ପଞ୍ଚାୟତ ନିର୍ବାଚନ ହିଂସାରେ ଶେଷ

ଭୁବନେଶ୍ୱର,୨୫।୨(ବ୍ୟୁରୋ): ହିଂସାରୁ ଆରମ୍ଭ ହେଲା। ହିଂସାରେ ସରିଲା। ପ୍ରଥମରୁ ଶେଷ ପର୍ଯ୍ୟାୟ ଯାଏ ବୁଥ୍‌ ଜବରଦଖଲ, ଗୋଷ୍ଠୀ ସଂଘର୍ଷ, ବୋମାମାଡ଼, ହତ୍ୟାକାଣ୍ଡ, ଖବରଦାତା, ପୋଲିସ, ବିଡିଓଙ୍କୁ ମାଡ଼, ବାଲଟ ପେପର ଚିରା, ଭୋଟ ବାକ୍ସ ପୋଖରୀରେ ଫିଙ୍ଗିବା, ପ୍ରାର୍ଥୀ ଅପହରଣ ଭଳି ଏକାଧିକ ଘଟଣା ପଞ୍ଚାୟତ ନିର୍ବାଚନକୁ ନିନ୍ଦିତ କଲା। ନିର୍ବାଚନ କମିଶନର ଓ ପୋଲିସ ଡିଜିଙ୍କ ଆଶ୍ୱାସନା, ପୋଲିସ ପ୍ରଶାସନର ସମସ୍ତ ଉଦ୍ୟମ ସତ୍ତ୍ୱେ ଗୁରୁବାର ଅନୁଷ୍ଠିତ ୫ମ ତଥା ଶେଷ ପର୍ଯ୍ୟାୟ ଭୋଟ୍‌ ମଧ୍ୟ ହିଂସାରୁ ବର୍ତ୍ତିଲାନି। ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଘଟି ଭୋଟଦାନ ପ୍ରଭାବିତ ହେଲା।

ଭଦ୍ରକ ଜିଲା ଧାମନଗର ବ୍ଲକ ଅର୍ଜୁନପୁର ପଞ୍ଚାୟତରେ ଶେଷପର୍ଯ୍ୟାୟ ମତଦାନ ବେଳେ ହିଂସାକାଣ୍ଡ ଘଟିଛି। ୩, ୪ ଓ ୮ ନମ୍ବର ବୁଥ୍‌ର ଏଜେଣ୍ଟଙ୍କୁ ଅସାମାଜିକ ବ୍ୟକ୍ତିମାନେ ମାଡ଼ ମାରି ବାହାର କରି ଦେଇଥିବା ବେଳେ ୬ ଓ ୭ ନମ୍ବର ବୁଥ୍‌ରେ ରିଗିଂ କରିଥିବା ଅଭିଯୋଗ ହୋଇଛି। ପୋଲିସ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିବା ପରେ ଭୋଟଦାନ ଆରମ୍ଭ ହୋଇଥିଲା। ଏଥିସହ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିବା ଜଣାପଡ଼ିଛି। ସେହିପରି ଧାମନଗର ବ୍ଲକ୍‌ କଟସାହି ପଞ୍ଚାୟତ ୧ ନମ୍ବର ୱାର୍ଡରେ ଜଣେ ଏଜେଣ୍ଟ ବୁଥ୍‌ରୁ ବାଲଟ୍‌ ପେପର ଛଡ଼ାଇ ନେଇଯାଇଥିବା ଅଭିଯୋଗ ହୋଇଛି। ସେଠାରେ ନିର୍ବାଚନ ବାତିଲ କରାଯାଇଛି।

କଟକ ଜିଲା ନିଆଳି ବ୍ଲକର ପୋଖରୀଗାଁ ପଞ୍ଚାୟତରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଅସାମାଜିକମାନେ କେତେକ ସ୍ଥାନରେ ବୁଥ୍‌ ଜବରଦଖଲ କରିବା ସହ ଭୋଟ ବାକ୍ସ ପାଣିରେ ଫିଙ୍ଗି ଦେଇଛନ୍ତି। ଅନ୍ୟ କେତେକ ଜାଗାରେ ବାଲଟ ବାକ୍ସ ଭିତରେ ପାଣି ପୂରାଇ ଦେଇଛନ୍ତି। ଭୋଟଗ୍ରହଣ ବେଳେ ଏପରି ହିଂସା ଘଟିଥିବା ଅଭିଯୋଗ ହେବା ପରେ ପଞ୍ଚାୟତର ୯ଟି ବୁଥ୍‌ରେ ଭୋଟଗ୍ରହଣ ବନ୍ଦ କରାଯାଇଥିଲା। ସମଗ୍ର ପଞ୍ଚାୟତରେ ପୁନଃ ନିର୍ବାଚନ କରିବା ଦାବିରେ ଗ୍ରାମବାସୀ ପୋଖରୀଗଁା ଛକରେ ରାସ୍ତାରୋକୋ କରିଥିଲେ। ଅନୁରୂପ ଭାବେ ଯାଜପୁର ଜିଲା ବରୀ ବ୍ଲକ ଅଧୀନ ସେରପୁର ୧୧ ନମ୍ବର ଓ୍ବାର୍ଡ ଏବଂ ଶ୍ରୀରାମପୁର ମତଦାନ କେନ୍ଦ୍ର ବାହାରେ ୫ଟି ବୋମାମାଡ଼ ହୋଇଛି। ଇଶାଣପୁର ପଞ୍ଚାୟତରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ଯାଜପୁର ଜିଲା ରସୁଲପୁର ବ୍ଲକ ଶ୍ରୀବନ୍ତପୁର ପଞ୍ଚାୟତର ବାଉଁଶଅଣ୍ଟା (ବଡ଼) ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ଗ୍ରାମର ୧୮ ଓ ୧୯ ନମ୍ବର ବୁଥ୍‌ ପୋଲିଂ ପାର୍ଟି ପ୍ରସ୍ତୁତ ରହିଥିଲେ ମଧ୍ୟ କେହି ଭୋଟ ଦେବାକୁ ଆସି ନ ଥିଲେ।
ପଞ୍ଚମ ପର୍ଯ୍ୟାୟରେ ୨୫ ଜିଲାର ୪୮ ବ୍ଲକର ୧୩୧ ଜିଲା ପରିଷଦ ଜୋନ ଅଧୀନ ୯୭୫ ପଞ୍ଚାୟତରେ ଭୋଟଗ୍ରହଣ ହୋଇଛି। ମୋଟ ୧୩,୫୧୪ଟି ବୁଥ୍‌ରେ ମତ ଗ୍ରହଣ କରାଯାଇଥିଲା। ୧୩୧ ଜିଲା ପରିଷଦ ଜୋନ୍‌ରେ ମୋଟ ୫୨୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ସମସ୍ତଙ୍କ ଭାଗ୍ୟ ବାଲଟ ବାକ୍ସରେ ସିଲ୍‌ ହୋଇଯାଇଛି। ଆସନ୍ତା ୨୬ ତାରିଖରୁ ବ୍ଲକ ମୁଖ୍ୟାଳୟରେ ୩ ଦିନ ଧରି ଭୋଟ ଗଣତି ହେବ। ସେ ନେଇ ଜିଲାସ୍ତରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ରାଜ୍ୟର ସମସ୍ତ ୩୧୪ ବ୍ଲକରେ ବାଲଟ ବାକ୍ସ ରଖିବାକୁ କରାଯାଇଥିବା ଷ୍ଟଙ୍ଗ୍‌ରୁମ୍‌ରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ୨୬ ତାରିଖ ପ୍ରଥମ ଦିନ ବ୍ଲକ ଅନ୍ତର୍ଗତ ୧ନଂ. ଜିଲା ପରିଷଦ ଜୋନ ଏବଂ ଏହା ଅଧୀନ ପଞ୍ଚାୟତଗୁଡ଼ିକର ମତଗଣନା ହେବ।

ଅନୁରୂପ ଭାବେ ୨୭ରେ ଦ୍ୱିତୀୟ ଜୋନ୍‌, ୨୮ରେ ତୃତୀୟ ଏବଂ ଚତୁର୍ଥ ଜୋନ୍‌ରେ ଭୋଟ ଗଣତି ହେବ। ଗଣତି କେନ୍ଦ୍ରରେ କୌଣସି ପ୍ରକାରର ବିଶୃଙ୍ଖଳାକୁ ସହ୍ୟ କରାଯିବ ନାହିଁ ବୋଲି ନିର୍ବାଚନ କମିଶନର କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି।
ରାଜ୍ୟରେ ଫେବୃୟାରୀ ୧୬ରୁ ୫ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଛି। ମୋଟ ୬ ହଜାର ୭୯୪ ପଞ୍ଚାୟତରେ ଥିବା ୯୧ ହଜାର ୯୧୩ ଓ୍ବାର୍ଡରେ ମତଦାନ ପାଇଁ ବ୍ୟବସ୍ଥା ହୋଇଥିଲା। ଏଥିଲାଗି ୯୧ ହଜାର ୯୧୩ ବୁଥ୍‌ରେ ପ୍ରସ୍ତୁତ କରାଯାଇଥିଲା। ସେଥିରୁ ୧୩ ହଜାର ୭୮୫ ମତଦାନ କେନ୍ଦ୍ରକୁ ରାଜ୍ୟ ନିର୍ବାଚନ କମିଶନର ଉତ୍ତେଜନାପ୍ରବଣ ଘୋଷଣା କରିଥିଲେ। ଚଳିତ ନିର୍ବାଚନରେ ମତଦାନ ହାର ଉତ୍ସାହଜନକ ରହିଛ। ପ୍ରଥମ ପର୍ଯ୍ୟାୟରେ ୭୭.୨%, ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩%, ତୃତୀୟ ପର୍ଯ୍ୟାୟରେ ୭୮.୬%, ଚତୁର୍ଥ ପର୍ଯ୍ୟାୟରେ ୭୯% ମତଦାନ ରେକର୍ଡ କରାଯାଇଛି। ପ୍ରଥମ ଦୁଇଟି ପର୍ଯ୍ୟାୟରେ ହିଂସା ଓ ଅନ୍ୟାନ୍ୟ କାରଣରୁ ବାଧାପ୍ରାପ୍ତ ହୋଇଥିବା ବୁଥରେ ସାନି ମତଦାନ ଫେବୃୟାରୀ ୨୩ରେ ଶେଷ ହୋଇଛି। ଅନୁରୂପ ଭାବେ ୩ୟ ପର୍ଯ୍ୟାୟରେ ୩୦ ବୁଥ୍‌ରେ ସାନି ମତଦାନ ଲାଗି ଜିଲାପାଳମାନେ ପ୍ରସ୍ତାବ ଦେଇଛନ୍ତି। ଆସନ୍ତା ୨୫ ତାରିଖ (ଶୁକ୍ରବାର)ରେ ଉକ୍ତ ୩୦ ବୁଥ୍‌ରେ ସାନି ମତଦାନ ହେବ ବୋଲି ଜଣାପଡ଼ିଛି। ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟରେ ବାତିଲ ହୋଇଥିବା ବୁଥ୍‌ରେ ସାନି ମତଦାନ ଲାଗି ତାରିଖ ଘୋଷଣା ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦ବର୍ଷ ପରେ ପୁଣି ଆଖୁ ଚାଷ

ସିମୁଳିଆ,୧୮।୫ – ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବାଟି ପଞ୍ଚାୟତର ହରିସିଂହପୁର ଅଞ୍ଚଳରେ ପ୍ରାୟ ୩୦ବର୍ଷ ପରେ ପୁଣି ଆଖୁଚାଷ ଆରମ୍ଭ ହୋଇଛି। କୃଷି ବିଭାଗର...

ମିଳିଲା ଅନୁମତି: ରାଜଧାନୀର ୪ ସ୍ଥାନରେ ହେବ ରାବଣପୋଡି

ଭୁବନେଶ୍ୱର,୫।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ୪ ସ୍ଥାନରେ ରାବଣପୋଡି ହେବ। ଅଗ୍ନିଶମ ବିଭାଗ ଏ ନେଇ ଅନୁମତି ଦେଇଛି। ରାଜଧାନୀର ବରମୁଣ୍ଡା, ଝାରପଡ଼ା, କୋରଡ଼କଣ୍ଟା ଏବଂ ପାହାଳ...

ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନରେ ସାମିଲ ହେଲା ଓଡ଼ିଶା

ଭୁବନେଶ୍ୱର,୨।୬(ବ୍ୟୁରୋ): ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନରେ ଓଡ଼ିଶା ସାମିଲ ହେଲା। ସିକିମ, ମିଜୋରାମ ସହିତ ଓଡ଼ିଶାକୁ କେନ୍ଦ୍ର ସରକାର ଇଣ୍ଟିଗ୍ରେଟ୍‌ ମ୍ୟାନେଜମେଣ୍ଟ ଅଫ ପବ୍ଲିକ ଡିଷ୍ଟ୍ରିବ୍ୟୁଶନ...

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ଏବେ ଆସିବେ ନାହିଁ ସ୍କୁଲ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଓଡ଼ିଶାରେ ମଧ୍ୟ ଏହା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଏହି କାରଣରୁ ସତର୍କତା...

ଗଛରେ ପିଟିହେଲା ପର୍ଯ୍ୟଟକଙ୍କ କାର୍‌: ୩ ଗୁରୁତର, ୨ ଆହତ

ଗୋପ,୧୦।୧୦(ଡି.ଏନ୍‌.ଏ.): ଗୋପ-କୋଣାର୍କ ରାସ୍ତାର ଜୁଣେଇ ନିକଟରେ ଗୁରୁବାର ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। କୋଣାର୍କ ବୁଲିବାକୁ ଯାଉଥିବା ଭଦ୍ରକ ଅଞ୍ଚଳର ଏକ କାର୍‌(ଓଡି୨୨ଏଲ୍‌୪୫୫୫) ଗଛରେ...

ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ ଆରୁଖ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ଓଡ଼ିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଶୁକ୍ରବାର ସନ୍ଧ୍ୟାରେ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଉପବାଚସ୍ପତିଙ୍କୁ ପଠାଇଥିବା କହିଛନ୍ତି। ବ୍ୟକ୍ତିଗତ...

ଓଏଏସ୍‌ ପରୀକ୍ଷାରେ କୋରାପୁଟ ଝିଅଙ୍କ ସଫଳତା

କୋରାପୁଟ,୯ା୧୦(ସ୍ବ.ପ୍ର.): ନିକଟରେ ପ୍ରକାଶ ପାଇଥିବା ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ପରୀକ୍ଷାରେ ୯୦ତମ ସ୍ଥାନରେ ରହି ଜିଲା ପାଇଁ ଗୌରବ ଆଣିଦେଇଛନ୍ତି କୋରାପୁଟର ଝିଅ ସରଞ୍ଜିତା।...

କାରାଗାରରେ କଏଦୀଙ୍କ ପାଇଁ ଆଧାର କ୍ୟାମ୍ପ୍‌

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଭୁବନେଶ୍ୱର ଡାକମଣ୍ଡଳ ପକ୍ଷରୁ ଦୁଇଦିନ ଧରି ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ଆଧାର ପଞ୍ଜୀକରଣ ଓ ସଂଶୋଧନ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଅଧିକାଂଶ କଏଦୀଙ୍କ...

Advertisement
Archives

Model This Week