Posted inଖେଳ

ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ବ୍ୟାଟ୍‌ ଚୋରାଇବାକୁ ଚାହୁଁଛନ୍ତି ଏବି ଡି ଭିଲିୟର୍ସ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଏବି ଡିଭିଲିୟର୍ସ କ୍ରିକେଟ୍‌ ଦୁଇ ବଡ ନାମ। ଆଇପିଏଲ ୨୦୨୦ରେ ଏହି ଦୁଇ ଖେଳାଳି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଏକାଠି ଖେଳୁଥିବା ଦେଖିବାକୁ ମିଳେ। ମହାନ ବ୍ୟାଟ୍ସମ୍ୟାନ୍‌ ସୁନୀଲ ଗାଭାସ୍କର ଉଭୟଙ୍କର ଏତେ ବଡ ପ୍ରଶଂସକ ଯେ ସେମାନଙ୍କୁ ଶୋଲେର ‘ଜୟ-ଭୀରୁ’ ବୋଲି ମଧ୍ୟ ଡାକନ୍ତି। କିନ୍ତୁ ଜାଣନ୍ତି କି ଡିଭିଲିୟର୍ସ କୋହଲିଙ୍କ ବ୍ୟାଟ୍‌ ଚୋରି କରିବାକୁ ଚାହୁଁଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏକ ଭିଡିଓ ଜାରି କରିଛି। ଏହି ଭିଡିଓରେ ବେଙ୍ଗାଲୁର ଅଧିନାୟକ ବିରାଟ କୋହଲି ତାଙ୍କ କିଟ ବ୍ୟାଗ ବିଷୟରେ କହୁଛନ୍ତି। ଏହି ବ୍ୟାଗ୍‌ରେ ବ୍ୟାଟ, ପ୍ୟାଡ, ଜୋତା କିମ୍ବା ଅନ୍ୟାନ୍ୟ ଜିନିଷ ଅଛି। କୋହଲି ତାଙ୍କ କିଟ୍‌ ବ୍ୟାଗ୍‌ ବିଷୟରେ କହୁଥିବାବେଳେ ଏବି ଡି ଭିଲିୟର୍ସ ସେଠାକୁ ଆସୁଛନ୍ତି। କୋହଲି କହୁଛନ୍ତି ମୋର ଏହି ସାଥୀ ବିନା ମୁଁ ଅଭ୍ୟାସ କରିପାରିବି ନାହିଁ। ଏହା ପରେ ଡିଭିଲିୟର୍ସ କହୁଚନ୍ତି ମୁଁ କୋହଲିଙ୍କ ବ୍ୟାଟ୍‌କୁ ବହୁତ୍‌ ବସନ୍ଦ କରେ। ମୁଁ ତାକୁ ଚୋରି କରିବାକୁ ଚାହୁଁଛି। କୋହଲି କିନ୍ତୁ ତାକୁ ଲୁଚାଇ ରଖୁଛନ୍ତି। କିନ୍ତୁ ଦିନେ ନା ଦିନେ ମୁଁ ଏହାକୁ ଚୋରି କରିବି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସନ୍ତରଣରେ ମ୍ୟାକେନଙ୍କୁ ୭ ପଦକ

ଟୋକିଓ,୧ା୮(ଏପି):ଟୋକିଓ ଅଲିମ୍ପିକ୍ସ ସନ୍ତରଣ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆର ଏମା ମ୍ୟାକେନ ରବିବାର ଆଉ ଦୁଇଟି ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଫଳରେ ଅଲିମ୍ପିକ୍ସର ଗୋଟିଏ ସଂସ୍କରଣରେ ୭ଟି...

ପାକିସ୍ତାନର ପୂର୍ବ ଅଧିନାୟକଙ୍କ ଭବିଷ୍ୟବାଣୀ: ଧୋନୀ-ଗିଲଖ୍ରୀଷ୍ଟଙ୍କୁ ପଛରେ ପକାଇଦେବେ ଭାରତର ଏହି ଖେଳାଳି

ନୂଆଦିଲ୍ଲୀ,୩୦।୩: ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ନିଜକୁ ପ୍ରମାଣିତ କରିବା ପରେ ଇଂଲଣ୍ଡ ବିପକ୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ।...

ଦକ୍ଷିଣ ଆଫ୍ରିକା ଆଗରେ ୨୮୮ ରନ୍‌ର ବିଜୟ ଲକ୍ଷ୍ୟ

ପାର୍ଲ,୨୧।୧: ପାର୍ଲର ବୋଲାଣ୍ଡ ପାର୍କରେ ଶୁକ୍ରବାର ଖେଳାଯାଉଥିବା ଦ୍ୱତୀୟ ଦିନିକିଆ ମ୍ୟାଚରେ ଭାରତ ଟସ୍‌ ଜିତି ୫୦ ଓଭରରେ ୬ ଉଇକେଟ ହରାଇ ୨୮୭ ରନ୍‌...

କୋଭିଡ-୧୯ ଲଢେଇ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସ ଭଳି: କୁମ୍ବଲେ

ବେଙ୍ଗାଲୁରୁ,୯।୫ (ପି.ଟି.): କରୋନା ମହାମାରୀ ବିରୋଧରେ ସାରା ବିଶ୍ୱରେ ଲଢେଇ ଚାଲୁ ରହିଛି। ଭାରତୀୟ ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ ଏହି ଲଡେଇ କୁ କୌଣସି...

ଲାଲା ଅମରନାଥ ୮୭ ବର୍ଷ ତଳେ ଇଂଲଣ୍ଡ ବିପକ୍ଷରେ କରିଥିଲେ ଶତକ

ନୂଆଦିଲ୍ଲୀ, ୧୭।୧୨: କ୍ରିକେଟର ଲାଲା ଅମରନାଥ ୮୭ ବର୍ଷ ତଳେ ୧୯୩୩ ଡିସେମ୍ବର ୧୭ରେ ଭାରତର ପ୍ରଥମ ଖେଳାଳି ଭାବେ ଶତକ ପୂରଣ କରିଥିଲେ। ମୁମ୍ବାଇର...

ପାକିସ୍ତାନ ନାଗରିକତା ପାଇଁ ଆବେଦନ କଲେ ଦୁଇ ଥର ବିଶ୍ୱକପ୍‌ ଚାମ୍ପିୟନ

କରାଚୀ,୨୧।୨- ପାକିସ୍ତାନ ସୁପର ଲିଗ୍‌ (ପିସିବି)ର ୫ମ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ଡିଫେଣ୍ଡିଂ ଚାମ୍ପିୟନ କୁଏଟା ଗ୍ଲାଡିଏଟର୍ସ ୩ ଉଇକେଟରେ ଉଦ୍‌ଘାଟନୀ ମ୍ୟାଚ୍‌କୁ ଜିତି...

ବର୍ଷାରେ ଭିଜିଲେ, ମ୍ୟାଚ ଉପଭୋଗ କଲେ

ଭୁବନେଶ୍ୱର, ୯।୨(କ୍ରୀଡ଼ା ପ୍ରତିନିଧି)- ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଶନିବାର ଭାରତ ଓ ବେଲଜିୟମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଛି। ଥଣ୍ଡା କୋହଲା ପାଗ...

ଅଲିମ୍ପିକ୍‌ ଡିଲେ: ପ୍ରାୟୋଜକ ନେଇ ଅନିଶ୍ଚିତତାରେ ଆଥ୍‌ଲେଟ

ଓ୍ବାଶିଂଟନ,୨୬।୩(ଏପି)- କୋଭିଡ-୧୯ ଆତଙ୍କ କାରଣରୁ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଯାଇଛି। ତେବେ ଏଥିପାଇଁ ସାରା ବିଶ୍ୱରେ ଆଥଲେଟମାନେ ଏକ ନୂଆ ପ୍ରକାର ସମସ୍ୟାର ସମ୍ମୁଖୀନ...

Advertisement
Archives

Model This Week