ଶୋଇଲା ବେଳେ କେହି ମାଡ଼ି ବସିବାର ଅନୁଭବ ହେଉଛି କି?

ଅନେକ ସମୟରେ ନିଘୋଡ଼ ନିଦରେ ଶୋଇଥିବାବେଳେ ହଠାତ୍‌ ନିଦ ଭାଙ୍ଗିଥାଏ। ଉଠିବାକୁ ଚେଷ୍ଟା କଲେ ମଧ୍ୟ ଉଠି ହୁଏନି କି ଗୋଡ଼, ହାତ ହଲାଇବାକୁ ଚେଷ୍ଟାକଲେ ବି ହଲାଇ ହୁଏନି। ସେହି ସମୟରେ ପାଖରେ ଘଟୁଥିବା ପ୍ରତ୍ୟେକ ଘଟଣାକୁ ଅନୁଭବ କଲେ ମଧ୍ୟ ପାଟି ଖୋଲି କିଛି କହି ହୁଏନି। ମୁଣ୍ଡ ଭାରି ଭାରି ଲାଗିଥାଏ। ଏପରି ଲାଗିଥାଏ, ଯେପରି ଆପଣଙ୍କୁ କିଏ ମାଡ଼ି ବସୁଛି।
ଏହାକୁ ଲୋକେ ଭୂତ ପ୍ରେତ, ସ୍ବପ୍ନ ଦୋଷ ମଧ୍ୟ କହିଥା’ନ୍ତି। ଅନେକ ସମୟରେ ଯାହା ପାଇଁ ଆମେ ଅନେକ ଚିନ୍ତାରେ ପଡ଼ିଯାଉ। ଜ୍ୟୋତିଷଙ୍କୁ କହି ତାଙ୍କ କଥାନୁସାରେ ଉପଚାର ମଧ୍ୟ କରିଥାଉ। ମାତ୍ର ଏହାର ବୈଜ୍ଞାନିକ କାରଣ ରହିଛି। ବୈଜ୍ଞାନିକଙ୍କ ମତାନୁସାରେ ଏହାକୁ ସ୍ଲିପ୍‌ ପାରାଲାଇଜ୍‌ କୁହାଯାଏ। ଏହା ସେହି ସମୟରେ ସଂଘଠିତ ହୋଇଥାଏ, ଯେଉଁ ସମୟରେ କି ମସ୍ତିଷ୍କର କିଛି ଅଂଶ ଜାଗ୍ରତ ହୋଇଯାଏ, କିନ୍ତୁ ଶରୀରକୁ ନିୟନ୍ତ୍ରଣ କରୁଥିବା ଅଂଶ ଶୋଇ ରହିଥାଏ।
ସ୍ଲିପ୍‌ ପାରାଲାଇଜ ହିଁ ଶୋଇବାକୁ ଗଲାବେଳେ ବା ଉଠିବା ସମୟରେ ହୋଇଥାଏ। ଶୋଇବା ସମୟରେ ଏହା ହେଲେ, ଏହାକୁ ହିପ୍ପ୍‌ନୋଗୋଗିକ୍‌ କୁହାଯାଉଥିବା ବେଳେ ଉଠିଲାବେଳେ ହେଲେ ହାଇପ୍ନୋପୋପିକ୍‌ କୁହାଯାଏ। ଏହା ହେବା ପରେ ବ୍ୟକ୍ତି ଉଠି ପଡୁଥିବା ସହ କେତେକ ସମୟରେ ପୁଣି ଶୋଇ ଯାଇଥାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ନିଦ୍ରାଜନିତ ଅନେକ ସମସ୍ୟାରେ ପରିବର୍ତ୍ତନ ଆଣିବାକୁ ପଡ଼ିଥାଏ। ଯେପରିକି ଦିନକୁ ୮ ଘଣ୍ଟା ଶୋଇବା, ଚିନ୍ତାଠାରୁ ଦୂରେଇ ରହିବା। ମାନସିକ ସମସ୍ୟା କାରଣରୁ ନିଦରେ ହେଉଥିବା ସମସ୍ୟା ପାଇଁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ଯଦି କେବେ ଆପଣଙ୍କୁ ସ୍ଲିପ ପାରାଲାଇଜ ହେଉଥାଏ, ଭୂତ ପ୍ରେତ କିମ୍ବା କୌଣସି ଭୌତିକ ଚିନ୍ତା ନ କରି ଶୁଅନ୍ତୁ କିମ୍ବା ଅଧିକ ସମୟ ଏହି ସମସ୍ୟା ହେଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri