ଯୋଜନାରେ ସୀମିତ ସ୍ମାର୍ଟ ପ୍ରକଳ୍ପ

ଭୁବନେଶ୍ୱର,୧୯ା୯ (ବ୍ୟୁରୋ): ଗତ ୨୦୧୬ ଜାନୁୟାରୀ ମାସରେ ଭୁବନେଶ୍ୱରକୁ ଦେଶର ସ୍ମାର୍ଟସିଟି ମାନ୍ୟତା ମିଳିଥିଲା। ହେଲେ ସ୍ମାଟସିଟିର ସ୍ମାର୍ଟ ପ୍ରକଳ୍ପ ଆଜିଯାଏ ଅପହଞ୍ଚ। ପ୍ରଥମେ ହକି ବିଶ୍ୱକପ୍‌ ପରେ ବାତ୍ୟା ଫନୀ ଓ ଏବେ କରୋନା ପାଇଁ ଅଧାପନ୍ତରିଆ ପଡ଼ିଛି ସ୍ମାର୍ଟ ପ୍ରକଳ୍ପ। କେବଳ ଟଣା ଓଟରା, ଖୋଳା ପୋତାରେ ସମୟ କଟୁଛି ପଛେ ସ୍ମାର୍ଟସିଟି ସ୍ମାର୍ଟ ପ୍ରକଳ୍ପର ଚିହ୍ନ ବର୍ଣ୍ଣ ମିଳୁନାହିଁ। ସେ ସ୍ମାର୍ଟ ଜନପଥ ହେଉ କିମ୍ବା ମାଗଣା ୱାଇଫାଇ ସେବା, ଲେକ୍‌ ଜୋନ୍‌ କିମ୍ବା ବହୁତଳ ମଲ୍ଟି ତଥା ସ୍ମାର୍ଟ ପାର୍କିଂ ବ୍ୟବସ୍ଥା ହେଉ ସ୍ମାର୍ଟସିଟିର ସ୍ମାର୍ଟ ଲୋକଙ୍କ ପାଖରେ ତାହା ଏବେ ବି ଅପହଞ୍ଚ। ଦିନ ପରେ ଦିନ ବିତୁଥିବାବେଳେ ସ୍ମାର୍ଟସିଟିର ଯୋଜାନଗୁଡ଼ିକ କେବଳ ଯୋଜନାରେ ହିଁ ସୀମିତ ଥିବା ପରିଲିକ୍ଷିତ ହେଉଛି।
ଭୁବନେଶ୍ବରକୁ ସ୍ମାର୍ଟ ସିଟି ଘୋଷଣା ହେବାର ପାଖାପାଖି ୫ ବର୍ଷ ବିତିଗଲାଣି। ହେଲେ ରାଜଧାନୀବାସୀ ଏପର୍ଯ୍ୟନ୍ତ ତାହାର ଅନୁଭବ କରିପାରିଲେନି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଲୋକଙ୍କୁ ହାତପାହନ୍ତାରେ ସ୍ମାର୍ଟ ସୁବିଧା ଯୋଗାଇଦେବା ପାଇଁ ସ୍ମାର୍ଟ କିଓସ୍କକୁ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିଲା। ହେଲେ ନା ଲୋକମାନେ ତା’ର ବ୍ୟବହାର ଜାଣିଲେ, ନା ତାହା ବ୍ୟବହୃତ ହୋଇପାରିଲା। ସବୁ ପେମେଣ୍ଟଠାରୁ ଆରମ୍ଭ କରି ହାତପାହାନ୍ତାରେ ସେବା ଯୋଗାଇବା ପାଇଁ ସହରର ପାଖାପାଖି ୨୫ ସ୍ଥାନରେ ଏହି କିଓସ୍କ ରଖାଯାଇଛି। ହେଲେ ସେଗୁଡ଼ିକ ଏବେ ଖତ ଖାଉଥିବାର ନଜରକୁ ଆସୁଛି। ସେହିପରି କୋଟି କୋଟି ଟଙ୍କା ଖର୍ଚ୍ଚରେ ରାଜଧାନୀରେ ସ୍ମାର୍ଟ ପାର୍କ, ସ୍ମାର୍ଟ ଜନପଥ ଓ ମାଗଣା ଓ୍ବାଇ ଫାଇ ସେବା ଯୋଗାଇବା ପ୍ରକଳ୍ପର ବିକାଶ କାର୍ଯ୍ୟ ଜାରି ରହିଛି। ହେଲେ ଏଯାବତ୍‌ ସରିପାରୁ ନାହିଁ। ଗତ ୪ବର୍ଷ ହେବ ସ୍ମାର୍ଟ ଜନପଥର କାର୍ଯ୍ୟ ଯେମିତି ମନ୍ଥର ଗତିରେ ଚାଲିଛି ତାହା ସରିବାକୁ ଆହୁରି ୨ ବର୍ଷ ଲାଗିବ ବୋଲି ବୁଦ୍ଧିଜୀବୀମାନେ ଆଶା ପ୍ରକାଶ କରିଛନ୍ତି।
ଗତ କିଛିଦିନ ତଳେ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ର ସ୍ମାର୍ଟସିଟି ଆଡଭାଇଜରି ଫୋରମ୍‌ (ଉପଦେଷ୍ଟା ଫୋରମ୍‌)ର ଏନେଇ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁଥିରେ କି ମୁଖ୍ୟତଃ ଅଧାପନ୍ତରିଆ ଥିବା ସ୍ମାର୍ଟସିଟି କାର୍ଯ୍ୟ ଓ ପଛରେ ଥିବା ସ୍ମାର୍ଟସିଟି କାର୍ଯ୍ୟ ଉପରେ ବିସ୍ତୃତ୍ୱ ଆଲୋଚନା ହୋଇଥିବା ଜଣାପଡ଼ିଛି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ବହୁ ପ୍ରକଳ୍ପ କାମ ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ ହେବ। ସ୍ମାର୍ଟ ଜନପଥ କାମରୁ ଆରମ୍ଭ କରି ବହୁତଳ କାର୍‌ ପାର୍କିଂ କାମ ମାର୍ଚ୍ଚ ସୁଦ୍ଧା ଶେଷ କରିବୁ ବୋଲି ବିଏସ୍‌ସିଏଲ୍‌ ମହାପ୍ରବନ୍ଧକ ଅଶ୍ବିନୀ ବିଶ୍ବାଳ କହିଛନ୍ତି। ସେହିପରି କରୋନା ଯୋଗୁ କାମ ପ୍ରଭାବିତ ହୋଇଥିଲେ ହେଁ ଏବେ ପୂର୍ବାପେକ୍ଷା ଜୋରରେ କାମ ଚାଲିଛି। ଆସନ୍ତା ମାସ ମଧ୍ୟରେ ବହୁ କାମ ଶେଷ ହୋଇଯିବ। କିନ୍ତୁ କାମ ୨୦୨୧ ଶେଷ ସୁଦ୍ଧା ସରିବ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ୨୦୧୮ ଶେଷରେ ହକି ବିଶ୍ୱକପ୍‌, ୨୦୧୯ରେ ବାତ୍ୟା ଫନି, ପରେ ସାଧାରଣ ନିର୍ବାଚନ ଓ ଶେଷରେ ଗତ ମାର୍ଚ୍ଚ ମାସରୁ କରୋନା ଜନିତ ଲକ୍‌ଡାଉନ୍‌ ଯୋଗୁଁ ବିକାଶ କାର୍ଯ୍ୟ ବନ୍ଦ ରହିଥିବା ସ୍ମାର୍ଟସିଟିର ଜନୈକ ଅଧିକାରୀ କହିଛନ୍ତି। ସବୁ କାମ ଧାର୍ଯ୍ୟ ସମୟ ଠାରୁ ବିଳମ୍ବରେ ଚାଲିଛି। ତେଣୁ ସବୁ ପ୍ରକଳ୍ପ ଅବଧି ତିନି ମାସ ଲେଖାଏଁ ବଢ଼ାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ ସାରିବାକୁ ବିଏସ୍‌ସିଏଲ୍‌ ଉଦ୍ୟମ୍‌ କରୁଛି, ହେଲେ ସୀମିତ ଲୋକବଳ ସହ ମହାମାରୀ ପାଇଁ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସରିବା ନେଇ ଅନିଶ୍ଚିତତା ଦେଖାଦେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?