ବିଜେଡିରୁ ଭଉଣୀ, କଂଗ୍ରେସରୁ ଭାଇ ଆଶାୟୀ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା): ସାଧାରଣ ନିର୍ବାଚନ ପାଇଁ  ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସରେ ଆଶାୟୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତି ଉପୁଜିଛି ଯେ, ପୁରୁଖା ରାଜନେତାଙ୍କ ପରିବାରରୁ ୨ ଜଣ ଲେଖାଏ ଆଶାୟୀ ରହିଥିବା ଦେଖିବାକୁ ମିଳୁଛି। ରାୟଗଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୨ ଦଳରୁ ଭଉଣୀ ଭାଇଙ୍କୁ ନେଇ ଏବେ ଚର୍ଚ୍ଚା।
କଂଗ୍ରେସର ପୂର୍ଣ୍ଣଚନ୍ଦ୍ର ମାଝି ଓ ବିଜେଡିର ଅନସୂୟା ମାଝି ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଅନନ୍ତରାମ ମାଝିଙ୍କ ପୁଅ ଓ ଝିଅ। ଦୁହେଁ ଭିନ୍ନ ଦଳରୁ  ଆଶାୟୀ। ପୂର୍ଣ୍ଣଚନ୍ଦ୍ର ରାୟଗଡ଼ା ବିଧାନସଭା ଆସନ ସକାଶେ କଂଗ୍ରେସରୁ ଆଶାୟୀ ରହିଥିବା ବେଳେ ଅନସୂୟା ବିଜେଡିରୁ ପ୍ରାର୍ଥୀ ହେବାକୁ ଲବି କରୁଛନ୍ତି। ୨୦୦୮ରେ ପିତା ଅନନ୍ତରାମ ମାଝିଙ୍କ ମୃତ୍ୟୁ ପରେ ଉପନିର୍ବାଚନରେ ପୂର୍ଣ୍ଣ ମାଝି କଂଗ୍ରେସରୁ ପ୍ରାର୍ଥୀ ହୋଇ ଲକ୍ଷ୍ମୀପୁର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୯ ନିର୍ବାଚନରେ ପୂର୍ଣ୍ଣ ମାଝି ରାୟଗଡ଼ାରୁ ଆଶାୟୀ ରହିଥିଲେ, କିନ୍ତୁ ଟିକେଟ ପାଇ ନ ଥିଲେ। ତେବେ କଂଗ୍ରେସ ଦଳରେ ଦୀର୍ଘ ବର୍ଷ ରହିଥିବାରୁ କଂଗ୍ରେସ ଦଳରେ ଆଶାୟୀ ରହିବା ସ୍ବାଭାବିକ। ପୂର୍ଣ୍ଣ ମାଝି ଅନ୍‌ଲାଇନରେ ରାୟଗଡ଼ା ଆସନ ପାଇଁ ଆବେଦନ କରିବା ସହିତ ଦଳର ଶୀର୍ଷ ନେତୃତ୍ୱଙ୍କୁ ମଧ୍ୟ ଜଣାଇଛନ୍ତି।
ଅନ୍ୟପଟେ ପୂର୍ଣ୍ଣଙ୍କ ଭଉଣୀ ଅନସୂୟା ବିଜେଡିରୁ ରାୟଗଡ଼ା ଆସନ ପାଇଁ ଆଶାୟୀ ରହିଛନ୍ତି। ଏ ସମ୍ପର୍କରେ ସେ ଦଳୀୟ ନେତୃବୃନ୍ଦଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି। ବର୍ତ୍ତମାନ ଅନସୂୟା ରାୟଗଡ଼ା ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ରହିଛନ୍ତି। ତାଙ୍କ ପାଇଁ ଦଳର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଲବି ମଧ୍ୟ ଚଳାଇଥିବା ଜଣାପଡ଼ିଛି। ଅବଶ୍ୟ ବିଜେଡିରେ ଯୋଗଦାନ ପୂର୍ବରୁ ଅନସୂୟା କଂଗ୍ରେସରୁ ମଧ୍ୟ ଆଶାୟୀ ଥିଲେ। ମହିଳା କଂଗ୍ରେସ ଜିଲା ସଭାନେତ୍ରୀ ରହିଥିଲେ। ହେଲେ କଂଗ୍ରେସରେ ନିର୍ବାଚନ ଲଢ଼ିବା ପାଇଁ ସୁଯୋଗ ନ ମିଳିବାରୁ  ସେ ବିଜେଡିରେ ଯୋଗଦେଇଥିଲେ। ବିଜେଡିରେ ଯୋଗଦାନ ପରେ ବିଜୁ ମହିଳା ଜନତା ଦଳ ଜିଲା ସଭାନେତ୍ରୀ ଓ ପରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ହୋଇଥିଲେ। ତେଣୁ ବର୍ତ୍ତମାନ ସେ ବିଧାନସଭା ପ୍ରାର୍ଥୀ ପାଇଁ ଆଶାୟୀ ରହିଛନ୍ତି।  ତେବେ ଗୋଟିଏ ପରିବାରର ୨ଜଣଙ୍କୁ ଭିନ୍ନ ଭିନ୍ନ ଦଳରେ ଟିକେଟ ଦିଆଗଲେ, ଭୋଟର କାହାକୁ ବାଛିବେ  ତାହାକୁ ନେଇ ଚିନ୍ତାରେ ପଡ଼ିବେ। ତେବେ ଏହା ଉଭୟ ବିଜେଡି ଓ କଂଗ୍ରେସ ପାଇଁ ମଧ୍ୟ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି।  ଦେଖିବାର କଥା, ଏହି ଟିକେଟ ଆଶାର ଦୌଡ଼ ଆଗକୁ କେଉଁ ମୋଡ଼ ନେଉଛି। ଉଭୟ ଭଉଣୀଭାଇ ଦୁଇଟି ଭିନ୍ନ ଦଳରୁ ରାଜନୀତି ମଇଦାନକୁ ଓହ୍ଲାଇଥିବା ନେଇ ପୂର୍ଣ୍ଣ ମାଝିଙ୍କୁ ପଚାରିବାରୁ ସେ ସବୁବେଳେ କଂଗ୍ରେସ ଦଳରେ ରହିଛନ୍ତି ଆଉ ରହିବେ ବୋଲି କହିଛନ୍ତି। ଭଉଣୀ ଅନସୂୟା ବାହା ହେବା ପରେ ସେ ବ୍ୟକ୍ତିଗତ ଜୀବନରେ କ’ଣ କରିବେ ସେଥିରେ ତାଙ୍କର କୌଣସି ହସ୍ତକ୍ଷେପ ନାହିଁ ବୋଲି ପୂର୍ଣ୍ଣ କହିଛନ୍ତି। ଏନେଇ ଅନସୂୟା ମାଝିଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବପର ହୋଇ ନ ଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?