Posted inଖେଳ

ଟେକ୍‌ନିକରେ ସାମାନ୍ୟ ପରିବର୍ତ୍ତନ କରିଛି: ପୃଥ୍ବୀ

ମୁମ୍ବାଇ,୧୨।୪(ପି.ଟି.): ଦୁର୍ବଳ ପ୍ରଦର୍ଶନ କାରଣରୁ ଜାତୀୟ ଦଳରୁ ବାଦ୍‌ ପଡିଥିବା ଯୁବ ଓପନର ପୃଥ୍ବୀ ଶ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଏଥର ଦମ୍‌ଦାର ଆରମ୍ଭ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସର ୨୧ ବର୍ଷୀୟ ବ୍ୟାଟ୍ସମ୍ୟାନ ପୃଥ୍ବୀ ୩୮ ବଲରୁ ଦ୍ରୁତ ୭୨ ରନ ସଂଗ୍ରହ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଆଇପିଏଲ୍‌ ପୂର୍ବରୁ ବ୍ୟାଟିଂ ଟେକ୍‌ନିକରେ ସାମାନ୍ୟ ପରିବର୍ତ୍ତନ କରିଛି। ତ୍ରୁଟି କମ୍‌ କରିବାକୁ ପ୍ରୟାସ କରିଥିଲି। ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡିଥିଲା ବୋଲି ପୃଥ୍ବୀ କହିଛନ୍ତି। ବ୍ୟାଟ୍‌ ଓ ପ୍ୟାଡ୍‌ ମଧ୍ୟରେ ରହୁଥିବା ଗ୍ୟାପ୍‌କୁ କମାଇବାରେ ସଫଳ ହୋଇଛି। ପୂର୍ବରୁ ଇନ୍‌କମିଙ୍ଗ୍‌ ବଲ୍‌ରେ ସମସ୍ୟା ରହୁଥିଲା। ପ୍ରବୀଣ ଆମ୍ରେଙ୍କ ସହ ଏଥିପାଇଁ କାର୍ଯ୍ୟ କରିବାକୁ ପଡିଥିଲା ବୋଲି ସେ କହିଛନ୍ତି। ଗତ ଆଇପିଏଲ୍‌ ସଂସ୍କରଣରେ ପୃଥ୍ବୀ ନିମ୍ନମାନର ପ୍ରଦର୍ଶନ କରି ଦିଲ୍ଲୀ ଦଳରୁ ବାଦ୍‌ ପଡିଥିଲେ। ସେହିପରି ଅଷ୍ଟ୍ରେଲିଆ ଗସ୍ତରେ ଆଡିଲେଡରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ୦ ଓ ୪ ରନ କରିବା ପରେ ସେ ଭାରତୀୟ ଟେଷ୍ଟ ଦଳରୁ ବାଦ୍‌ ପଡିଥିଲେ। ତେବେ ଏହାପରେ ଟେକ୍‌ନିକ୍‌ରେ ପରିବର୍ତ୍ତନ ଆଣି ସେ ଗତ ବିଜୟ ହଜାରେ ଟ୍ରଫିରେ ୮ ଇନିଂସରୁ ୮୨୭ ରନ ସଂଗ୍ରହ କରିଥିଲେ। ବିଜୟ ହଜାରେ ଟ୍ରଫି ପୂର୍ବରୁ କୋଚ୍‌ ରଜନୀକାନ୍ତ ଶିବାଗ୍ନନମ ଓ ପ୍ରବୀଣ ଆମ୍ରେ ସାରଙ୍କ ସହ ଦୁଇ ସପ୍ତାହ ଅଭ୍ୟାସ କରିଥିଲି ବୋଲି ସେ କହିଛନ୍ତି। ଚେନ୍ନାଇ ବିପକ୍ଷରେ ଶନିବାର ପୃଥ୍ବୀ ଶିଖର ଧାଓ୍ବନଙ୍କ ସହ ଓପନିଂ ଯୋଡିରେ ୧୩୮ ରନ ସଂଗ୍ରହ କରିଥିଲେ। ନିଜର ପ୍ରଦର୍ଶନରେ ସେ ଖୁସି ଜାହିର କରିଛନ୍ତି। ଦିଲ୍ଲୀ କୋଚ୍‌ ରିକି ପଣ୍ଟିଂଙ୍କ ସହ କୌଶଳ ଓ ରଣନୀତି ସମ୍ପର୍କରେ ଆଲୋଚନା କରିଥାଏ ବୋଲି ସେ କହିଛନ୍ତି। ରିଷଭ ପନ୍ତଙ୍କ ନେତୃତ୍ୱକୁ ସେ ପ୍ରଶଂସା କରିଛନ୍ତି। ଦିଲ୍ଲୀ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ୧୫ ତାରିଖରେ ରାଜସ୍ଥାନ ରୟାଲ୍ସକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri