ସରଳ ସ୍ବଭାବ, ଅସାଧାରଣ ବ୍ୟକ୍ତିତ୍ୱ

ନବୀନ ପଟ୍ଟନାୟକ ୧୯୪୬ ଅକ୍ଟୋବର ୧୬ରେ କଟକରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ବେଳୁ ସେ ବାହାରେ ରହି ପଢ଼ିଥିଲେ। ପ୍ରଥମେ ଡେହରାଡୁନର ୱେଲହମ୍‌ ବାଳକ ବିଦ୍ୟାଳୟ ଏବଂ ପରେ ସମ୍ମାନଜନକ ଦି ଡୁନ ସ୍କୁଲରେ ଶିକ୍ଷା ଲାଭ କରିଥିଲେ। ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ନବୀନ ଜଣେ ବିଶିଷ୍ଟ ଲେଖକ ଥିଲେ। ସେ ୫୦ବର୍ଷ ପର୍ଯ୍ୟନ୍ତ ଉଭୟ ରାଜନୀତି ଏବଂ ଓଡ଼ିଶାଠାରୁ ଦୂରେଇ ରହିଥିଲେ। କିନ୍ତୁ ପିତା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସେ ୧୯୯୭ରେ ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୮ରେ ସେ ସ୍ବର୍ଗତ ପିତା ବିଜୁ ପଟ୍ଟନାୟକଙ୍କ ନାମରେ ବିଜୁ ଜନତା ଦଳ ପ୍ରତିଷ୍ଠା କରିଥିଲେ। ପୂର୍ବରୁ ରାଜନେୈତିକ ଅଭିଜ୍ଞତା ନ ଥିଲେ ମଧ୍ୟ ସେ ବେଶ୍‌ ବିଜ୍ଞତାର ପରିଚୟ ଦେଇ ୨୦୦୦ରେ ଭାଜପା ସହିତ ମିଶି ରାଜ୍ୟରେ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ଭାର ଗ୍ରହଣ କରିଥିଲେ। ସରଳ ସ୍ବଭାବ ଓ ସହିଷ୍ଣୁତା ତାଙ୍କୁ ଜଣେ ଅସାଧାରଣ ଜନନେତା କରିପାରିଛି। ଯେଉଁଥିପାଇଁ ସେ ଲଗାତାର ୫ଥର ମୁଖ୍ୟମନ୍ତ୍ରୀ ଆସନରେ ଅଳଙ୍କୃତ ହୋଇପାରିଛନ୍ତି। ପିତାଙ୍କ ପରି ସେ ଅମଲାତନ୍ତ୍ରକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି। ଯାହାକି ରାଜ୍ୟର ବିକାଶକୁ ତ୍ୱରାନ୍ବିତ କରିବାରେ ସହାୟକ ହୋଇପାରିଛି। ତାଙ୍କର ବ୍ୟକ୍ତିଗତ ସାଧାରଣ ଜୀବନଶୈଳୀ ରାଜ୍ୟବାସୀଙ୍କ ନିକଟରେ ଗ୍ରହଣୀୟ ହୋଇପାରିଛି। ସେ ବିପର୍ଯ୍ୟୟ ପରିଚାଳନା କରିବାରେ ବେଶ୍‌ ସଫଳତା ହାସଲ କରିଛନ୍ତି। ୧୯୯୯ ପରେ ରାଜ୍ୟ ଯେତେଗୁଡ଼ିକ ବାତ୍ୟାର ସମ୍ମୁଖୀନ ହୋଇଛି ତାକୁ ସଫଳତାର ସହ ମୁକାବିଲା କରିବାରେ ରଣକୌଶଳ ବେଶ ସହାୟକ ହୋଇଛି। ଯେଉଁଥିପାଇଁ ଜାତିସଂଘ ମଧ୍ୟ ତାଙ୍କୁ ପ୍ରଶଂସା କରିଛି। କଳାପ୍ରତି ତାଙ୍କ ଅନୁରାଗ ତାଙ୍କୁ ଇଣ୍ଡିଆନ ନ୍ୟାଶନାଲ ଟ୍ରଷ୍ଟର ଜଣେ ପ୍ରତିଷ୍ଠାତା ସଦସ୍ୟ କରାଇ ପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ଫନ ପାଇଁ ପ୍ରସ୍ତୁତ ରୁହ

କଟକ ଅଫିସ,୧୬ା୫: ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ’ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲାରେ ବ୍ୟାପକ ଫୋର୍ସ ମୁତୟନ ଓ ଏହା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ...

ଶ୍ଲୋକ ପଢି ବାପ-ପୁଅଙ୍କ ମଧ୍ୟରେ ଆପୋଷ ବୁଝାମଣା କଲେ ଜଜ୍‌: ତା’ପରେ ଘଟିଲା ଏମିତି

ଯୋଧପୁର,୧୧।୭:ରାଜସ୍ଥାନର ଯୋଧପୁରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ବାପ-ପୁଅଙ୍କ ମଧ୍ୟରେ ଚାଲିଥିତ୍ବା ଝଗଡାକୁ ସମାଧାନ କରିବା ପାଇଁ ଜଜ୍‌ ଆଇନ୍‌ର ନୁହେଁ ବରଂ ସଂସ୍କୃତ...

୭ ମାସ ପରେ ଭିଜିଲାନ୍ସ କୋର୍ଟରେ ହାଜର ହେଲେ ମହିଳା ଆଇଆଇସି

ବାଲେଶ୍ୱର ଅଫିସ, ୨।୨: ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଆଇଆଇସି ସରୋଜିନୀ ନାୟକ ମଙ୍ଗଳବାର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଥାନା ଅଧିକାରୀ ଭାବେ ଦାୟିତ୍ୱରେ...

ମାଛ ଧରା ଜାଲରେ ଲାଗିଲା ବ୍ୟାଗ ଭର୍ତ୍ତି ଅଚଳ ଟଙ୍କା

ବାରଙ୍ଗ,୨୨ା୭(ଡି.ଏନ.ଏ.): ପୁରୀ ମେନ କେନାଲରୁ ବୁଧବାର ବ୍ୟାଗ ଭର୍ତ୍ତି ଥିବା ଅଚଳ ଟଙ୍କା ମିଳିଛି। ଅପରାହ୍ନ ସମୟରେ ସ୍ଥାନୀୟ ଗ୍ରାମର ଜଣେ ମାଛଧରାଳି କେନାଲରେ ଜାଲ...

ଆଲୋକୀକରଣ ହେଲା କଟକ-ପୁରୀ ବାଇପାସ୍‌

ଭୁବନେଶ୍ୱର(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର,୪ା୨(ଡି.ଏନ୍‌.ଏ.):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସାରେ ଭୁବନେଶ୍ୱର ଟଙ୍କପାଣି ରୋଡ୍‌ସ୍ଥିତ ସାଇମନ୍ଦିର ଛକଠାରେ କଟକ-ପୁରୀ ବାଇପାସ୍‌ ରୋଡ୍‌ରେ ଏଲ୍‌ଇଡି ଷ୍ଟ୍ରିଟ୍‌ଲାଇଟ ଆଲୋକୀକରଣ ବ୍ୟବସ୍ଥାର ଲୋକାର୍ପଣ...

ଚିତାବାଘ ଆତଙ୍କ: ଆକ୍ରମଣରେ ୧୫ଛେଳି ୨ଗୋରୁ ମୃତ

ଦେବଗଡ଼,୪ା୧: ଦେବଗଡ଼ ଜିଲା ବାରକୋଟ ବ୍ଲକ ଅଧୀନ ଚକଡିହୀ(ନୂଆଁ ବାରକୋଟ) ଗ୍ରାମରେ ଶନିବାର ରାତିରେ ବନ୍ୟଜନ୍ତୁ ଆକ୍ରମଣରେ ୧୫ଟି ଛେଳି ଓ ୨ଗୋରୁର ମୃତ୍ୟୁ ଘଟିଛି।...

ବର୍ଷାରେ ଉପୁଡ଼ି ପଡ଼ିଥିବା ୨୦୦ ବର୍ଷ ପୁରୁଣା ବରଗଛକୁ ବଞ୍ଚାଇବାକୁ ଅଭିନବ ପ୍ରୟାସ

ଭୋପାଳ, ୨୫।୬- ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ କିଛିଦିନ ହେବ ପ୍ରବଳ ବର୍ଷା ସାଙ୍ଗକୁ ପବନ ଯୋଗୁ ୨୦୦ ବର୍ଷ ତଳର ଏକ ପୁରୁଣା ବରଗଛ ଉପୁଡ଼ି...

ମହିଳାଙ୍କୁ ନିଶା ଦେଇ ବଳାତ୍କାର, ବ୍ଲାକ୍‌ମେଲ୍‌ ଘଟଣା: ଜେଲ୍‌ ଗଲେ ଅଭିଯୁକ୍ତ

ଭୁବନେଶ୍ୱର, (ବ୍ୟୁରୋ)/ପୁରୀ ଅଫିସ, ୨୩।୭: ପୁରୀର ଜଣେ ମହିଳାଙ୍କୁ ପାଣିରେ ନିଶା ଦେଇ ଭୁବନେଶ୍ୱରର ଏକ ହୋଟେଲରେ ବଳାକତ୍ାର କରିବା ଓ ପରେ ଅଶ୍ଳୀଳ ଭିଡିଓ...

Advertisement


Archives

Model This Week