ଓଡ଼ିଶା ପ୍ରଶାସନିକ ସେବାର ୬ ପ୍ରଶିକ୍ଷାର୍ଥୀଙ୍କ ପିକକ ଶିଶୁ ଅଧିକାର କାର୍ଯ୍ୟ ପରିଦର୍ଶନ, ପାଟଣା ବିଡ଼ିଓଙ୍କୁ ଭେଟି…

ପାଟଣା ୩୧।୭ (ବୀର କିଶୋର ଦାଶ) : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର -୨୦୨୩ ବ୍ୟାଚ ପ୍ରଶିକ୍ଷାର୍ଥୀମାନେ ସେମାନଙ୍କ ପ୍ରଶିକ୍ଷଣର ଅଂଶବିଶେଷ ଭାବେ ପିପୁଲସ କଲଚରାଲ ସେଣ୍ଟର( ପିକକ) ତରଫରୁ ଶିଶୁମାନଙ୍କ ଅଧିକାର ନେଇ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ୨୭ଜୁଲାଇରୁ ୩୦ଜୁଲାଇ ପର୍ଯ୍ୟନ୍ତ ପରିଦର୍ଶନ କରିଥିଲେ। ଗୋପବନ୍ଧୁ ପ୍ରଶାସନ ଏକାଡେମୀରୁ ତାଲିମ ନେଉଥିବା ଏହି ୬ ଜଣ ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀମାନେ ହେଲେ ମିର୍ଜା ଫଏଜ ଅହମଦ କ୍ୟୁୟାଦ୍ରି , ପ୍ରିୟଙ୍କା ପ୍ରିୟଦର୍ଶିନୀ , ମିଲନ ମହାପତ୍ର ,ସ୍ନେହା ଦାସ ମହାପାତ୍ର ଦିପ୍ତିରାଣୀ ନାୟକ , ଓ ଚିନ୍ମୟ ସାହା ।

କେନ୍ଦୁଝର ଜିଲା ପାଟଣା ବ୍ଲକର ରାଇକଳା, ଶରଧାପୂର୍‌ ରୋହିଣୀ ଦୁମା ପରିଦର୍ଶନ କରି ଯଥାକ୍ରମେ ଶିଶୁ ଶ୍ରମିକ ମୁକ୍ତ ଗାଁ, ସ୍କୁଲ ଲଣ୍ଣିଂ କର୍ଣ୍ଣର ଓ ଜିଆ ଖତ ପ୍ରସ୍ତୁତି ପାରମ୍ପରିକ ବିହନ ଓ ପିକକ ଦ୍ୱାରା ହୋଇଥିବା ବନୀକରଣ ଅଞ୍ଚଳ, ୟୁକୋ ସେଭର୍ଷ ୟୁଥ ନେଟୱର୍କ ସଦସ୍ୟ, ମହିଳା ଚାଷୀ , ପାଟଣାରେ ରାଜ୍ୟ ସରକାର ଓ ଭିନ୍ନ କ୍ଷମ ସଶକ୍ତି କରଣ ବିଭାଗ ଦ୍ୱାରା ପିକକ ତରଫରୁ ଭିନ୍ନ କ୍ଷମଙ୍କ ଚିକିତ୍ସା ଓ ପୁନର୍ବାସ କେନ୍ଦ୍ରରେ ପରିଦର୍ଶନ ସହ ଅନ୍ତେବାସୀଙ୍କୁ ଭେଟିଥିଲେ । ଏଥିସହ ପିକକ ହାତକୁ ନେଇଥିବାର ବିକାଶ ସହ ବାହାର ଅଞ୍ଚଳ ସ୍ଥିତି ପରଖିଥିଲେ ।

ପିକକର କାର୍ଯ୍ୟକ୍ଷେତ୍ରକୁ ପରିଦର୍ଶନ କରି ପିକକ ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟଗୁଡିକୁ ସେମାନେ ପରିଦର୍ଶନ କରିଥିଲେ । ଏହି ଗସ୍ତ ଅବସରରେ ସେମାନେ ଜୁଲାଇ ୨୭ ତାରିଖ ଦିନ ପିକକର ପାଟଣା କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସ୍ବାଗତ ଜଣାଇ ପିକକର ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ଏଥିରେ ବଡ ପାଟଣା ସରପଞ୍ଚ ବିନତି ବାନାରା ସାମିଲ ହୋଇଥିଲେ। ଏହି ଅବସରରେ ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଶିଶୁଶ୍ରମିକ ନିରାକରଣ ଓ ଏଥିପାଇଁ ପିକକର ବିଭିନ୍ନ ଯୋଜନା, ପଦକ୍ଷେପ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଓସିଏସ ଅଧିକାରୀଙ୍କୁ ଅବଗତ କରାଇଥିଲେ।

ପ୍ରଶିକ୍ଷାର୍ଥୀମାନେ ଗୁରୁବାର ପାଟଣା ବିଡ଼ିଓ ମାନସ ରଞ୍ଜନ ଦଣ୍ଡପାଟଙ୍କୁ ଭେଟି ପିକକ ତରଫରୁ ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକକାର୍ଯ୍ୟ ଗୁଡ଼ିକ ଉପରେ ଆଲୋଚନା କରିଥିଲେ । ପିକକର ଜ୍ୟୋତି ଶଙ୍କର ମହାନ୍ତି, ସତ୍ୟ ନାରାୟଣ ମହନ୍ତ, ପୂଜା ପଣ୍ଡା, ଦ୍ରୌପଦୀ ବେଜ, ମିଲିୟନ ମାର୍ଶାଲ ଟିୟୁ, ନୀରାସ ମୁଣ୍ଡା, ମେଘମାଳା ମହାନ୍ତ, ସୁଚିତ୍ରା ମହାନ୍ତ, ଲକ୍ଷ୍ମୀକାନ୍ତ ମହାନ୍ତ ପ୍ରମୁଖ ଏହି ଚାରିଦିନିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶୈଳଶ୍ରୀ ପ୍ୟାଲେସ୍‌ରେ ନୂଆଁଖାଇ ପାଳିଲେ ରାଜ ପରିବାର

ବଲାଙ୍ଗୀର, ୧୫/୯ (ସୁନିଲ କୁମାର ମହାନ୍ତି): ଗଣପର୍ବ ନୂଆଁଖାଇ ଅବସରରେ ମଙ୍ଗଳବାର ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସ୍‌ରେ ରାଜପରିବାରର ସଦସ୍ୟମାନେ ନୂଆଁଖାଇ ପାଳନ କରିଥିଲେ। ପ୍ୟାଲେସ୍‌ ପରିସରରେ ଥିବା…

୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ୩ ରାଶିଙ୍କ ଗୋଲ୍ଡେନ ସମୟ: ହାତକୁ ଆସିବ ପ୍ରବଳ ଟଙ୍କା, ମିଳିବ ମନପସନ୍ଦ ଚାକିରି!

ଭୁବନେଶ୍ୱର: ବର୍ତ୍ତମାନ ବୁଧ ନିଜ ରାଶି କନ୍ୟାରେ ଅବସ୍ଥାନ କରିବା ସହ ହସ୍ତ ନକ୍ଷତ୍ରରେ ଗୋଚର କରୁଛନ୍ତି। ନିଜ ରାଶିରେ ବୁଧଙ୍କ ଅବସ୍ଥିତି ତାଙ୍କୁ ଅଧିକ ପ୍ରଭାବଶାଳୀ…

ବଲାଙ୍ଗୀରରେ ନୂଆଁଖାଇ ଉତ୍ସାହ: ମା’ ପାଟଣେଶ୍ୱରୀ, ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଅର୍ପଣ

ବଲାଙ୍ଗୀର, ୧୫।୯ (ସୁନିଲ କୁମାର ମହାନ୍ତି): ଗଣପର୍ବ ନୂଆଁଖାଇ ପାଇଁ ମଙ୍ଗଳବାର ବଲାଙ୍ଗୀର ଜିଲାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି। ଜିଲାର ବିଭିନ୍ନ ଗାଁ ଓ ସହରରେ ଉତ୍ସାହ…

ଏତିକିରୁ ଅଧିକ ଟ୍ରାଞ୍ଜାକ୍ସନ କଲେ ପଡ଼ିବ ଚାର୍ଜ, ରାହୁଲ ଆଣିଲେ ସାଂଘାତିକ ଅଭିଯୋଗ: ଆମେରିକା ଚାପରେ ସରକାର…

ନୂଆଦିଲ୍ଲୀ,୧୫।୯: ଦେଶର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଅନ୍ୟତମ ପ୍ରମୁଖ ମାଧ୍ୟମ UPIକୁ ନେଇ ଏବେ ରାଜନୈତିକ ବିବାଦ ଚର୍ଚ୍ଚା ଜୋର୍‌ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ, ଚେତାବନୀ ଜାରି କଲା…

ନୂଆଦିଲ୍ଲୀ,୧୫।୯: ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ତର ଭାରତ ମହାସାଗର, ବିଶେଷକରି ବଙ୍ଗୋପସାଗର ଓ ଆରବ ସାଗରରେ ଘୂର୍ଣ୍ଣିିଝଡ଼ କାର୍ଯ୍ୟକଳାପ ବଢ଼ିବାର ସମ୍ଭାବନା ରହେ। ଏହି ସମୟକୁ ଭାରତର…

ସିଂହବାହିନୀଙ୍କ ଆଗମନୀ ପାଇଁ ଦିଗପହଣ୍ଡିରେ ଜୋରଦାର ପ୍ରସ୍ତୁତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୧ ନଂ ୱାର୍ଡ଼ ପୁଞ୍ଜିକଂୟା ଛକ ସ୍ଥିତ ମା ‘ ସିଂହବାହିନୀ ଦୂର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ…

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ! ଫୋନ୍‌ରେ ରହିଛି ଏକାଧିକ ସୁରକ୍ଷା ତ୍ରୁଟି, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୧୫।୯: ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଥିଲେ ସାବଧାନ । ଭାରତ ସରକାରଙ୍କ କମ୍ପ୍ୟୁଟର ଇମର୍ଜେନ୍ସି ରେସପନ୍ସ ଟିମ୍‌ (CERT-In) ପକ୍ଷରୁ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ହାଇ-ରିସ୍କ ସୁରକ୍ଷା…

ସମ୍ବଲପୁରରେ ପାଳିତ ହେଲା ନୂଆଁଖାଇ; ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୧୫।୯(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?