୭୫ରେ ନବୀନ: ଦୂରଦର୍ଶୀ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦ୍ୱୀ ଓ ଅଦ୍ୱିତୀୟ। ସ୍ବଚ୍ଛ ଭାବମୂର୍ତ୍ତି ତାଙ୍କୁ ଓଡ଼ିଶା ରାଜନୀତିରେ ଜଣେ ଜନପ୍ରିୟ ନେତା ଭାବେ ପରିଚିତ କରାଇଛି। ଦୁଇ ଦଶନ୍ଧି ଧରି କ୍ଷମତାରେ ରହିବା ପରେ ମଧ୍ୟ ତାଙ୍କ ବ୍ୟକ୍ତିତ୍ୱ ଅକ୍ଷୁଣ୍ଣ ରହିଛି। ସ୍ବଚ୍ଛ ଶାସନ ଏବଂ ଉତ୍ସର୍ଗୀକୃତ ସେବା ଭାବ ଯୋଗୁ ସେ ଜନସାଧାରଣଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଠାରୁ ଆରମ୍ଭ କରି ବିପର୍ଯ୍ୟୟ ମୁକାବିଲା ଦିଗରେ ତାଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁ ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରି ପାରିଛି। ଓଡ଼ିଶା ଭୟଙ୍କର ଆର୍ଥିକ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଥିଲା ବେଳେ ନବୀନ ରାଜ୍ୟ ଶାସନର ମଙ୍ଗ ଧରିଥିଲେ। ବହୁ ଘାତ ପ୍ରତିଘାତ ସତ୍ତ୍ୱେ ସେ ରାଜ୍ୟର ବିକାଶ ଦିଗରେ ଅନବରତ ନିଜକୁ ସମର୍ପି ଚାଲିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଏବଂ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବହୁ ପଛରେ ପକାଇ ଲଗାତର ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ଇତିହାସ ସୃଷ୍ଟି କରିଛନ୍ତି। ବିଜେଡିକୁ ଦୀର୍ଘବର୍ଷ କ୍ଷମତାସୀନ କରି ନବୀନ ନିଜକୁ ଜଣେ ପରିପକ୍ୱ ରାଜନେତା ଭାବେ ପ୍ରତିପାଦିତ କରି ପାରିଛନ୍ତି।
ଚଳିତ ବର୍ଷ କରୋନା ମହାମାରୀ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ଏହା ରାଜ୍ୟ ପାଇଁ ବଡ଼ ଚ୍ୟାଲେଞ୍ଜ ଆଣିଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଏହି ମହାମାରୀକୁ ମୁକାବିଲା କରିବାରେ ଓଡ଼ିଶା ଦେଶ ଓ ବିଶ୍ୱରେ ଉଦାହରଣ ସୃଷ୍ଟି କରିପାରିଛି। ନବୀନଙ୍କ ଆଗୁଆ ଏବଂ ଦୂରଦର୍ଶୀ ପଦକ୍ଷେପ ଯୋଗୁ ସଂକ୍ରମଣ ନିୟନ୍ତ୍ରଣରେ ରହିବା ସହ ମୃତ୍ୟୁ ହାରକୁ ବହୁ ମାତ୍ରାରେ ରୋକାଯାଇ ପାରିଛି। କେବଳ ସ୍ବାସ୍ଥ୍ୟ ନୁହେଁ ଲୋକଙ୍କ ଜୀବନ ଜୀବିକା କିପରି ପୁନର୍ଜୀବିତ ହେବ ଓ ରାଜ୍ୟ ଅର୍ଥନୀତି ଚଳଚଞ୍ଚଳ ହେବ ସେ ନେଇ ଅନେକ ପଦକ୍ଷେପ ନେଇଛନ୍ତି। କରୋନା ସମୟରେ ଗରିବ ଲୋକେ ଯେପରି ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେବେ ନାହିଁ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଆଗୁଆ ରାଶନ ଏବଂ ଭତ୍ତା ପ୍ରଦାନ କରିଛନ୍ତି। ପ୍ରବାସୀଙ୍କୁ ରାଜ୍ୟକୁ ଫେରାଇ ଆଣିବା ସକାଶେ ପଞ୍ଜୀକରଣ ଓ ପ୍ରୋତ୍ସାହନ ରାଶି ଘୋଷଣା କରି ନବୀନ ରାଜ୍ୟ ତଥା ଦେଶ ବାହାରେ ରହିଥିବା ଓଡ଼ିଆଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ନ ଥିବା ୫ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକମାନଙ୍କୁ ମଧ୍ୟ ମାଗଣାରେ ରାଶନ ଯୋଗାଇ ଦିଆଯାଇଛି। ଓଡ଼ିଶା ପ୍ରଥମ ରାଜ୍ୟ ଭାବେ କରୋନା ମୁକାବିଲା କରିବାରେ ଆଗଧାଡ଼ିରେ ଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ, ସଫେଇ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଏବଂ ଶହୀଦ ମାନ୍ୟତା ଦେଇଛି। କରୋନା ଯୋଦ୍ଧାଙ୍କର ମୃତ୍ୟୁ ହେଲେ ସରକାର ତାଙ୍କୁ ଶହୀଦର ମାନ୍ୟତା ଦେବା ସହ ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି । କରୋନା ସଂକ୍ରମିତଙ୍କ ମାଗଣା ଚିକିତ୍ସା ପାଇଁ ସାରା ରାଜ୍ୟରେ କୋଭିଡ୍‌ ହସ୍ପିଟାଲ ଖୋଲିବା ଏବଂ ୯ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିବା ଭଳି ଅନେକ ପଦକ୍ଷେପ ପାଇଁ ନବୀନ ସମଗ୍ର ଦେଶରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କରୋନା ମୁକାବିଲାରେ ଗୋଷ୍ଠୀଗୁଡ଼ିକୁ ସାମିଲ କରିବା ଯୋଗୁ ଜାତିସଂଘ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କରିଛି। କେବଳ ସେତିକି ନୁହେଁ, କରୋନା ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ଶିଳ୍ପକୁ ପୁନର୍ଜୀବିତ କରିବାକୁ ରାଜ୍ୟ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି । କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ପୁନର୍ଜୀବିତ କରିବା ଲାଗି ନବୀନ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। କରୋନା ସମୟରେ ଚାଲୁରହିଥିବା ସମସ୍ତ କାର୍ଯ୍ୟକୁ ଆଗେଇ ନେବାକୁ ପରାମର୍ଶ ଦେଇଛନ୍ତି ।
ଶାସନରୁ ଦୁର୍ନୀତି ହଟାଇବା ଠାରୁ ଆରମ୍ଭ କରି ରାଜ୍ୟର ବିକାଶକୁ ସେ ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି। ପ୍ରଶାସନକୁ ଅଧିକ ସ୍ବଚ୍ଛ ଓ ଲୋକାଭିମୁଖୀ କରିବା ଲାଗି ନବୀନଙ୍କ ଅଭିନବ ପ୍ରୟାସ ୫-ଟି ଓ ମୋ ସରକାର ଅନେକାଂଶରେ ସଫଳ ହୋଇଛି। ଗରିବ ଶ୍ରମିକ, ଦିନମଜୁରିଆ, କୃଷକ, ମହିଳା, ଆଦିବାସୀ ଲୋକମାନଙ୍କ ଜୀବନଧାରଣରେ ବିକାଶ ଆଣିବା ଲାଗି ଗତ ୨୦ ବର୍ଷ ହେବ ଅନେକ ଜନହିତକର ଯୋଜନା ହାତକୁ ନେଇଛନ୍ତି। ସମ୍ମାନର ସହ ବଞ୍ଚିବା ଲାଗି ୧୧୪ଟି ସହରାଞ୍ଚଳ ପରିମଳ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୦୨୦ ସେପ୍ଟେମ୍ବର ୧୬ ତାରିଖରେ ‘ଗରିମା’ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ୨୦ ହଜାରରୁ ଊର୍ଦ୍ଧ୍ୱ ସଫେଇ କର୍ମଚାରୀ ଉପକୃତ ହେବେ। ପରିମଳ କର୍ମଚାରୀ ଓ ସେମାନଙ୍କ ପରିବାରକୁ ସ୍ବାସ୍ଥ୍ୟ ସେବା ମାଗଣାରେ ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ୫୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ସେହିପରି ସହରବାସୀଙ୍କୁ ପାଣି ଟ୍ୟାପ୍‌ରୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ‘ସୁଜଳ’ ଯୋଜନା ଆରମ୍ଭ କରିଛନ୍ତି । ଲୋକମାନେ ପାଣି ଟ୍ୟାପ୍‌ରୁ ସିଧା ସଳଖ ବିଶୁଦ୍ଧ ପାନୀୟ ଜଳ ପିଇ ପାରିବେ। ରାଜ୍ୟର ସମସ୍ତ ସହରରେ ଏହି ଯୋଜନା ଲାଗୁ କରିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ବିକାଶ କରି ରାଜ୍ୟକୁ ବିଶ୍ୱ ପର୍ଯ୍ୟଟନର ଦୃଷ୍ଟିଆକର୍ଷଣ କରିବା ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ପୁରାତନ ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳର ବିକାଶ ଦିଗରେ ପଦକ୍ଷେପ ନେଇ କଳା ଓ ସଂସ୍କୃତି ପ୍ରତି ନିଜର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି। ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସଫଳ ମୁକାବିଲା କରି ନବୀନ ପ୍ରଶାସନିକ ଦକ୍ଷତାର ପ୍ରମାଣ ଦେଇଛନ୍ତି। ନବୀନ ସଫଳତାର ପାହାଚ ପରେ ପାହାଚ ଚଢ଼ି ଚାଲିଛନ୍ତି। ଦୁର୍ନୀତି ଓ ସରକାରୀ ଅର୍ଥ ବାଟମାରଣା ପ୍ରତି ନବୀନ ସର୍ବଦା ଶୂନ ସହନଶୀଳତା(ଜିରୋ ଟଲରାନ୍ସ) ନୀତି ଅବଲମ୍ବନ କରି ଆସିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଅନେକ ଥର ସରକାରଙ୍କୁ ଘେରିଥିଲେ ମଧ୍ୟ ନବୀନଙ୍କ ଅସାଧାରଣ ପ୍ରତିଭା ଆଗରେ ସବୁ କିଛି ହାର ମାନିଛି।

ସଂକ୍ଷେପରେ

ଜନ୍ମ: ୧୬ ଅକ୍ଟୋବର ୧୯୪୬
ପିତା: ବିଜୁ ପଟ୍ଟନାୟକ
ମାତା: ଜ୍ଞାନ ପଟ୍ଟନାୟକ
ଠିକଣା: ନବୀନ ନିବାସ, ଭୁବନେଶ୍ୱର
ସ୍କୁଲ୍‌ ଶିକ୍ଷା: ଡେରାଡୁନର ଉଏଲହାମ ଓ ଡୁନ୍‌ ସ୍କୁଲ
ଉଚ୍ଚଶିକ୍ଷା: କିରୋରୀ ମଲ୍ଲ କଲେଜ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ
ରାଜନୈତିକ ଦଳ: ଜନତା ଦଳ(୧୯୯୭), ବିଜେଡି(୧୯୯୭ରୁ ଏଯାବତ୍‌ )
ସଭାପତି : ବିଜୁ ଜନତା ଦଳ(ବିଜେଡି)
ସମ୍ମାନ
ଜାତିସଂଘ ସମ୍ମାନ(୨୦୧୩)
ଭାରତରେ ଶ୍ରେଷ୍ଠ ପ୍ରଶାସକ (୨୦୧୭)
ଏଫ୍‌ଆଇଏଚ୍‌ ପ୍ରେସିଡେଣ୍ଟସ୍‌ ଆୱାର୍ଡ (୨୦୧୮)
ଆଦର୍ଶ ମୁଖ୍ୟମନ୍ତ୍ରୀ(୨୦୧୮)
ରଚିତ ପୁସ୍ତକ
ଏ ସେକେଣ୍ଡ ପାରାଡାଇଜ୍‌- ଇଣ୍ଡିଆନ୍‌ କଟ୍‌ଲି ଲାଇଫ୍‌ ୧୫୯୦-୧୯୪୭
ଏ ଡେଜର୍ଟ କିଙ୍ଗଡମ୍‌ -ଦ ପିପୁଲ ଅଫ୍‌ ବିକାନେର
ଦ ଗାର୍ଡେନ ଅଫ୍‌ ଲାଇଫ୍‌- ଆନ୍‌ ଇଣ୍ଟ୍ରୋଡକ୍ସନ ଟୁ ହିଲିଂ ପ୍ଲାଣ୍ଟସ୍‌ ଅଫ୍‌ ଇଣ୍ଡିଆ
ପ୍ରଥମ ନିର୍ବାଚନ
ଆସ୍କା ଲୋକ ସଭା ଉପନିର୍ବାଚନ(୧୯୯୭), ଜନତାଦଳ
ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ
– କେନ୍ଦ୍ର କ୍ୟାବିନେଟ୍‌ରେ ଇସ୍ପାତ ଓ ଖଣି ମନ୍ତ୍ରୀ (ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ)
– ମୁଖ୍ୟମନ୍ତ୍ରୀ ଦାୟିତ୍ୱ: ୨୦୦୦, ୨୦୦୪, ୨୦୦୯, ୨୦୧୪, ୨୦୧୯


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?