ମନମୁଖି ଯୋଗୁ ମନ୍ଥର

ବଇଣ୍ଡା, ୩୦।୧୧: ଠିକା ସଂସ୍ଥା ବଦଳିଲା। ହେଲେ ସେପରି ଅଗ୍ରଗତି ଦେଖିବାକୁ ମିଳୁନାହିଁ କାର୍ଯ୍ୟରେ। ପୂର୍ବପରି ଏହା କଚ୍ଛପ ଗତିରେ ଚାଲୁଥିବାରୁ ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ଶେଷ ହେବାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ। ଏ ନେଇ ବାରମ୍ବାର ଅଭିଯୋଗ, ଆନ୍ଦୋଳନ ହେଉଥିଲେ ମଧ୍ୟ ଆବଶ୍ୟକ ତଦାରଖ କରୁନାହିଁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)। ଫଳରେ ଠିକାସଂସ୍ଥାର ମନମୁଖି କାର୍ଯ୍ୟ ଯୋଗୁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡାଠାରେ ରାସ୍ତା ଓ ଓଭରବ୍ରିଜ୍‌ ନିର୍ମାଣ କାମ ମନ୍ଥର ଗତିରେ ଚାଲିଥିବା ମଙ୍ଗଳବାର ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି।
ବଇଣ୍ଡାବାସୀଙ୍କ କହିବା ଅନୁଯାୟୀ, କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ୨୦୧୮ ମେ ୧୭ ଓ ୧୮ରେ ବଇଣ୍ଡାରେ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। ରାଜପଥ ପାର୍ଶ୍ୱରେ ଥିବା ଶତାଧିକ ଉଠାଦୋକାନୀଙ୍କୁ ହଟାଇ ଦିଅଯାଇଥିଲା। ସରକାରଙ୍କ ପକ୍ଷରୁ ସେମାନଙ୍କୁ କ୍ଷତିପୂରଣ ଦିଆଯାଇ ନ ଥିଲା। ହେଲେ ଉଚ୍ଛେଦର ଦୀର୍ଘଦିନ ପରେ ମଧ୍ୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଏଠାରେ ଜୋର୍‌ ଧରି ନାହିଁ। ସେହିପରି ହେବାକୁ ଥିବା ଓଭରବ୍ରିଜ୍‌ କାମ କେବଳ କେତୋଟି ପିଲରରେ ଅଟକି ରହିଛି। ଏପରି କି ନୂଆ ଠିକା ସଂସ୍ଥା ଏଆଇପିଏଲ୍‌ ପକ୍ଷରୁ ଓଭରବ୍ରିଜ୍‌ ନିର୍ମାଣ ତ୍ୱରାନ୍ବିତ କରିବାକୁ ୧୭ ସେପ୍ଟେମ୍ବର ୨୦୨୨ରେ ବଇଣ୍ଡା ଠାରେ ପୁଣି ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। କିନ୍ତୁ ବାରମ୍ବାର ଉଠା ଦୋକାନୀଙ୍କୁ ହଟାଯାଉଥିଲେ ବି ନିର୍ମାଣ ଦିଗରେ ତ୍ୱରିତ ପଦକ୍ଷେପ ନିଆଯାଉ ନାହିଁ। ଏନ୍‌ଏଚ୍‌ଏଆଇର କୌଣସି ଅଧିକାରୀ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହୁ ନାହାନ୍ତି। ଫଳରେ ନିମ୍ନମାନର କାମ ହେଉଥିବା ଅଭିଯୋଗ କରି ବଇଣ୍ଡା ଗ୍ରାମବାସୀ ବିରୋଧ ପ୍ରଦର୍ଶନ କରିବା ସହ ଅନୁଗୋଳ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ। ରାଜପଥ ଉପରେ ଏହି ଓଭରବ୍ରିଜ୍‌ ନିର୍ମାଣ କରାଯାଉଥିବା ବେଳେ ଏଥିରେ ଅତ୍ୟାଧୁନିକ ମେସିନ ବ୍ୟବହାର କରାଯାଉ ନାହିଁ। ଏପରି କି ୧୫ ଦିନ ହେବ କାମ ମଧ୍ୟ ବନ୍ଦ ରହିଛି। ଓଭର ବ୍ରିଜ୍‌ ଉଭୟ ପାଶର୍‌ବରେ ନିର୍ମାଣ ହେବାକୁ ଥିବା ରାସ୍ତା କାମ ଆରମ୍ଭ କରାଯାଉନାହିଁ। ଡ୍ରେନ ନିର୍ମାଣ ଶେଷ କରାଯାଉ ନାହିଁ। ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି ୨୦ ପ୍ରତିଶତ କାର୍ଯ୍ୟ ହେଇ ନ ଥିବା ଯୋଗୁ ବଇଣ୍ଡା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ତୁରନ୍ତ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ତଦନ୍ତ ସହ ତାଗିଦ କରିବାକୁ ଦାବି ହୋଇଛି। ଏ ନେଇ ଏଆଇପିଏଲ ଠିକାସଂସ୍ଥାର ଜେନେରାଲ ମ୍ୟାନେଜର ବି. ପଟେଲଙ୍କୁ ପଚରାଯିବାରୁ କାମ ଦାୟିତ୍ୱରେ ଏବେ ନାହିଁ କହି ପ୍ରସଙ୍ଗକୁ ଏଡାଇ ଦେଇଥିଲେ।

 

ଗୁରୁତ୍ୱ ଦେଉନି ଏନ୍‌ଏଚ୍‌ଏଆଇ
ଠିକାସଂସ୍ଥାର ମନମୁଖି କାର୍ଯ୍ୟ ଯୋଗୁ ବଇଣ୍ଡାବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୧୫ ଦିନ ହେଲା ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। କାମ କେବେ ଶେଷ ହେବ ତାହା କାହାକୁ ଜଣାନାହିଁ। ତଥାପି ଜାତୀୟ ରାଜପଥ ବିଭାଗ ଏଥିପ୍ରତି ଆଦୌ ଗୁରତ୍ୱ ଦେଉନାହିଁ।
-ବିଷ୍ଣୁପ୍ରିୟା ପ୍ରଧାନ, ଜିଲା ପରିଷଦ ସଦସ୍ୟା
ଓ୍ବାଲ ନିର୍ମାଣ କରାଯାଉ ନାହିଁ
ଠିକାସଂସ୍ଥା ପକ୍ଷରୁ ଚନ୍ଦନ ପୋଖରୀରେ ମାଟି ପକାଯାଇ ସମତଳ କରାଯାଇଛି। ହେଲେ ୱାଲ ନିର୍ମାଣ କରାଯାଉ ନାହିଁ। ସେହିପରି ୧୧ କେଭି ବିଦ୍ୟୁତ୍‌ କାମ ସରି ନ ଥିବା ବେଳେ ଠିକା ସଂସ୍ଥା ଏହାକୁ ବିଦ୍ୟୁତ୍‌ ବିଭାଗକୁ ହସ୍ତାନ୍ତର କରୁନାହି।
-ଦୀପ୍ତିମୟୀ ସାହୁ, ସରପଞ୍ଚ
ଶେଷ ହେଉନାହିଁ ଡ୍ରେନ୍‌ କାର୍ଯ୍ୟ
ରାସ୍ତା ପାର୍ଶ୍ୱରେ ଡ୍ରେନ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଠିକା ସଂସ୍ଥା କାର୍ଯ୍ୟ କରୁଥିବା ବେଳେ ପାଣି ପାଇପ୍‌ ଫଟାଇ ଦେଉଥିବା ଯୋଗୁ ଲୋକେ ପିଇବା ପାଣି ପାଇପାରୁନାହାନ୍ତି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।
-ଅଜିତ ପଟ୍ଟନାୟକ, ଭାଜପା ନେତା
ଜୀବିକା ହରାଇଛନ୍ତି ଶତାଧିକ ଉଠାଦୋକାନୀ
ରାଜପଥ ସମ୍ପ୍ରସାରଣ ନିମନ୍ତେ ବଇଣ୍ଡାରେ ୪ ବର୍ଷ ହେବ ଉଚ୍ଛେଦ କାର୍ଯ୍ୟ କରାଗଲାଣି। ଏଥିଯୋଗୁ ଶତାଧିକ ଉଠା ଦୋକାନୀ ଜୀବିକା ହରାଇଛନ୍ତି। ହେଲେ ନା ରାସ୍ତା କାର୍ଯ୍ୟ ଶେଷ ହେଉଛି ନା ଓଭରବ୍ରିଜ୍‌ ନିର୍ମାଣ ଆଗଉଛି। ଏ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି।
-ରମେଶ କୁମାର ସାହୁ, ବଇଣ୍ଡା
ଶୀଘ୍ର କାମ କରିବାକୁ ନିର୍ଦ୍ଦେଶ ଦିଆଯିବ
ବଇଣ୍ଡା ଠାରେ କିଭଳି ଶୀଘ୍ର କାମ ସରିବ ସେ ନେଇ ଜିଲା ପ୍ରଶାସନ ଓ ଠିକାସଂସ୍ଥାକୁ ନେଇ ବୈଠକ କରାଯାଇ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ କାହିକି ମନ୍ଥର ଗତିରେ କାମ କରାଯାଉଛି, ସେ ନେଇ ପୁଣି ତର୍ଜମା କରାଯାଇ ଶୀଘ୍ର କାମ କରିବାକୁ ନିର୍ଦ୍ଦେଶ ଦିଆଯିବ।
-ରମେଶ ଚନ୍ଦ୍ର ସାଏ, ଆଠମଲ୍ଲିକ ବିଧାୟକ

ପରିକ୍ଷିତ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri