Posted inଜାତୀୟ

ଏସ୍‌ଆଇଆର୍‌: ଅର୍ଦ୍ଧାଧିକ ଭୋଟରଙ୍କୁ ନୂଆ ଦସ୍ତାବିଜ ଦେବାକୁ ପଡ଼ି ନ ପାରେ

ନୂଆଦିଲ୍ଲୀ,୧୮ା୯: ଅଧିକାଂଶ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ଅର୍ଦ୍ଧାଧିକ ମତଦାତାଙ୍କୁ ନୂଆ ଦସ୍ତାବିଜ ଦେବାକୁ ପଡ଼ି ନ ପାରେ ବୋଲି ବୁଧବାର ନିର୍ବାଚନ କମିଶନ(ଇସି) ଅଧିକାରୀମାନେ ସୂଚନା ଦେଇଛନ୍ତି। ଇସିଙ୍କ ପକ୍ଷରୁ କୁହାଯାଇଛି ଯେ, ଅନେକ ରାଜ୍ୟରେ ୨୦୦୨ରୁ ୨୦୦୪ ମଧ୍ୟରେ ଭୋଟର ତାଲିକାର ଏସ୍‌ଆଇଆର୍‌ କରାଯାଇଛି। ଏହି ବର୍ଷକୁ ସେମାନଙ୍କ ପରବର୍ତ୍ତୀ ଏସ୍‌ଆଇଆର୍‌ ପାଇଁ କଟ୍‌ଅଫ୍‌ ତାରିଖ ଭାବେ ବିଚାର କରାଯିବ। ସାରା ଦେଶରେ ଏସ୍‌ଆଇଆର୍‌ ଲାଗୁ ପାଇଁ ଇସି ଖୁବ୍‌ଶୀଘ୍ର ତାରିଖ ଘୋଷଣା କରିବେ। ଏଥିପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ମାନଙ୍କୁ ଭୋଟର ତାଲିକା ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। କେତେକ ରାଜ୍ୟର ସିଇଓମାନେ ଗତ ଏସ୍‌ଆଇଆର୍‌ ପରେ ପ୍ରକାଶିତ ଭୋଟର ତାଲିକା ନିଜ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରିସାରିଛନ୍ତି। କୌଣସି ଯୋଗ୍ୟ ନାଗରିକ ଯେପରି ବାଦ୍‌ ନ ପଡ଼ନ୍ତି ତାହା ସୁନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟ ଇସିଙ୍କୁ ନିର୍ଦ୍ଦେଶ ଦେଇଥିବାରୁ ଏହାକୁ ଗୁରୁତ୍ୱ ଦେଇ ସିଇଓମାନେ କାର୍ଯ୍ୟ କରୁଥିବା କୁହାଯାଉଛି।

ଇତିମଧ୍ୟରେ ଇସି ଇଭିଏମ୍‌ ବାଲଟ୍‌ ପେପରର ଡିଜାଇନିଂ ଓ ପ୍ରିଣ୍ଟିଂ ସମ୍ପର୍କିତ ସଂଶୋଧିତ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ତଦନୁସାରେ ଏହା ଅଧିକ ପଠନଯୋଗ୍ୟ ଓ ଭୋଟର-ଅନୁକୂଳ ହେବ। ଏଥିରେ ପ୍ରାର୍ଥୀମାନଙ୍କ ରଙ୍ଗିନ ଫଟୋ ସହ ସେମାନଙ୍କ ନାମ ବଡ଼ ଅକ୍ଷରରେ ଉଲ୍ଲେଖ ରହିବ, ଯାହାକୁ ଦେଖି ମତଦାତାମାନେ ସହଜରେ ସେମାନଙ୍କୁ ଜାଣିପାରିବେ ଏବଂ ନିଜ ପସନ୍ଦ ଅନୁସାରେ ଭୋଟ ଦେଇପାରିବେ। ପ୍ରାର୍ଥୀଙ୍କ ନାମ ସହ ନନ୍‌ ଅଫ୍‌ ଦି ଏବଭ୍‌ (ନୋଟା)ର ଅକ୍ଷର ଆକୃତି ୩୦ ସାଇଜ୍‌ରେ ରହିବ ଏବଂ ସ୍ପଷ୍ଟତା ପାଇଁ ତାକୁ ବୋଲ୍ଡ କରାଯିବ। ଏଥିପାଇଁ ବ୍ୟବହୃତ କାଗଜ ମଧ୍ୟ ପୂର୍ବାପେକ୍ଷା ମୋଟା ରହିବ। ବିଧାନସଭା ନିର୍ବାଚନ ପାଇଁ ନିର୍ଦ୍ଦିଷ୍ଟ ଭାବେ ପିଙ୍କ୍‌ କଲର ପେପର ବ୍ୟବହାର କରାଯିବ। ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରୁ ଏହା ଲାଗୁ ହେବ ବୋଲି ଇସି ସୂଚନା ଦେଇଛନ୍ତି। ଭାରତର ନିର୍ବାଚନ କମିଶନ କଣ୍ଡକ୍ଟ ଅଫ୍‌ ଇଲେକ୍ସନ ରୁଲ୍ସ, ୧୯୬୧ର ରୁଲ୍‌ ୪୯ବିରେ ସଂଶୋଧନ ଆଣି ପ୍ରଚଳିତ ଗାଇଡ୍‌ଲାଇନ୍‌ରେ ଏପରି ପରିବର୍ତ୍ତନ କରିଥିବା ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?