EPFOକୁ ନେଇ ଆସିଲା ବଡ଼ ଅପଡେଟ୍‌: ୩ ଗୁଣ ବଢିଯିବ ପ୍ରାଇଭେଟ୍‌ କର୍ମଚାରୀଙ୍କ…

ନୂଆଦିଲ୍ଲୀ,୧୦।୧୧: ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ମିଳିପାରେ ବଡ଼ ଉପହାର। ଏମ୍ପ୍ଲଏଜ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (EPFO) ଆସନ୍ତା ନଭେମ୍ବର ୧୯ ତାରିଖରେ ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟିଜ (CBT)ର ବୈଠକ କରିବାକୁ ଯାଉଛି। ଏହି ବୈଠକରେ ଏମ୍ପ୍ଲଏଜ ପେନସନ ସ୍କିମ (EPS) ଅଧୀନରେ ମିଳୁଥିବା ସର୍ବନିମ୍ନ ମାସିକ ପେନସନକୁ ୧,୦୦୦ ଟଙ୍କାରୁ ବୃଦ୍ଧି କରି ସିଧାସଳଖ ୩,୦୦୦ ଟଙ୍କା କରାଯାଇପାରେ ବୋଲି ଜୋରଦାର ଚର୍ଚ୍ଚା ହେଉଛି। ଅର୍ଥାତ୍‌ ପେନସନ ରାଶି ତିନିଗୁଣ ବୃଦ୍ଧି ପାଇପାରେ।

ରିପୋର୍ଟ ଅନୁସାରେ, ସୂତ୍ରରୁ ଜଣାପଡ଼ିଛି ଯେ ପେନସନ ବୃଦ୍ଧିକୁ ନେଇ ଶ୍ରମ ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ମଧ୍ୟରେ ଆଲୋଚନା ହୋଇସାରିଛି। ଏପରିକି ୩,୦୦୦ ଟଙ୍କାର ପ୍ରସ୍ତାବ ଉପରେ ଉଭୟ ମନ୍ତ୍ରଣାଳୟ ସହମତ ଥିବା କୁହାଯାଉଛି। ତେବେ ଏପର୍ଯ୍ୟନ୍ତ ଉଭୟ ମନ୍ତ୍ରଣାଳୟ ପକ୍ଷରୁ କୌଣସି ଅଧିକାରିକ ଘୋଷଣା କିମ୍ବା ନିଶ୍ଚିତ ସୂଚନା ଦିଆଯାଇନାହିଁ। ତେଣୁ ସରକାର ଆନୁଷ୍ଠାନିକ ଭାବେ ଘୋଷଣା ନ କରିବା ପର୍ଯ୍ୟନ୍ତ ପେନସନଭୋଗୀମାନେ ଏହାକୁ ଲାଗୁ ହୋଇଥିବା ବୋଲି ଧରିନେବା ଉଚିତ୍‌ ନୁହେଁ।

EPS ଅଧୀନରେ ମିଳୁଥିବା ୧,୦୦୦ ଟଙ୍କାର ସର୍ବନିମ୍ନ ପେନସନ ୨୦୧୪ ସେପ୍ଟେମ୍ବରରୁ ଲାଗୁ ହୋଇଛି। ଗତ ଏକ ଦଶନ୍ଧି ଧରି ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅନ୍ୟପଟେ ବର୍ତ୍ତମାନର ଦରଦାମ ବୃଦ୍ଧି ଏବଂ ଚିକିତ୍ସା ଖର୍ଚ୍ଚକୁ ଦୃଷ୍ଟିରେ ରଖି ୧,୦୦୦ ଟଙ୍କାର ପେନସନ ଯଥେଷ୍ଟ ନୁହେଁ ବୋଲି ପେନସନଭୋଗୀ ଓ କର୍ମଚାରୀ ସଂଗଠନଗୁଡ଼ିକ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି। ସର୍ବନିମ୍ନ ପେନସନ ବୃଦ୍ଧି କରି ଅତିକମରେ ୭,୫୦୦ ଟଙ୍କା କରିବାକୁ ସେମାନେ ଦାବି କରୁଛନ୍ତି।

EPS ହେଉଛି ସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ EPFOର ଏକ ଅବସରକାଳୀନ ପେନସନ ଯୋଜନା। ଏହି ଯୋଜନାରେ ନିଯୁକ୍ତିଦାତା ବା କମ୍ପାନୀ ପକ୍ଷରୁ ଜମା ହେଉଥିବା PF (EPF) ଯୋଗଦାନର ୮.୩୩ ପ୍ରତିଶତ ଅଂଶ ସିଧାସଳଖ ପେନସନ ଫଣ୍ଡକୁ ଯାଇଥାଏ। ଅବସର ପରେ ଜଣେ କର୍ମଚାରୀ କେତେ ପେନସନ ପାଇବେ, ତାହାର କୌଣସି ସର୍ବୋଚ୍ଚ ସୀମା ଧାର୍ଯ୍ୟ ହୋଇନାହିଁ। ଏହା ତାଙ୍କ ଦରମା ଏବଂ ଚାକିରି କରିଥିବା ବର୍ଷ ସଂଖ୍ୟା ଉପରେ ନିର୍ଭର କରେ।
ଏବେ ନଭେମ୍ବର ୧୯ରେ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩,୦୦୦ ଟଙ୍କାର ସର୍ବନିମ୍ନ ପେନସନ ପ୍ରସ୍ତାବ ଉପରେ ଚୂଡ଼ାନ୍ତ ମୋହର ବାଜୁଛି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ନଭେମ୍ୱର ଶେଷ ବଳକୁ ବଦଳିବ ପେମେଣ୍ଟ ନିୟମ? ଲାଗିବ ଏକ୍ସଟ୍ରା ଚାର୍ଜ!

ନୂଆଦିଲ୍ଲୀ,୧୦।୧୧: ପର୍ୱପର୍ୱାଣୀ ଶେଷ ହେବା ପରେ ୟୁପିଆଇ (UPI) ପେମେଣ୍ଟ ଉପରେ ଏମଡିଆର (MDR) ଚାର୍ଜକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ୨,୦୦୦ ଟଙ୍କାରୁ ଅଧିକ ଟ୍ରାଞ୍ଜାକ୍ସନ…

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଲା ବଡ଼ ଖୁସି ଖବର, ଫିଟ ହେଲେ ଏହି ଖେଳାଳି!

ନୂଆଦିଲ୍ଲୀ,୧୦।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ, ଷ୍ଟାର୍‌ ୱିକେଟକିପର-ବ୍ୟାଟର ଋଷଭ ପନ୍ତ ବିସିସିଆଇ (BCCI) ର ‘ସେଣ୍ଟର ଅଫ ଏକ୍ସଲେନ୍ସ’ (COE)…

ବନ୍ୟା ବିପନ୍ନଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଦାବିରେ ୧୩ରେ ଗଣଧାରଣା: ଡିସେମ୍ବର ୩ରେ…

ଛତ୍ରପୁର, ୧୦/୧୧ (ଦିଲ୍ଲୀପି ସାମଲ): ଗଞ୍ଜାମ ଜିଲ୍ଲାର ବନ୍ୟା ବିପନ୍ନ, କ୍ଷତିଗ୍ରସ୍ତ ଚାଷୀ ଓ ସାଧାରଣ ଜନତାଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଓ ଉପଯୁକ୍ତ ସହାୟତା ଦାବିରେ ଆସନ୍ତା…

ରାମପ୍ରସାଦଙ୍କୁ ମିଳିଲା ଯୁବ ବୈଜ୍ଞାନିକ ପୁରସ୍କାର, ମନ୍ତ୍ରୀ କଲେ ସମ୍ବର୍ଦ୍ଧିତ

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଡ଼. ରାମପ୍ରସାଦ ପାଢ଼ୀ ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟାରେ ଗବେଷଣା କରି ସମଗ୍ର ଦେଶ…

୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲା: ଜେଲ୍ ଗଲେ ଦମ୍ପତି

ଦିଗପହଣ୍ଡି, ୧୦।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ କଉଡ଼ିଆ ଗ୍ରାମର ଶମ୍ଭୁ ପ୍ରଧାନ ଓରଫ ମୁନା ଏବଂ ତାଙ୍କ ସ୍ତ୍ରୀ କଳ୍ପନା…

ଚତୁର୍ଥ ODI ପୂର୍ବରୁ BCCIର ବଡ଼ ଘୋଷଣା: ଦଳରୁ ବାଦ୍‌ ପଡ଼ିଲେ ଶୁଭମନ ଗିଲ, ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ, ଦେଖନ୍ତୁ ଚୂଡାନ୍ତ ଏକାଦଶ ତାଲିକା

ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ‘ବେ ଓଭାଲ’ (ତୌରଙ୍ଗା)ରେ ଖେଳାଯିବ। ଘରୋଇ ଦଳ ପାଇଁ ଏହି ମ୍ୟାଚ ‘କର…

ୟୁପି ନିର୍ବାଚନରେ ଭାଜପାର ନୂଆ ଚାଲ୍‌! ସୂର୍ଯ୍ୟକୁମାର ନା ଦେବିଶା, କାହାକୁ ମିଳିବ ଟିକେଟ୍‌? ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୧୧: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଦୁଇଟି ଫଟୋ ଏବେ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ନିଜ ଅଧିନାୟକତ୍ୱରେ ଭାରତକୁ…

୫ କୋଟି ନା ୪୧ କୋଟି… ପୱନ କଲ୍ୟାଣଙ୍କ ପତ୍ନୀ ଆନ୍ନା କେତେ ପାଇବେ ଭରଣପୋଷଣ ରାଶି? ଜାଣନ୍ତୁ…

ଅମରାବତି,୧୦।୧୧: ଆନ୍ଧ୍ରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ତଥା ଅଭିନେତା ପୱନ କଲ୍ୟାଣଙ୍କ ତୃତୀୟ ବିବାହର ଅନ୍ତ ଘଟିଛି। ବିବାହର ୧୩ ବର୍ଷ ପରେ ପୱନ କଲ୍ୟାଣ ଏବଂ ତାଙ୍କ ପତ୍ନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?