ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ ଭିକ୍ଷୁକମାନେ ବସୁ ନାହାନ୍ତି, ତଥାପି ଏବେ ବି ଅନେକ ସ୍ଥାନରେ ଭିକାରୀ ଭିକ୍ଷାବୃତ୍ତି କରୁଥିବା ଦେଖାଯାଉଛି। ସେହିପରି ସହରରେ ବଞ୍ଜାରାମାନଙ୍କର ପ୍ରାର୍ଦୁଭାବ ଲୋପ କରିବା ପାଇଁ ବିଏମ୍‌ସି ଓ କମିଶନରରେଟ୍‌ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ଏହି କ୍ରମରେ ବଞ୍ଜାରାମାନଙ୍କୁ ଭିକ୍ଷାବୃତ୍ତିରୁ ବାରଣ କରିବା ସହ ନିଜନିଜ ରାଜ୍ୟକୁ ଫେରିଯିବା ପାଇଁ ତାଗିଦ୍‌ କରାଯାଇଥିଲା। ତେବେ ପ୍ରାୟ ୨ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ଦୁଇ ଅଭିଯାନ ଏବେ ଦିଗହରା ହୋଇପଡିଛି। ସହରର ବିଭିନ୍ନ ଅଞ୍ଚଳରେ ଲୋକମାନେ ଭିକ୍ଷାବୃତ୍ତି କରୁଥିବାବେଳେ ପଟିଆ, ମାଷ୍ଟରକ୍ୟାଣ୍ଟିନ, ଖଣ୍ଡଗିରି, ରସୁଲଗଡ, ଜୟଦେବ ବିହାର ଭଳି ମୁଖ୍ୟ ରାସ୍ତା ଏବଂ ଓଭରବ୍ରିଜ୍‌ ତଳେ ବଞ୍ଜାରାମାନଙ୍କୁ ଦେଖିବାକୁ ମିଳୁଛି। ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଭଳି ରାଜ୍ୟରୁ ଆସି ଏଠାରେ ଆସ୍ଥାନ ଜମାଉଛନ୍ତି। ପିଲାଙ୍କୁ ଭିକ୍ଷାବୃତ୍ତିରେ ଲଗାଇ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରିବା ସହ ଆଖପାଖ ଅଞ୍ଚଳ ଅପରିଷ୍କାର କରୁଛନ୍ତି। ଏପରିକି ଏଭଳି ପ୍ରଚଣ୍ଡ ଖରାରେ ମଧ୍ୟ ଛୋଟଛୋଟ କୋମଳମତି ଶିଶୁଙ୍କୁ ଧରି ମହିଳାମାନେ ଭିକ୍ଷା ମାଗୁଥିବା ଦେଖିବାକୁ ମିଳୁଛି। କିଛି ପଇସା ପାଇଁ ଛୋଟ ପିଲାଙ୍କ ଜୀବନ ବାଜିରେ ଲଗାଇବାକୁ ଏମାନେ ପଛାଉ ନାହାନ୍ତି। କେବଳ ସେତିକି ନୁହେଁ, କିନ୍ନରମାନଙ୍କୁ ଭିକ୍ଷାବୃତ୍ତିରୁ ଦୂରେଇ ରଖିବା ପାଇଁ ହେଉଥିବା ବିଭିନ୍ନ ଯୋଜନା ମଧ୍ୟ ଏକ ପ୍ରକାର ଫେଲ୍‌ ମାରିଛି। ଭିକ୍ଷାବୃତ୍ତି କରୁଥିବା କିନ୍ନରମାନଙ୍କୁ ଥଇଥାନ କରିବା ଏବଂ ସେମାନଙ୍କ ଦକ୍ଷତା ବିକାଶ କରିବା ପାଇଁ ବିଏମ୍‌ସି କରିଥିବା ଯୋଜନା ଏବେ ମଧ୍ୟ ନାଲି ଫିତା ତଳେ ଚାପିହୋଇ ରହିଛି। ଫଳରେ କିଛିଜଣଙ୍କୁ ଛାଡିଦେଲେ ଅନେକ କିନ୍ନର ସହରର ବିଭିନ୍ନ ପାର୍କ, ମାର୍କେଟ୍‌ ଆଦି ଅଞ୍ଚଳରେ ଭିକ୍ଷାବୃତ୍ତି କରୁଥିବା ଦେଖାଯାଉଛି। ଯାହାଦ୍ୱାରା ସ୍ମାର୍ଟସିଟିର ଛବି ମଳିନ ହେଉଛି।
ବିଏମ୍‌ସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭିକାରୀଙ୍କ ପାଇଁ ସହରର ୩ଟି ସ୍ଥାନରେ ୫ଟି ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି। ମହିଳା ଓ ଛୋଟପିଲାଙ୍କ ପାଇଁ ନୀଳାଦ୍ରୀ ବିହାରରେ ସ୍ବତନ୍ତ୍ର ଆଶ୍ରୟସ୍ଥଳ ନିର୍ମିତ ହୋଇଛି। ବିଭିନ୍ନ ଅଞ୍ଚଳରୁ ଭିକାରୀମାନଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳରେ ରଖିବା ତଥା ସେମାନଙ୍କର ଯତ୍ନ ନେବାପାଇଁ ୩ଟି ସ୍ବେଚ୍ଛାସେବୀ ସଂସ୍ଥା ‘ବିକାଶ’, ‘ବିଜେଏସ୍‌ଏସ୍‌’ ଏବଂ ‘ଓଡ଼ିଶା ପତିତ ଉଦ୍ଧାର ସମିତି’କୁ ନିୟୋଜିତ କରାଯାଇଛି। ସେହିପରି ବଞ୍ଜାରାମାନଙ୍କ ପାଇଁ ଯେପରି କୌଣସି ସମସ୍ୟା ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ଭିକ୍ଷୁକ ବସୁଥିବାର ଖବର ମିଳିଲେ, ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ସେଠାକୁ ଯାଇ ତାଙ୍କୁ ଆଶ୍ରୟସ୍ଥଳକୁ ଆଣୁଛନ୍ତି। ତେବେ ଅଧିକାଂଶ ସମୟରେ ଦେଖା ଯାଉଛି ଯେ ଭିକାରିମାନେ କାହାକୁ କିଛି ନ କହି ହଠାତ୍‌ ଚାଲି ଯାଉଛନ୍ତି। ତେଣୁ ଭୁବନେଶ୍ୱରକୁ ଭିକ୍ଷୁକମୁକ୍ତ କରିବାରେ କିଛିଟା ସମସ୍ୟା ଦେଖା ଦେଉଛି। ତେବେ ଗତ ୩ବର୍ଷ ମଧ୍ୟରେ ବିଏମ୍‌ସି ୬ଶହ ଭିକାରୀଙ୍କୁ ସେମାନଙ୍କ ପରିବାର ସହିତ ମିଶାଇବାରେ ସଫଳ ହୋଇଥିବା ସେ ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?