୮।୫: SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ SEBIର ଏକ ବ୍ରାଞ୍ଚ ଅଫିସ ଖୋଲିବା ନେଇ ସେ…

ସରକାରଙ୍କ ବଡ଼ ଘୋଷଣା; ମହିଳାଙ୍କୁ ମାସିକ ୩ ହଜାର, ୭ମ ବେତନ ଆୟୋଗ ଲାଗୁ, ମାଗଣା ବସ୍ ଯାତ୍ରା

କୋଲକାତା,୧୮।୫: ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର ତାଙ୍କର ଦ୍ୱିତୀୟ କ୍ୟାବିନେଟ୍ ବୈଠକରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି । ଏଥିରେ ମହିଳାମାନଙ୍କୁ ମାସିକ ୩ ହଜାର ଆର୍ଥିକ…

ମସ୍କଙ୍କ ବୟାନକୁ ନେଇ ସୋସିଆଲ ମିଡିଆରେ ହଇଚଇ, ଝିଅମାନଙ୍କ…

ନୂଆଦିଲ୍ଲୀ,୧୮।୫: ଏଲନ ମସ୍କ ପୁଣିଥରେ ନିଜ ବୟାନକୁ ନେଇ ଖବରର ଶିରୋନାମା ପାଲଟିଛନ୍ତି । ଏଥର ସେ ଇନଷ୍ଟାଗ୍ରାମକୁ “ଝିଅମାନଙ୍କ ପ୍ଲାଟଫର୍ମ” ବୋଲି କହି ଏକ ନୂତନ…

ଭୁବନେଶ୍ବରରେ ତେଲ ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା, କାଲିଠୁ….

ଭୁବନେଶ୍ବର,୧୮।୫: ରାଜ୍ୟରେ ତେଲ ସଂକଟ ଭିତରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ବୟାନ ସାମ୍ନାକୁ ଆସିଛି । ତୈଳ ସ୍ଥିତିକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା…

ଯୁକ୍ରେନ ଡ୍ରୋନ ମାଡ଼ରେ ମାଧବନ୍ଧର ଓଡ଼ିଆ ଯୁବକ ମୃତ, ଚାକିରି କରିବାକୁ ରୁଷିଆ ଯାଇଥିଲେ ରାମେୟା

ଚିକିଟି,୧୮।୫(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ମାଧବନ୍ଧ ଗ୍ରାମର ଜଣେ ଯୁବକ ଯୁକ୍ରେନର ଡ୍ରୋନ ମାଡ଼ରେ ପ୍ରାଣ ହରାଇଛନ୍ତି । ଶନିବାର ତାଙ୍କର…

୨୦ ଦିନରେ କୋଟି କୋଟି ଟଙ୍କାର ଶେୟାର କିଣିଲେ ଟ୍ରମ୍ପ, ଥରି ଉଠିଲା ଆମେରିକା

ଓ୍ବାଶିଂଟନ,୧୮।୫: ଏହି ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିମ୍ବା ତାଙ୍କ ପରାମର୍ଶଦାତାମାନେ ୩,୭୦୦ରୁ ଅଧିକ ଷ୍ଟକ ବାଣିଜ୍ୟ କରିଛନ୍ତି। ଏହି…

କୋଣାଦିତ୍ୟରେ ନବ ଆଳତି ପରମ୍ପରା

ପଦ୍ମକ୍ଷେତ୍ର କୋଣାର୍କଠାରେ ଅଭିନବ ଆଳତି ପରମ୍ପରା କଥା ପୂର୍ବ ସଂଖ୍ୟାରେ ଆମେ ଆଲୋଚନା କରିଥିଲେ। ତାହାର ଏକ ଚମତ୍କାର ଦିଗ ରହିଛି। ଭାରତରେ ଅନ୍ୟ କେଉଁ କ୍ଷେତ୍ର…

କ୍ରାଇମବ୍ରାଞ୍ଚ DGଙ୍କ ବଡ଼ ବୟାନ: ସୌମ୍ୟ ହତ୍ୟାର ସବୁ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର,୧୮।୫: କ୍ରାଇମବ୍ରାଞ୍ଚ DG ବିନୟତୋଷ ମିଶ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ସବୁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା DG ମିଶ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri