ସ୍ମଗ୍‌ ଖୁମ୍ବ

ଚଳିତ ବର୍ଷ ଅଗଷ୍ଟ ୨୩ ତାରିଖରେ ଦିଲ୍ଲୀର କନ୍ନଟପ୍ଲେସ୍‌ଠାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗୋଟିଏ ସ୍ମଗ୍‌ ଖୁମ୍ବର ଉଦ୍‌ଘାଟନ କରିଛନ୍ତି। ବାୟୁକୁ ପରିଷ୍କାର କରି ଏହାର ପ୍ରଦୂଷଣରୁ ସେହି ଅଞ୍ଚଳକୁ ମୁକ୍ତ ରଖିବା ପାଇଁ ଏହା ପ୍ରତିଷ୍ଠା କରାଯାଇଛି। ସ୍ମଗ୍‌ କ’ଣ ପ୍ରଥମେ ଜାଣିବା। ଦୁଇଟି ଇଂରାଜୀ ଶବ୍ଦ- ସ୍ମୋକ (ଧୂଅଁା) ଓ ଫଗ୍‌ (କୁହୁଡ଼ି)କୁ ଏକାଠି କରି ‘ସ୍ମୋଗ୍‌’ ଶବ୍ଦଟି ସୃଷ୍ଟି କରାଯାଇଛି। ଇଂଲଣ୍ଡର ଏଚ୍‌.ଏ. ଦେସ୍‌ ଭୋଏକ୍ସ ୧୯୦୫ରେ ପ୍ରଥମେ ଏହି ଶବ୍ଦ ବ୍ୟବହାର କରିଥିଲେ। ୧୯୦୯ରେ ଇଂଲଣ୍ଡର ଗ୍ଲାସ୍‌ଗୋ ଓ ଏଡିନ୍‌ବର୍ଗଠାରେ ସ୍ମଗ୍‌ ଯୋଗୁ ୧୦୦୦ରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। ୧୯୫୨ରେ ଲଣ୍ଡନଠାରେ ଭୟଙ୍କର ସ୍ମଗ୍‌ ଦେଖା ଦେଇଥିଲା। ଏହା ଏତେ ଘଞ୍ଚ ଥିଲା ଯେ ସହରର ରାସ୍ତା, ରେଳପଥ ଓ ବିମାନ ବନ୍ଦରକୁ ବନ୍ଦ କରିବାକୁ ପଡ଼ୁଥିଲା। ଦିନବେଳେ ମଧ୍ୟ କୌଣସି ଜିନିଷ ଦେଖାଯାଉ ନ ଥିଲା। ଏହାର ଫାଇଦା ନେଇ ଚୋରମାନେ ଅନେକ ଘର ଲୁଣ୍ଠନ କରିଥିଲେ। ଶ୍ୱାସକ୍ରିୟା କରିବାରେ ଲୋକମାନେ ଅସୁବିଧା ଭୋଗିଲେ। ଫୁସ୍‌ଫୁସୀୟ ରୋଗରେ ୪୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ। ଏହି ସମୟକୁ ‘ଗ୍ରେଟ୍‌ ସ୍ମଗ୍‌’ କୁହାଯାଇଥିଲା।
ବାସ୍ତବରେ ସ୍ମଗ୍‌ ହେଉଛି ଗୋଟିଏ ପ୍ରଦୂଷଣ। ଏହା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଏହାଯୋଗୁ ପାଖ ଜିନିଷ ମଧ୍ୟ ଦେଖିବାରେ ଅସୁବିଧା ହୋଇଥାଏ। ବିଂଶ ଶତାବ୍ଦୀର ଆରମ୍ଭରେ କଳକାରଖାନାରେ କୋଇଲା ଜଳିବା ଦ୍ୱାରା ସେଥିରୁ ଧୂଅଁା ବାହାରି ତାହା ଧୂଳି ସହିତ ମିଶି ସ୍ମଗ୍‌ ସୃଷ୍ଟି ହେଉଥିଲା। କିନ୍ତୁ ବର୍ତ୍ତମାନ ଶିଳ୍ପାଞ୍ଚଳ ବ୍ୟତୀତ ସହରାଞ୍ଚଳରେ ଏହା ଦେଖାଯାଉଛି। ସହରାଞ୍ଚଳରେ ଯାନବାହନରୁ ନିର୍ଗତ ଧୂଅଁା ଓ କ୍ଷୁଦ୍ର କଣିକା ଯୋଗୁ ଏହା ସୃଷ୍ଟି ହେଉଛି। ସାଧାରଣତଃ ଶୀତଦିନେ ପବନ ସ୍ଥିର ଥିବା ସମୟରେ ଏହା ଦେଖାଦେଇଥାଏ। ନଭେମ୍ବର ଓ ଡିସେମ୍ବର ମାସରେ ଗତ କେତେବର୍ଷ ଧରି ଦିଲ୍ଲୀରେ ଅତିମାତ୍ରାରେ ସ୍ମଗ୍‌ ସୃଷ୍ଟି ହେଉଛି। ଏଥିପାଇଁ ସରକାରଙ୍କୁ ସ୍କୁଲ ଓ କଲେଜ ବନ୍ଦ କରିବାକୁ ପଡ଼ୁଛି ଏବଂ ଯାନବାହନ ଚଳାଚଳ ଉପରେ ନିୟନ୍ତ୍ରଣ କରାଯାଉଛି। ଦିଲ୍ଲୀ ଆଖପାଖରେ ହରୟାଣା ଓ ଉତ୍ତରପ୍ରଦେଶରେ ଫସଲ ଅମଳ ପରେ ନଡ଼ାକୁ ପୋଡ଼ି ଦିଆଯାଉଥିବାରୁ ସେଥିରୁ ବାହାରୁଥିବା ଧୂଅଁା, ଯାନବାହନରୁ ନିର୍ଗତ ଧୂଅଁା ଓ ଧୂଳି ସହିତ ମିଶି ସ୍ମଗ୍‌ ସାଙ୍ଘାତିକ ରୂପ ନେଉଛି।
ଦୁଇ ପ୍ରକାର ସ୍ମଗ୍‌ ଦେଖାଯାଏ। ଏହା ହେଉଛି ଗନ୍ଧକୀୟ ସ୍ମଗ୍‌ ଓ ଆଲୋକ-ରାସାୟନିକ ସ୍ମଗ୍‌। ବାୟୁରେ ଅଧିକ ପରିମାଣର ସଲ୍‌ଫର ଅକ୍‌ସାଇଡ୍‌ ରହିଲେ ପ୍ରଥମ ପ୍ରକାର ସ୍ମଗ୍‌ ସୃଷ୍ଟି ହୁଏ। ତାପଜ ବିଦ୍ୟୁତ୍‌ କେନ୍ଦ୍ର ଓ ଅନ୍ୟ କଳକାରଖାନାରେ କୋଇଲା ଦହନ ପରେ ସଲ୍‌ଫର୍‌ ଅକ୍‌ସାଇଡ୍‌ ନିର୍ଗତ ହୋଇଥାଏ। ବାୟୁରେ ଯଦି ଧୂଳିକଣା ଥିବ କିମ୍ବା ବାୟୁ ଆର୍ଦ୍ର ହୋଇଥିବ, ତା’ହେଲେ ଏହି ପ୍ରକାର ସ୍ମଗ୍‌ ଅତି ସାଙ୍ଘାତିକ ହୋଇଥାଏ। ଏହା ପ୍ରଥମେ ଲଣ୍ଡନରେ ଦେଖା ଦେଇଥିବାରୁ ଏହାକୁ ‘ଲଣ୍ଡନ ସ୍ମଗ୍‌’ କୁହାଯାଏ।
ଆଲୋକ-ରାସାୟନିକ ସ୍ମଗ୍‌ ମୁଖ୍ୟତଃ ସହରାଞ୍ଚଳରେ ସୃଷ୍ଟି ହୋଇଥାଏ। ଏଥିପାଇଁ ଧୂଅଁା କିମ୍ବା କୁହୁଡ଼ିର ଆବଶ୍ୟକତା ନାହିଁ। ଗାଡ଼ିମୋଟରରୁ ନିର୍ଗତ ନାଇଟ୍ରୋଜେନ୍‌ ଅକ୍‌ସାଇଡ୍‌ ଓ ହାଇଡ୍ରୋକାର୍ବନ୍‌ ବାଷ୍ପ ହେଉଛି ଏହାର କାରଣ। ନିମ୍ନ ବାୟୁମଣ୍ଡଳରେ ସୂର୍ଯ୍ୟକିରଣ ଉପସ୍ଥିତିରେ ଆଲୋକ-ରାସାୟନିକ ପ୍ରତିକ୍ରିୟା ଦ୍ୱାରା ଏଥିରୁ ବିଷାକ୍ତ ଓଜୋନ୍‌ ଗ୍ୟାସ୍‌ ସୃଷ୍ଟି ହୋଇଥାଏ। ଓଜୋନ୍‌ ହେଉଛି ସ୍ବାସ୍ଥ୍ୟ ପକ୍ଷେ ଅତୀବ କ୍ଷତିକାରକ। ବାୟୁମଣ୍ଡଳର ଷ୍ଟ୍ରାଟୋସ୍ପିୟରରେ ଥିବା ଓଜୋନ୍‌ ସ୍ତରରେ ଥିବା ଓଜୋନ୍‌ ପୃଥିବୀକୁ ସୂର୍ଯ୍ୟ ରଶ୍ମିର କ୍ଷତିକାରକ ‘ଅତିବାଇଗଣି ରଶ୍ମି-ଖ’ ପ୍ରଭାବରୁ ରକ୍ଷା କରିଥାଏ। ଏହା ଆମ ପାଇଁ ହେଉଛି ଅତି ଦରକାରୀ, ମାତ୍ର ନିମ୍ନ-ବାୟୁମଣ୍ଡଳରେ ଥିବା ଓଜୋନ୍‌ ହେଉଛି ଆମ ପାଇଁ କ୍ଷତିକାରକ। ଏହି ସ୍ମଗ୍‌ ଯୋଗୁ ଆକାଶ ଧୂସର ରଙ୍ଗ ଦେଖାଯାଏ, ଆଖି ପୋଡ଼େ ଏବଂ ଶ୍ୱାସକ୍ରିୟାରେ କଷ୍ଟ ହୁଏ। ଯୁକ୍ତରାଷ୍ଟ୍ର ଆମେରିକାର ଲସ୍‌ ଏଞ୍ଜେଲ୍‌ସ ସହରରେ ଏହାକୁ ପ୍ରଥମେ ଚିହ୍ନଟ କରାଯାଇଥିବାରୁ ଏହାକୁ ‘ଲସ୍‌ ଏଞ୍ଜେଲ୍‌ସ ସ୍ମଗ୍‌’ କୁହାଯାଏ।
ସ୍ମଗ୍‌ ଯୋଗୁ ଶ୍ୱାସକ୍ରିୟାରେ କଷ୍ଟ ହୋଇଥାଏ, ଆଖି ପୋଡ଼ିଥାଏ, ଆଜ୍‌ମା, ମୁଣ୍ଡବ୍ୟଥା ଓ ଫୁସ୍‌ଫୁସୀୟ ରୋଗ ହୋଇଥାଏ। ଏହା ଯୋଗୁ ଅନେକ ମୋଟର ଦୁର୍ଘଟଣା ହୋଇଥାଏ ଏବଂ ଏହା ମଧ୍ୟ ଉଦ୍ଭିଦର ବୃଦ୍ଧିରେ ବାଧା ପହଞ୍ଚାଇଥାଏ। ଏଥିପାଇଁ ସହରାଞ୍ଚଳରେ ସ୍ମଗ୍‌ରୁ ରକ୍ଷା ପାଇବା ପାଇଁ ଉପାୟ କରାଯାଉଛି। ସ୍ମଗ୍‌ ଖୁମ୍ବ (ଟାଓ୍ବାର) ହେଉଛି ଗୋଟିଏ ଉପାୟ। ଏହାକୁ ବଡ଼ ଆକାରରେ ‘ବାୟୁ ପରିଷ୍କାର’ ମଧ୍ୟ କୁହାଯାଇପାରିବ।
ସ୍ମଗ୍‌ ଖୁମ୍ବ ବାୟୁ ଆୟନୀକରଣ ପଦ୍ଧତିରେ କାର୍ଯ୍ୟ କରିଥାଏ ଏବଂ ପିଏମ୍‌-୨.୫ କଣିକାକୁ ବାହାର କରିଦେଇଥାଏ। ଏହି ଖୁମ୍ବ ଭିତରେ ଗୋଟିଏ ପରିସ୍ରାବକ (ଫିଲ୍‌ଟର) ଥାଏ ଏବଂ ଏହା ମଧ୍ୟଦେଇ ଦୂଷିତ ବାୟୁ ପ୍ରବେଶ କଲେ ତାହା ଛାଣିହୋଇ ସେଥିରୁ ପରିଷ୍କାର ବାୟୁ ବାହାରିଥାଏ। ନେଦରଲାଣ୍ଡସର ଡାନ୍‌ ରୁଜଗାର୍ବେ ୨୦୧୭ରେ ଚାଇନାର ବେଜିଂ ସହର ପାଇଁ ପ୍ରଥମ ସ୍ମଗ୍‌ ଖୁମ୍ବ ନିର୍ମାଣ କରିଥିଲେ। ଚାଇନାର ଜିଆନ୍‌ ସହରରେ ୧୦୦ ମିଟର ଉଚ୍ଚର ଏକ ସ୍ମଗ୍‌ ଖୁମ୍ବ କାର୍ଯ୍ୟ କରୁଛି।
ଦିଲ୍ଲୀଠାରେ ଭାରତର ପ୍ରଥ ସ୍ମଗ୍‌ ଖୁମ୍ବ ଅଗଷ୍ଟରେ ସ୍ଥାପିତ ହୋଇଛି। ଏହାର ଉଚ୍ଚତା ହେଉଛି ୨୪ ମିଟର (ଆଠ ମହଲା ବିଶିଷ୍ଟ କୋଠାର ଉଚ୍ଚତା ସହ ସମାନ)। ଏହାର ତଳେ ୪୦ଟି ପଙ୍ଖା ଅଛି ଏବଂ ପ୍ରତ୍ୟେକ ପଙ୍ଖା ପ୍ରତି ସେକେଣ୍ଡରେ ୨୫ ଘନମିଟର ବାୟୁ ଡିସ୍‌ଚାର୍ଜ କରିଥାଏ। ଖୁମ୍ବ ଭିତରେ ଦୁଇଟି ସ୍ତରରେ ୫୦୦୦ ଫିଲ୍‌ଟର ଅଛି। ପଙ୍ଖା ଓ ଫିଲ୍‌ଟର ଯୁକ୍ତରାଷ୍ଟ୍ର ଆମେରିକାରୁ ଆମଦାନୀ କରାଯାଇଛି। ପ୍ରଦୂଷିତ ବାୟୁ ଖୁମ୍ବର ଉପର ଭାଗରେ ପ୍ରବେଶ କରେ ଏବଂ ପରିଷ୍କାର ବାୟୁ ଏହାର ତଳ ଭାଗରୁ ବାହାରିଯାଏ। ଖୁମ୍ବର ତଳ ଭାଗରେ ପଙ୍ଖାଗୁଡ଼ିକ ଚାଲିଲେ ଖୁମ୍ବ ଭିତରେ ଋଣାତ୍ମକ ଚାପ ସୃଷ୍ଟି ହୁଏ। ଏହାଫଳରେ ଉପରୁ ବାୟୁ ତଳ ଆଡ଼କୁ ଆସିଥାଏ। ଫିଲ୍‌ଟର ୦.୩ ମାଇକ୍ରନ୍‌ରୁ ଅଧିକ ଆକାରର କଣିକାକୁ ଛାଣି କରି ରଖିଥାଏ। ଏହାକୁ ଯୁକ୍ତରାଷ୍ଟ୍ର ଆମେରିକାର ମିନେସୋଟା ବିଶ୍ୱବିଦ୍ୟାଳୟ ଏବଂ ବମ୍ବେ ଆଇଆଇଟି ମିଶି ବିକଶିତ କରିଛନ୍ତି। ଡିଜାଇନ୍‌ ଅନୁଯାୟୀ ଏହି ଖୁମ୍ବ ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳର ବାୟୁକୁ ପରିଷ୍କାର କରିପାରିବ। ଏହାପରେ ଦିଲ୍ଲୀରେ ଅନ୍ୟ ତିନୋଟି ସ୍ଥାନରେ ଏହି ଖୁମ୍ବ ସ୍ଥାପନ କରାଯିବା ପାଇଁ ସ୍ଥିର କରାଯାଇଛି।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ-୧ ଭୁବନେଶ୍ୱର-୭୫୧୦୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?