Posted inଖେଳ

ଟେକ୍‌ନିକରେ ସାମାନ୍ୟ ପରିବର୍ତ୍ତନ କରିଛି: ପୃଥ୍ବୀ

ମୁମ୍ବାଇ,୧୨।୪(ପି.ଟି.): ଦୁର୍ବଳ ପ୍ରଦର୍ଶନ କାରଣରୁ ଜାତୀୟ ଦଳରୁ ବାଦ୍‌ ପଡିଥିବା ଯୁବ ଓପନର ପୃଥ୍ବୀ ଶ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଏଥର ଦମ୍‌ଦାର ଆରମ୍ଭ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସର ୨୧ ବର୍ଷୀୟ ବ୍ୟାଟ୍ସମ୍ୟାନ ପୃଥ୍ବୀ ୩୮ ବଲରୁ ଦ୍ରୁତ ୭୨ ରନ ସଂଗ୍ରହ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଆଇପିଏଲ୍‌ ପୂର୍ବରୁ ବ୍ୟାଟିଂ ଟେକ୍‌ନିକରେ ସାମାନ୍ୟ ପରିବର୍ତ୍ତନ କରିଛି। ତ୍ରୁଟି କମ୍‌ କରିବାକୁ ପ୍ରୟାସ କରିଥିଲି। ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡିଥିଲା ବୋଲି ପୃଥ୍ବୀ କହିଛନ୍ତି। ବ୍ୟାଟ୍‌ ଓ ପ୍ୟାଡ୍‌ ମଧ୍ୟରେ ରହୁଥିବା ଗ୍ୟାପ୍‌କୁ କମାଇବାରେ ସଫଳ ହୋଇଛି। ପୂର୍ବରୁ ଇନ୍‌କମିଙ୍ଗ୍‌ ବଲ୍‌ରେ ସମସ୍ୟା ରହୁଥିଲା। ପ୍ରବୀଣ ଆମ୍ରେଙ୍କ ସହ ଏଥିପାଇଁ କାର୍ଯ୍ୟ କରିବାକୁ ପଡିଥିଲା ବୋଲି ସେ କହିଛନ୍ତି। ଗତ ଆଇପିଏଲ୍‌ ସଂସ୍କରଣରେ ପୃଥ୍ବୀ ନିମ୍ନମାନର ପ୍ରଦର୍ଶନ କରି ଦିଲ୍ଲୀ ଦଳରୁ ବାଦ୍‌ ପଡିଥିଲେ। ସେହିପରି ଅଷ୍ଟ୍ରେଲିଆ ଗସ୍ତରେ ଆଡିଲେଡରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ୦ ଓ ୪ ରନ କରିବା ପରେ ସେ ଭାରତୀୟ ଟେଷ୍ଟ ଦଳରୁ ବାଦ୍‌ ପଡିଥିଲେ। ତେବେ ଏହାପରେ ଟେକ୍‌ନିକ୍‌ରେ ପରିବର୍ତ୍ତନ ଆଣି ସେ ଗତ ବିଜୟ ହଜାରେ ଟ୍ରଫିରେ ୮ ଇନିଂସରୁ ୮୨୭ ରନ ସଂଗ୍ରହ କରିଥିଲେ। ବିଜୟ ହଜାରେ ଟ୍ରଫି ପୂର୍ବରୁ କୋଚ୍‌ ରଜନୀକାନ୍ତ ଶିବାଗ୍ନନମ ଓ ପ୍ରବୀଣ ଆମ୍ରେ ସାରଙ୍କ ସହ ଦୁଇ ସପ୍ତାହ ଅଭ୍ୟାସ କରିଥିଲି ବୋଲି ସେ କହିଛନ୍ତି। ଚେନ୍ନାଇ ବିପକ୍ଷରେ ଶନିବାର ପୃଥ୍ବୀ ଶିଖର ଧାଓ୍ବନଙ୍କ ସହ ଓପନିଂ ଯୋଡିରେ ୧୩୮ ରନ ସଂଗ୍ରହ କରିଥିଲେ। ନିଜର ପ୍ରଦର୍ଶନରେ ସେ ଖୁସି ଜାହିର କରିଛନ୍ତି। ଦିଲ୍ଲୀ କୋଚ୍‌ ରିକି ପଣ୍ଟିଂଙ୍କ ସହ କୌଶଳ ଓ ରଣନୀତି ସମ୍ପର୍କରେ ଆଲୋଚନା କରିଥାଏ ବୋଲି ସେ କହିଛନ୍ତି। ରିଷଭ ପନ୍ତଙ୍କ ନେତୃତ୍ୱକୁ ସେ ପ୍ରଶଂସା କରିଛନ୍ତି। ଦିଲ୍ଲୀ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ୧୫ ତାରିଖରେ ରାଜସ୍ଥାନ ରୟାଲ୍ସକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri