Posted inଜାତୀୟ

ସୁପ୍ରିମକୋର୍ଟ ଗଲେ ସିନ୍ଧେ

ମୁମ୍ବାଇ/ନୂଆଦିଲ୍ଲୀ,୨୭ା୬: ଶିବସେନାର ଅସଲ ନେତା କିଏ ତାକୁ ନେଇ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଓ ବିଦ୍ରୋହୀ ସେନାପତି ଏକନାଥ ସିନ୍ଧେଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି। ସିନ୍ଧେ ଶିବିରରେ ଜଣେ ପରେ ଜଣେ ମନ୍ତ୍ରୀ-ବିଧାୟକ ଯୋଗଦେବା ପରେ ବିଦ୍ରୋହୀଙ୍କ ଶକ୍ତି ବଢ଼ିବାରେ ଲାଗିଛି। ଫଳରେ ଶିବସେନା, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଏବଂ କଂଗ୍ରେସକୁ ନେଇ ଗଠିତ ଅଢ଼େଇ ବର୍ଷିଆ ମହାବିକାଶ ଅଘାଡ଼ି (ଏମ୍‌ଭିଏ) ସରକାର ପତନୋନ୍ମୁମୁଖୀ ହୋଇଛି।

ଇତିମଧ୍ୟରେ ବିଧାନସଭା ଉପବାଚସ୍ପତି ନରହରି ଜିର୍‌ଓ୍ବାଲ ବିଦ୍ରୋହୀ ବିଧାୟକମାନଙ୍କ ସଦସ୍ୟତା ରଦ୍ଦ ପାଇଁ ପଠାଇଥିବା ନୋଟିସକୁ ରବିବାର ସିନ୍ଧେ ଗୋଷ୍ଠୀ
ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ସେହିପରି ଶିବସେନା ବିଧାୟକ ଦଳ ନେତା ରୂପେ ଅଜୟ ଚୌଧରୀଙ୍କ ନିଯୁକ୍ତି ଏବଂ ଉପବାଚସ୍ପତିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ ନିଷ୍ପତ୍ତିକୁ ମଧ୍ୟ ସିନ୍ଧେ ଶିବିର ପକ୍ଷରୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଛି। ଏହା ଉପରେ ୨ ବିଚାରପତିଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ସୋମବାର ଶୁଣାଣି କରିବେ। ଶିବସେନା ଏମ୍‌ପି ଅରବିନ୍ଦ ସାଓ୍ବନ୍ତ କହିଛନ୍ତି, ଅନେକ ବିଦ୍ରୋହୀ ବିଧାୟକ ଆସାମ ଚାଲିଯାଇଥିବାରୁ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ଆମେ ସେମାନଙ୍କ ନିକଟକୁ ଆଇନଗତ ନୋଟିସ ପଠାଇଛୁ।

ବର୍ତ୍ତମାନ ସୁଦ୍ଧା ୧୬ ବିଧାୟକଙ୍କୁ ନୋଟିସ ଦିଆଯାଇଛି। ସେପଟେ ବିଦ୍ରୋହୀ ବିଧାୟକମାନେ ନିଜ ପରିବାର ପ୍ରତି ବିପଦ ଆଶଙ୍କା କରିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମାନଙ୍କ ଘରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌) ଯବାନମାନଙ୍କୁ ମୁତୟନ କରାଯାଇଛି। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ମଧ୍ୟ ବିଦ୍ରୋହୀମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇଦେବା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି। ସୂତ୍ରରୁ ମିଳିଥିବା ସୂଚନାନୁସାରେ ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଶନିବାର ମଧ୍ୟରାତ୍ରିରେ ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କୁ ସାକ୍ଷାତ୍‌ କରିଥିଲେ। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସିନ୍ଧେ ଓ ଅନ୍ୟ ବିଦ୍ରୋହୀମାନଙ୍କୁ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେଙ୍କ ନାମ ନ ନେଇ ନିଜ ବାପାଙ୍କ ନାମରେ ଏକ ଦଳ ଗଢ଼ି ନିର୍ବାଚନ ଲଢ଼ିବାକୁ ଆହ୍ବାନ ଦେଇଛନ୍ତି।

ଉଦ୍ଧବ କହିଛନ୍ତି, ତୁମର ସାହସ ଥିଲେ ନିଜ ନିଜ ବାପାମାନଙ୍କ ନାମରେ ଭୋଟ ମାଗ। ବାଲାସାହେବଙ୍କ ନାମକୁ ଅନ୍ୟ କେହି ବ୍ୟବହାର କରିପାରିବେ ନାହିଁ। ଶିବସେନା ହେଉଛି ଏକ ନିଅଁା, ଯହିଁରେ ପାଦ ଥାପିଲେ ଜଳିଯିବ। ସିନ୍ଧେ ‘ଶିବସେନା ବାଲାସାହେବ ଠାକ୍‌ରେ’ ନାମରେ ଏକ ନୂଆ ଗୋଷ୍ଠୀ ଗଠନ ନେଇ ବିଚାର କରୁଥିବାବେଳେ ଉଦ୍ଧବ ଏଭଳି ଚ୍ୟାଲେଞ୍ଜ କରିଛନ୍ତି। ସେହିପରି ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ କହିଛନ୍ତି, ୪୦ ବିଦ୍ରୋହୀ ବିଧାୟକ ଗୁଆହାଟୀରେ ମୁର୍ଦ୍ଦାର ଭଳି ରହୁଛନ୍ତି। ମୁମ୍ବାଇ ଫେରିଲେ ସେମାନଙ୍କ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ସିଧା ବିଧାନସଭାକୁ ପଠାଇ ଦିଆଯିବ। ବିଦ୍ରୋହୀ ଲଗାଇଥିବା ନିଅଁା ଯୋଗୁ କ’ଣ ଘଟିପାରେ ତାହା ସେମାନଙ୍କୁ ଭଲ ଭାବେ ଜଣା। ଉଦ୍ଧବଙ୍କ ପୁଅ ତଥା କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେ ସାନ୍ତାକ୍ରୁଜ୍‌ରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ବିଦ୍ରୋହୀ ବିଧାୟକମାନଙ୍କୁ ବିଶ୍ୱାସଘାତକ ଭାବେ ଅଭିହିତ କରିଛନ୍ତି। ଶିବସେନାର ଦ୍ୱାର ଦଳୀୟ ନେତା ଓ କର୍ମୀଙ୍କ ପାଇଁ ସବୁବେଳେ ଖୋଲା ଅଛି। କିନ୍ତୁ ବିଶ୍ୱାସଘାତକଙ୍କ ପାଇଁ ସବୁଦିନ ଲାଗି ବନ୍ଦ ହୋଇଯାଇଛି ବୋଲି ଆଦିତ୍ୟ କହିଛନ୍ତି। ରାଜ୍ୟର ଉଚ୍ଚ ଶିକ୍ଷା ମନ୍ତ୍ରୀ ଉଦୟ ସାମନ୍ତ ରବିବାର ସୁରଟରୁ ଗୁଆହାଟୀ ଯାଇ ସିନ୍ଧେ ଶିବିରରେ ସାମିଲ ହୋଇଛନ୍ତି।
ପ୍ରକାଶ ଯେ, ୨୦୧୯ରେ ଏମ୍‌ଭିଏ ସରକାର ଗଠନ ବେଳେ କଂଗ୍ରେସ ବିଧାୟକ ନାନା ପାଟୋଲେଙ୍କୁ ମେଣ୍ଟ ପକ୍ଷରୁ ବାଚସ୍ପତି ନିଯୁକ୍ତ କରାଯାଇଥିଲା। ୨୦୨୧ ଫେବୃୟାରୀରେ ପାଟୋଲେଙ୍କୁ ମହାରାଷ୍ଟ୍ର କଂଗ୍ରେସ ସଭାପତି ନିଯୁକ୍ତ କରାଯିବା ପରେ ସେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ସେବେଠୁ ବାଚସ୍ପତି ପଦ ଖାଲି ପଡ଼ିଥିବାବେଳେ ଏନ୍‌ସିପି ବିଧାୟକ ତଥା ଉପବାଚସ୍ପତି ନରହରି ଜିରଓ୍ବାଲ ସେହି ଦାୟିତ୍ୱ ତୁଲାଇ ଆସୁଛନ୍ତି। ପରବର୍ତ୍ତୀ ସମୟରେ ମେଣ୍ଟ ପକ୍ଷରୁ ନୂଆ ବାଚସ୍ପତି ନିଯୁକ୍ତ କରାଯାଇ ନ ଥିଲା। ତେଣୁ ବିଦ୍ରୋହୀ ଗୋଷ୍ଠୀ ବର୍ତ୍ତମାନ ଉପବାଚସ୍ପତିଙ୍କ କ୍ଷମତାକୁ ଚ୍ୟାଲେଞ୍ଜ କରିବା ସୁଯୋଗ ପାଇଛନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ଦୀପକେଙ୍କ ମାଆ, ସିଧା କହିଲେ ଦେଖିନେବି…

ନୂଆଦିଲ୍ଲୀ,୧୦।୧୦: କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯିବା ଘଟଣାକୁ ନେଇ ତାଙ୍କ ପିତାମାତା ସରକାରଙ୍କ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।…

ସିଜେପି ଆନ୍ଦୋଳନକୁ ମିଳିଲା ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ, CJI କହିଲେ…

ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀରେ କକରୋଚ ଜନତା ପାର୍ଟି(ସିଜେପି)ର ପ୍ରଦର୍ଶନକୁ ମିଳିଛି ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ।ଫଳରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଜାରି ଆନ୍ଦୋଳନ ଆହୁରି ତୀବ୍ର…

ଦିଲ୍ଲୀ ଆନ୍ଦୋଳନ ସମୟରେ ଅଭିଜିତ ଦୀପ୍‌କେଙ୍କ ଘରୁ ଆସିଲା ଏହି ଦୁଃଖଦ ଖବର, ଭାଙ୍ଗିପଡ଼ିଛନ୍ତି ପୂରା ପରିବାର

ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀର ଜନ୍ତରମନ୍ତରଠାରେ କକ୍ରୋଚ୍ ଜନତା ପାର୍ଟି (ସିଜେପି ) ପକ୍ଷରୁ ଚାଲିଥିବା ଆନ୍ଦୋଳନ ଏବଂ ଗିରଫଦାରୀ ମଧ୍ୟରେ ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେଙ୍କ ପରିବାରରୁ ଏକ…

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?