ଖରାଦିନେ ତ୍ୱଚାର ଯତ୍ନ

ଖରାଦିନେ ମୁହଁର ତ୍ୱଚାକୁ ଧୂଳି ଏବଂ ଝାଳ ହେବାରୁ ଦୂରେଇ ରଖନ୍ତୁ। ଝାଳ ସହିତ ଅତ୍ୟଧିକ ଧୂଳି ରହିଲେ ଖୁବଶୀଘ୍ର ମୁହଁରେ ବ୍ରଣ ହୋଇଥାଏ। ତେଣୁ ଦିନକୁ ଅତି କମରେ ତିନି ଚାରି ଥର ମୁହଁ ଧୁଅନ୍ତୁ। କିନ୍ତୁ ସବୁଥର ଫେସ୍‌ ୱାଶ୍‌ ଲଗାନ୍ତୁ ନାହିଁ। ମୁହଁ ସଫା କରିବା ପାଇଁ ମୁଲତାନୀ ମାଟି, ଚନ୍ଦନ କିମ୍ବା ରୋଜ ୱାଟର ବ୍ୟବହାର କରନ୍ତୁ।
ଖରାଦିନେ ଶୀତଦିନର କ୍ରିମ୍‌ ଲଗାନ୍ତୁ ନାହିଁ। ଲାଇଟ୍‌ ଲୋସନ କିମ୍ବା ସେରମ ଲଗାନ୍ତୁ। ୱାଟର ଏବଂ ଜେଲ୍‌ ଥିବା ମଶ୍ଚରାଇଜର ଲଗାନ୍ତୁ। ଅତ୍ୟଧିକ ତୈଳୀୟ ତ୍ୱଚା ନିମନ୍ତେ ମିନେରାଲ ଫେସିଆଲ ସ୍ପ୍ରେ ବ୍ୟବହାର କରନ୍ତୁ। ସ୍ନାନ କରୁଥିବା ପାଣିରେ ଗ୍ଲିସେରିନ୍‌ ଏବଂ ରୋଜ ୱାଟର ପକାନ୍ତୁ।
ଖରାଦିନେ ବି ତ୍ୱଚା ଶୁଷ୍କ ହୋଇଥାଏ। ତେଣୁ ଶୋଇବା ପୂର୍ବରୁ ସଫା କରି ତ୍ୱଚାରେ ମଶ୍ଚରାଇଜର ଲଗାନ୍ତୁ। ଅତ୍ୟଧିକ ଝାଳ ବାହାରୁଥିଲେ ଟୋନର ଲଗାନ୍ତୁ।
ଟାଣ ଖରାରେ ବାହାରକୁ ବାହାରୁଥିଲେ ସନ୍‌ ଗ୍ଲାସ ଏବଂ ଲିପ୍‌ ବାମ୍‌ ନିଶ୍ଚୟ ଲଗାନ୍ତୁ। ଏହା ସହିତ ସନସ୍କ୍ରିନ୍‌ ଲୋସନ ମଧ୍ୟ ଲଗାନ୍ତୁ।
ଖରାଦିନେ ଦୁଇଥର ସ୍ନାନ କଲେ ତ୍ୱଚା ଫ୍ରେଶ ରହିଥାଏ। ଯଦି ଘିମିରି ହେଉଥାଏ ତେବେ ପାଣିରେ ନିମ୍ବ ପତ୍ର ପକାଇ ସ୍ନାନ କରନ୍ତୁ।
ଭିଟାମିନ୍‌ ସି ଥିବା କ୍ରିମ୍‌ ବ୍ୟବହାର କରନ୍ତୁ। ହାତ ଏବଂ ପାଦକୁ କିଛି ସମୟ ଲୁଣ ପାଣିରେ ଭିଜାଇ ରଖିଲେ ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୋଟା ଲୋକଙ୍କ ମାନସିକ, ଶାରୀରିକ ସମସ୍ୟା ବଢ଼ାଇଛି କରୋନା

ନ୍ୟୁୟର୍କ,୧୫ା୬: ମହାମାରୀ କରୋନା ମେଦବହୁଳ ଲୋକଙ୍କ ଉପରେ ବିଶେଷ ପ୍ରଭାବ ପକାଉଛି। କାରଣ ସେମାନେ ନିଜ ଓଜନ ଏବଂ ମାନସିକ ସ୍ବାସ୍ଥ୍ୟ ପରିଚାଳନା ପାଇଁ ସଂଘର୍ଷ...

ଅତ୍ୟଧିକ ମିଠା ଖାଉଥିଲେ…

ମିଠା ଏପରି ଏକ ଜିନିଷ, ଯାହାକୁ ଦେଖିବା ମାତ୍ରେ ଅଧିକାଂଶ ବ୍ୟକ୍ତିଙ୍କର ପାଟିରୁ ଲାଳ ଗଡ଼ିଥାଏ। ଏପରି ଖାଦ୍ୟ ବେଶ୍‌ ସ୍ବାଦିଷ୍ଟ ଏକଥା ସତ, ହେଲେ...

ଦିନରାତି ମୋବାଇଲ ବ୍ୟବହାର ତ୍ୱଚା ଉପରେ ପକାଏ କୁପ୍ରଭାବ

ବର୍ତ୍ତମାନ ସମୟରେ ମୋବାଇଲ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ସକାଳୁ ରାତି ହେବାଯାଏ ଏହା ଆମ ହାତରେ ରହିଥାଏ ।...

ଶୀତଦିନେ କମଳା ବେଶ୍‌ ସ୍ବାସ୍ଥ୍ୟପ୍ରଦ

ଶୀତଦିନେ ସ୍ବାସ୍ଥ୍ୟ ପାଇଁ କମଳା ବେଶ୍‌ ଲାଭଦାୟକ ହୋଇଥାଏ। କାରଣ ଏଥିରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ-ସି ରହିଥାଏ। ଏହା ଖାଇବା ପାଇଁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ...

ଆଜ୍‌ମାରୁ ମୁକ୍ତି ପାଇଁ…

ଶୀତଦିନେ ଥଣ୍ଡାର ପ୍ରକୋପ ଯୋଗୁ ଆଜ୍‌ମା ରୋଗୀଙ୍କ ଅବସ୍ଥା ଅଧିକ ଖରାପ ହୋଇଯାଏ। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ଅଳ୍ପ ପରିଶ୍ରମ କରିବା...

ରକ୍ତ ସଞ୍ଚାଳନକୁ ସକ୍ରିୟ କରେ ଶିଡ଼ି ଚଢ଼ିବା

ଶିଡ଼ି ଚଢ଼ିବାକୁ ଅନେକ କୁଣ୍ଠାବୋଧ କରିଥାଆନ୍ତି। ଆଜିକାଲିର ହାଇଟେକ୍‌ ଯୁଗରେ ଉପର ମହଲାକୁ ଯିବା ଆସିବା ପାଇଁ ଏବେ ତ ଲିଫ୍ଟର ବ୍ୟବସ୍ଥା ରହିଛି, ଯାହାକୁ...

ସମାଜରେ ଏପରି ଲୋକଙ୍କୁ କୁହାଯାଏ ଯୋଗ୍ୟ, କେବେ ହୁଅନ୍ତିନି ବିଫଳ

ଜଣେ ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଭାବରେ ବିବେଚିତ ଆଚାର୍ଯ୍ୟ ଚାଣକ୍ୟ ଜୀବନ ସହ ଜଡ଼ିତ ଅନେକ ବିଷୟ ଉପରେ ଗଭୀର ଅଧ୍ୟୟନ କରିଛନ୍ତି। ସେ...

କ’ଣ ଆପଣଙ୍କ ସଫଳତା ଦେଖି ଚିଡୁଛନ୍ତି କି ପାର୍ଟନର..

ଅନେକ ସମୟରେ ଆପଣଙ୍କ ସଫଳତାରେ ପାର୍ଟନର ଖୁସି ହେବା ଅପେକ୍ଷା ଅଧିକ ଚିଡ଼ିବା ଭଳି ମନେ ହୋଇଥାଏ। ଏଥିଯୋଗୁ ଉଭୟଙ୍କ ଭିତରେ ମନୋମାଳିନ୍ୟ ସୃଷ୍ଟି ହେବା...

Advertisement
Archives

Model This Week