ଜାରିଆ ଜଙ୍ଗଲରୁ ମିଳିଲା ଖପୁରୀ, କଙ୍କାଳ

ଭୁବନେଶ୍ୱର, ୧୩।୧(ବ୍ୟୁରୋ) – ଗତବର୍ଷ ଅଗଷ୍ଟରେ ଡମପଡ଼ା ଅଭୟାରଣ୍ୟରେ ନିଖୋଜ ବୃଦ୍ଧ ନନ୍ଦ ବେହେରାଙ୍କୁ ଅଜଗର ଗିଳିଥିବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ଏଯାଏ ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ଶୁକ୍ରବାର ଅଭୟାରଣ୍ୟ ଅନ୍ତର୍ଗତ ଜାରିଆ ଜଙ୍ଗଲରୁ ଏକ ଖପୁରୀ, କକଙ୍କାଳ ଉଦ୍ଧାର ହୋଇଛି। କଙ୍କାଳ ସହିତ ମାଟିରେ ପୋତି ହୋଇଥିବା ଏକ ଧଳା ରଙ୍ଗର ଶାର୍ଟ ଦେଖି ତାହା ନନ୍ଦ ବେହେରାଙ୍କର ବୋଲି ପୁତୁରା ରାମଚନ୍ଦ୍ର ବେହେରା ଚିହ୍ନଟ କରିଛନ୍ତି। ତେବେ ଅଧିକ ପ୍ରମାଣ ପାଇଁ ବାଙ୍କୀ ଥାନା ପୋଲିସ ଜବତ କରିଥିବା କଙ୍କାଳକୁ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ କଟକ ଏସ୍‌ସିବିକୁ ପଠାଯାଇଛି ବୋଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ କହିଛନ୍ତି। ହାଡ଼ଗୁଡ଼ିକର ଡିଏନ୍‌ଏ ପରୀକ୍ଷା ମଧ୍ୟ କରାଯିବ ବୋଲି ମାଜିଷ୍ଟ୍ରେଟ ଡ୍ୟୁଟିରେ ଯାଇଥିବା ଡମପଡ଼ା ତହସିଲଦାର କ୍ଷୀତିଶ ବେହେରା ପ୍ରକାଶ କରିଛନ୍ତି।
ଗୁରୁବାର ଡମପଡ଼ା ଅଭୟାରଣ୍ୟରେ ବନ ବିଭାଗର ଟିମ୍‌ ପାଟ୍ରୋଲିଂ କରୁଥିବାବେଳେ ଏକ ମଣିଷ ଖପୁରି ସହିତ କଙ୍କାଳ ଦେଖିବାକୁ ପାଇଥିଲା। ବନ କର୍ମଚାରୀମାନେ ଡମପଡ଼ା ରେଞ୍ଜର ବିରାଜ ଦାସଙ୍କ ସହିତ ସ୍ଥାନୀୟ ପୋଲିସ ଫାଣ୍ଡିରେ ଖବର ଦେଇଥିଲେ। ଶୁକ୍ରବାର ବାଙ୍କୀ ଥାନା ଅଧିକାରୀ, ଡମପଡ଼ା ତହସିଲଦାର ଏବଂ ସାଇଣ୍ଟିଫିକ ଟିମ୍‌ କଙ୍କାଳ ପଡ଼ିଥିବା ସ୍ଥାନକୁ ଯାଇଥିଲେ। ଘଟଣାସ୍ଥଳରୁ ସମସ୍ତ ହାଡ଼ ଓ ଖପୁରିକୁ ଜବତ କରିବା ସହିତ ଅନ୍ୟାନ୍ୟ ନମୁନା ମଧ୍ୟ ସଂଗ୍ରହ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟରେ ନନ୍ଦ ବେହେରାଙ୍କ ଗାଡ଼ି ଜଙ୍ଗଳରୁ ମିଳିଥିଲା। ସେବେଠାରୁ ସେ ନିଖୋଜ ଅଛନ୍ତି। କିଛିଦିନ ବନ ବିଭାଗ ଓ ପୋଲିସ ନନ୍ଦଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ନନ୍ଦଙ୍କୁ ଅଜଗର ସାପ ଗିଳିଦେଇଥିବା ଚର୍ଚ୍ଚା ହୋଇଥିଲା। ତେବେ ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଅଜଗର ମଣିଷକୁ ଗିଳିବା ଘଟଣାକୁ ଏକ ଗୁଜବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri