Odisha Elections 2024

ଦଦରା ଚାଳ ଛପର ଘରେ ବିତୁଛି ସୀତାଙ୍କ ଜୀବନ

ମହାକାଳପଡ଼ା,୨୦ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ପରିଣତ ବୟସରେ ସମାଜରେ ବହୁ ଅସହାୟ ବୃଦ୍ଧାବୃଦ୍ଧମାନେ ଅଛନ୍ତି ଦୁଇ ଓଳିରେ ଦୁଇ ମୁଠା ଖାଇବାକୁ ପାଉ ନାହାନ୍ତି। ପରିଣତ ବୟସରେ ନିଜ ଜନ୍ମ କଲା ପୁଅମାନେ ପର କରିବା ପରେ ଅତି ଅସହାୟ ଭାବେ ଜୀବନ ଜିଇଁବାକୁ ସଂଗ୍ରାମ କରିବାକୁ ପଡୁଛି। ଜଣେ ଅସହାୟ ଆଦିବାସୀ ବୃଦ୍ଧା ଦଦରା ଚାଳ ଛପର ଘରେ ଜୀବନ ବିତାଉଥିବା ବେଳେ ତାଙ୍କ ଭତ୍ତା ମଧ୍ୟ ମିଳୁ ନ ଥିବା ଅଭିଯୋଗ ହୋଇଛି। ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ନାଞ୍ଜୁରା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ସାନ୍ତାଳିପଡ଼ା ପାଣିଖିଆର ସୀତା ହେମ୍ବ୍ରମ (୬୫)ଙ୍କ କ୍ଷେତ୍ରରେ। ଆଖିକୁ ଭଲ ସେ ଦିଶୁନି। କିଛିବର୍ଷ ପୂର୍ବେ ସ୍ବାମୀ ପିରୁ ହେମ୍ବ୍ରମଙ୍କ ମଅତ୍ୟୁ ପରେ ସୀତାଙ୍କ ଦୁଇଗୁଣ ଦୁଃଖ କଷ୍ଟ ବଢ଼ି ଯାଇଛି। ନିଜ ଜନ୍ମ କଲା ୨ ପୁଅ ପର କରି ଅଲଗା ରହୁଛନ୍ତି। ହେଲେ ସୀତା ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତ। ନିକଟ ରେ ଘଞ୍ଚ ଜଙ୍ଗଲ ଥିବାରୁ ସାରେ ସରୀସୃପ ଓ ବନ୍ୟ ଜୀବଜନ୍ତୁଙ୍କ ଉପଦ୍ରବ ଦେଖିବାକୁ ମିଳୁଛି। ଯେଉଁ ନୁଅଁାଣିଆ ଚାଳ ଝୁମ୍ପୁଡ଼ି ଘରେ ସୀତା ରହୁଛନ୍ତି ବର୍ଷାଦିନରେ ଅତି ଦହନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ସୀତାଙ୍କ ରାଶନ କାର୍ଡ, ଆବାସ ଯୋଜନା ଗୃହ ନାହିଁ, ବିଧବା ଭତ୍ତା ସାତ ସପନ ପଲଟିଛି। ମାଲିକ ଘରେ ପରିଣତ ବୟସ ରେ ଘର ପାଇଟି କାମ କରି ନିଜ ପେଟ ଚାଖଣ୍ଡେ ପୋଷୁଛନ୍ତି। ଯାହା ଖୁଦ ଚାଉଳ ମିଳେ ଘରକୁ ନେଇ ହାଣ୍ଡିରେ ଫୁଟାଇ ପଖାଳ ଭାତ ସାଙ୍ଗକୁ ଜଙ୍ଗଲି ଶାଗ ଖାଇ ଜୀବନ ବିତାଉଛନ୍ତି। ଅପର ପକ୍ଷରେ ସୀତା ନିରକ୍ଷର ହୋଇଥିବାରୁ ସରକାରୀ ଯୋଜନା ପହଞ୍ଚତ୍ ପାରୁନି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ସରକାରୀ ଜନ କଲ୍ୟାଣ ମୂଳକ ଯୋଜନା ଏହି ସାନ୍ତାଳିପଡ଼ାରେ ପହଞ୍ଚତ୍ ପାରୁନି ବୋଲି ଗ୍ରାମର ଲୋକେ କହିଛନ୍ତି। ଏହି ସାନ୍ତାଳିପଡ଼ାରେ ୫୦ପରିବାରର ୨୦୦ ଲୋକ ବସବାସ କରୁଥିବା ଜଣାପଡ଼ୁଛି। ଏମାନଙ୍କ ମୂଳ ବାସିନ୍ଦା ମୟୂରଭଞ୍ଜ ଜିଲାର ଠାକୁରମୁଣ୍ଡା, ବୈସିଙ୍ଗୀ, କପ୍ତିପଦା, ରାଇରଙ୍ଗପୁର, ବହଳଦା, ବାରିପଦା, ଉପରବେଢ଼ା, କରଞ୍ଜିଆ ଆଦି ଅଞ୍ଚଳରୁ ଶହେ ବର୍ଷ ପୂର୍ବେ ପୂର୍ବଜମାନେ ଆସି ବସବାସ କରୁଥିବା ଏମାନେ କହିଛନ୍ତି। ଏହି ଅସହାୟ ଗରିବ ସୀତା ହେମ୍ବ୍ରମଙ୍କୁ ଆବାସ ଯୋଜନା ଗୃହ, ବିଧବା ଭତ୍ତା, ରାଶନ କାର୍ଡ ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସୁନା ମାରାଣ୍ଡି , ବାଣ୍ଠୁ ମଣ୍ଡଳ , ଚରଣ ଟୁଡୁ, ଶଙ୍କର ମାରାଣ୍ଡି, ଜୟରାମ ମଣ୍ଡଳ, ଲବ ମାରାଣ୍ଡି, କୁସ ମାରାଣ୍ଡି ପ୍ରମୁଖ ଦାବି କରିଛନ୍ତି। ତୁରନ୍ତ ଜିଲା ପ୍ରଶାସନ ହସ୍ତକ୍ଷେପ କରିବା ପାଇଁ ପଡ଼ାର ଲୋକମାନେ ଦାବି କରିଛନ୍ତି। ଦୁର୍ଦ୍ଦିନରେ ଜୀବନ ବିତାଉଥିବା ବୃଦ୍ଧାଙ୍କ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭୟାରଣ୍ୟ ପରିଧୀରେ ମଦ ଆଡ୍ଡା, ଜବତ ହେଲା ୧୬୧୮ ଲିଟର ଦେଶୀ ମହୁଲି ମଦ

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ), କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନରେ ୫ଟି ଥାନା ରହିଛି l ଚଳିତ ମାସ ଗତ ୧୪ ତାରିଖ ହାଟଡିହୀ ବ୍ଲକ ସୋସୋ...

ଗର୍ଜିଲେ ଶାହା, କହିଲେ…

ରାଉରକେଲା,୧୭।୫: ରାଉରକେଲାରେ ପହଞ୍ଚି ବିଜେଡିକୁ ଆକ୍ରମଣାତ୍ମକ ଢଙ୍ଗରେ ଟାର୍ଗେଟ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା। ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି...

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପୁରୀରେ କରିବେ…

ଭୁବନେଶ୍ୱର,୧୭।୫: ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ । ୧୯ତାରିଖ ରବିବାର...

ନେତାଙ୍କ କଥାରେ ଭଳୁ ନାହାନ୍ତି ଭୋଟର

ବରଗଡ଼ରୁ ଅନିଲ ଦାସ,୧୭ା୫: ଖରାତାତି ସାଙ୍ଗକୁ ବଢ଼ିଚାଲିଛି ନିର୍ବାଚନୀ ଉଷ୍ମତା। ଆଉ ଦୁଇଦିନ ପରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ...

ପ୍ରାର୍ଥୀ କିଏ ଆମେ ଜାଣିନୁ, ଚିହ୍ନ ଦେଖି ଭୋଟ୍‌ ଦେବୁ

ବରଗଡ଼ରୁ ଅନିଲ ଦାସ,୧୭ା୫: ବର୍ତ୍ତମାନ ଚାରିଆଡ଼େ ନିର୍ବାଚନ ଉଷ୍ମତା। ରାଜନେତାମାନେ ଘନଘନ ପ୍ରଚାରରେ ଆସୁଛନ୍ତି। ମାତ୍ର ଭୋଟରମାନେ ଏଥର ଆଉ ମିଥ୍ୟା ପ୍ରତିଶ୍ରୁତିକୁ ବିଶ୍ୱାସ କରୁନାହାନ୍ତି।...

ଖଲ୍ଲିକୋଟ ମର୍ଡର କେସ୍‌ର ତଦନ୍ତ କରିବ ଏସ୍‌ଆଇଟି

କଟକ,୨୭।୫(କାର୍ତ୍ତିକ ସାହୁ): ପୋଲିସ ମୁଖ୍ୟାଳୟ ପକ୍ଷରୁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଖଲ୍ଲିକୋଟ ମର୍ଡର କେସ୍‌ର ତଦନ୍ତ କରିବ ବୋଲି ଜଣାପଡିଛି। ଏହି ସ୍ବତନ୍ତ୍ର...

କାଠ ଚୋରା ଚାଲାଣ ବେଳେ ଧରିଲା ବନ ବିଭାଗ

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହରପଡା ସେକ୍ସନ ମାଛଗଡ଼ ଦକ୍ଷିଣ ବିଟ ମିରିଖୋଜି ଗ୍ରାମ ବିରଳ ନଦୀକୂଳ ଜଙ୍ଗଲରୁ ଶୁକ୍ରବାର ସକାଳୁ କାଠ...

ଗଙ୍ଗାଧର ମେହେରଙ୍କୁ ସନ୍ଥ କବି କହିଦେଲେ ପାଣ୍ଡିଆନ୍‌:ଦେଖନ୍ତୁ ଭିଡିଓ

ସମ୍ବଲପୁର,୧୭।୫: ଏବେ ଚାଲିଛି ନିର୍ବାଚନୀ ଋତୁ। ଚାରିଆଡେ ନିର୍ବାଚନ ପ୍ରଚାର। ଗୋଟିଏ ପଟେ କେନ୍ଦ୍ରୀୟ ନେତା ଓଡ଼ିଶାରେ ଘନ ଘନ ପ୍ରଚାର କରୁଥିବାବେଳେ ବିଜେଡି ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri