Posted inଜାତୀୟ

ସୁପ୍ରିମକୋର୍ଟ ଗଲେ ସିନ୍ଧେ

ମୁମ୍ବାଇ/ନୂଆଦିଲ୍ଲୀ,୨୭ା୬: ଶିବସେନାର ଅସଲ ନେତା କିଏ ତାକୁ ନେଇ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଓ ବିଦ୍ରୋହୀ ସେନାପତି ଏକନାଥ ସିନ୍ଧେଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି। ସିନ୍ଧେ ଶିବିରରେ ଜଣେ ପରେ ଜଣେ ମନ୍ତ୍ରୀ-ବିଧାୟକ ଯୋଗଦେବା ପରେ ବିଦ୍ରୋହୀଙ୍କ ଶକ୍ତି ବଢ଼ିବାରେ ଲାଗିଛି। ଫଳରେ ଶିବସେନା, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଏବଂ କଂଗ୍ରେସକୁ ନେଇ ଗଠିତ ଅଢ଼େଇ ବର୍ଷିଆ ମହାବିକାଶ ଅଘାଡ଼ି (ଏମ୍‌ଭିଏ) ସରକାର ପତନୋନ୍ମୁମୁଖୀ ହୋଇଛି।

ଇତିମଧ୍ୟରେ ବିଧାନସଭା ଉପବାଚସ୍ପତି ନରହରି ଜିର୍‌ଓ୍ବାଲ ବିଦ୍ରୋହୀ ବିଧାୟକମାନଙ୍କ ସଦସ୍ୟତା ରଦ୍ଦ ପାଇଁ ପଠାଇଥିବା ନୋଟିସକୁ ରବିବାର ସିନ୍ଧେ ଗୋଷ୍ଠୀ
ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ସେହିପରି ଶିବସେନା ବିଧାୟକ ଦଳ ନେତା ରୂପେ ଅଜୟ ଚୌଧରୀଙ୍କ ନିଯୁକ୍ତି ଏବଂ ଉପବାଚସ୍ପତିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ ନିଷ୍ପତ୍ତିକୁ ମଧ୍ୟ ସିନ୍ଧେ ଶିବିର ପକ୍ଷରୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଛି। ଏହା ଉପରେ ୨ ବିଚାରପତିଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ସୋମବାର ଶୁଣାଣି କରିବେ। ଶିବସେନା ଏମ୍‌ପି ଅରବିନ୍ଦ ସାଓ୍ବନ୍ତ କହିଛନ୍ତି, ଅନେକ ବିଦ୍ରୋହୀ ବିଧାୟକ ଆସାମ ଚାଲିଯାଇଥିବାରୁ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ଆମେ ସେମାନଙ୍କ ନିକଟକୁ ଆଇନଗତ ନୋଟିସ ପଠାଇଛୁ।

ବର୍ତ୍ତମାନ ସୁଦ୍ଧା ୧୬ ବିଧାୟକଙ୍କୁ ନୋଟିସ ଦିଆଯାଇଛି। ସେପଟେ ବିଦ୍ରୋହୀ ବିଧାୟକମାନେ ନିଜ ପରିବାର ପ୍ରତି ବିପଦ ଆଶଙ୍କା କରିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମାନଙ୍କ ଘରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌) ଯବାନମାନଙ୍କୁ ମୁତୟନ କରାଯାଇଛି। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ମଧ୍ୟ ବିଦ୍ରୋହୀମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇଦେବା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି। ସୂତ୍ରରୁ ମିଳିଥିବା ସୂଚନାନୁସାରେ ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଶନିବାର ମଧ୍ୟରାତ୍ରିରେ ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କୁ ସାକ୍ଷାତ୍‌ କରିଥିଲେ। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସିନ୍ଧେ ଓ ଅନ୍ୟ ବିଦ୍ରୋହୀମାନଙ୍କୁ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେଙ୍କ ନାମ ନ ନେଇ ନିଜ ବାପାଙ୍କ ନାମରେ ଏକ ଦଳ ଗଢ଼ି ନିର୍ବାଚନ ଲଢ଼ିବାକୁ ଆହ୍ବାନ ଦେଇଛନ୍ତି।

ଉଦ୍ଧବ କହିଛନ୍ତି, ତୁମର ସାହସ ଥିଲେ ନିଜ ନିଜ ବାପାମାନଙ୍କ ନାମରେ ଭୋଟ ମାଗ। ବାଲାସାହେବଙ୍କ ନାମକୁ ଅନ୍ୟ କେହି ବ୍ୟବହାର କରିପାରିବେ ନାହିଁ। ଶିବସେନା ହେଉଛି ଏକ ନିଅଁା, ଯହିଁରେ ପାଦ ଥାପିଲେ ଜଳିଯିବ। ସିନ୍ଧେ ‘ଶିବସେନା ବାଲାସାହେବ ଠାକ୍‌ରେ’ ନାମରେ ଏକ ନୂଆ ଗୋଷ୍ଠୀ ଗଠନ ନେଇ ବିଚାର କରୁଥିବାବେଳେ ଉଦ୍ଧବ ଏଭଳି ଚ୍ୟାଲେଞ୍ଜ କରିଛନ୍ତି। ସେହିପରି ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ କହିଛନ୍ତି, ୪୦ ବିଦ୍ରୋହୀ ବିଧାୟକ ଗୁଆହାଟୀରେ ମୁର୍ଦ୍ଦାର ଭଳି ରହୁଛନ୍ତି। ମୁମ୍ବାଇ ଫେରିଲେ ସେମାନଙ୍କ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ସିଧା ବିଧାନସଭାକୁ ପଠାଇ ଦିଆଯିବ। ବିଦ୍ରୋହୀ ଲଗାଇଥିବା ନିଅଁା ଯୋଗୁ କ’ଣ ଘଟିପାରେ ତାହା ସେମାନଙ୍କୁ ଭଲ ଭାବେ ଜଣା। ଉଦ୍ଧବଙ୍କ ପୁଅ ତଥା କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେ ସାନ୍ତାକ୍ରୁଜ୍‌ରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ବିଦ୍ରୋହୀ ବିଧାୟକମାନଙ୍କୁ ବିଶ୍ୱାସଘାତକ ଭାବେ ଅଭିହିତ କରିଛନ୍ତି। ଶିବସେନାର ଦ୍ୱାର ଦଳୀୟ ନେତା ଓ କର୍ମୀଙ୍କ ପାଇଁ ସବୁବେଳେ ଖୋଲା ଅଛି। କିନ୍ତୁ ବିଶ୍ୱାସଘାତକଙ୍କ ପାଇଁ ସବୁଦିନ ଲାଗି ବନ୍ଦ ହୋଇଯାଇଛି ବୋଲି ଆଦିତ୍ୟ କହିଛନ୍ତି। ରାଜ୍ୟର ଉଚ୍ଚ ଶିକ୍ଷା ମନ୍ତ୍ରୀ ଉଦୟ ସାମନ୍ତ ରବିବାର ସୁରଟରୁ ଗୁଆହାଟୀ ଯାଇ ସିନ୍ଧେ ଶିବିରରେ ସାମିଲ ହୋଇଛନ୍ତି।
ପ୍ରକାଶ ଯେ, ୨୦୧୯ରେ ଏମ୍‌ଭିଏ ସରକାର ଗଠନ ବେଳେ କଂଗ୍ରେସ ବିଧାୟକ ନାନା ପାଟୋଲେଙ୍କୁ ମେଣ୍ଟ ପକ୍ଷରୁ ବାଚସ୍ପତି ନିଯୁକ୍ତ କରାଯାଇଥିଲା। ୨୦୨୧ ଫେବୃୟାରୀରେ ପାଟୋଲେଙ୍କୁ ମହାରାଷ୍ଟ୍ର କଂଗ୍ରେସ ସଭାପତି ନିଯୁକ୍ତ କରାଯିବା ପରେ ସେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ସେବେଠୁ ବାଚସ୍ପତି ପଦ ଖାଲି ପଡ଼ିଥିବାବେଳେ ଏନ୍‌ସିପି ବିଧାୟକ ତଥା ଉପବାଚସ୍ପତି ନରହରି ଜିରଓ୍ବାଲ ସେହି ଦାୟିତ୍ୱ ତୁଲାଇ ଆସୁଛନ୍ତି। ପରବର୍ତ୍ତୀ ସମୟରେ ମେଣ୍ଟ ପକ୍ଷରୁ ନୂଆ ବାଚସ୍ପତି ନିଯୁକ୍ତ କରାଯାଇ ନ ଥିଲା। ତେଣୁ ବିଦ୍ରୋହୀ ଗୋଷ୍ଠୀ ବର୍ତ୍ତମାନ ଉପବାଚସ୍ପତିଙ୍କ କ୍ଷମତାକୁ ଚ୍ୟାଲେଞ୍ଜ କରିବା ସୁଯୋଗ ପାଇଛନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ବିଜୟ ହାସଲ କଲେ ମୁଖ୍ୟମନ୍ତ୍ରୀ

ଚମ୍ପାୱତ,୩।୬: ଉତ୍ତରାଖଣ୍ଡର ଚମ୍ପାୱତ୍‌ ବିଧାନସଭା ଉପ-ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚମ୍ପାୱତ ବିଧାନସଭା ଆସନରୁ ଐତିହାସିକ ବିଜୟ ହାସଲ କରିଛନ୍ତି।...

ଆସାମବାସୀ ଚିନ୍ତା କରନ୍ତୁନି: ମୋଦି

ନୂଆଦିଲ୍ଲୀ,୧୩।୧୨(ପି.ଟି.):ନାଗରିକତ୍ୱ (ସଂଶୋଧନ) ବିଲ୍‌ (ସିଏବି)କୁ ବିରୋଧକରି ଆସାମରେ ଚାଲିଥିବା ବିକ୍ଷୋଭ ହିଂସାର ରୂପ ନେଇଥିବାବେଳେ ନୂଆ ଆଇନକୁ ନେଇ ଚିନ୍ତା କରିବାର କିଛି ନାହିଁ ବୋଲି...

‘ଚାଇନା ନୀତିକୁ ପୁନଃସମୀକ୍ଷା କରିବାର ସମୟ ଆସିଛି’

ନୂଆଦିଲ୍ଲୀ,୩୦।୮: ଚାଇନାର ନୂତନ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନକୁ ନିଜ ଭୁଖଣ୍ଡର ଅଂଶ ବୋଲି ଦାବି କରିଛି। ଏହା ଉପରେ ଦୃଢ ପ୍ରତିକ୍ରିୟା...

କ୍ଷମା ମାଗନ୍ତୁ ନୀତୀଶ

ପାଟନା,୮।୧: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ସୁଶୀଲ କୁମାର ମୋଦି ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ...

ସରକାରୀ ହସ୍ପିଟାଲରେ ମୃତକଙ୍କ ଆଖି ଖାଇଗଲେ ପିମ୍ପୁଡ଼ି: ୪ ଡାକ୍ତର ନିଲମ୍ବିତ

ଭୋପାଳ,୧୬।୧୦: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାରରେ ସ୍ବାସ୍ଥ୍ୟ ସେବା ଭୁଷୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଶିବପୁରୀର ଜିଲା ହସ୍ପିଟାଲରେ ୫୦ ବର୍ଷ ବୟସ୍କ ଯକ୍ଷ୍ମା...

ପଞ୍ଜାବ ବିଧାନସଭାରେ ଆସ୍ଥା ଭୋଟ ଲୋଡ଼ିଲେ ମାନ୍‌

ଚଣ୍ଡିଗଡ଼,୨୮।୯(ପି.ଟି.): ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାର ଭାଙ୍ଗିବା ପାଇଁ ବିରୋଧୀ ଦଳ ଭାଜପା ଉଦ୍ୟମ ଚଳାଇଥିବାବେଳେ କଂଗ୍ରେସ ଏହାକୁ ସାଥ୍‌ ଦେଉଥିବା ଅଭିଯୋଗ...

ଏଫସିଆର୍‌ଏ ନିୟମରେ ପରିବର୍ତ୍ତନ, ସମ୍ପର୍କୀୟ ବିଦେଶରୁ ପଠାଇ ପାରିବେ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା…

ନୂଆଦିଲ୍ଲୀ, ୨।୭ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବିଦେଶୀ ଅଂଶଦାନ ନିୟମାବଳୀ ଅଧିନିୟମ (ଏଫସିଆର୍‌ଏ) ସହ ଜଡିତ କେତେକ ନିୟମରେ ସଂଶୋଧନ କରିଛନ୍ତି। ଏହା ଦ୍ୱାରା...

ଗରିବଙ୍କୁ ସହାୟତାରେ ଆଦିତ୍ୟନାଥଙ୍କ ରେକର୍ଡ

ଲକ୍ଷ୍ନୌ,୩।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଗରିବଙ୍କୁ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି। ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ତୁଳନାରେ ଆଦିତ୍ୟନାଥ...

Advertisement
Archives

Model This Week