ସାର୍‌, ଆମ ଦରମା, ଭତ୍ତା ବଢ଼ାନ୍ତୁ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ଦରଦାମ ବଢ଼ିଲାଣି। ତେଲ ଦର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବଢ଼ିଗଲାଣି। ଥରେ ନିର୍ବାଚନମଣ୍ଡଳୀ ବୁଲି ଗଲେ ୫୦ ହଜାର ଖର୍ଚ୍ଚ ହେଉଛି। ବାହାଘର, ବ୍ରତଘର, ନାଚ, ଗୀତ, ମେଳା ମହୋତ୍ସବ, ଖେଳକୁଦ, ଚିକିତ୍ସା ଓ ଅନ୍ୟାନ୍ୟ ପାଇଁ ଆମକୁ ଟଙ୍କା ଦେବାକୁ ପଡୁଛି। ଅନ୍ୟ ରାଜ୍ୟରେ ଆମଠାରୁ ବହୁ ଅଧିକ ମିଳୁଛି। ସାର୍‌, ଆମର ଦରମା ଓ ଅନ୍ୟାନ୍ୟ ଭତ୍ତା ବଢ଼ାନ୍ତୁ। ଦଳଗତ ନିର୍ବିଶେଷରେ ବିଧାୟକମାନେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କଠାରେ ଏମିତି ଗୁହାରି କରିଛନ୍ତି। ବିଧାନସଭାରେ ଏନେଇ ଏକ ସର୍ବଦଳୀୟ ସବ୍‌କମିଟି ଗଠନ ହୋଇ ବିଭିନ୍ନ ରାଜ୍ୟ ଗସ୍ତ କରୁ। ଉକ୍ତ କମିଟି ରିପୋର୍ଟ ଆଧାରରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଉ ବୋଲି ସେମାନେ ଦାବି କରିଥିଲେ। ଉଦ୍‌ବେଗକୁ ଦେଖି ବାଚସ୍ପତି ଏହାର ‘ସୁବିଚାର’ ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।
ଶନିବାର ବିଧାନସଭା ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଥିଲେ, ଗତ ୧୩ ସେପ୍ଟେମ୍ବର ୨୦୧୭ରେ ରାଜ୍ୟରେ ବିଧାୟକଙ୍କ ଦରମା, ଭତ୍ତା ଓ ବିଧାୟକ ପାଣ୍ଠି ଆଦି ବଢ଼ିଥିଲା। ଏବେ ସମୟ ଆସିଛି ବିଧାୟକଙ୍କ ଦରମା ବଢ଼ାଇବାକୁ ବିଚାର କରାଯାଉ। କର୍ନାଟକରେ ବିଧାୟକମାନେ ମାସିକ ଭତ୍ତା ସହ ଦରମା ବାବଦରେ ୨.୦୫ ଲକ୍ଷ, ମହାରାଷ୍ଟ୍ରରେ ୨.୩୨ ଲକ୍ଷ, ତେଲଙ୍ଗାନାରେ ୨ ଲକ୍ଷ, ଦିଲ୍ଲୀରେ ୨.୧୦ ଲକ୍ଷ, ଉତ୍ତରାଖଣ୍ଡରେ ୩.୨୫ ଲକ୍ଷ ଓ ଗୋଆରେ ୩.୨ ଲକ୍ଷ ଟଙ୍କା ପାଉଛନ୍ତି। ଓଡ଼ିଶାରେ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚକୁ ମିଶାଇ ମୋଟ ୯୯,୮୦୦ ଟଙ୍କା ରହିଛି। ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଏକ ପ୍ରସ୍ତାବ ଦେବାକୁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ସେ ଦାବି କରିଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଯାହା ମିଳୁଛି ତାହା ପର୍ଯ୍ୟାପ୍ତ ହେଉନି ବୋଲି କହିବା ସହ ପୂର୍ବତନ ବିଧାୟକମାନଙ୍କର ମଧ୍ୟ ପେନ୍‌ସନ ଓ ଚିକିତ୍ସା ଖର୍ଚ୍ଚ ବଢ଼ାଯାଉ ବୋଲି ସେ ଦାବି କରିଥିଲେ। ବିଜେଡି ସଭ୍ୟ ଅମର ପ୍ରସାଦ, ପଦ୍ମନାଭ ବେହେରା, ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ସମାନ ଦାବି କରିଥ୍‌ତ୍ଲେ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ, ଅପ୍ରିୟ ସତ୍ୟକଥା। ସକାଳୁ ଉଠିବା ମାତ୍ରେ ବିଭିନ୍ନ କଥାରେ ଲୋକଙ୍କୁ ପଇସା ଦେବାକୁ ପଡ଼େ। ଗୋଆ ଭଳି ରାଜ୍ୟର ବିଧାୟକଙ୍କ ଦରମା ଓ ଭତ୍ତା ୩ ଲକ୍ଷ। ଆମର ସବୁଠାରୁ କମ୍‌। ମୁଖ୍ୟମନ୍ତ୍ରୀ ଭାରି ଦରଦି। ତାଙ୍କୁ ଏହି ପ୍ରସ୍ତାବ ଦିଆଯାଉ ବୋଲି ସେ କହିଥିଲେ।
କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଥିଲେ, ବିଧାୟକଙ୍କ ପାଇଁ ଏକ ସିଲିଂ କରାଯାଉ। ୫ଥର କିମ୍ବା ୭ ଥର ବିଧାୟକ ମାପଦଣ୍ଡ ନ ରହୁ। ସମସ୍ତଙ୍କ ପାଇଁ ସମାନ ବ୍ୟବସ୍ଥା କରାଯାଉ। ପୂର୍ବତନ ବିଧାୟକଙ୍କୁ ମାତ୍ର ୨ ହଜାର ଟଙ୍କା ଔଷଧ ପାଇଁ ଦିଆଯାଉଛି। ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଦିଆଯାଉଛି। ବିଜୁ ସ୍ବାସ୍ଥ୍ୟ ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ କାର୍ଡ ଦିଆଯାଉଛି। ଦରମା ଓ ଭତ୍ତା ବଢ଼ାଇବା ପାଇଁ ଏକ କମିଟି ଗଠନ କରାଯାଉ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ, ଜଣେ ପିଅନ ଓ ତୃତୀୟ ଶ୍ରେଣୀ କର୍ମଚାରୀ ମାସିକ ଯେତିକି ଦରମା ପାଉଛନ୍ତି ତା’ଠାରୁ ବିଧାୟକମାନେ କମ୍‌ ପାଉଛନ୍ତି। ତେଣୁ ଦରମା ବୃଦ୍ଧି କରାଯାଉ ବୋଲି ସେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri