ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ ଭିକ୍ଷୁକମାନେ ବସୁ ନାହାନ୍ତି, ତଥାପି ଏବେ ବି ଅନେକ ସ୍ଥାନରେ ଭିକାରୀ ଭିକ୍ଷାବୃତ୍ତି କରୁଥିବା ଦେଖାଯାଉଛି। ସେହିପରି ସହରରେ ବଞ୍ଜାରାମାନଙ୍କର ପ୍ରାର୍ଦୁଭାବ ଲୋପ କରିବା ପାଇଁ ବିଏମ୍‌ସି ଓ କମିଶନରରେଟ୍‌ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ଏହି କ୍ରମରେ ବଞ୍ଜାରାମାନଙ୍କୁ ଭିକ୍ଷାବୃତ୍ତିରୁ ବାରଣ କରିବା ସହ ନିଜନିଜ ରାଜ୍ୟକୁ ଫେରିଯିବା ପାଇଁ ତାଗିଦ୍‌ କରାଯାଇଥିଲା। ତେବେ ପ୍ରାୟ ୨ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ଦୁଇ ଅଭିଯାନ ଏବେ ଦିଗହରା ହୋଇପଡିଛି। ସହରର ବିଭିନ୍ନ ଅଞ୍ଚଳରେ ଲୋକମାନେ ଭିକ୍ଷାବୃତ୍ତି କରୁଥିବାବେଳେ ପଟିଆ, ମାଷ୍ଟରକ୍ୟାଣ୍ଟିନ, ଖଣ୍ଡଗିରି, ରସୁଲଗଡ, ଜୟଦେବ ବିହାର ଭଳି ମୁଖ୍ୟ ରାସ୍ତା ଏବଂ ଓଭରବ୍ରିଜ୍‌ ତଳେ ବଞ୍ଜାରାମାନଙ୍କୁ ଦେଖିବାକୁ ମିଳୁଛି। ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଭଳି ରାଜ୍ୟରୁ ଆସି ଏଠାରେ ଆସ୍ଥାନ ଜମାଉଛନ୍ତି। ପିଲାଙ୍କୁ ଭିକ୍ଷାବୃତ୍ତିରେ ଲଗାଇ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରିବା ସହ ଆଖପାଖ ଅଞ୍ଚଳ ଅପରିଷ୍କାର କରୁଛନ୍ତି। ଏପରିକି ଏଭଳି ପ୍ରଚଣ୍ଡ ଖରାରେ ମଧ୍ୟ ଛୋଟଛୋଟ କୋମଳମତି ଶିଶୁଙ୍କୁ ଧରି ମହିଳାମାନେ ଭିକ୍ଷା ମାଗୁଥିବା ଦେଖିବାକୁ ମିଳୁଛି। କିଛି ପଇସା ପାଇଁ ଛୋଟ ପିଲାଙ୍କ ଜୀବନ ବାଜିରେ ଲଗାଇବାକୁ ଏମାନେ ପଛାଉ ନାହାନ୍ତି। କେବଳ ସେତିକି ନୁହେଁ, କିନ୍ନରମାନଙ୍କୁ ଭିକ୍ଷାବୃତ୍ତିରୁ ଦୂରେଇ ରଖିବା ପାଇଁ ହେଉଥିବା ବିଭିନ୍ନ ଯୋଜନା ମଧ୍ୟ ଏକ ପ୍ରକାର ଫେଲ୍‌ ମାରିଛି। ଭିକ୍ଷାବୃତ୍ତି କରୁଥିବା କିନ୍ନରମାନଙ୍କୁ ଥଇଥାନ କରିବା ଏବଂ ସେମାନଙ୍କ ଦକ୍ଷତା ବିକାଶ କରିବା ପାଇଁ ବିଏମ୍‌ସି କରିଥିବା ଯୋଜନା ଏବେ ମଧ୍ୟ ନାଲି ଫିତା ତଳେ ଚାପିହୋଇ ରହିଛି। ଫଳରେ କିଛିଜଣଙ୍କୁ ଛାଡିଦେଲେ ଅନେକ କିନ୍ନର ସହରର ବିଭିନ୍ନ ପାର୍କ, ମାର୍କେଟ୍‌ ଆଦି ଅଞ୍ଚଳରେ ଭିକ୍ଷାବୃତ୍ତି କରୁଥିବା ଦେଖାଯାଉଛି। ଯାହାଦ୍ୱାରା ସ୍ମାର୍ଟସିଟିର ଛବି ମଳିନ ହେଉଛି।
ବିଏମ୍‌ସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭିକାରୀଙ୍କ ପାଇଁ ସହରର ୩ଟି ସ୍ଥାନରେ ୫ଟି ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି। ମହିଳା ଓ ଛୋଟପିଲାଙ୍କ ପାଇଁ ନୀଳାଦ୍ରୀ ବିହାରରେ ସ୍ବତନ୍ତ୍ର ଆଶ୍ରୟସ୍ଥଳ ନିର୍ମିତ ହୋଇଛି। ବିଭିନ୍ନ ଅଞ୍ଚଳରୁ ଭିକାରୀମାନଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳରେ ରଖିବା ତଥା ସେମାନଙ୍କର ଯତ୍ନ ନେବାପାଇଁ ୩ଟି ସ୍ବେଚ୍ଛାସେବୀ ସଂସ୍ଥା ‘ବିକାଶ’, ‘ବିଜେଏସ୍‌ଏସ୍‌’ ଏବଂ ‘ଓଡ଼ିଶା ପତିତ ଉଦ୍ଧାର ସମିତି’କୁ ନିୟୋଜିତ କରାଯାଇଛି। ସେହିପରି ବଞ୍ଜାରାମାନଙ୍କ ପାଇଁ ଯେପରି କୌଣସି ସମସ୍ୟା ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ଭିକ୍ଷୁକ ବସୁଥିବାର ଖବର ମିଳିଲେ, ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ସେଠାକୁ ଯାଇ ତାଙ୍କୁ ଆଶ୍ରୟସ୍ଥଳକୁ ଆଣୁଛନ୍ତି। ତେବେ ଅଧିକାଂଶ ସମୟରେ ଦେଖା ଯାଉଛି ଯେ ଭିକାରିମାନେ କାହାକୁ କିଛି ନ କହି ହଠାତ୍‌ ଚାଲି ଯାଉଛନ୍ତି। ତେଣୁ ଭୁବନେଶ୍ୱରକୁ ଭିକ୍ଷୁକମୁକ୍ତ କରିବାରେ କିଛିଟା ସମସ୍ୟା ଦେଖା ଦେଉଛି। ତେବେ ଗତ ୩ବର୍ଷ ମଧ୍ୟରେ ବିଏମ୍‌ସି ୬ଶହ ଭିକାରୀଙ୍କୁ ସେମାନଙ୍କ ପରିବାର ସହିତ ମିଶାଇବାରେ ସଫଳ ହୋଇଥିବା ସେ ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri