ଆବର୍ଜନା ବଳୟରେ ସ୍ମାର୍ଟସିଟି ଜନବସତି

ଭୁବନେଶ୍ୱର,୧୯।୧୨(ବ୍ୟୁରୋ):ସ୍ମାର୍ଟସିଟିକୁ ସ୍ବଚ୍ଛ ତଥା ସୁନ୍ଦର କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁୁ ବ୍ୟାପକ ଯୋଜନା କରାଯାଉଛି। ହେଲେ ଯୋଜନାଗୁଡ଼ିକ ସେପରି ସଫଳ ତଥା ଦୀର୍ଘସ୍ଥାୟୀ ହୋଇପାରୁ ନାହିଁ। ଆବର୍ଜନା ପରିଚାଳନା ପାଇଁ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରାଯାଉଛି। ମାତ୍ର ସେସବୁକୁ ହିଁ ଜନବସତି ଅଞ୍ଚଳରେ ପକାଇ ଦିଆଯାଉଥିବାରୁ ପୃଥକ ଅଳିଆ ସଂଗ୍ରହ ପ୍ରହସନରେ ପରିଣତ ହୋଇଛି। ଟ୍ରକ୍‌ ଟ୍ରକ୍‌ ଓଦା ଓ ଶୁଖିଲା ଆବର୍ଜନା ମାସ ମାସ ଧରି ଘାଟିକିଆର ଜନବସତି ଅଞ୍ଚଳରେ ଗଦା ହୋଇ ରହିଛି। କିଛିଦିନ ତଳେ ଖଣ୍ଡଗିରି ଟୁରିଷ୍ଟ ବସ୍‌ଷ୍ଟାଣ୍ଡରେ ଦୀର୍ଘଦିନ ଧରି ଅଳିଆ ଗଦା କରାଯିବା ପରେ ଅସନ୍ତୋଷ ପ୍ରକାଶ ପାଇବାରୁ ବିଏମସି ତାହାକୁ ଉଠାଇଥିଲା। ହେଲେ ଏବେ ବି ଉକ୍ତ ଅଞ୍ଚଳ ସମ୍ପୂର୍ଣ୍ଣ ଆବର୍ଜନାମୁକ୍ତ ହୋଇପାରି ନାହିଁ। ସେହିପରି ଏବେ ଘାଟିକିଆ ଓ ଖଣ୍ଡଗିରି ବାରି ଅଞ୍ଚଳରୁ ପ୍ରତିଦିନ ବାହାରୁ ଥିବା କୁଢ଼ କୁଢ଼ ଅଳିଆ ସ୍ଥାନୀୟ ସାଇ ମନ୍ଦିର ନିକଟରେ ଗଦା ହେଉଥିବା ଦେଖିବାକୁ ମିଳୁଛି। ବିଏମ୍‌ସି ପକ୍ଷରୁ ଉକ୍ତ ଆବର୍ଜନା ସ୍ଥାନାନ୍ତରିତ କରାଯାଉଥିଲେ ମଧ୍ୟ ସେଠାରେ ଡମ୍ପିଂୟାର୍ଡର ଭ୍ରମ ସୃଷ୍ଟି କରୁଛି। ଅଳିଆ ଆବର୍ଜନା ପଚିସଢ଼ି ଦୁର୍ଗନ୍ଧ ବାହାରୁଛି। ରସୁଲଗଡ଼, ବମିଖାଲ, କେନାଲବନ୍ଧର ଉଭୟ ପାର୍ଶ୍ୱ ରାସ୍ତା ଆଦି ଅଞ୍ଚଳର ଜନବସତିରେ ଏପରି ଅଳିଆ ଗଦା ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ସେହିପରି ବୁଲା ଜୀବଜନ୍ତୁ ଆବର୍ଜନାରୁ ପଲିଥିନ ଜରି ଆଦି ଖାଇବା ଦ୍ୱାରା ରୋଗଗ୍ରସ୍ତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri