ଶୀତଦିନେ ତ୍ୱଚାର ଯତ୍ନ

ଶୀତଦିନେ ତ୍ୱଚା ଶୁଷ୍କ ହୋଇଯିବା ଏକ
ବଡ଼ ସମସ୍ୟା। ତେଣୁ ଏଦିନେ ତ୍ୱଚାକୁ ମଶ୍ଚରାଇଜ୍‌ କରି ରଖିବା ଲାଗି ଏହାର ବିଶେଷ ଯତ୍ନ ନେବା ଆବଶ୍ୟକ । ଜାଣି ରଖନ୍ତୁ କିଛି ଘରୋଇ ଟିପ୍ସ…

ଶୀତଦିନେ ଥଣ୍ଡା ପବନ ପ୍ରଭାବରେ ତ୍ୱଚା ଡ୍ରାଏ ହୋଇଯାଏ। ଏପରି ନ ହେବାପାଇଁ ନିୟମିତ ମଶ୍ଚରାଇଜର ଲଗାନ୍ତୁ। କେମିକାଲ୍‌ ପ୍ରଡକ୍ଟ ବ୍ୟବହାର କରିବା ବଦଳରେ ପ୍ରାକୃତିକ ଭାବେ ମହୁ ବ୍ୟବହାର କରିପାରିବେ। ଏହାର ଆଣ୍ଟି-ଇନ୍‌ଫ୍ଲାମେଟୋରି ଗୁଣ ତ୍ୱଚାକୁ ହାଇଡ୍ରେଟ୍‌ କରି ରଖିଥାଏ। ମହୁକୁ ମୁହଁରେ ଲଗାଇ ୧୫ରୁ ୨୦ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। କିଛି ସମୟ ପରେ ପାଣିରେ ଧୋଇ ଦିଅନ୍ତୁ, ସ୍କିନ୍‌ ନରମ ଏବଂ ଚିକ୍କଣ ଲାଗିବ।
ବେଳେବେଳେ ଶୀତରେ ମୁହଁ ଏବଂ ନାକ ଡ୍ରାଏ ହୋଇ ଧଳା ଦାଗ ହୋଇଯାଏ। ଏଥିପାଇଁ ଆପଣ ଆଲୋଭେରା ବ୍ୟବହାର କରନ୍ତୁ। ଏହା ଆପଣଙ୍କ ତ୍ୱଚାକୁ ମଶ୍ଚରାଇଜ୍‌ କରି ରଖିଥାଏ। ଧଳାଦାଗ ପଡିବା ସ୍ଥାନରେ ଆଲୋଭେରା ଜେଲକୁ ଧୀରେ ଧୀରେ ମସାଜ୍‌ କରନ୍ତୁ। ଲଗାଇବାର ୧୫ରୁ ୨୦ ମିନିଟ୍‌ ପରେ ଏହାକୁ ଧୋଇଦିଅନ୍ତୁ। ପ୍ରତିଦିନ ଲଗାଇବା ଦ୍ୱାରା ତ୍ୱଚାର ଡ୍ରାଏନେସ୍‌ ଦୂର ହୋଇ କୋମଳ ରହିଥାଏ।
ଓଠର ତ୍ୱଚା କୋମଳ ହୋଇଥିବାରୁ ଶୀତଦିନେ ଏହା ଉପରେ ବେଶି ପ୍ରଭାବ ପଡ଼ିଥାଏ। ଓଠ ଡ୍ରାଏ ହୋଇ ଫାଟିବା, ଚୋପା ଛାଡିବା ଭଳି ସମସ୍ୟା ଦେଖା ଦେଇଥାଏ। ଯାହାକୁ ଦୂରକରିବା ଲାଗି ୧ ଚାମଚ ଚିନି ଏବଂ ୧ ଚାମଚ ମହୁ ନେଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଓଠରେ ୩ରୁ ୪ମିନିଟ ପଯ୍ୟନ୍ତ ଲଗାଇ ଧୀରେ ଧୀରେ ସ୍କ୍ରବ୍‌ କରନ୍ତୁ। ୧୦ମିନିଟ୍‌ ରଖିବା ପରେ ଧୋଇଦିଅନ୍ତୁ। ଏହାପରେ ଲିପ୍‌ ବାମ୍‌ ଲଗାଇପାରିବେ। ସପ୍ତାହକୁ ୨ରୁ ୩ ଥର ଏପରି କରନ୍ତୁ ଓଠ ନରମ ଏବଂ ମୁଲାୟମ ରହିବ।
ଗୋଇଠି ଫାଟିଲେ ନା କେବଳ ଅସୁନ୍ଦର ଦେଖାଯାଏ ବରଂ ଚାଲିବାରେ କଷ୍ଟ ମଧ୍ୟ ହୋଇଥାଏ। ଏହାକୁ ଦୂର କରିବା ଲାଗି କଦଳୀ ଏବଂ ମହୁର ପ୍ୟାକ୍‌ ପ୍ରସ୍ତୁତ କରି ମସାଜ କରନ୍ତୁ। କଦଳୀରେ ଥିବା ଏନ୍‌ଜାଇମ୍‌ ପାଦରୁ ଡେଡ୍‌ ସେଲ୍‌ ବାହାର କରିବା ସହ ପାଦକୁ କୋମଳ କରିଥାଏ। ଲଗାଇବା ପରେ ୨୦-୩୦ ମିନିଟ୍‌ ପାଇଁ ଶୁଖିବାକୁ ଛାଡି ଦିଅନ୍ତୁ। ନଖ ଉଷୁମ ପାଣିରେ ଗୋଇଠିକୁ ଧୋଇ ଦିଅନ୍ତୁ। ନରମ ଟାଓ୍ବେଲ୍‌ରେ ପୋଛି ମଶ୍ଚରାଇଜର୍‌ ଲଗାନ୍ତୁ। ସପ୍ତାହକୁ ଥରେ ଏହିଭଳି କରିବା ଦ୍ୱାରା ଆପଣଙ୍କୁ ଗୋଇଠି ଫଟାରୁ ଉପଶମ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?