Advertisement

କରୋନାରେ ଚାଲିଗଲେ କଣ୍ଠଶିଳ୍ପୀ ତପୁ ମିଶ୍ର

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶନିବାର ପରଲୋକ ଘଟିଛି। ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା। ନିକଟରେ ସେ କରୋନାରୁ ସୁସ୍ଥ ହୋଇଥିଲେ। ହେଲେ କୋଭିଡ୍‌ ପରବର୍ତ୍ତୀ ସ୍ବାସ୍ଥ୍ୟଗତ ଜଟିଳତା କାରଣରୁ ତାଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିଲା। ଶରୀରରେ ଅକ୍ସିଜେନ୍‌ ସ୍ତର ହ୍ରାସ ପାଇବାରୁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ କୋଲକାତା କିମ୍ବା ଚେନ୍ନାଇ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ଶନିବାର ରାତି ପ୍ରାୟ ୧୧ଟାରେ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ ସୂତ୍ରରୁ ଜଣାପଡିଛି।

ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସେ ବହୁ ସୁପରହିଟ୍‌ ଗୀତ ଦେଇ ଲୋକଙ୍କ ହୃଦୟକୁ ଛୁଇଁଥିଲେ। ‘କୁଳନନ୍ଦନ’ ଚଳଚ୍ଚିତ୍ରରୁ ସେ ଓଲିଉଡ୍‌ ଜଗତରେ ପ୍ରବେଶ କରିଥିଲେ। ‘ଆଇ ଲଭ୍‌ ୟୁ’, ‘ଚକୋଲେଟ’ ଆଦି ବିଭିନ୍ନ ଚଳଚ୍ଚିତ୍ରରେ ଗୀତଗାଇ ସ୍ବତନ୍ତ୍ର ପରିଚୟ ପାଇଥିଲେ ତପୁ। ତାଙ୍କ ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ସହ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ପିଲାଙ୍କ ଚିନ୍ତା; ଆଜି ୭୮ ଛୁଆ ପଜିଟିଭ୍‌

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୮ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ...

ଭୁବନେଶ୍ବର ବିମାନବନ୍ଦରରୁ ୪୦୦ ପ୍ୟାକେଟ ବିଦେଶୀ ସିଗାରେଟ ଜବତ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଭୁବନେଶ୍ୱର ବିମାନବନ୍ଦରରୁ ବିଦେଶୀ ସିଗାରେଟ ଜବତ କରିଛି ରାଜସ୍ବ ଗୁଇନ୍ଦା ବିଭାଗ। ମଙ୍ଗଳବାର ମାଲେସିଆର କ୍ୱାଲାଲମପୁରରୁ ୨ ଜଣ ସିଗାରେଟ୍‌ ନେଇ ପୋଲିସ ସେମାନଙ୍କୁ...

ଅଁଳାନବମୀ ପ୍ରଥମ ସମନ୍ବୟ ବୈଠକ: ରାଧାପାଦ ଛୁଁଇବେ ନାହିଁ ଶ୍ରଦ୍ଧାଳୁ

ସାକ୍ଷୀଗୋପାଳ, ୨୩-୧୦(ଡି.ଏନ୍‌.ଏ.):ପୁରୀ ଜିଲା ସତ୍ୟବାଦୀ ବ୍ଲକ ସାକ୍ଷୀଗୋପାଳ ମନ୍ଦିରରେ ଅଁଳାନବମୀ ଚଳିତ ବର୍ଷ ନଭେମ୍ବର ୫ରେ ଅନୁଷ୍ଠିତ ହେବ। ଏନେଇ ପ୍ରଥମ ସମନ୍ବୟ ବୈଠକ ସାକ୍ଷୀଗୋପାଳ...

ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ପରଲୋକ

ଭଞ୍ଜନଗର,୨୫।୫(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ର (୮୧)ଙ୍କ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ପରଲୋକ ଘଟିଛି। କରୋନାରେ ଚିକିତ୍ସଧୀନ...

ରାଜ୍ୟର ଆଉ ଜଣେ ବିଧାୟକଙ୍କୁ କରୋନା

ଭୁବନେଶ୍ୱର,୧୭।୯(ବ୍ୟୁରୋ)-ମହାମାରୀ କରୋନାରେ ଆକ୍ରନ୍ତ ହୋଇଛନ୍ତି ପୁରୀ ସଦର ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ସେ ସୋସିଆଲ ମିଡିଆ...

ପ୍ରଫେସର ଗୌରକିଶୋର ଦାସଙ୍କ ପରଲୋକ

ଭୁବନେଶ୍ୱର, ୩ା୭(ବ୍ୟୁରୋ): ବିଶିଷ୍ଟ ଶିକ୍ଷାବିତ୍‌ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୌରକିଶୋର ଦାସଙ୍କର ବୁଧବାର ଦେହାନ୍ତ ହୋଇଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ...

ଆଜି ରାଜଧାନୀରୁ ୧୦ ନୂଆ ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୧୧

ଭୁବନେଶ୍ୱର,୭ା୧(ବ୍ୟୁରୋ): ରାଜଧାନୀରୁ ଗୁରୁବାର ୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି।...

‘ଆନ୍ତର୍ଜାତିକ ବିମାନ ବନ୍ଦର ହେବ ଝାରସୁଗୁଡ଼ା’

ଲଖନପୁର,୨୩ା୧: ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ତମ ଜୟନ୍ତୀ ଅବସରରେ ଶନିବାର ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ବିମାନ ବନ୍ଦର ପରିସରରେ ଏମ୍‌ସିଏଲ୍‌...

Advertisement
Archives

Model This Week