ଅଗଷ୍ଟ ୧ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୨୧ା୬(ବ୍ୟୁରୋ):ଅଗଷ୍ଟ ୧ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଆରମ୍ଭ ହେବ। ଏନେଇ ସୋମବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହି ପରୀକ୍ଷା ପାଇଁ ଚଳିତ ମାସ ୨୭ ତାରିଖରୁ ଆବେଦନ ପ୍ରକ୍ରିୟା ଚାଲିବ। ସାମ୍ସ ଜରିଆରେ ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ। ‘ସାମ୍ସ’ର ଓ୍ବେବସାଇଟ୍‌ www.samsodisha.gov.inରେ କମନ୍‌ ଆପ୍ଲିକେଶନ ଫର୍ମ(ସିଏଏଫ୍‌) ଉପଲବ୍ଧ ହେବ। ଜୁଲାଇ ୧୨ ତାରିଖ ଆବେଦନର ଶେଷ ତାରିଖ ରହିଛି। ଜୁଲାଇ ୧୩ ଓ ୧୪ରେ କମନ ଆପ୍ଲିକେଶନ ଫର୍ମରେ ଆବଶ୍ୟକ ସଂଶୋଧନ କରିହେବ। କିନ୍ତୁ ଏହି ସମୟ ମଧ୍ୟରେ ନୂଆ ଆବେଦନ କରିହେବ ନାହିଁ। ଜୁଲାଇ ୨୦ ଅପରାହ୍ନ ୨ଟା ପରଠୁ ଛାତ୍ରୀଛାତ୍ରମାନେ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ଅଗଷ୍ଟ ୧ରୁ ପ୍ରବେଶିକା ପରୀକ୍ଷା ଆରମ୍ଭ ହୋଇ ୧୩ ତାରିଖ ମଧ୍ୟରେ ସରିବ। ତେବେ ଅଗଷ୍ଟ ୭, ୯ ଓ ୧୧ରେ କୌଣସି ପରୀକ୍ଷା ହେବ ନାହିଁ। ଅଗଷ୍ଟ ୨୫ରେ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଯୋଗ୍ୟ ପ୍ରାର୍ଥୀମାନେ ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଚଏସ୍‌ ଫିଲିଂ କରିବେ। ସେପ୍ଟେମ୍ବର ୫ରେ ସିଟ୍‌ ଆଲଟମେଣ୍ଟ କରାଯିବ ଏବଂ ୬ ଓ ୭ ତାରିଖରେ ପ୍ରଥମ ପର୍ଯ୍ୟୟ ନାମଲେଖା ଅନୁଷ୍ଠିତ ହେବ। ସେହିଭଳି ସେପ୍ଟେମ୍ବର ୧୩ ଅପରାହ୍ନ ୧୨ଟାରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍‌ ଆଲଟମେଣ୍ଟ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ୧୪ ଓ ୧୫ ତାରିଖ ଦୁଇଦିନ ଚାଲିବ। ଖାଲି ସିଟ୍‌ ନେଇ ୨୦ ତାରିଖରେ ସାମ୍ସ ୱେବସାଇଟ୍‌ରେ ସୂଚନା ପ୍ରକାଶ ପାଇବ। ୨୩ ତାରିଖରେ ସ୍ପଟ୍‌ ନାମଲେଖା ପାଇଁ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଏ ସମ୍ପର୍କରେ ଅଧିକ ଜାଣିବା ନିମନ୍ତେ ଦୁଇଟି ହେଲ୍ପଲାଇନ ନମ୍ବର – ୧୫୫୩୩୫/୧୮୦୦-୩୪୫-୬୭୭୦ ଜାରି କରାଯାଇଛି। ଏନେଇ www.samsodisha.gov.in ରେ ମଧ୍ୟ ଲଗ୍‌ ଇନ୍‌ କରି ଅଧିକ ସୂଚନା ପାଇପାରିବେ ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହେଲେ ୫୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୧।୨: ଓଡ଼ିଶାରେ ରବିବାର ୫୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରୁ ସର୍ବାଧିକ ୧୦, ଅନୁଗୁଳରୁ ୮, ଖୋର୍ଦ୍ଧାରୁ ୭, ବାଲେଶ୍ୱର ଓ ପୁରୀରୁ...

ଅର୍ଥ ଫେରସ୍ତ ଲାଗି ନିର୍ମଳାଙ୍କୁ ପ୍ରତାପଙ୍କ ଅନୁରୋଧ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଶ୍ରୀମନ୍ଦିର ପ୍ରଶାସନ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ରଖିବା ଯୋଗୁ ରାଜ୍ୟବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସ୍ଥିତିରେ କିପରି ଜଗନ୍ନାଥଙ୍କ...

ଡ୍ରେନେଜ ବ୍ୟବସ୍ଥା ଫେଲ୍‌, ସହର ଜଳମଗ୍ନ

ଭଦ୍ରକ ଅଫିସ, ୨୭।୯ – ଭଦ୍ରକ ପୌରାଞ୍ଚଳର ଖାଲୁଆ ଅଞ୍ଚଳ ଏବେ ଜଳମଗ୍ନ। ଲଗାଣ ବର୍ଷା କାରଣରୁ ସହରର ଖାଲୁଆ ଅଞ୍ଚଳ ରାସ୍ତାଘାଟରେ ପାଣି ଜମି...

ଅପାସୋରା ସ୍ମୃତି ହୋଇ ରହିବ: ଏଡିଏମ୍‌ଙ୍କ କାର୍ଯ୍ୟାଳୟରେ ନିଆରା ବିବାହ

ନୟାଗଡ଼ ଅଫିସ,୨୭ା୪: ନୟାଗଡ଼ ଅତିରିକ୍ତ ଜିଲାପାଳ (ଏଡିଏମ୍‌)ଙ୍କ କାର୍ଯ୍ୟାଳୟରେ ସୋମବାର ଏକ ନିଆରା ବିବାହ ଅନୁଷ୍ଠିତ ହୋଇଥିଲା। ନ ଥିଲା ବାଜା, ବାଣ କି ରୋଶଣି।...

ଓଜନିଆ ହେବ ନାହିଁ ସ୍କୁଲ ବ୍ୟାଗ୍‌:ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୨।୮(ବ୍ୟୁରୋ):ଏଣିକି ସ୍କୁଲ ବ୍ୟାଗ ଓଜନ କରାଯିବ। ଆବଶ୍ୟକଠାରୁ ଅଧିକ ଓଜନ ରହିଲେ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବ୍ୟାଗ୍‌...

ଆଇଆଇଟି କ୍ୟାମ୍ପସରେ ଅଜଗର

ଭୁବନେଶ୍ୱର,୩।୧(ବ୍ୟୁରୋ): ଜଟଣୀସ୍ଥିତ ଆଇଆଇଟି କ୍ୟାମ୍ପସରୁ ମଙ୍ଗଳବାର ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ଆଇଆଇଟି ସିକ୍ୟୁରିଟି ମ୍ୟାନେଜର ନିତ୍ୟାନନ୍ଦ ପ୍ରଧାନଙ୍କ କହିବା ମୁତାବକ ମଙ୍ଗଳବାର ସକାଳେ...

ରମା ବୈଦ୍ୟନାଥନ୍‌ ପାଇବେ ମାହାରୀ ସମ୍ମାନ

ଭୁବନେଶ୍ୱର,୭ା୩(ବ୍ୟୁରୋ): ଆଦିଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ତରଫରୁ ବିଶିଷ୍ଟ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ରମା ବୈଦ୍ୟନାଥନ ଚଳିତବର୍ଷ ଲାଗି ସମ୍ମାନଜନକ ମାହାରୀ ସମ୍ମାନ ପାଇବାକୁ...

ସିଇଓଙ୍କୁ ଫେରାଦ ହେଲେ ବିଜେଡି, ଭାଜପା

ଭୁବନେଶ୍ୱର,୨୬।୧୦(ବ୍ୟୁରେ): ଧାମନଗର ଉପନିର୍ବାଚନରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେଉଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଟଙ୍କା ଓ ଅନ୍ୟାନ୍ୟ ଜନିଷ ଦେଇ ପ୍ରଲୋଭିତ...

Advertisement
Archives

Model This Week