ସ୍ମାର୍ଟସିଟି ରାସ୍ତା ପାଲଟିଛି ଗୋରୁ ଗୋଠ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଏକ ମଡେଲ ସିଟିରେ ପରିଣତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବିଭିନ୍ନ ଯୋଜନା ଆରମ୍ଭ କରାଯାଉଛି। ତେବେ ଅଧିକାଂଶ ଯୋଜନା କାର୍ଯ୍ୟକାରୀ ହେବାର କେଇଟା ଦିନରେ ବାଟବଣା ହୋଇଯାଉଛି। ସହର ରାସ୍ତାକୁ ବୁଲା ଗୋରୁମୁକ୍ତ କରିବାକୁ ବିଏମ୍‌ସି ପଦକ୍ଷେପ ନେଉଥିବା କହୁଛି। ହେଲେ ନିୟମିତ ବୁଲା ଗୋରୁଙ୍କୁ ଉଦ୍ଧାର କରି କାଞ୍ଜିଆହୁଦା ଓ ଗୋଶାଳାରେ ରଖିବା ପ୍ରକ୍ରିୟା ଶିଥିଳ ହୋଇପଡ଼ିଥିବାରୁ ରାଜଧାନୀରେ ଏମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସହରରେ ହଜାର ହଜାର ସଂଖ୍ୟାରେ ଗୋରୁ ବିଚରଣ କରୁଥିବାବେଳେ ମାତ୍ର ଗୋଟିଏ ଗୋଶାଳା ଖୋଲି ହାତବାନ୍ଧି ବସିଛି ବିଏମ୍‌ସି। ଦ୍ୱିତୀୟ ଗୋଶାଳା ପାଇଁ ଯୋଜନା କରାଯାଉଥିବା ବାରମ୍ବାର ସୂଚନା ଦିଆଯାଉଥିଲେ ମଧ୍ୟ ଏଯାଏ ସ୍ଥାନ ଚିହ୍ନଟ ନ ହେବା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଫଳରେ ବୁଲା ଗୋରୁ ଓ ଷଣ୍ଢ ରାସ୍ତାରେ ବିଚରଣ କରିବା ସହ ଶୋଇ ରହି ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଛନ୍ତି। ଏଥିସହ ଦୁର୍ଘଟଣାର କାରଣ ସାଜୁଛନ୍ତି। ଦିନଠାରୁ ରାତିର ସ୍ଥିତିକୁ ଦେଖିଲେ ସତେଯେମିତି ସ୍ମାର୍ଟସିଟି ରାସ୍ତା ଗୋରୁଗୋଠ ପାଲଟିଥିବା ପରି ମନେ ହେଉଛି। ବିଶେଷକରି ନୟାପଲ୍ଲୀ, ଏକ ନମ୍ବର ହାଟ, ନନ୍ଦନକାନନ ରାସ୍ତା, ରସୁଲଗଡ଼, ପୁରୁଣା ଭୁବନେଶ୍ୱର ସମେତ ବିଭିନ୍ନ ହାଟ ଅଞ୍ଚଳରେ ଗୋରୁପଲ ଦେଖିବାକୁ ମିଳୁଛି। ନିକଟ ହାଟବଜାରରୁ ପରିବାପତ୍ର ଓ ହୋଟେଲର ବଳକା ଖାଦ୍ୟ ଖାଇବାକୁ ଭିଡ଼ ଲଗାଉଛନ୍ତି। ସେହିଭଳି ବିଏମ୍‌ସି ଅଳିଆ ଗଦାରୁ ଖାଦ୍ୟ ସଂଗ୍ରହବେଳେ ଅଳିଆକୁ ଚାରିଆଡେ ଖେଳାଇ ପକାଉନ୍ତି। ବୁଲି ବୁଲି ଖାଇବା ସହ ଏକାଠି ହୋଇ ରାସ୍ତା ଉପରେ ଶୋଇ ରହୁଛନ୍ତି। ଏଥିସହ ପଲିଥିନ ଓ ଅଖାଦ୍ୟ ଖାଇ ରୋଗଗ୍ରସ୍ତ ହୋଇପଡ଼ୁଛନ୍ତି ଏହି ନିରୀହ ପ୍ରାଣୀ। ଚିକିତ୍ସା ଅଭାବରୁ ଅନେକ ସମୟରେ ସେମାନଙ୍କର ମୃତ୍ୟୁ ହେଉଥିବା ମଧ୍ୟ ନଜିର ରହିଛି। ଏହାକୁ ନେଇ ପଶୁପ୍ରେମୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଉଛି।

 

ଖାରବେଳନଗରରେ ବିଏମ୍‌ସି ପକ୍ଷରୁ ଏକ କାଞ୍ଜିଆହୁଦା ରହିଛି। କର୍ମଚାରୀ ନିଯୁକ୍ତି ପାଇଛନ୍ତି ଓ ପରିଚାଳନା ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ପୂର୍ବରୁ ବୁଲା ଗୋରୁଙ୍କୁ କାବୁ କରି ଏଠାରେ ରଖାଯାଉଥିଲା। ଗୋରୁଙ୍କୁ ଚିହ୍ନଟ ପୂର୍ବକ କାନରେ ସ୍ବତନ୍ତ୍ର ଟ୍ୟାଗ୍‌ ସହ ନମ୍ବର ଲଗାଯାଉଥିଲା। ଗୋରୁ ମାଲିକଙ୍କ ନାମ, ଠିକଣା ଓ ଫୋନ୍‌ ନମ୍ବର ରହିଥାଏ। ମାଲିକ ଆସି ଟ୍ୟାଗ୍‌ ଦେଖି ନିଜ ଗୋରୁଙ୍କୁ ଜରିମାନା ଦେଇ ନେଇଯାଉଥିଲେ। କାଞ୍ଜିଆହୁଦା ଖୋଲିବାର କିଛି ବର୍ଷ ପର୍ଯ୍ୟନ୍ତ ଏସବୁ କାର୍ଯ୍ୟ ଚାଲିଥିଲା। ଶହୀଦନଗରସ୍ଥିତ ପ୍ରାଣୀ ଚିକିତ୍ସାଳୟ ପରିଚାଳନା କରୁଥିଲା। ବର୍ତ୍ତମାନ ଏହି କାଞ୍ଜିଆହୁଦା ଖାଲି ପଡିଛି। ଏଠାରେ କୌଣସି ବୁଲାଗୋରୁଙ୍କୁ ରଖାଯାଉନାହିଁ।

 

ଏବେ ବୁଲା ଗୋରୁଙ୍କୁ ଉଦ୍ଧାର ପରେ ଜାମୁକୋଳିସ୍ଥିତ ଗୋଶାଳାରେ ରଖାଯାଉଛି। ହେଲେ କିଛିଦିନ ସେଠାରେ ରଖାଯିବାପରେ ଗୋରୁମାନଙ୍କୁ ପୁଣି ଛାଡ଼ି ଦିଆଯାଉଥିବା ଭଳି ଅଭିଯୋଗ ଉଠୁଛି। ତେବେ ବିଏମ୍‌ସି କର୍ତ୍ତୃପକ୍ଷ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଉଦ୍ଧାର ହେଉଥିବା ଗୋରୁ ବା ଷଣ୍ଢଙ୍କୁ ସେମାନଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଗୋଶାଳାରେ ରଖାଯାଉଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ତେବେ ଗୋଶାଳାର କ୍ଷମତା ମାତ୍ର ୨୫୩ ରହିଥିବାବେଳେ ହଜାର ହଜାର ସଂଖ୍ୟାରେ ଗୋରୁ ରାଜଧାନୀରେ ବୁଲୁଛନ୍ତି। ତେଣୁ ଅଧିକ ଗୋଶାଳା ଖୋଲାଯିବା ସହ ଗୋରୁ ଉଦ୍ଧାର ଓ ଚିହ୍ନଟ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?