୧୦ ଜିଲାର ଏସ୍‌ଏଚ୍‌ଜିଙ୍କୁ ଦକ୍ଷତା ତାଲିମ

ଭୁବନେଶ୍ୱର, ୨୨।୯(ବ୍ୟୁରୋ): ମିଳିତ ଜାତିସଂଘ ମହିଳା (ୟୁଏନ୍‌ ଓ୍ବିମେନ୍‌)ର ଭାରତ ପ୍ରତିନିଧି ସୁଶାନ ଜେନ୍‌ ଫର୍ଗୁଶନ୍‌ ପ୍ରଥମ ଓଡ଼ିଶା ଗସ୍ତରେ ଆସିଛନ୍ତି। ତାଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ଦଳ ମଙ୍ଗଳବାର ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସ୍‌ଡିଏ) ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀଙ୍କୁ ସାକ୍ଷାତ କରିଛନ୍ତି। ଏଥିସହ ଓଡ଼ିଶାରେ ମହିଳାଙ୍କ ଦକ୍ଷତାବୃଦ୍ଧି କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନେଇ ସହଭାଗିତା ନିମନ୍ତେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ବୁଝାମଣାର ଅଂଶ ଭାବରେ ଓଡ଼ିଶାର ୧୦ଟି ଆକାଂକ୍ଷୀ ଜିଲାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କୁ ସେମାନଙ୍କ ଉତ୍ପାଦର ଅନ୍‌ଲାଇନ୍‌ ବିକ୍ରୟ ପାଇଁ ଡିଜିଟାଲ ମାର୍କେଟିଂ ସହ ଔଦ୍ୟୋଗିକତା ଉପରେ ତାଲିମ ପ୍ରଦାନ କରାଯିବ। ବାଲେଶ୍ୱର, ବ୍ରହ୍ମପୁର ଏବଂ ରାଉରକେଲାର ସରକାରୀ ଆଇଟିଆଇରେ ମହିଳା ଫୁଟବଲ ଦଳ ଏବଂ କୋରାପୁଟ ଗୋପବନ୍ଧୁ ଆଇଟିଆଇ ଓ ବଲାଙ୍ଗୀର ସରକାରୀ ଆଇଟିଆଇଠାରେ ଭଲିବଲ କୋର୍ଟ ନିମନ୍ତେ ଜାତିସଂଘ ମହିଳା ସହଯୋଗ କରିବ। ଭୁବନେଶ୍ୱରସ୍ଥିତ ୱାଲର୍ଡ ସ୍କିଲ୍‌ ସେଣ୍ଟରରେ ମହିଳାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ନେଇ ନୀତି, ପାଠ୍ୟକ୍ରମ ଏବଂ ନିଯୁକ୍ତି ନିମନ୍ତେ କାର୍ଯ୍ୟ ଆରମ୍ଭ ହେବ। ମୟୂରଭଞ୍ଜ, ରାୟଗଡ଼ା ଓ ଢେଙ୍କାନାଳ ଜିଲାର ସରକାରୀ ଆଇଟିଆଇ ଏବଂ ପଲିଟେକ୍‌ନିକଗୁଡ଼ିକରେ ସେକେଣ୍ଡ ଚାନ୍ସ ଏଜୁକେଶନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯାଇଥିବା ବାଗ୍‌ଚୀ କହିଛନ୍ତି। ପରେ ଏହି ପ୍ରତିନିଧି ଦଳ ମଞ୍ଚେଶ୍ୱରସ୍ଥିତ ୱାର୍ଲଡ ସ୍କିଲ୍‌ ସେଣ୍ଟର ପରିଦର୍ଶନ କରି ଓଏସ୍‌ଡିଏ ସିଇଓ ତଥା ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି.ଙ୍କ ସହ ସାକ୍ଷାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାତିସଂଘ ମହିଳା ଏସ୍‌ସିଇର ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ପ୍ରବନ୍ଧକ କାନ୍ତା ସିଂ, ବୈଷୟିକ ପରାମର୍ଶଦାତା (ଜେଣ୍ଡର) ସ୍ମିତା ଜଗଦେବ ଏବଂ ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

ଇଲେକ୍ଟ୍ରି ବିଲ୍‌ ନ ଦେଲେ ଜବତ ହେବ ଘରବାଡି ସମ୍ପତ୍ତି! କଠୋର ହେଲା ନିୟମ

ନୂଆଦିଲ୍ଲୀ,୧୭।୫: ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। ରାଜ୍ୟର ବିଜୁଳି ବିଭାଗ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ବିଦ୍ୟୁତ ନିଗମ ଦୀର୍ଘ ସମୟ ଧରି…

ଗଞ୍ଜାମ ପୋଲିସ ଜିଲାରେ ସ୍ବତନ୍ତ୍ର ଡ୍ରାଇଭ୍‌: ୪୪୪ ଓ୍ବାରେଣ୍ଟି କାର୍ଯ୍ୟକାରୀ

ଛତ୍ରପୁର,୧୭ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଗତ ୧୧ ଦିନ ଧରି ସ୍ବତନ୍ତ୍ର ଡ୍ରାଇଭ ଯୋଗେ ପୁରୁଣା ଓ୍ବାରେଣ୍ଟି ଧରପଗଡ଼ରେ ୪୪୪ଟି ଓ୍ବାରେଣ୍ଟି ଧରି କାର୍ଯ୍ୟକାରୀ…

ଇତିହାସ ରଚିଲେ ବିରାଟ, ୫୦୦ ରନ କରି କଲେ ଏମିତି ରେକର୍ଡ ଯାହା ଭାଙ୍ଗିବା ହେବ ଅସମ୍ଭବ!

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କୁ ‘ରେକର୍ଡର ରାଜା’ ଖାଲିଟାରେ କୁହାଯାଏ ନାହିଁ। ସେ ଏବେ ଇଣ୍ଡିଆନ ପ୍ରିମିୟର ଲିଗରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ଭାଙ୍ଗିବା…

ଆଶାଠାରୁ ଅଧିକ ଗରମ ହେଲାଣି ପ୍ରଶାନ୍ତ ମହାସାଗର; ଭାରତକୁ ମାଡି ଆସୁଛି ପ୍ରଚଣ୍ଡ ଗରମ ସହ ମରୁଡ଼ିର ବିପଦ…

ନୂଆଦିଲ୍ଲୀ,୧୭।୫: ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଏକ ନୂତନ ଚେତାବନୀ ବର୍ତ୍ତମାନ ବିଶ୍ୱବ୍ୟାପୀ ପାଣିପାଗ ବିଭାଗ ମଧ୍ୟରେ ନିରନ୍ତର ଆଲୋଚନାର ବିଷୟ। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡୁଛି ଯେ ଆଗାମୀ…

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

ସୁନା କ୍ରୟକୁ ନେଇ ଆସିଲା ବଡ଼ ଖବର, ମୋଦିଙ୍କ ଅପିଲ ପରେ ୧୦ରୁ ୬ ଜଣ ବଦଳାଇଲେ ନିଷ୍ପତ୍ତି: ସର୍ଭେ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ପରେ, ଦେଶରେ ସୁନା କ୍ରୟ ସମ୍ପର୍କରେ ସାଧାରଣ ଲୋକଙ୍କ ଭାବନା ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି। LocalCircles ଦ୍ୱାରା…

ଧରିତ୍ରୀରେ ଖବର ପ୍ରକାଶ ପରେ ଚେତିଲା ବିଭାଗ: ୩ ମାସ ପରେ କାର୍ଯ୍ୟକ୍ଷମ ହେଲା ଖଣ୍ଡହତା ପାନୀୟ ଜଳ ପ୍ରକଳ୍ପ

ଅମରପାଲି,୧୭ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପ୍ରାୟ ତିନି ମାସ ଧରି ଅଚଳ ହୋଇ ପଡ଼ିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri