ଉଦ୍ୟୋଗ ନୀତି ସରଳ ହେଉ

ମସଲା ଆମର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଉପାଦାନ ପାଲଟିଛି। ପୂର୍ବରୁ ଗୃହିଣୀମାନେ ମସଲା ବାଟି ବ୍ୟଞ୍ଜନରେ ବ୍ୟବହାର କରୁଥିବାବେଳେ ଏବେ ସବୁଠି ପ୍ୟାକେଟ ସ୍ପାଇସ୍‌ର ଚାହିଦା ରହିଛି। ଏହି ଚାହିଦାକୁ ଅନେକାଂଶରେ ପୂରଣ କରିଛି ଦିବ୍ୟ ମଲ୍ଟିଗ୍ରେନ୍ସ ପ୍ରାଇଭେଟ୍‌ ଲିଃର ମସଲା ପ୍ରସ୍ତୁତକାରୀ ୟୁନିଟ୍‌ ହୋମ୍‌ଫିଲ୍ସ। ତେବେ ସରକାର ନିଜ ଉଦ୍ୟୋଗ ନୀତିକୁ ସରଳ କଲେ ମସଲା ଶିଳ୍ପ ଆହୁରି ବ୍ୟାପକ ହୋଇପାରିବ ବୋଲି କୁହନ୍ତି ହୋମ୍‌ଫିଲ୍ସ ପରିଚାଳନା ନିର୍ଦ୍ଦେଶକ ବିଚିତ୍ରାନନ୍ଦ ସେନାପତି। ମା’ବାପାଙ୍କ ସହ ରାଉରକେଲାରେ ରହୁଥିବାବେଳେ ସେ ସ୍ନାତକ ଡିଗ୍ରୀ ହାସଲ ପରେ ଚାକିରି ଅନ୍ବେଷଣ ପରିବର୍ତ୍ତେ ମାର୍କେଟିଂ କରୁଥିଲେ। ପରେ ସେ ଭୁବନେଶ୍ୱର ଆସି ନିଜର ସ୍ବତନ୍ତ୍ର କମ୍ପାନୀ ପ୍ରତିଷ୍ଠା କଲେ। ଗ୍ରାହକଙ୍କୁ ସୁସ୍ବାଦୁ ଓ ଉତ୍ତମ ଗୁଣବତ୍ତାର ମସଲା ଯୋଗାଇ ସେମାନଙ୍କ ହୃଦୟରେ ରହିବା ତାଙ୍କର ଉଦ୍ଦେଶ୍ୟ ବୋଲି ଧରିତ୍ରୀ ସହ ସାକ୍ଷାତ୍‌କାର ବେଳେ ମତ ଦେଇଛନ୍ତି ବିଚିତ୍ରାନନ୍ଦ।

– ହୋମ୍‌ଫିଲ୍ସ ଉତ୍ପାଦଗୁଡ଼ିକ ଅନ୍ୟମାନଙ୍କଠାରୁ କିଭଳି ଭାବରେ ଭିନ୍ନ?
ହୋମ୍‌ଫିଲ୍ସ ଉତ୍ପାଦରେ କୌଣସି ପ୍ରକାର କୃତ୍ରିମ ରଙ୍ଗ, ରସାୟନିକ ପଦାର୍ଥ କିମ୍ବା ଫ୍ଲେଭର ମିଶି ନ ଥାଏ। ଏହା ଏକ ପ୍ରିମିୟମ ଗୁଣବତ୍ତାଯୁକ୍ତ ପଦାର୍ଥ। ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟାରେ ହୋମ୍‌ଫିଲ୍ସ ମସଲାକୁ କମ୍‌ ମାତ୍ରାରେ ବ୍ୟବହାର କଲେ ମଧ୍ୟ ଏହା ଠିକ୍‌ ଭାବରେ କାର୍ଯ୍ୟ କରିଥାଏ। ଖାଦ୍ୟର ରଙ୍ଗ ଓ ସ୍ବାଦ ଏହି କମ୍ପାନୀର ଉତ୍ପାଦଗୁଡ଼ିକୁ ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର ପରିଚୟ ଦିଏ।
– ଆପଣ ସରକାରଙ୍କଠାରୁ କେଉଁ ପ୍ରକାର ସହଯୋଗ ଆଶା କରୁଛନ୍ତି?
ଏହି ଉଦ୍ୟୋଗର ଉନ୍ନତି ଦିଗରେ ସହଯୋଗ କରିବାକୁ ହେଲେ ପ୍ରଥମେ ସରକାରଙ୍କୁ ଏକ ଭ୍ରଷ୍ଟାଚାରମୁକ୍ତ ବାତାବରଣ ତିଆରି କରିବାକୁ ପଡ଼ିବ। ଏଥିସହିତ ଔଦ୍ୟୋଗିକ ନୀତିକୁ ସରଳ ଏବଂ ସୁବିଧାଜନକ କରିବା ଆବଶ୍ୟକ। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି, ସରକାର ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ଏମ୍‌ଏସ୍‌ଏମ୍‌ଇକୁ ସହଜରେ ଫଣ୍ଡିଂ ସୁବିଧା ପ୍ରଦାନ କରିବା ଦରକାର। ବ୍ୟାଙ୍କଗୁଡିକରୁ ଆର୍ଥିକ ସହାୟତା ପାଇବା ବର୍ତ୍ତମାନ ଏତେ ସହଜ ନୁହେଁ। ତେଣୁ ସରକାର ଏ ଦିଗରେ ସହଯୋଗର ହାତ ବଢ଼ାଇବା ଉଚିତ।
– କୋଭିଡ୍‌-୧୯ ଆସିବା ପରଠାରୁ ଲୋକେ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମକୁ ଅଧିକ ପସନ୍ଦ କରୁଛନ୍ତି। ଅନ୍‌ଲାଇନ୍‌ ମାର୍କେଟର ଏହି ଟ୍ରେଣ୍ଡ୍‌ ଉପରେ କ’ଣ କହିବେ?
ବର୍ତ୍ତମାନ ସମୟକୁ ଦେଖିଲେ ଏହି ଟ୍ରେଣ୍ଡ୍‌ ଠିକ୍‌। କାରଣ ଗ୍ରାହକ ସଂଖ୍ୟା ବଢ଼ାଇବା ଏବଂ ସେମାନଙ୍କ ନିକଟରେ ପହଞ୍ଚିବା ପାଇଁ ଏହାକୁ ଏକ ନୂତନ ବ୍ୟବସ୍ଥା କିମ୍ବା ବିକଳ୍ପ ବୋଲି କୁହାଯାଇପାରିବ।
– ଭବିଷ୍ୟତ ପାଇଁ କିଛି ବିସ୍ତୃତ
ଯୋଜନା ରହିଛି କି?
ହଁ, ପ୍ରଥମରୁ ହିଁ ଆମେ ନିଜ ୟୁନିଟ୍‌କୁ ବିସ୍ତାର କରିବା ପ୍ରକ୍ରିୟା ଚଳାଇଛୁ। ଆମେ କଟକ ଜିଲାର ରାମଦାସପୁର ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌ରେ ଦୈନିକ ୩୦ ମେଟ୍ରିକ୍‌ ଟନ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ଭଲ ରପ୍ତାନି ଅଭିମୁଖୀ ପ୍ଲାଣ୍ଟ ଆରମ୍ଭ କରିବାକୁ ଯାଉଛୁ।
– ଅନ୍‌ଲାଇନ୍‌ କାରବାର ବ୍ୟବସାୟର ଏକ ସୁବିଧାଜନକ ପନ୍ଥା ବୋଲି ଆପଣ ଭାବୁଛନ୍ତି କି?
ହଁ, ବିଭିନ୍ନ ସମୟରେ ଚାଲୁଥିବା ଟ୍ରେଣ୍ଡ୍‌କୁ ସ୍ବୀକାର କରିବାକୁ ଆମେ ବାଧ୍ୟ। ନଚେତ୍‌ ଆମେ ବର୍ତ୍ତମାନର ପ୍ରତିଯୋଗିତାମୂଳକ ବଜାରରେ ପଛରେ ରହିଯିବା।
– ବ୍ୟବସାୟ ଓ ପରିବାର ମଧ୍ୟରେ ସମାନତା କିପରି ରଖୁଛନ୍ତି।
ଗୋଟେ ପଟେ ଜୀବନ ହେଲେ ଅନ୍ୟପକ୍ଷେ ଜୀବିକା ରହିଛି। ଉଭୟ ଜୀବନ ଓ ଜୀବିକା ମଧ୍ୟରେ ସନ୍ତୁଳନ ରଖିବାକୁ ହେଲେ ସମୟବଦ୍ଧ ସୂଚୀ ଓ ନିରବଚ୍ଛିନ୍ନ ଅଧ୍ୟବସାୟ ରହିବା ଆବଶ୍ୟକ। ସେହିପରି ଉଭୟ ପକ୍ଷରୁ ମଧ୍ୟ ସମ ପରିମାଣରେ ସହଯୋଗ ମିଳିବା ଜରୁରୀ। କଷ୍ଟ ହେଲେ ମଧ୍ୟ ସମୟ ଓ ଶକ୍ତିର ଉପଯୋଗ କରି ସମାନତା ରକ୍ଷା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେଲିକମ୍‌ର ବିକାଶ ପାଇଁ ୫ବର୍ଷିଆ ଯୋଜନା

ନୂଆଦିଲ୍ଲୀ,୨୧।୨: ଦେଶକୁ ଆଧୁନିକ ଓ ବିକାଶଶୀଳ ରାଷ୍ଟ୍ରରେ ପରିଣତ କରିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଫଳରେ ଦେଶର ଆବଶ୍ୟକତା ପୂରଣ ହୋଇପାରୁଥିବା ପରିମାଣର...

୨୦ରେ ବିଏମ୍‌ଏସ୍‌ର ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ,୧୬ା୫: କରୋନା ଭାଇରସ୍‌ ଯୋଗୁ ଜାରି ଲକ୍‌ଡାଉନ୍‌ ଫଳରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ପରିପ୍ରେକ୍ଷୀରେ ୯ ରାଜ୍ୟ ସେମାନଙ୍କ ଶ୍ରମ ଆଇନରେ ସଂଶୋଧନ ଆଣିଛନ୍ତି। ଭାଜପାର...

ଜିଓର ବ୍ରଡ୍‌ବ୍ୟାଣ୍ଡ୍‌ ବ୍ୟାକ୍‌ଅପ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୨୯ା୩: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ନୂଆ ‘ବ୍ରଡ୍‌ବ୍ୟାଣ୍ଡ୍‌ ବ୍ୟାକ୍‌ ଅପ୍‌ ପ୍ଲାନ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମାସିକ...

ସାଓମି ବ୍ରାଉଜର ବ୍ୟାନ୍‌ କଲେ ସରକାର

ନୂଆଦିଲ୍ଲୀ,୬।୮: ପ୍ରମୁଖ ମୋବାଇଲ କମ୍ପାନୀ ସାଓମିର ବ୍ରାଉଜରକୁ ଭାରତ ସରକାର ବ୍ୟାନ୍‌ କରି ଦେଇଛନ୍ତି। ସାଓମି ଦ୍ୱାରା ପ୍ରସ୍ତୁତ ହୋଇଥିବା ଆକ୍ସନ ଏମ୍‌ଆଇ ବ୍ରାଉଜର ପ୍ରୋ-ଭିଡିଓ...

ଯାଜପୁର ରୋଡ୍‌ରେ ଚାନ୍ଦି ଭଣ୍ଡାର

ଯାଜପୁର ଅଫିସ,୨୪ା୩:ଯାଜପୁର ରୋଡ୍‌ର ରାଧାନାଥ ମାର୍ଗ ଉତ୍ସବ ପ୍ୟାଲେସ ନିକଟରେ ଗୁରୁବାର ଚାନ୍ଦି ଭଣ୍ଡାରର ଏକ ନୂଆ ଶୋ’ରୁମ୍‌ ଲୋକାର୍ପିତ ହୋଇଛି। ଚାନ୍ଦିରେ ନିର୍ମିତ ଅଳଙ୍କାର...

କର୍ମଚାରୀଙ୍କ ପାଇଁ ୧୧ ଦିନିଆ ଛୁଟି ଘୋଷଣା କଲା ‘ମେଶୋ’

ନୂଆଦିଲ୍ଲୀ,୨୨।୯: ଇ-କମର୍ସ ପ୍ଲାଟ୍‌ଫର୍ମ ମେଶୋ କର୍ମଚାରୀଙ୍କ ପାଇଁ ଏକ ଘୋଷଣା କରିଛି। କମ୍ପାନୀର ସମସ୍ତ ୧୧ ଦିନ ପାଇଁ ଛୁଟି ପାଇବେ। ଏ ନେଇ ‘ମେଶୋ’ର...

ଭିକୋ ଲାବ୍ସର ନୂଆ ଚେହେରା ସୌରଭ

ନୂଆଦିଲ୍ଲୀ,୧୭।୩:ଦେଶର ପ୍ରମୁଖ ଆୟୁର୍ବେଦିକ ଉତ୍ପାଦ ନିର୍ମାତା ତଥା ଭିକୋ ଗ୍ରୁପ୍‌ର ସହଯୋଗୀ ସଂସ୍ଥା ଭିକୋ ଲାବରେଟୋରିଜ୍‌ (ଭିକୋ ଲାବ୍ସ)ର ନୂତନ ଚେହେରା ଭାବେ ଗ୍ଲୋବାଲ ଆଇକନ...

ଏୟାର ଇଣ୍ଡିଆ ଘରୋଇକରଣ ଲାଗି ନୂଆ ପଦକ୍ଷେପ

ନୂଆଦିଲ୍ଲୀ,୫-୩: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ଘରୋଇକରଣ ଲାଗି ବର୍ତ୍ତମାନ ଯାଏ କୌଣସି ରାସ୍ତା ବାହାରି ପାରିନାହିଁ। ସରକାର ଏ ଦିଗରେ ପ୍ରୟାସ ଜାରି ରଖିଥିବା ବେଳେ...

Advertisement
Archives

Model This Week