Posted inଜାତୀୟ

ସୀତାରାମନ୍‌ଙ୍କ ୬ ବଜେଟ ବିନ୍ଧାଣି

ନୂଆଦିଲ୍ଲୀ, ୩୧ା୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆସନ୍ତା ୧ ତାରିଖରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ରୀୟ ବଜେଟକୁ ଉପସ୍ଥାପନ କରିବେ। ଚଳିତ ଥର ଅଷ୍ଟମ ଥର ପାଇଁ ସୀତାରାମନ ଏହି ବଜେଟ ଉପସ୍ଥାପନ କରିବେ। ତେବେ ଉକ୍ତ ବଜେଟକୁ ଅନ୍ତିମ ସ୍ବରୂପ ଦେବା ପାଇଁ ଅର୍ଥମନ୍ତ୍ରୀଙ୍କ ନେତୃତ୍ୱରେ ତାଙ୍କ ବଜେଟ ଟିମ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଟିମ୍‌ର ପ୍ରମୁଖ ଚେହେରାମାନଙ୍କ ମଧ୍ୟରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ଥ ନାଗେଶ୍ୱରନ, ଅର୍ଥ ସଚିବ ତୁହିନ୍‌ କାନ୍ତ ପାଣ୍ଡେ, ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ୍‌, ବ୍ୟୟ ସଚିବ ମନୋଜ ଗୋବିଲ, ଅର୍ଥନୈତିକ ସେବା ସଚିବ ଏମ୍‌ ନାଗରାଜୁ ଓ ଡିଆଇପିଏଏମ୍‌ ସଚିବ ଅରୁନୀଶ ଚାଓ୍ବଲା ରହିଛନ୍ତି।
ଭି. ଅନନ୍ଥ ନାଗେଶ୍ୱରନ : ବଜେଟ ୨୦୨୫ରେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିବାର ଦାୟିତ୍ୱ ଭି. ଅନନ୍ଥ ନାଗେଶ୍ୱରନଙ୍କ ଉପରେ ରହିଛି। ଆଇଆଇଏମ୍‌ ଅହମଦାବାଦର ଏହି ପୂର୍ବତନ ଛାତ୍ର ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ସମ୍ପ୍ରତି ନିଜ ଦାୟିତ୍ୱ ନିର୍ବାହ କରୁଛନ୍ତି। ଦେଶର ଅର୍ଥନୈତିକ ସ୍ଥିତିକୁ ବିଶ୍ଳେଷଣ କରିବା ସହ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବିଭିନ୍ନ ସଂସ୍କାର ଆଣିବା ଦିଗରେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେବାରେ ତାଙ୍କର ଭୂମିକା ରହିଛି।
ତୁହିନ୍‌କାନ୍ତ ପାଣ୍ଡେ: ୧୯୮୭ ବ୍ୟାଚ୍‌ ଓଡ଼ିଶା କ୍ୟାଡରର ଆଇଏଏଏସ୍‌ ଅଧିକାରୀ ତୁହିନ୍‌କାନ୍ତ ପାଣ୍ଡେ ନିକଟରେ ଫାଇନାନ୍ସ ଏବଂ ରେଭେନ୍ୟୁ ସେକ୍ରେଟେରି ଭାବେ ନିଯୁକ୍ତ ହୋଇଛନ୍ତି। ରାଜସ୍ବ ବୃଦ୍ଧି ସହ ଟିକସ ବ୍ୟବସ୍ଥାକୁ ସରଳୀକରଣ କରିବାରେ ତାଙ୍କର ଭୂମିକା ରହିବ।
ଅଜୟ ସେଠ: ୧୯୮୭ ବ୍ୟାଚ୍‌ କର୍ନାଟକ କ୍ୟାଡରର ଏହି ଆଇଏଏସ୍‌ ଅଧିକାରୀ ସମ୍ପ୍ରତି ଭାରତ ସରକାରଙ୍କ ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ଭାବେ କାର୍ଯ୍ୟରତ ଅଛନ୍ତି। ବଜେଟ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ସହ ଦେଶରେ ଅର୍ଥନୈତିକ ସ୍ଥିରତା ବଜାୟ ରଖିବାରେ ତାଙ୍କର ଭୂମିକା ରହିବ।
ମନୋଜ ଗୋବିଲ: ୧୯୯୧ ବ୍ୟାଚ୍‌ ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ୍‌ ଅଧିକାରୀ ମନୋଜ ଗୋବିଲ ଗତବର୍ଷ ଅଗଷ୍ଟରେ କେନ୍ଦ୍ର ସରକାରଙ୍କ ବ୍ୟୟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସରକାରୀ ଖର୍ଚ୍ଚ ପରିଚାଳନାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବ୍ୟୟ ବିଭାଗ ସଚିବ ଦାୟିତ୍ୱ ତୁଲାଇବା ପୂର୍ବରୁ ସେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।
ଏମ୍‌. ନାଗରାଜୁ: ୧୯୯୩ ବ୍ୟାଚ୍‌ ତ୍ରିପୁରା କ୍ୟାଡରର ଏହି ଆଇଏଏସ୍‌ ଅଧିକାରୀ ସମ୍ପ୍ରତି ଅର୍ଥନୈତିକ ସେବା ବିଭାଗର ସଚିବ ଭାବେ କାର୍ଯ୍ୟରତ ଅଛନ୍ତି। ଫିନ୍‌ଟେକ କମ୍ପାନୀଗୁଡ଼ିକୁ ନିୟନ୍ତ୍ରଣ କରିବା ସହ ବୀମା କ୍ଷେତ୍ର ବିସ୍ତାରରେ ତାଙ୍କର ପ୍ରମୁଖ ଭୂମିକା ରହିବ।
ଅରୁନୀଶ ଚାଓ୍ବଲା: ବିହାର କ୍ୟାଡରର ଏହି ଆଇଏଏସ୍‌ ଅଧିକାରୀ ସମ୍ପ୍ରତି ଡିଆଇପିଏଏମ୍‌ର ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଦ୍ୱାରା ପରିଚାଳିତ ଅଣମୂଳ ସମ୍ପତ୍ତିର ମୂଲ୍ୟକୁ ଅନ୍‌ଲକ୍‌ କରାଇବାରେ ତାଙ୍କର ପାରଦର୍ଶିତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?