ଉଦ୍ୟୋଗ ନୀତି ସରଳ ହେଉ

ମସଲା ଆମର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଉପାଦାନ ପାଲଟିଛି। ପୂର୍ବରୁ ଗୃହିଣୀମାନେ ମସଲା ବାଟି ବ୍ୟଞ୍ଜନରେ ବ୍ୟବହାର କରୁଥିବାବେଳେ ଏବେ ସବୁଠି ପ୍ୟାକେଟ ସ୍ପାଇସ୍‌ର ଚାହିଦା ରହିଛି। ଏହି ଚାହିଦାକୁ ଅନେକାଂଶରେ ପୂରଣ କରିଛି ଦିବ୍ୟ ମଲ୍ଟିଗ୍ରେନ୍ସ ପ୍ରାଇଭେଟ୍‌ ଲିଃର ମସଲା ପ୍ରସ୍ତୁତକାରୀ ୟୁନିଟ୍‌ ହୋମ୍‌ଫିଲ୍ସ। ତେବେ ସରକାର ନିଜ ଉଦ୍ୟୋଗ ନୀତିକୁ ସରଳ କଲେ ମସଲା ଶିଳ୍ପ ଆହୁରି ବ୍ୟାପକ ହୋଇପାରିବ ବୋଲି କୁହନ୍ତି ହୋମ୍‌ଫିଲ୍ସ ପରିଚାଳନା ନିର୍ଦ୍ଦେଶକ ବିଚିତ୍ରାନନ୍ଦ ସେନାପତି। ମା’ବାପାଙ୍କ ସହ ରାଉରକେଲାରେ ରହୁଥିବାବେଳେ ସେ ସ୍ନାତକ ଡିଗ୍ରୀ ହାସଲ ପରେ ଚାକିରି ଅନ୍ବେଷଣ ପରିବର୍ତ୍ତେ ମାର୍କେଟିଂ କରୁଥିଲେ। ପରେ ସେ ଭୁବନେଶ୍ୱର ଆସି ନିଜର ସ୍ବତନ୍ତ୍ର କମ୍ପାନୀ ପ୍ରତିଷ୍ଠା କଲେ। ଗ୍ରାହକଙ୍କୁ ସୁସ୍ବାଦୁ ଓ ଉତ୍ତମ ଗୁଣବତ୍ତାର ମସଲା ଯୋଗାଇ ସେମାନଙ୍କ ହୃଦୟରେ ରହିବା ତାଙ୍କର ଉଦ୍ଦେଶ୍ୟ ବୋଲି ଧରିତ୍ରୀ ସହ ସାକ୍ଷାତ୍‌କାର ବେଳେ ମତ ଦେଇଛନ୍ତି ବିଚିତ୍ରାନନ୍ଦ।

– ହୋମ୍‌ଫିଲ୍ସ ଉତ୍ପାଦଗୁଡ଼ିକ ଅନ୍ୟମାନଙ୍କଠାରୁ କିଭଳି ଭାବରେ ଭିନ୍ନ?
ହୋମ୍‌ଫିଲ୍ସ ଉତ୍ପାଦରେ କୌଣସି ପ୍ରକାର କୃତ୍ରିମ ରଙ୍ଗ, ରସାୟନିକ ପଦାର୍ଥ କିମ୍ବା ଫ୍ଲେଭର ମିଶି ନ ଥାଏ। ଏହା ଏକ ପ୍ରିମିୟମ ଗୁଣବତ୍ତାଯୁକ୍ତ ପଦାର୍ଥ। ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟାରେ ହୋମ୍‌ଫିଲ୍ସ ମସଲାକୁ କମ୍‌ ମାତ୍ରାରେ ବ୍ୟବହାର କଲେ ମଧ୍ୟ ଏହା ଠିକ୍‌ ଭାବରେ କାର୍ଯ୍ୟ କରିଥାଏ। ଖାଦ୍ୟର ରଙ୍ଗ ଓ ସ୍ବାଦ ଏହି କମ୍ପାନୀର ଉତ୍ପାଦଗୁଡ଼ିକୁ ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର ପରିଚୟ ଦିଏ।
– ଆପଣ ସରକାରଙ୍କଠାରୁ କେଉଁ ପ୍ରକାର ସହଯୋଗ ଆଶା କରୁଛନ୍ତି?
ଏହି ଉଦ୍ୟୋଗର ଉନ୍ନତି ଦିଗରେ ସହଯୋଗ କରିବାକୁ ହେଲେ ପ୍ରଥମେ ସରକାରଙ୍କୁ ଏକ ଭ୍ରଷ୍ଟାଚାରମୁକ୍ତ ବାତାବରଣ ତିଆରି କରିବାକୁ ପଡ଼ିବ। ଏଥିସହିତ ଔଦ୍ୟୋଗିକ ନୀତିକୁ ସରଳ ଏବଂ ସୁବିଧାଜନକ କରିବା ଆବଶ୍ୟକ। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି, ସରକାର ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ଏମ୍‌ଏସ୍‌ଏମ୍‌ଇକୁ ସହଜରେ ଫଣ୍ଡିଂ ସୁବିଧା ପ୍ରଦାନ କରିବା ଦରକାର। ବ୍ୟାଙ୍କଗୁଡିକରୁ ଆର୍ଥିକ ସହାୟତା ପାଇବା ବର୍ତ୍ତମାନ ଏତେ ସହଜ ନୁହେଁ। ତେଣୁ ସରକାର ଏ ଦିଗରେ ସହଯୋଗର ହାତ ବଢ଼ାଇବା ଉଚିତ।
– କୋଭିଡ୍‌-୧୯ ଆସିବା ପରଠାରୁ ଲୋକେ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମକୁ ଅଧିକ ପସନ୍ଦ କରୁଛନ୍ତି। ଅନ୍‌ଲାଇନ୍‌ ମାର୍କେଟର ଏହି ଟ୍ରେଣ୍ଡ୍‌ ଉପରେ କ’ଣ କହିବେ?
ବର୍ତ୍ତମାନ ସମୟକୁ ଦେଖିଲେ ଏହି ଟ୍ରେଣ୍ଡ୍‌ ଠିକ୍‌। କାରଣ ଗ୍ରାହକ ସଂଖ୍ୟା ବଢ଼ାଇବା ଏବଂ ସେମାନଙ୍କ ନିକଟରେ ପହଞ୍ଚିବା ପାଇଁ ଏହାକୁ ଏକ ନୂତନ ବ୍ୟବସ୍ଥା କିମ୍ବା ବିକଳ୍ପ ବୋଲି କୁହାଯାଇପାରିବ।
– ଭବିଷ୍ୟତ ପାଇଁ କିଛି ବିସ୍ତୃତ
ଯୋଜନା ରହିଛି କି?
ହଁ, ପ୍ରଥମରୁ ହିଁ ଆମେ ନିଜ ୟୁନିଟ୍‌କୁ ବିସ୍ତାର କରିବା ପ୍ରକ୍ରିୟା ଚଳାଇଛୁ। ଆମେ କଟକ ଜିଲାର ରାମଦାସପୁର ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌ରେ ଦୈନିକ ୩୦ ମେଟ୍ରିକ୍‌ ଟନ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ଭଲ ରପ୍ତାନି ଅଭିମୁଖୀ ପ୍ଲାଣ୍ଟ ଆରମ୍ଭ କରିବାକୁ ଯାଉଛୁ।
– ଅନ୍‌ଲାଇନ୍‌ କାରବାର ବ୍ୟବସାୟର ଏକ ସୁବିଧାଜନକ ପନ୍ଥା ବୋଲି ଆପଣ ଭାବୁଛନ୍ତି କି?
ହଁ, ବିଭିନ୍ନ ସମୟରେ ଚାଲୁଥିବା ଟ୍ରେଣ୍ଡ୍‌କୁ ସ୍ବୀକାର କରିବାକୁ ଆମେ ବାଧ୍ୟ। ନଚେତ୍‌ ଆମେ ବର୍ତ୍ତମାନର ପ୍ରତିଯୋଗିତାମୂଳକ ବଜାରରେ ପଛରେ ରହିଯିବା।
– ବ୍ୟବସାୟ ଓ ପରିବାର ମଧ୍ୟରେ ସମାନତା କିପରି ରଖୁଛନ୍ତି।
ଗୋଟେ ପଟେ ଜୀବନ ହେଲେ ଅନ୍ୟପକ୍ଷେ ଜୀବିକା ରହିଛି। ଉଭୟ ଜୀବନ ଓ ଜୀବିକା ମଧ୍ୟରେ ସନ୍ତୁଳନ ରଖିବାକୁ ହେଲେ ସମୟବଦ୍ଧ ସୂଚୀ ଓ ନିରବଚ୍ଛିନ୍ନ ଅଧ୍ୟବସାୟ ରହିବା ଆବଶ୍ୟକ। ସେହିପରି ଉଭୟ ପକ୍ଷରୁ ମଧ୍ୟ ସମ ପରିମାଣରେ ସହଯୋଗ ମିଳିବା ଜରୁରୀ। କଷ୍ଟ ହେଲେ ମଧ୍ୟ ସମୟ ଓ ଶକ୍ତିର ଉପଯୋଗ କରି ସମାନତା ରକ୍ଷା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?