ନଭେମ୍ବରରେ ସ୍କୋଡାର ୪୪୩୩ କାର୍‌ ବିକ୍ରି

ନୂଆଦିଲ୍ଲୀ,୫।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ସ୍କୋଡା ଅଟୋ ଇଣ୍ଡିଆ’ ପକ୍ଷରୁ ୨୦୨୨ ନଭେମ୍ବର ମାସର ଗାଡି ସମ୍ପର୍କିତ ସୂଚନା ପ୍ରଦାନ କରାଯାଇଛି। ଏପରିକି ଚଳିତ ବର୍ଷ ନଭେମ୍ବରରେ କମ୍ପାନୀ ଏକ ନୂତନ ଶିଖର ହାସଲ କରିଛି। ବିଶେଷ କରି ଗତ ମାସରେ କମ୍ପାନୀ ୪,୪୩୩ ୟୁନିଟ ବିକ୍ରି ପଞ୍ଜୀକୃତ କରିଛି। ଫଳସ୍ବରୂପ ଗତ ବର୍ଷ ସମାନ ଅବଧି ମଧ୍ୟରେ ବିକ୍ରି ହୋଇଥିବା ୨,୧୯୬ କାର୍‌ ତୁଳନାରେ ୧୦୨% ବୃଦ୍ଧି ଘଟିଛି। ଏହି ବର୍ଦ୍ଧିତ ବିକ୍ରୟ ଯୋଗୁ କମ୍ପାନୀ ୨୦୨୧ର ବାର୍ଷିକ ବିକ୍ରି ତୁଳନାରେ ୨୦୨୨ରେ ଆଉ ଏକ ରେକର୍ଡ ସହ ଏକ ମାସ ପୂର୍ବରୁ ଗାଡି ବିକ୍ରିକୁ ଦ୍ୱିଗୁଣିତ କରିସାରିଛି ।

ଏ ସମ୍ପର୍କରେ ସ୍କୋଡା ଅଟୋ ଇଣ୍ଡିଆ’ର ବ୍ରାଣ୍ଡ୍‌ ନିର୍ଦ୍ଦେଶକ ପିଟର ସ୍ଲୋକ କହିଛନ୍ତି, ଆମେ ଆମର ସର୍ବକାଳୀନ ଉଚ୍ଚ ବିକ୍ରୟ ରେକର୍ଡର ଲ୍ୟାଣ୍ଡମାର୍କ ଅତିକ୍ରମ କରିସାରିଛୁ। ଏପରିକି ଭାରତ ସ୍କୋଡା ଅଟୋ ପାଇଁ ୩ୟ ବୃହତ୍ତମ ବଜାର ହୋଇ ରହିଛୁ। ଏପରିକି ଆମେ କ୍ରମାଗତ ଭାବେ ଆମର ଅଭିବୃଦ୍ଧିର ସମ୍ବେଗ ବଜାୟ ରଖିଛୁ ଏବଂ ଏକ ନୂତନ ଉଚ୍ଚତାରେ ଏହି ବର୍ଷକୁ ଶେଷ କରିବାକୁ ଅପେକ୍ଷା କରିଛୁ। ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଜାନୁୟାରୀରୁ ନଭେମ୍ବର ଶେଷ ସୁଦ୍ଧା ସ୍କୋଡା ଅଟୋ ଇଣ୍ଡିଆ ୪୮,୯୩୩ ୟୁନିଟ ଗାଡି ବିକ୍ରି କରିଛି, ଯାହାକି ୨୦୨୧ରେ ବାର୍ଷିକ ବିକ୍ରି ହେଇଥିବା ୨୩,୮୫୮ କାରର ଦୁଇଗୁଣରୁ ଅଧିକ ଅଟେ ।
ଏହା ମଧ୍ୟ କମ୍ପାନୀକୁ ୨୦୨୨ ପାଇଁ ବାର୍ଷିକ ୫୦,୦୦୦କାର ଲକ୍ଷ୍ୟର ନିକଟତର କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri