ସ୍ମାର୍ଟ କିଓସ୍କ: ବିଏସ୍‌ସିଏଲ୍‌ର ଯୋଜନା ଫେଲ୍‌

ଭୁବନେଶ୍ୱର,୨୮।୧୦(ବ୍ୟୁରୋ):ରାଜଧାନୀବାସୀଙ୍କ ଜୀବନଶୈଳୀକୁ ସରଳ ଓ ସ୍ମାର୍ଟ କରିବା ପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ସହରରେ ସ୍ମାର୍ଟ କିଓସ୍କ ସ୍ଥାପନ କରି ସ୍ମାର୍ଟ ଟେକ୍ନୋଲୋଜି ମାଧ୍ୟମରେ ସହରବାସୀଙ୍କୁ ହାତ ପାଆନ୍ତାରେ ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ସହରବାସୀ ତଥା ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏହି କିଓସ୍କଗୁଡ଼ିକ ସ୍ଥାପନ କରାଯାଇଥିବାବେଳେ ଇଣ୍ଟରନେଟ୍‌ ସମସ୍ୟା କାରଣରୁ ଅନେକ ସମୟରେ କାମ କରୁ ନ ଥିବା ଅଭିଯୋଗ ହେଉଛି। ପୁଣି ଅଧିକାଂଶ ଲୋକ ଏହାର ବ୍ୟବହାର ଜାଣି ନାହାନ୍ତି। ପରିଚାଳନାଗତ ତ୍ରୁଟି ଓ ଜନସଚେତନତା ଅଭାବରୁ ସ୍ମାର୍ଟ କିଓସ୍କଗୁଡ଼ିକ ସେବା ଯୋଗାଇବାରେ ବିଫଳ ହୋଇଛି। ଏହାକୁ ନେଇ ବୁଦ୍ଧିଜୀବିଙ୍କ ମହଲରେ ଅନନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଲୋକଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ‘ସ୍ମାର୍ଟ କିଓସ୍କ ବ୍ୟବହାର କରୁଛି କିଏ?’
ସର୍ବସାଧାରଣ ସ୍ଥାନ ମଲ୍‌, ପାର୍କ, ରେଲଓ୍ବେ ଷ୍ଟେଶନ, ବସ୍‌ ଷ୍ଟପ୍‌, ଶିକ୍ଷାନଷ୍ଠାନ ତଥା ପର୍ଯ୍ୟଟନସ୍ଥଳୀରେ ସ୍ମାର୍ଟ ଡିଜିଟାଲ କିଓସ୍କଗୁଡିକ ସ୍ଥାପନ କରାଯାଇଛି। ଜନ୍ମମୃତ୍ୟୁ ଓ ବିବାହ ପଞ୍ଜୀକରଣ, ଟ୍ରେଡ୍‌ ଲାଇସେନ୍ସ ପାଇଁ ଆବେଦନ, ବସ୍‌ ଓ ଟ୍ରେନ୍‌ ଟିକେଟ୍‌, କ୍ୟାବ୍‌ ବୁକିଂ ଆଦିର ସୁବିଧା ଏହି କିଓସ୍କରେ ଉପଲବ୍ଧ ହେଉଥିବାବେଳେ ରାଜଧାନୀବାସୀ ଏ ସମ୍ପର୍କରେ ଅବଗତ ନାହାନ୍ତି। ଫ୍ରି ଓ୍ବାଇଫାଇ, ଫ୍ରି କଲିଂ ସୁବିଧା ରହୁଥିଲେ ମଧ୍ୟ ପରିଚାଳନାଗତ ସମସ୍ୟା ଭୋଗୁଛନ୍ତି ଉପଭୋକ୍ତା। ଜରୁରୀକାଳୀନ ପରିସ୍ଥିତିରେ ନିକଟବର୍ତ୍ତୀ ଥାନା କିମ୍ବା ହସ୍ପିଟାଲକୁ ଯୋଗାଯୋଗ କରିବାର ସୁବିଧା ରହିଥିଲେ ମଧ୍ୟ ନାଗରିକ ଏହାର ବ୍ୟବହାର ସମ୍ପର୍କରେ ଜାଣିନାହାନ୍ତି। ଏଥିରେ ପାଣି ଓ ବିଦ୍ୟୁତ ବିଲ୍‌ ପୈଠ କରିବା ସୁବିଧା ରହିଥିଲେ ମଧ୍ୟ ଲୋକମାନେ ପୂର୍ବପରି ସଂପୃକ୍ତ ବିଭାଗରେ ଲାଇନ୍‌ରେ ଠିଆ ହୋଇ ହଟହଟା ହେଉଛନ୍ତି। ରାଜଧାନୀର ଅନେକ ଶିକ୍ଷିତ ଲୋକ ମଧ୍ୟ ସ୍କାର୍ଟ କିଓସ୍କ ବିଷୟରେ ଅବଗତ ନାହାନ୍ତି। ସେହିପରି ରକ୍ଷଣାବେକ୍ଷଣା ଅଭାବରୁ ଅନେକ ଅଚଳାବସ୍ଥାକୁ ଚାଲିଯାଇଛି।
ସୂଚନା ଥାଉ କି, ୨୦୨୦ ସୁଦ୍ଧା ହୋଇଥିବା ଯୋଜନା ଅନୁସାରେ ସହରରେ ମୋଟ ୭୫ଟି ସ୍ମାର୍ଟ କିଓସ୍କ ସ୍ଥାପନ କରାଯିବାର ଥିଲା। ସେଥିମଧ୍ୟରୁ ୫୦ଟି ଇନ୍‌ଡୋର ଓ ୨୫ଟି ଆଉଟଡୋର୍‌ ସ୍ମାର୍ଟ କିଓସ୍କ। ତେବେ ବର୍ତ୍ତମାନ ସୁଦ୍ଧା ୬୨ଟି ସ୍ମାର୍ଟ କିଓସ୍କ ସ୍ଥାପନ କରାଯାଇଛି। ୨୫ଟି ଆଉଟ୍‌ଡୋର କିଓସ୍କ ମଧ୍ୟରୁ ୧୮ଟି କାର୍ଯ୍ୟକ୍ଷମ ଥିବାଲେ ମଧ୍ୟ ଅଧିକାଂଶ ଅନୁପଯୋଗୀ ଓ ଅଚଳ। ଅବଶିଷ୍ଟ କିଓସ୍କଗୁଡ଼ିକ ଖୁବ୍‌ଶୀଘ୍ର ସ୍ଥାପନ କରାଯିବ ବୋଲି ବିଏସ୍‌ସିଏଲର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ହାବସପୁରରେ ଭାଜପାର ମିଶ୍ରଣ ପର୍ବ, ଏମପିଙ୍କ ନିର୍ଦ୍ଦେଶରେ ସାମିଲ ହେଲେ….

ଜୁନାଗଡ଼,୮।୭(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଳକ ହାବସପୁର ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri