ଶୀତଦିନେ ତ୍ୱଚାର ଯତ୍ନ

ଶୀତଦିନେ ତ୍ୱଚା ଶୁଷ୍କ ହୋଇଯିବା ଏକ
ବଡ଼ ସମସ୍ୟା। ତେଣୁ ଏଦିନେ ତ୍ୱଚାକୁ ମଶ୍ଚରାଇଜ୍‌ କରି ରଖିବା ଲାଗି ଏହାର ବିଶେଷ ଯତ୍ନ ନେବା ଆବଶ୍ୟକ । ଜାଣି ରଖନ୍ତୁ କିଛି ଘରୋଇ ଟିପ୍ସ…

ଶୀତଦିନେ ଥଣ୍ଡା ପବନ ପ୍ରଭାବରେ ତ୍ୱଚା ଡ୍ରାଏ ହୋଇଯାଏ। ଏପରି ନ ହେବାପାଇଁ ନିୟମିତ ମଶ୍ଚରାଇଜର ଲଗାନ୍ତୁ। କେମିକାଲ୍‌ ପ୍ରଡକ୍ଟ ବ୍ୟବହାର କରିବା ବଦଳରେ ପ୍ରାକୃତିକ ଭାବେ ମହୁ ବ୍ୟବହାର କରିପାରିବେ। ଏହାର ଆଣ୍ଟି-ଇନ୍‌ଫ୍ଲାମେଟୋରି ଗୁଣ ତ୍ୱଚାକୁ ହାଇଡ୍ରେଟ୍‌ କରି ରଖିଥାଏ। ମହୁକୁ ମୁହଁରେ ଲଗାଇ ୧୫ରୁ ୨୦ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। କିଛି ସମୟ ପରେ ପାଣିରେ ଧୋଇ ଦିଅନ୍ତୁ, ସ୍କିନ୍‌ ନରମ ଏବଂ ଚିକ୍କଣ ଲାଗିବ।
ବେଳେବେଳେ ଶୀତରେ ମୁହଁ ଏବଂ ନାକ ଡ୍ରାଏ ହୋଇ ଧଳା ଦାଗ ହୋଇଯାଏ। ଏଥିପାଇଁ ଆପଣ ଆଲୋଭେରା ବ୍ୟବହାର କରନ୍ତୁ। ଏହା ଆପଣଙ୍କ ତ୍ୱଚାକୁ ମଶ୍ଚରାଇଜ୍‌ କରି ରଖିଥାଏ। ଧଳାଦାଗ ପଡିବା ସ୍ଥାନରେ ଆଲୋଭେରା ଜେଲକୁ ଧୀରେ ଧୀରେ ମସାଜ୍‌ କରନ୍ତୁ। ଲଗାଇବାର ୧୫ରୁ ୨୦ ମିନିଟ୍‌ ପରେ ଏହାକୁ ଧୋଇଦିଅନ୍ତୁ। ପ୍ରତିଦିନ ଲଗାଇବା ଦ୍ୱାରା ତ୍ୱଚାର ଡ୍ରାଏନେସ୍‌ ଦୂର ହୋଇ କୋମଳ ରହିଥାଏ।
ଓଠର ତ୍ୱଚା କୋମଳ ହୋଇଥିବାରୁ ଶୀତଦିନେ ଏହା ଉପରେ ବେଶି ପ୍ରଭାବ ପଡ଼ିଥାଏ। ଓଠ ଡ୍ରାଏ ହୋଇ ଫାଟିବା, ଚୋପା ଛାଡିବା ଭଳି ସମସ୍ୟା ଦେଖା ଦେଇଥାଏ। ଯାହାକୁ ଦୂରକରିବା ଲାଗି ୧ ଚାମଚ ଚିନି ଏବଂ ୧ ଚାମଚ ମହୁ ନେଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଓଠରେ ୩ରୁ ୪ମିନିଟ ପଯ୍ୟନ୍ତ ଲଗାଇ ଧୀରେ ଧୀରେ ସ୍କ୍ରବ୍‌ କରନ୍ତୁ। ୧୦ମିନିଟ୍‌ ରଖିବା ପରେ ଧୋଇଦିଅନ୍ତୁ। ଏହାପରେ ଲିପ୍‌ ବାମ୍‌ ଲଗାଇପାରିବେ। ସପ୍ତାହକୁ ୨ରୁ ୩ ଥର ଏପରି କରନ୍ତୁ ଓଠ ନରମ ଏବଂ ମୁଲାୟମ ରହିବ।
ଗୋଇଠି ଫାଟିଲେ ନା କେବଳ ଅସୁନ୍ଦର ଦେଖାଯାଏ ବରଂ ଚାଲିବାରେ କଷ୍ଟ ମଧ୍ୟ ହୋଇଥାଏ। ଏହାକୁ ଦୂର କରିବା ଲାଗି କଦଳୀ ଏବଂ ମହୁର ପ୍ୟାକ୍‌ ପ୍ରସ୍ତୁତ କରି ମସାଜ କରନ୍ତୁ। କଦଳୀରେ ଥିବା ଏନ୍‌ଜାଇମ୍‌ ପାଦରୁ ଡେଡ୍‌ ସେଲ୍‌ ବାହାର କରିବା ସହ ପାଦକୁ କୋମଳ କରିଥାଏ। ଲଗାଇବା ପରେ ୨୦-୩୦ ମିନିଟ୍‌ ପାଇଁ ଶୁଖିବାକୁ ଛାଡି ଦିଅନ୍ତୁ। ନଖ ଉଷୁମ ପାଣିରେ ଗୋଇଠିକୁ ଧୋଇ ଦିଅନ୍ତୁ। ନରମ ଟାଓ୍ବେଲ୍‌ରେ ପୋଛି ମଶ୍ଚରାଇଜର୍‌ ଲଗାନ୍ତୁ। ସପ୍ତାହକୁ ଥରେ ଏହିଭଳି କରିବା ଦ୍ୱାରା ଆପଣଙ୍କୁ ଗୋଇଠି ଫଟାରୁ ଉପଶମ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri