Posted inଖେଳ

ଗୋଟିଏ ବଲ୍‌ରେ ପାକିସ୍ତାନକୁ ଜିତିବାକୁ ଥିଲା ୨ ରନ୍‌: ଘଟିଲା ହାଇଡ୍ରାମା, ଦେଖନ୍ତୁ ଭିଡିଓ

ଢାକା,୨୩।୧୧: ତୃତୀୟ ତଥା ଅନ୍ତିମ ଟି -୨୦ରେ ଏକ ରୋମାଞ୍ଚକର ମ୍ୟାଚରେ ପାକିସ୍ତାନ ବାଂଲାଦେଶକୁ ୫ ଉଇକେଟରେ ପରାସ୍ତ କରିଛି। ଶେଷ ବଲରେ ମହମ୍ମଦ ନୱାଜ ଗୋଟିଏ ଚୌକା ସହ ଦଳକୁ ବିଜୟ ପ୍ରଦାନ କରିଥିଲେ। ଏହି ଓଭରରେ ମୋଟ ୩ ଉଇକେଟର ପତ୍ତନ ଘଟିଥିଲା। କିନ୍ତୁ ବିଜୟ ପରେ ବାବର ଆଜମଙ୍କ ଦଳ ଉପରେ ପ୍ରଶ୍ନ ଉଠିଛି। ଶେଷ ଓଭର ବୋଲିଂ କରିଥିବା ବାଂଲାଦେଶ ଅଧିନାୟକ ମହମୁଦୁଲ୍ଲା ମଧ୍ୟ ଏହା ବିଷୟରେ ଏକ ବଡ଼ କଥା କହିଛନ୍ତି। ପାକିସ୍ତାନ ଟି-୨୦ ସିରିଜକୁ ୩-୦ରେ ପରାସ୍ତ କରିଛି।
ଶେଷ ଓଭରରେ ପାକିସ୍ତାନକୁ ୮ ରନ ସ୍କୋର କରିବାକୁ ଥିଲା। ମାତ୍ର ପ୍ରଥମ ୫ ବଲରେ ମାତ୍ର ୬ ରନ ସ୍କୋର କରି ପାକିସ୍ତାନ ମଧ୍ୟ ୩ ଉଇକେଟ ହରାଇଥିଲା। ଏବେ ଜିତିବା ପାଇଁ ତାଙ୍କୁ ଶେଷ ବଲରେ ୨ ରନ ସ୍କୋର କରିବାକୁ ଥିଲା। ମହମୁଦୁଲ୍ଲା ଷଷ୍ଠ ବଲ ବୋଲିଂ କରିଥିଲେ, କିନ୍ତୁ ମହମ୍ମଦ ନୱାଜ ନ ଖେଳି ଛାଡିଦେଇଥିଲେ ଫଳରେ ବଲ ଉଇକେଟରେ ବାଜିଥିଲା। ବାଂଲାଦେଶ ଖେଳାଳି ଏହା ଉପରେ ଆଉଟ୍‌ ଆବେଦନ କରିଥିଲେ। କିନ୍ତୁ ଅମ୍ପାୟାର ଏହାକୁ ଡେଡ୍‌ ବଲ୍‌ ଘୋଷଣା କରିଥିଲେ। ଏହାପରେ ଆଉ ଏକ ବଲ୍‌ ମଧ୍ୟ ଡେଡ୍‌ ଘୋଷଣା କରିଥିଲେ। ନୱାଜ ପୁଣି ଥରେ ବଲରେ ଚୌକା ମାରି ପାକିସ୍ତାନକୁ ବିଜୟ ଦେଇଥିଲେ। ସୋସିଆଲ ମିଡିଆରେ ଶେଷ ଓଭରର ଭିଡିଓ ଭାଇରାଲ ହେବାରେ ଲାଗିଛି। ପାକିସ୍ତାନ ଅସାଧୁ ଉପାୟରେ ମ୍ୟାଚ୍‌ ଜିତିଥିବା ୟୁଜର୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri