Posted inଜାତୀୟ

ମଣିପୁର ହିଂସା: ଉଦ୍ଧାର ହେଲେଣି ୨୩ ହଜାର

ଇମ୍ଫାଲ, ୮ା୫ : ମଣିପୁରରେ ଗତ କିଛିଦିନର ହିଂସାକାଣ୍ଡ ଓ ରକ୍ତାକ୍ତ ଜାତିଗତ ସଂଘର୍ଷ ପରେ ରବିବାର ଜୀବନଯାତ୍ରା ସ୍ବାଭାବିକ ସ୍ଥିତିକୁ ଫେରୁଥିବା ଦେଖାଯାଇଛି। ସୈନ୍ୟବାହିନୀ ପକ୍ଷରୁ ହିଂସାପ୍ରବଣ ଅଞ୍ଚଳରେ ଡ୍ରୋନ୍‌ ଏବଂ ହେଲିକପ୍ଟର ସହାୟତାରେ ଆକାଶ ମାର୍ଗରୁ ତୀକ୍ଷ୍ଣ ନଜର ରଖାଯାଇଛି। ରବିବାର ରାଜ୍ୟର ବିଭିନ୍ନ ଭାଗରେ କର୍ଫ୍ୟୁ କୋହଳ କରାଯାଇଛି। ଇତିମଧ୍ୟରେ ସେନା ଓ ଆସାମ ରାଇଫଲ୍ସର ଯବାନମାନେ ହିଂସାଗ୍ରସ୍ତ ଅଞ୍ଚଳରୁ ୨୩,୦୦୦ ସାଧାରଣ ନାଗରିକଙ୍କୁ ଉଦ୍ଧାର କଲେଣି। ସେମାନଙ୍କୁ ସୁରକ୍ଷିତ ସେନା ବେସ୍‌କୁ ପଠାଯାଇଛି।
ଦଙ୍ଗାଗ୍ରସ୍ତ ଚୁରାଚାନ୍ଦପୁର ଜିଲାରେ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବା ପରେ ବହୁସଂଖ୍ୟାରେ ଲୋକେ ଘରୁ ବାହାରି ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣୁଥିବା ଦେଖାଯାଇଥିଲା। ୧୦ଟା ପରେ ସେନା ଏବଂ ଆସାମ ରାଇଫଲ୍ସ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ କରାଯାଇଥିଲା। ଦଙ୍ଗା କ୍ଷତିଗ୍ରସ୍ତ ଅଞ୍ଚଳରେ ୧୦ ହଜାର ସୈନ୍ୟ, ଅର୍ଦ୍ଧସାମରିକ ଯବାନ ଏବଂ କେନ୍ଦ୍ରୀୟ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ତୃଣମୂଳ ସ୍ତରରେ ଶାନ୍ତି ସୁନିଶ୍ଚିତ କରିବା ନିମନ୍ତେ ପ୍ରତି ନିର୍ବାଚନ ମଣ୍ଡଳୀରେ ଶାନ୍ତି କମିଟି ଗଢ଼ାଯିବ ବୋଲି ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ କହିଛନ୍ତି।
ମଣିପୁରର ହିଂସାପ୍ରବଣ ଅଞ୍ଚଳରେ ଫସିରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା ଲାଗି ବିଭିନ୍ନ ରାଜ୍ୟ ସ୍ବତନ୍ତ୍ର ବିମାନର ଆୟୋଜନ କରିଛନ୍ତି। ଓଡ଼ିଶାର ୧୦ ଜଣ ଛାତ୍ରୀଛାତ୍ର ମଣିପୁରରୁ ଫେରିଥିବାବେଳେ ଅନ୍ୟମାନଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ହେଉଛି। ମହାରାଷ୍ଟ୍ରର ୨୨ ଜଣ ଶିକ୍ଷାର୍ଥୀଙ୍କୁ ଫେରାଇ ଆଣିବା ଲାଗି ପଦକ୍ଷେପ ନିଆଯାଉଥିବା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ମଣିପୁରରୁ ଛାତ୍ରୀଛାତ୍ରଙ୍କୁ ଫେରାଇ ଆଣିବା ଲାଗି ଶନିବାର ହେଲ୍ପଲାଇନ ଖୋଲିବା ସହ ନୂଆଦିଲ୍ଲୀରେ କଣ୍ଟ୍ରୋଲ ରୁମ୍‌ ଖୋଲିଥିଲେ। ସେହିପରି ପଶ୍ଚିମବଙ୍ଗ ଛାତ୍ରୀଛାତ୍ରଙ୍କୁ ମଣିପୁରରୁ ଫେରାଇ ଆଣିବା ଲାଗି ଉଦ୍ୟମ ଜାରି ରହିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

WhatsApp ପରେ, ସରକାର ଏବେ Telegram ସହ ସିଗନାଲ ଉପରେ ମଧ୍ୟ ରଖିଛନ୍ତି ନଜର

ନୂଆଦିଲ୍ଲୀ,୨।୭: WhatsAppର ୟୁଜରନେମ ଫିଚରକୁ ବନ୍ଦ କରିବା ପରେ, ସରକାର ଏବେ Telegram ଏବଂ ସିଗନାଲ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏହି ଦୁଇଟି ପ୍ଲାଟଫର୍ମ…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ତିଆରି ହେବ ମହାଲକ୍ଷ୍ମୀ କରିଡର, ୫୦୦ ମହିଳା…

ଭୁବନେଶ୍ବର,୨।୭: ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣକୁ ନମିତା ଅଗ୍ରୱାଲ…

ହଠାତ ଲାଲ ହେଲା ଭେନେଜୁଏଲାର ଆକାଶ, Video ଦେଖି ଚମକି ପଡ଼ିଲେ ଭୂକମ୍ପରୁ ଉଠିଥିବା ଲୋକେ

କାରାକାସ୍‌,୨।୭: ଭେନେଜୁଏଲାର ରାଜଧାନୀ କାରାକାସରେ ସମ୍ପ୍ରତି ଦେଖାଯାଇଥିବା ଏକ ଦୃଶ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଭୂମିକମ୍ପର ଧ୍ୱଂସଲୀଳାରେ ପୂର୍ବରୁ ସ୍ତବ୍ଧ ଥିବା ସହର ଉପରର ସମଗ୍ର ଆକାଶ…

ନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର? ଉପନିର୍ବାଚନ ଘୋଷଣା ପରେ ଜୋର ଧରିଛି ଚର୍ଚ୍ଚା

ପାଟନା,୨।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି। ଏହି ଆସନ ପାଇଁ ଭୋଟ ଜୁଲାଇ ୩୦ ରେ ହେବ ଏବଂ ଭୋଟ ଗଣତି…

ଦୁଇଟି ଦେଶ ଦେଇ ଗତି କରିବ ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରା; ତାଙ୍କୁ କେଉଁଠାରେ କବର ଦିଆଯିବ ଜାଣନ୍ତୁ

ତେହରାନ,୨।୭: ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାଇଁ ରାଜ୍ୟସ୍ତରୀୟ ଅନ୍ତିମ ସଂସ୍କାର ଜୁଲାଇ ୪ ରେ ଆରମ୍ଭ ହେବ ଏବଂ ତାଙ୍କୁ ୯…

ଇସ୍ରୋ ମୁଖ୍ୟାଳୟ ଉଡାଇ ଦେବାକୁ ଆସିଲା ଧମକ: ତଦନ୍ତ ଆରମ୍ଭ

ବେଙ୍ଗାଲୁରୁ,୨।୭: ବେଙ୍ଗାଲୁରୁରେ ଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ମୁଖ୍ୟାଳୟ ଉଡାଇଦେବାକୁ ଧମକ ମିଳିଛି। ଇସ୍ରୋ ମୁଖ୍ୟାଳୟକୁ ଇମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଛି। ଏହାପରେ…

ପ୍ୟାଣ୍ଟ କାଢି…ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨।୭: ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବଙ୍କୁ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri