ଖାଉଟିଙ୍କୁ ଠକୁଛି ସ୍ମାର୍ଟ ପଏଣ୍ଟ

ମାଲକାନଗିରି,୨୫ା୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦରରେ ଥିବା ସ୍ମାର୍ଟ ପଏଣ୍ଟ ଦୋକାନ ନିର୍ଦ୍ଧାରିତ ଦରଠାରୁ ଅଧିକ ନେଇ ଠକୁଥିବା ଅଭିଯୋଗ ଆଣିଲେ ଜଣେ ଗ୍ରାହକ।
ସୂଚନା ଅନୁଯାୟୀ, ଜିଲା ସଦର ମହକୁମା ସୁକୁମା ବାଇପାସ୍‌ ଛକ ନିକଟରେ ରିଲିଆନ୍ସ ସ୍ମାର୍ଟ ପଏଣ୍ଟ ନାମକ ଦୋକାନ ଥିବାବେଳେ ଏଠାରେ ପ୍ରତିିଦିନ ଗ୍ରାହକ ବିଭିନ୍ନ ସାମଗ୍ରୀ କିଣିଥାନ୍ତି। ତେବେ ଏହି ଗୋଟିଏ ସ୍ଥାନରେ ଅନେକ ସାମଗ୍ରୀ ଉପଲବ୍ଧ ଥିବାରୁ ଅଧିକରୁ ଅଧିକ ଗ୍ରାହକ ଏଠାକୁ ଯାଉଥିବା ବେଳେ କୋରୁକୋଣ୍ଡା ବ୍ଲକର ହିମାଂଶୁ ଭୂଷଣ ଜେଠୀ ଏହି ଦୋକାନରୁ ବିଭିନ୍ନ ସାମଗ୍ରୀ କିଣିଥିଲେ। ତେବେ ଜେଠୀ ସାମଗ୍ରୀ କିଣି ଅର୍ଥ ମଧ୍ୟ ଦେଇଥିଲେ। କିନ୍ତୁ ଘରକୁ ଆସି ଜେଠୀ ରସିଦ ଯାଞ୍ଚ କରିବା ବେଳେ ସେ କିଣିଥିବା ଏକ ସାମଗ୍ରୀରେ ତାଙ୍କଠାରୁ ଅଧିକ ଦର ନେଇଥିବା ରସିଦରେ ଦେଖିବାକୁ ପାଇଥିଲେ। ଯେଉଁଥିରେ ଉକ୍ତ ସାମଗ୍ରୀରେ ଲେଖା ରହିଥିବା ଦରଠାରୁ ଅଧିକ ନେଇଥିବା ସେ ଜାଣିବା ପରେ ଏନେଇ ସେ ଖାଉଟି ଅଦାଲତର ଦ୍ୱାରସ୍ଥ ହେବାକୁ ନିଷ୍ପତି ନେଇଥିବା କହିିଛନ୍ତି। ତେବେ ଜେଠୀ ସେଠାରୁ ଏକ ଲୁଣ ପ୍ୟାକେଟ କିଣିଥିବା ବେଳେ ଏହାର ଦର ୨୫ ଟଙ୍କା ଲେଖା ଥିଲା, ଯାହାକୁ ଉକ୍ତ ସ୍ମାର୍ଟ ପଏଣ୍ଟର କର୍ମଚାରୀ ୨୬ଟଙ୍କା ୪୬ ପଇସା ବିଲ କରି ତାଙ୍କଠାରୁ ନେଇଥିଲେ। ଏନେଇ ସ୍ମାର୍ଟ ପଏଣ୍ଟର ଉକ୍ତ କର୍ମଚାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଏହା ଭୁଲ ବଶତଃ ହୋଇଯାଇଛି। ଗ୍ରାହକ ଆସିଲେ ତାଙ୍କ ଠାରୁ ନେଇଥିବା ଅଧିକ ଅର୍ଥ ଆମେ ଫେରେଇ ଦେବୁ ବୋଲି ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?