ନିରଞ୍ଜନଙ୍କ ବିରୋଧରେ ଆଉ ୫ ଅଭିଯୋଗ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାଜଧାନୀରେ ଜମି ଦେବାକୁ କହି ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ମାମଲାରେ ବିଲ୍ଡର ତଥା ଚଳଚ୍ଚିତ୍ର ପ୍ରଯୋଜକ ନିରଞ୍ଜନ ରଣାଙ୍କୁ ଗୁରୁବାର ଶହୀଦନଗର ଥାନା ପୋଲିସ ଗିରଫ କରିଥିଲା। ତେବେ ସେ ଜେଲ୍‌ ଯିବାପରେ ତାଙ୍କ ବିରୋଧରେ ଠକେଇ ଅଭିଯୋଗ ବଢ଼ିବାରେ ଲାଗିଛି। ସୋମବାର ଶହୀଦନଗର ଥାନାରେ ଯାଜପୁର ଜିଲାରୁ ୪ଜଣ ଓ କଟକର ଜଣେ ବ୍ୟକ୍ତି ଠକେଇ ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି, ନିରଞ୍ଜନ ୧୫ବର୍ଷ ତଳେ ସେମାନଙ୍କୁ ଭୁବନେଶ୍ୱରରେ ଜମି ଦେବାକୁ କହି ୨ଲକ୍ଷ ଟଙ୍କା ଲେଖାଏ ଆଡଭାନ୍ସ ନେଇଥିଲେ। ପରେ ଜମି ଦେଇ ନ ଥିଲେ କି ଟଙ୍କା ଫେରସ୍ତ କରି ନ ଥିଲେ। ଟଙ୍କା ମାଗିଲେ ମାରିଦେବାକୁ ଧମକ ଦେଉଥିଲେ। ତେବେ ନିରଞ୍ଜନ ଗିରଫ ହୋଇଥିବା ଶୁଣିବା ପରେ ସେମାନଙ୍କ ସହ ଠକେଇର ଶିକାର ଅନ୍ୟମାନେ ମଧ୍ୟ ଥାନାରେ ଅଭିଯୋଗ କରିବାକୁ ସାହସ ଜୁଟାଇଛନ୍ତି। ତେବେ ଲିଖିତ ଅଭିଯାଗ ଆଧାରରେ ପୋଲିସ ନିରଞ୍ଜନଙ୍କ ବିରୋଧରେ ଆଉ ୫ଟି ମାମଲା ରୁଜୁ କରିଛି। ଅଭିଯୋଗର ସଂଖ୍ୟା ଆହୁରି ବୃଦ୍ଧି ଘଟିପାରେ ବୋଲି ପୋଲିସ ଆଶଙ୍କା କରୁଛି। ଅନ୍ୟପକ୍ଷେ ନିରଞ୍ଜନଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବାକୁ ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି। ରିମାଣ୍ଡରେ ଆସିବା ପରେ ତାଙ୍କ ଠକେଇ ର଼୍ୟାକେଟର ଆହୁରି ବହୁ ତଥ୍ୟ ମିଳିବ। ତେବେ ଏପର୍ଯ୍ୟନ୍ତ ବଡ଼ଗଡ ଓ ଶହୀଦନଗର ଥାନାକୁ ମିଶାଇ ନିରଞ୍ଜନଙ୍କ ବିରୋଧରେ ୨୫ରୁ ଊର୍ଦ୍ଧ୍ୱ ଅଭିଯୋଗ ହୋଇଛି। ପୂର୍ବରୁ ସେ ଇଓଡବ୍ଲୁ ଦ୍ୱାରା ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ। ଏଥିସହିତ ଠକେଇ ଟଙ୍କାରେ ସେ ଓଡିଆ ଚଳଚ୍ଚିତ୍ର ପ୍ରଯୋଜନା କରୁଥିଲେ। କମିଶନରେଟ୍‌ ପୋଲିସର ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ତାଙ୍କୁ ସେ ସମୟରେ ସାହାଯ୍ୟ କରୁଥିବା ମଧ୍ୟ ପୂର୍ବରୁ ଚର୍ଚ୍ଚା ହୋଇଥିଲା। ନିରଞ୍ଜନଙ୍କ ନାମରେ ଆସୁଥିବା ଅଭିଯୋଗଗୁଡ଼ିକୁ ସମ୍ପୃକ୍ତ ଅଧିକାରୀ ଚାପି ଦେଉଥିବା କଥା ବି ଉଠିଥିଲା। ନିରଞ୍ଜନଙ୍କଠାରୁ ଏସବୁ ଗୁମର ଖୋଲିବ ବୋଲି ପୋଲିସ ଆଶା ରଖିଛି। ଉଲ୍ଲେଖଯୋଗ୍ୟ, ନିରଞ୍ଜନଙ୍କର ପାହାଳ, ବାଲିଅନ୍ତା, ବାଲିପାଟଣା ସମେତ ବିଭିନ୍ନ ସ୍ଥାନରେ ପ୍ରୋଜେକ୍ଟ ରହିଛି। ସେ ସେଠାରେ ଜମି ଦେବାକୁ କହି ଅନେକ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକିନେଇଥିଲେ। ଠକେଇରେ ଶିକାର ଲୋକେ ଶହୀଦନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ନିରଞ୍ଜନଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’ ଜାତୀୟ ସେମିନାର

ଭୁବନେଶ୍ୱର, ୨୧।୮: ମହିଳା ଉଦ୍ୟୋଗୀଙ୍କୁ ବଜାର ସହ ଯୋଡ଼ିବା, ଡିଜିଟାଲ ପ୍ଲାଟଫର୍ମରେ ସୁଯୋଗ ସୃଷ୍ଟି କରିବା ଏବଂ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଲକ୍ଷ୍ୟରେ ‘ଉଦ୍ୟମୀ ଶକ୍ତି’…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ବନ୍ୟାରେ ବନ୍ୟଜନ୍ତୁ ଗାଁ ମୁହାଁ : ଦୁଇ ଜଣଙ୍କୁ ଆକ୍ରମଣ କଲା ବାରହା

ରାଜନଗର, ୨୧।୮ (ଭାସ୍କର ରାଉତରାୟ): ଭିତରକନିକା ଜଙ୍ଗଲରୁ ବନ୍ୟାଜଳରେ ଭାସି ଆସିଥିବା ଏକ ଜଙ୍ଗଲୀ ବାରହା ଶୁକ୍ରବାର ମଧ୍ୟାହ୍ନରେ ଓସ୍ତିଆ ପଞ୍ଚାୟତର ବନ୍ଧପଟଣା ଗାଁରେ ପଶି ଆତଙ୍କ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

୨ ଯନ୍ତ୍ରୀଙ୍କୁ ୫ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ, ଜାଣନ୍ତୁ କାରଣ…

କୋଣାର୍କ,୨୧।୮: ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗରେ ୨ଜଣ ଯନ୍ତ୍ରୀଙ୍କୁ ୫ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ। ଖବର ପାଇ ବଳଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri