ମନମୁଖି ଯୋଗୁ ମନ୍ଥର

ବଇଣ୍ଡା, ୩୦।୧୧: ଠିକା ସଂସ୍ଥା ବଦଳିଲା। ହେଲେ ସେପରି ଅଗ୍ରଗତି ଦେଖିବାକୁ ମିଳୁନାହିଁ କାର୍ଯ୍ୟରେ। ପୂର୍ବପରି ଏହା କଚ୍ଛପ ଗତିରେ ଚାଲୁଥିବାରୁ ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ଶେଷ ହେବାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ। ଏ ନେଇ ବାରମ୍ବାର ଅଭିଯୋଗ, ଆନ୍ଦୋଳନ ହେଉଥିଲେ ମଧ୍ୟ ଆବଶ୍ୟକ ତଦାରଖ କରୁନାହିଁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)। ଫଳରେ ଠିକାସଂସ୍ଥାର ମନମୁଖି କାର୍ଯ୍ୟ ଯୋଗୁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡାଠାରେ ରାସ୍ତା ଓ ଓଭରବ୍ରିଜ୍‌ ନିର୍ମାଣ କାମ ମନ୍ଥର ଗତିରେ ଚାଲିଥିବା ମଙ୍ଗଳବାର ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି।
ବଇଣ୍ଡାବାସୀଙ୍କ କହିବା ଅନୁଯାୟୀ, କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ୨୦୧୮ ମେ ୧୭ ଓ ୧୮ରେ ବଇଣ୍ଡାରେ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। ରାଜପଥ ପାର୍ଶ୍ୱରେ ଥିବା ଶତାଧିକ ଉଠାଦୋକାନୀଙ୍କୁ ହଟାଇ ଦିଅଯାଇଥିଲା। ସରକାରଙ୍କ ପକ୍ଷରୁ ସେମାନଙ୍କୁ କ୍ଷତିପୂରଣ ଦିଆଯାଇ ନ ଥିଲା। ହେଲେ ଉଚ୍ଛେଦର ଦୀର୍ଘଦିନ ପରେ ମଧ୍ୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଏଠାରେ ଜୋର୍‌ ଧରି ନାହିଁ। ସେହିପରି ହେବାକୁ ଥିବା ଓଭରବ୍ରିଜ୍‌ କାମ କେବଳ କେତୋଟି ପିଲରରେ ଅଟକି ରହିଛି। ଏପରି କି ନୂଆ ଠିକା ସଂସ୍ଥା ଏଆଇପିଏଲ୍‌ ପକ୍ଷରୁ ଓଭରବ୍ରିଜ୍‌ ନିର୍ମାଣ ତ୍ୱରାନ୍ବିତ କରିବାକୁ ୧୭ ସେପ୍ଟେମ୍ବର ୨୦୨୨ରେ ବଇଣ୍ଡା ଠାରେ ପୁଣି ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। କିନ୍ତୁ ବାରମ୍ବାର ଉଠା ଦୋକାନୀଙ୍କୁ ହଟାଯାଉଥିଲେ ବି ନିର୍ମାଣ ଦିଗରେ ତ୍ୱରିତ ପଦକ୍ଷେପ ନିଆଯାଉ ନାହିଁ। ଏନ୍‌ଏଚ୍‌ଏଆଇର କୌଣସି ଅଧିକାରୀ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହୁ ନାହାନ୍ତି। ଫଳରେ ନିମ୍ନମାନର କାମ ହେଉଥିବା ଅଭିଯୋଗ କରି ବଇଣ୍ଡା ଗ୍ରାମବାସୀ ବିରୋଧ ପ୍ରଦର୍ଶନ କରିବା ସହ ଅନୁଗୋଳ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ। ରାଜପଥ ଉପରେ ଏହି ଓଭରବ୍ରିଜ୍‌ ନିର୍ମାଣ କରାଯାଉଥିବା ବେଳେ ଏଥିରେ ଅତ୍ୟାଧୁନିକ ମେସିନ ବ୍ୟବହାର କରାଯାଉ ନାହିଁ। ଏପରି କି ୧୫ ଦିନ ହେବ କାମ ମଧ୍ୟ ବନ୍ଦ ରହିଛି। ଓଭର ବ୍ରିଜ୍‌ ଉଭୟ ପାଶର୍‌ବରେ ନିର୍ମାଣ ହେବାକୁ ଥିବା ରାସ୍ତା କାମ ଆରମ୍ଭ କରାଯାଉନାହିଁ। ଡ୍ରେନ ନିର୍ମାଣ ଶେଷ କରାଯାଉ ନାହିଁ। ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି ୨୦ ପ୍ରତିଶତ କାର୍ଯ୍ୟ ହେଇ ନ ଥିବା ଯୋଗୁ ବଇଣ୍ଡା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ତୁରନ୍ତ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ତଦନ୍ତ ସହ ତାଗିଦ କରିବାକୁ ଦାବି ହୋଇଛି। ଏ ନେଇ ଏଆଇପିଏଲ ଠିକାସଂସ୍ଥାର ଜେନେରାଲ ମ୍ୟାନେଜର ବି. ପଟେଲଙ୍କୁ ପଚରାଯିବାରୁ କାମ ଦାୟିତ୍ୱରେ ଏବେ ନାହିଁ କହି ପ୍ରସଙ୍ଗକୁ ଏଡାଇ ଦେଇଥିଲେ।

 

ଗୁରୁତ୍ୱ ଦେଉନି ଏନ୍‌ଏଚ୍‌ଏଆଇ
ଠିକାସଂସ୍ଥାର ମନମୁଖି କାର୍ଯ୍ୟ ଯୋଗୁ ବଇଣ୍ଡାବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୧୫ ଦିନ ହେଲା ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। କାମ କେବେ ଶେଷ ହେବ ତାହା କାହାକୁ ଜଣାନାହିଁ। ତଥାପି ଜାତୀୟ ରାଜପଥ ବିଭାଗ ଏଥିପ୍ରତି ଆଦୌ ଗୁରତ୍ୱ ଦେଉନାହିଁ।
-ବିଷ୍ଣୁପ୍ରିୟା ପ୍ରଧାନ, ଜିଲା ପରିଷଦ ସଦସ୍ୟା
ଓ୍ବାଲ ନିର୍ମାଣ କରାଯାଉ ନାହିଁ
ଠିକାସଂସ୍ଥା ପକ୍ଷରୁ ଚନ୍ଦନ ପୋଖରୀରେ ମାଟି ପକାଯାଇ ସମତଳ କରାଯାଇଛି। ହେଲେ ୱାଲ ନିର୍ମାଣ କରାଯାଉ ନାହିଁ। ସେହିପରି ୧୧ କେଭି ବିଦ୍ୟୁତ୍‌ କାମ ସରି ନ ଥିବା ବେଳେ ଠିକା ସଂସ୍ଥା ଏହାକୁ ବିଦ୍ୟୁତ୍‌ ବିଭାଗକୁ ହସ୍ତାନ୍ତର କରୁନାହି।
-ଦୀପ୍ତିମୟୀ ସାହୁ, ସରପଞ୍ଚ
ଶେଷ ହେଉନାହିଁ ଡ୍ରେନ୍‌ କାର୍ଯ୍ୟ
ରାସ୍ତା ପାର୍ଶ୍ୱରେ ଡ୍ରେନ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଠିକା ସଂସ୍ଥା କାର୍ଯ୍ୟ କରୁଥିବା ବେଳେ ପାଣି ପାଇପ୍‌ ଫଟାଇ ଦେଉଥିବା ଯୋଗୁ ଲୋକେ ପିଇବା ପାଣି ପାଇପାରୁନାହାନ୍ତି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।
-ଅଜିତ ପଟ୍ଟନାୟକ, ଭାଜପା ନେତା
ଜୀବିକା ହରାଇଛନ୍ତି ଶତାଧିକ ଉଠାଦୋକାନୀ
ରାଜପଥ ସମ୍ପ୍ରସାରଣ ନିମନ୍ତେ ବଇଣ୍ଡାରେ ୪ ବର୍ଷ ହେବ ଉଚ୍ଛେଦ କାର୍ଯ୍ୟ କରାଗଲାଣି। ଏଥିଯୋଗୁ ଶତାଧିକ ଉଠା ଦୋକାନୀ ଜୀବିକା ହରାଇଛନ୍ତି। ହେଲେ ନା ରାସ୍ତା କାର୍ଯ୍ୟ ଶେଷ ହେଉଛି ନା ଓଭରବ୍ରିଜ୍‌ ନିର୍ମାଣ ଆଗଉଛି। ଏ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି।
-ରମେଶ କୁମାର ସାହୁ, ବଇଣ୍ଡା
ଶୀଘ୍ର କାମ କରିବାକୁ ନିର୍ଦ୍ଦେଶ ଦିଆଯିବ
ବଇଣ୍ଡା ଠାରେ କିଭଳି ଶୀଘ୍ର କାମ ସରିବ ସେ ନେଇ ଜିଲା ପ୍ରଶାସନ ଓ ଠିକାସଂସ୍ଥାକୁ ନେଇ ବୈଠକ କରାଯାଇ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ କାହିକି ମନ୍ଥର ଗତିରେ କାମ କରାଯାଉଛି, ସେ ନେଇ ପୁଣି ତର୍ଜମା କରାଯାଇ ଶୀଘ୍ର କାମ କରିବାକୁ ନିର୍ଦ୍ଦେଶ ଦିଆଯିବ।
-ରମେଶ ଚନ୍ଦ୍ର ସାଏ, ଆଠମଲ୍ଲିକ ବିଧାୟକ

ପରିକ୍ଷିତ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?