ଏଣିକି ଦେଶରେ ଏକକ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ଏଣିକି କଲେଜରେ ନାମଲେଖା ପାଇଁ ସାରା ଦେଶରେ ଏକକ ପ୍ରବେଶିକା ପରୀକ୍ଷା ହେବ। ଆଉ ଦ୍ୱାଦଶ ଶ୍ରେଣୀର ମାର୍କ ଭିତ୍ତିରେ ଛାତ୍ରୀଛାତ୍ରଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ। ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ ଅଣ୍ଡର ଗ୍ରାଜୁଏଟ୍‌ (ୟୁଜି) ୧୦୦% କଟ୍‌ ଅଫ୍‌ ମାର୍କ ଧାର୍ଯ୍ୟ କରୁଥିବାରୁ ୟୁଜିସି ପକ୍ଷରୁ ଏକକ ପ୍ରବେଶିକା ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ୟୁଜିସି ମୁଖ୍ୟ ଏମ୍‌. ଜଗଦେଶ କୁମାର ମଙ୍ଗଳବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି କମନ ୟୁନିଭର୍ସିଟି ଏଜୁକେଶନ ଟେଷ୍ଟ (ସିୟୁଇଟି) ଜୁଲାଇ ମାସର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ। କାରଣ ସେହି ସମୟରେ ପ୍ରାୟ ସବୁ ବୋର୍ଡର ଦ୍ୱାଦଶ ପରୀକ୍ଷା ଶେଷ ହୋଇଯାଇଥିବ। ଏହି ପ୍ରବେଶିକା ପରୀକ୍ଷା ପାଇଁ ଅନ୍‌ଲାଇନରେ ଆବେଦନ ପ୍ରକ୍ରିୟା ଏପ୍ରିଲ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ଆଧାରରେ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନ ପଡ଼ିବ। ପିଲାଙ୍କୁ କମ୍ପ୍ୟୁଟରଭିତ୍ତିକ ମଲ୍‌ଟିପୁଲ ଚଏସ୍‌ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ସେହିପରି ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇ ୟୁଜିସି ମୁଖ୍ୟ କହିଛନ୍ତି, ପ୍ରବେଶିକା ପରୀକ୍ଷା ପାଇଁ ପିଲାଙ୍କୁ ସ୍ବତନ୍ତ୍ର ଭାବେ କମ୍ପ୍ୟୁଟର ସମ୍ପର୍କରେ ଅଧିକ ଜ୍ଞାନ ହାସଲ କରିବାର କୌଣସି ଆବଶ୍ୟକ ନାହିଁ। ଆଜିର ଯୁଗରେ ପ୍ରାୟ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ସେମାନେ ପରୀକ୍ଷା କେନ୍ଦ୍ରକୁ ଯିବେ ଓ ମାଉସ୍‌ ଦ୍ୱାରା ମଲ୍‌ଟିପୁଲ ଅପ୍‌ସନ୍‌ ମଧ୍ୟରୁ ଠିକ୍‌ ଉତ୍ତରରେ କେବଳ କ୍ଲିକ୍‌ କରିବେ। ସେ ଆହୁରି କହିଛନ୍ତି, ଦେଶର କିଛି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଅଣ୍ଡର ୟୁଜି ପାଠ୍ୟକ୍ରମ ପାଇଁ ୧୦୦% କଟ୍‌ଅଫ ମାର୍କ ଧାର୍ଯ୍ୟ କରିବା ଆଦୌ ଗ୍ରହଣୀୟ ନୁହେଁ। ତେଣୁ ସବୁ ପିଲାଙ୍କୁ ସୁଯୋଗ ଦେବା ପାଇଁ ଏକକ ପ୍ରବେଶିକା ପରୀକ୍ଷାର ବ୍ୟବସ୍ଥା କରାଯାଉଛି। ପିଲାମାନେ କେବଳ ଦ୍ୱାଦଶ ଶ୍ରେଣୀରେ ଅଧିକ ମାର୍କ ରଖିବାକୁ ଚେଷ୍ଟା କରିବା ଅପେକ୍ଷା ଏଣିକି ଅଧିକ ଜ୍ଞାନ ହାସଲ କରିବାକୁ ପ୍ରୟାସ କରିବେ। ଏହି ଏକକ ପ୍ରବେଶିକା ପରୀକ୍ଷା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ଆୟୋଜନ କରାଯିବ। ଏକକ ପ୍ରବେଶିକା ପରୀକ୍ଷା ବର୍ତ୍ତମାନ ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ବାଧ୍ୟତାମୂଳକ। ଏଥିସହ ୟୁଜିସି ପକ୍ଷରୁ ସମସ୍ତ ରାଜ୍ୟ, ସରକାରୀ ଅନୁମୋଦିତ ସଂସ୍ଥା ଏବଂ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକୁ ମଧ୍ୟ ନାମ ଲେଖାଇବା ପାଇଁ ଏକକ ପ୍ରବେଶିକା ପରୀକ୍ଷା ଆୟୋଜନ କରିବାକୁ କୁହାଯାଇଛି। ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ଯେକୌଣସି ଛାତ୍ରୀଛାତ୍ର ଏକକ ପ୍ରବେଶିକା ଦେଇପାରିବେ। ତେବେ ବିଶ୍ୱବିଦ୍ୟାଳୟଗୁଡ଼ିକ ନାମଲେଖାର ମାନଦଣ୍ଡ ପାଇଁ ଦ୍ୱାଦଶ ଶ୍ରେଣୀର ମାର୍କଶିଟ୍‌କୁ ବିଚାରକୁ ନେଇପାରିବେ। ଏହାର ଅର୍ଥ ଯଦି ବିଶ୍ୱବିଦ୍ୟାଳୟଗୁଡ଼ିକ ଏକକ ପ୍ରବେଶିକା ପରୀକ୍ଷା ନିୟମକୁ ଆପଣାଉଛନ୍ତି, ତା’ହେଲେ ସେମାନେ ମୁକ୍ତ ଭାବେ ଦ୍ୱାଦଶ ଶ୍ରେଣୀ ମାର୍କ ଆଧାରରେ ନାମଲେଖା ପାଇଁ ବେଞ୍ଚ୍‌ମାର୍କ ପ୍ରସ୍ତୁତ କରିପାରିବେ। ପ୍ରବେଶିକା ପରୀକ୍ଷା ଯୋଗୁ ବିଶ୍ୱବିଦ୍ୟାଳୟରେ ଥିବା ସଂରକ୍ଷିତ ସିଟ୍‌ଗୁଡ଼ିକ ଉପରେ ମଧ୍ୟ କୌଣସି ପ୍ରଭାବ ପଡ଼ିବ ନାହିଁ। ପ୍ରବେଶିକା ପରୀକ୍ଷା ଆଧାରରେ ବିଶ୍ୱବିଦ୍ୟାଳୟଗୁଡ଼ିକ ସାଧାରଣ ଓ ସଂରକ୍ଷିତ ବର୍ଗରେ ପିଲାଙ୍କୁ ନାମ ଲେଖାଇବାକୁ ଅନୁମତି ଦେଇପାରିବେ ବୋଲି ଜଗଦେଶ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ, ହତ୍ୟା ମାମଲା: ଅଭିଯୁକ୍ତ ତୁଷାରଙ୍କ ଜାମିନ ଖାରଜ

ବ୍ରହ୍ମପୁର,୨୯୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣପୁର ମୁଖ୍ୟ ରାସ୍ତାରେ ପ୍ଲଟ ବ୍ୟବସାୟୀ ସୁଧୀର କୁମାର୍‌ ପାତ୍ରଙ୍କୁ ଗତ ଏପ୍ରିଲ ୧୫…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri