Posted inଫୁରସତ

ସବୁଠୁ ସରୁ ହୋଟେଲ ‘ପିଟୁରୁମ୍‌ସ’: ୯ ଫୁଟ ଚଉଡ଼ା, ଡିଜାଇନ ଅଲଗା

ଜାକର୍ତ୍ତା: ବାହାର ଲୋକଙ୍କ ରହଣି ପାଇଁ ଅନେକ ହୋଟେଲ ରହିଛି। ସବୁଗୁଡ଼ିକ ଆକାରରେ ଭିନ୍ନ ହୋଇଥାଏ। ତେବେ ଇଣ୍ଡୋନେସିଆ ସେଣ୍ଟ୍ରାଲ ଜାୱାର ସାଲାଟିଗା ସହରରେ ଏପରି ଏକ ହୋଟେଲ ଅଛି, ଯାହା ସବୁଠୁ ସରୁ। ଏହାକୁ ଦୁନିଆର ସବୁଠୁ ସରୁ ହୋଟେଲ କୁହାଯାଉଛି। ଏହାର ନାମ ‘ପିଟୁରୁମ୍‌ସ’। ୯ ଫୁଟ ଚଉଡ଼ା ୫ ମହଲା ବିଶିଷ୍ଟ ଏହି ହୋଟେଲରେ ଆରାମଦାୟକ ସୁବିଧା ରହିଛି। ଏହି ହୋଟେଲରେ ବାସ କରୁଥିବା ଲୋକେ କିଛି ଅଲଗା ଅନୁଭୂତି ନେଇ ଯାଇଥାନ୍ତି। ଏହାର ଡିଜାଇନ ଏବଂ ସବୁ ରୁମ୍‌ର କାମ ଅଲଗା ହୋଇଥାଏ।

ରିପୋର୍ଟ ମୁତାବକ, ଏହି ହୋଟେଲ ଏକ ପରିତ୍ୟକ୍ତ ଭାବେ ପଡ଼ିଥିବା ସ୍ଥାନରେ କରାଯାଇଛି। ଏହି ସ୍ଥାନ ଘର ଏବଂ ଗଳି ଭିତରେ ରହିଛି। ଏହାକୁ ଲୋକେ ଘରର ଅଳିଆ ପକାଇବାରେ ବ୍ୟବହାର କରୁଥିଲେ। ତେବେ ଏପରି ସ୍ଥାନରେ ଏକ ହୋଟେଲ କରିବା ସହଜ ନ ଥିଲା। ହେଲେ ଏପରି କାମ ଆର୍କିଟେକ୍ଟ ଏରି ଇନ୍ଦ୍ରା କରିବାରେ ସଫଳ ହୋଇଛନ୍ତି। ଇନ୍ଦ୍ରାଙ୍କ ଜନ୍ମ ସାଲାଟିଗା ସହରରେ ହୋଇଥିଲା। ସେ ସିଙ୍ଗାପୁର ଏବଂ ଜାକର୍ତ୍ତାରେ ଆର୍କିଟେକ୍ଟ ଭାବେ ପ୍ରଶିକ୍ଷଣ ନେଇଛନ୍ତି। ଏହି ହୋଟେଲରେ ୭ଟି ରୁମ୍‌ ରହିଛି। କାରଣ ଜାଭାନିସ ଭାଷାରେ ପିଟୁର ଅର୍ଥ ୭। ଏହାକୁ ଇନ୍ଦ୍ରା ୨୦୨୨ରେ ନିର୍ମାଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ନନ୍ଦୀ ପ୍ରତିମୂର୍ତ୍ତି ପାଖରେ ପହଞ୍ଚିଲା ମାଙ୍କଡ଼, ତା’ ପରେ ଯାହା କଲା ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଏଥିମଧ୍ୟରୁ ଅନେକ ଭିଡିଓ ଆଶ୍ଚର୍ଯ୍ୟ କରିଦେଉଥିବାବେଳେ ଆଉ କିଛି ଭିଡିଓ ହୃଦୟସ୍ପର୍ଶୀ। ଏବେ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?