Posted inଜାତୀୟ

କଂଗ୍ରେସର ଅବସ୍ଥା ଦେଖି କେନ୍ଦ୍ରମନ୍ତ୍ରୀଙ୍କ ତରଳିଲା ହୃଦୟ: କହିଲେ, ହୃଦୟରୁ ଚାହୁଁଛି କଂଗ୍ରେସ ମଜଭୁତ ହେଉ

ମୁମ୍ବାଇ,୨୮।୩: ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ପାଇଁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ହୃଦୟ ତରଳିଛି। କଂଗ୍ରେସ ପ୍ରତି ସହାନୁଭୂତି ପ୍ରଦାନ କରି ଗଡକରୀ ହୃଦୟରୁ କଂଗ୍ରେସ ମଜଭୁତ ହେଉ ବୋଲି କହିଛନ୍ତି। ଏକ କାର୍ଯ୍ୟକ୍ରମରେ ଗଡକରୀ କହିଛନ୍ତି, ଗଣତନ୍ତ୍ର ପାଇଁ ଏକ ଦୃଢ କଂଗ୍ରେସ ରହିବା ଆବଶ୍ୟକ। ଲଗାତାର ନିର୍ବାଚନରେ ହାରିଥିବା କଂଗ୍ରେସ ପୁଣି ଥରେ ଶକ୍ତିଶାଳୀ ହେବ ଏବଂ ଦଳର ନେତାମାନେ ନିରାଶାରେ ଦଳ ଛାଡନ୍ତୁ ନାହିଁ। ଏକ ଦୁର୍ବଳ କଂଗ୍ରେସର ଅର୍ଥ ହେଉଛି ଆଞ୍ଚଳିକ ଦଳଗୁଡିକ ମୁଖ୍ୟ ବିରୋଧୀ ଦଳର ସ୍ଥାନ ନେବେ।
ଲୋକମତ ସାମ୍ବାଦିକତା ପୁରସ୍କାର କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଶାସନ ବ୍ୟବସ୍ଥା ଏବଂ ବିରୋଧୀଙ୍କ ସହ ଗଣତନ୍ତ୍ର ଦୁଇଟି ଚକରେ ଚାଲିଥାଏ। ଗଣତନ୍ତ୍ର ପାଇଁ ଏକ ଦୃଢ ବିରୋଧୀ ଦଳର ଆବଶ୍ୟକତା ରହିଛି, ତେଣୁ କଂଗ୍ରେସ ଦୃଢ ହେବା ଆବଶ୍ୟକ। କଂଗ୍ରେସ ଦୁର୍ବଳ ଥିବାବେଳେ ଆଞ୍ଚଳିକ ଦଳଗୁଡ଼ିକ ଏହାର ସ୍ଥାନ ଗ୍ରହଣ କରୁଛନ୍ତି, ଯାହା ଗଣତନ୍ତ୍ର ପାଇଁ ଭଲ ନୁହେଁ। ଏଭଳି ପରିସ୍ଥିତିରେ ବିରୋଧୀ ଦଳ ଶକ୍ତିଶାଳୀ ହେବା ଉଚିତ୍‌ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ପରାଜୟରେ ଦୁର୍ବଳ ନ ହୋଇ ଦଳ ସହ ରହିବାକୁ ସେ କଂଗ୍ରେସ ନେତାମାନଙ୍କୁ ମୁଁ ଅନୁରୋଧ କରୁଛି। ମୁଁ ହୃଦୟରୁ ଚାହୁଁଛି ଯେ କଂଗ୍ରେସ ଦୃଢ଼ ରହୁ। ଯେଉଁମାନେ କଂଗ୍ରେସର ଆଦର୍ଶକୁ ଅନୁସରଣ କରନ୍ତି, ସେମାନେ ଦଳ ସହିତ ରହି କାର୍ଯ୍ୟ ଜାରି ରଖିବା ଉଚିତ ଏବଂ ପରାଜୟ ଦ୍ୱାରା ନିରାଶ ହେବା ଉଚିତ୍‌ ନୁହେଁ। ଯଦି ପରାଜୟ ହୁଏ ତେବେ ଦିନେ ମଧ୍ୟ ବିଜୟ ହେବ। ଜବାହରଲାଲ ନେହେରୁ ଏହାର ଏକ ଉଦାହରଣ। ଯେତେବେଳେ ଅଟଳ ବିହାରୀ ବାଜପେୟୀ ଲୋକ ସଭା ନିର୍ବାଚନରେ ହାରିଗଲେ, ନେହେରୁ ତାଙ୍କୁ ସମ୍ମାନ କରୁଥିଲେ। ଗଣତନ୍ତ୍ରରେ ବିରୋଧୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ତେଜିଲା ବିବାଦ! ୨ ନିର୍ବାଚନ କମିଶନରଙ୍କୁ ସିଧା ହଟାଇଦେବେ କି ଜ୍ଞାନେଶ କୁମାର?

ନୂଆଦିଲ୍‌ଲୀ,୨୯।୯: ଭାରତୀୟ ନିର୍ୱାଚନ ଆୟୋଗରେ ମୁହାଁମୁହିଁ ମୁଖ୍ୟ ନିର୍ୱାଚନ କମିଶନର ଓ ଦୁଇ କମିଶନର! ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?