ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ ଥିଲା, ସେତେବେଳେ ଏହା ଆରମ୍ଭ ହୋଇଥିଲା। ଅତିଗରିଷ୍ଠ, ମସଲାଯୁକ୍ତ, ଆମିଷ କିମ୍ବା ରାଜସିକ ଖାଦ୍ୟରୁ ଦୂରେଇ ରହି ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରି ଜଣେ ସନ୍ନ୍ୟାସ ଜୀବନ ପ୍ରଦର୍ଶନ କରୁଥିଲେ। ସାତ୍ତ୍ୱିକ ଖାଦ୍ୟ ସାଧାରଣତଃ ଉଦ୍ଭିଦଜାତ ଖାଦ୍ୟକୁ ବୁଝାଉଥିଲେ ମଧ୍ୟ ଘିଅ, କ୍ଷୀର ଓ ଦହି ଖାଇବା ପାଇଁ ଅନୁମତି ଦିଆଯାଉଥିଲା। ମଦ୍ୟପାନ ଏବଂ ମାଦକ ଦ୍ରବ୍ୟ ବ୍ୟବହାର ତାମସିକ ଖାଦ୍ୟ ଭାବରେ ବିବେଚନା କରାଯାଉଥିଲା। କିନ୍ତୁ ଅବସର ବିନୋଦନ ସମୟରେ ଏବଂ ରୀତିନୀତି ପରମ୍ପରା ବିଶେଷକରି ତାନ୍ତ୍ରିକ କାର୍ଯ୍ୟ ଓ ଅନେକ ଗ୍ରାମୀଣ ରୀତିନୀତିରେ ଏସବୁ ଲୋକପ୍ରିୟ ଥିଲା। କିନ୍ତୁ ବୈଷ୍ଣବଧର୍ମ ଉତ୍‌ଥାନ ପରେ ଶାକାହାର ଖାଦ୍ୟକୁ ବ୍ରାହ୍ମଣମାନେ ମନ୍ଦିର ଖାଦ୍ୟ ବା ପ୍ରସାଦ ଭାବେ ଘୋଷଣା କଲେ, ଯାହା ଶୁଦ୍ଧ ଓ ଅଶୁଦ୍ଧ ମଧ୍ୟରେ ପ୍ରଭେଦ ସୃଷ୍ଟି କରିଥିଲା।
ଭାରତରେ ଯେଉଁ ସଂସ୍ଥାଗୁଡ଼ିକ ହିନ୍ଦୁମାନଙ୍କୁ ଭୋଟ୍‌ବ୍ୟାଙ୍କ ଭାବରେ ଏକାଠି କରିବାକୁ ଚାହାନ୍ତି, ସେମାନଙ୍କର କେବଳ ଶାକାହାର ଖାଦ୍ୟ ପରିବେଷଣ କରୁଥିବା କ୍ୟାଣ୍ଟିନ୍‌ ଅଛି। ହେଲେ ସେମାନେ ୮୦ ପ୍ରତିଶତ ହିନ୍ଦୁଙ୍କୁ ବାଦ୍‌ ଦିଅନ୍ତି ଏବଂ ଆଶ୍ଚର୍ଯ୍ୟ ବିଷୟ ଯେ, ସେମାନେ କାହିଁକି ଖାଦ୍ୟ ମାଧ୍ୟମରେ ସମସ୍ତ ଗୋଷ୍ଠୀକୁ ଏକାଠି କରିବାରେ ସକ୍ଷମ ହେଉନାହାନ୍ତି। ଉତ୍ତର ଭାରତରେ ମୁସଲମାନ ଏବଂ ନିମ୍ନ ଜାତିର ଲୋକମାନେ ମାଂସ ଖାଉଥିଲେ। ମୋଗଲ ଶାସନ ପତନ ସମୟରେ ଯେତେବେଳେ ରାଜପୁତ ରାଜାମାନେ ସ୍ବାଧୀନତା ହାସଲ କରିବାକୁ ଲାଗିଲେ, ସେତେବେଳେ ସେମାନଙ୍କର ହିନ୍ଦୁ ପରିଚୟ ଘୋଷଣା କରିବା ସହ ପୂର୍ବ ଶାସକଙ୍କଠାରୁ ନିଜକୁ ଭିନ୍ନ ଦର୍ଶାଇବା ପାଇଁ ସେମାନେ ଶାକାହାରୀବାଦକୁ ଏକ ସଙ୍କେତ ଭାବରେ ପ୍ରୋତ୍ସାହିତ କରୁଥିଲେ। ନୀଚ ଜାତିର କୃଷକମାନେ ଉଚ୍ଚ ଜାତି ଭାବରେ ନିଜକୁ ଦର୍ଶାଇବା ପାଇଁ ଖାଦ୍ୟପେୟର ଧାରା ବଦଳାଇଲେ, ଯାହାକି ସଂସ୍କୃତୀକରଣ ଭାବେ ଜଣାଶୁଣା। ତେଣୁ ଖାଦ୍ୟ କେବଳ ଧର୍ମ ନୁହେଁ, ଜାତିକୁ ମଧ୍ୟ ପ୍ରତିପାଦନ କରେ। ତେଣୁ ଏହାକୁ ଶାକାହାରୀବାଦର ପୁରାତନ ବ୍ରାହ୍ମଣୀୟ ଧାରାକୁ ପ୍ରତ୍ୟାବର୍ତ୍ତନ ବୋଲି ବିବେଚନା କରାଯାଏ, ଯାହା ଭୋଟ୍‌ବ୍ୟାଙ୍କ ରାଜନୀତିରେ ସାହାଯ୍ୟ କରେ ନାହିଁ।
ଶାକାହାର ଖାଦ୍ୟ ଅହିଂସକ ଓ ଏହା ପରିବେଶ ଅନୁକୂଳ ଭଳି ଅନେକ ଯୁକ୍ତିଯୁକ୍ତ କାରଣ ଥାଇପାରେ। କିନ୍ତୁ ଭାରତରେ ଶାକାହାର ଖାଦ୍ୟ ଜାତି ସହିତ ଜଡ଼ିତ। ସେଥିପାଇଁ ଶାକାହାର ରେସ୍ତୋରଁାଗୁଡ଼ିକ ନିଜକୁ ‘ଶୁଦ୍ଧ’ ଶାକାହାରୀ ବୋଲି କହିଥା’ନ୍ତି, ଯଦିଓ ସେଗୁଡ଼ିକ ପ୍ରାଣୀ ପ୍ରୋଟିନ୍‌ ଯଥା କ୍ଷୀର, କଦଳୀ, ଦହି , ଲହୁଣି ଓ ଘିଅ ପରଷି ଥାଆନ୍ତି। ଯେତେବେଳେ ଏହିି ବିଷୟକୁ ଜଣେ ସୂଚିତ କରନ୍ତି, ସେତେବେଳେ ଦୁଗ୍ଧ ଅହିଂସା ଉପାୟରେ ଉତ୍ପାଦନ ହୁଏ ବୋଲି ତାଙ୍କୁ କୁହାଯାଇଥାଏ। ସେହି ତର୍କ ଅନୁଯାୟୀ, ଏହି ରେସ୍ତୋରଁାଗୁଡ଼ିକରେ ଅଣ୍ଡା ମଧ୍ୟ ପରଷାଯିବା ଯିବା ଉଚିତ। କିନ୍ତୁ ଭାରତରେ ମଧ୍ୟାନ୍ନଭୋଜନ ଦେଉଥିବା ପ୍ରସିଦ୍ଧ ବୈଷ୍ଣବ ସଙ୍ଗଠନଗୁଡ଼ିକ ଗରିବ ଓ ଅଭାବୀ ଲୋକଙ୍କୁ ଅଣ୍ଡା ଦେବାକୁ ମନା କରିଦିଅନ୍ତି।
ଭିଟାମିନ୍‌ ବି-୧୨ କେବଳ ପ୍ରାଣୀଙ୍କଠାରୁ ମିଳେ। ଏହା କୌଣସି ଉଦ୍ଭିଦରୁ ମିଳି ନ ଥାଏ ବୋଲି କେହି ସ୍ବୀକାର କରିବାକୁ ଚାହାନ୍ତି ନାହିଁ। ‘ଶୁଦ୍ଧ’ ଶାକାହାର ଖାଦ୍ୟରେ ମୁଖ୍ୟତଃ ରସୁଣ, ପିଆଜ, ଛତୁ ଏପରିକି କେତେକ ନିର୍ଦ୍ଦିଷ୍ଟ ଡାଲି ଓ ବାଇଗଣ ଭଳି ‘ଅଶୁଦ୍ଧ’ ଶାକାହାର ଖାଦ୍ୟର ସ୍ଥାନ ନାହିଁ। ପ୍ରତ୍ୟେକଟି ଖାଦ୍ୟ ପଛରେ ଥିବା ଯୁକ୍ତି ଅତ୍ୟନ୍ତ ଜଟିଳ ଏବଂ ଏହା କେବଳ ବିଶ୍ୱାସ ଓ ପରମ୍ପରା ପରିସରଭୁକ୍ତ। ଏହା ପଛରେ ବୈଜ୍ଞାନିକ ସିଦ୍ଧାନ୍ତ ଅଛି ବୋଲି ଯାହା କୁହାଯାଉଛି ତାହା ଭୁଲ୍‌ ଧାରଣା। କେହି ସ୍ବୀକାର କରିବାକୁ ଚାହାନ୍ତି ନାହିଁ ଯେ, ଭାରତରେ ଖାଦ୍ୟ ଏକ ଜାତିର ସଙ୍କେତ। ଶୁଦ୍ଧତା ହିଁ ଉଚ୍ଚ-ନୀଚ ପଦାନୁକ୍ରମ ବା ବର୍ଗୀକରଣ ପ୍ରତିଷ୍ଠା କରେ। ମନୁସ୍ମୃତି ଓ ଧର୍ମଶାସ୍ତ୍ର ଶାକାହାରବାଦକୁ ପ୍ରୋତ୍ସାହିତ କରନ୍ତି ଏବଂ ସେସବୁ ସ୍ବୀକାର କରନ୍ତି ଯେ, ମାଂସାହାର ଓ ସୁରାପାନ ସାଧାରଣ ଜୀବନର ଏକ ଅଂଶ। ଏହିସବୁ ଶାସ୍ତ୍ର ଅଣ୍ଡା ଉପରେ କୌଣସି ମତ ରଖିନାହାନ୍ତି। କିନ୍ତୁ ବ୍ରିଟିଶ୍‌ ଶାସନ ସମୟରେ ଇସ୍‌ଲାମର ଶରିୟା ଆଇନରେ ଲୋକଙ୍କୁ ଈଶ୍ୱର କିମ୍ବା ମହମ୍ମଦଙ୍କ ଅନୁମତି ନେବାକୁ ପଡ଼ିଲା। ଏଭଳି ବିଶ୍ୱାସ ହିନ୍ଦୁଧର୍ମରେ ନାହିଁ, ତଥାପି ହିନ୍ଦୁଧର୍ମର ଗୁରୁମାନେ ଦାବି କରନ୍ତି ଯେ, ଶାରୀରିକ ଶୁଦ୍ଧତା ଓ ଆତ୍ମାନୁଭବ ସକାଶେ ଏକ ନିର୍ଦ୍ଦିଷ୍ଟ ପ୍ରକାର ଖାଦ୍ୟ ଆବଶ୍ୟକ, ଯାହା ଖାଇବାକୁ ବେଦ ପରାମର୍ଶ ଦିଏ। ଏହି ପ୍ରକାର ବିଚାର ଜୈନଧର୍ମରେ ରହିଛି, ଯାହା ଜୀବନର କର୍ମ ବୋଝକୁ ହିଂସାତ୍ମକ କାର୍ଯ୍ୟର ଏକ ଅଂଶ ଭାବେ ବିଚାର କରେ। ଏଭଳି କାର୍ଯ୍ୟ ସହିତ ଆତ୍ମା ସହ ସମ୍ବନ୍ଧ ରହିଛି ଏବଂ ଏହା ଆତ୍ମାକୁ ନିମ୍ନମୁଖୀ କରାଇ ମୋକ୍ଷ ପଥରେ ବାଧା ଉପୁଜାଏ।
ଇସ୍‌ଲାମ ଶାସ୍ତ୍ରରେ ସୂଚିତ ବୈଧ ଖାଦ୍ୟ (ହଲାଲ)କୁ ହାରାମ ଖାଦ୍ୟ (ଯାହା ଇସ୍‌ଲାମ ଶାସ୍ତ୍ରରେ ସୂଚିତ ଖାଦ୍ୟକୁ ପାଳନ ନ କରେ)ର ଭିନ୍ନତା ଜଣେ ମୁସଲମାନର ପରିଚୟ ନିର୍ଦ୍ଦିଷ୍ଟ କରେ। ସେହିଭଳି ହିନ୍ଦୁ ପ୍ଲାଟ୍‌ଫର୍ମରେ ଥିବା ରାଜନେତାମାନେ ହିନ୍ଦୁମାନଙ୍କୁ ଚିହ୍ନଟ କରିବା ପାଇଁ ସମାନ ପ୍ରକାର କୋଡ୍‌ ବା ସଂକେତ ଚାହଁୁଛନ୍ତି। ଶାକାହାର ଖାଦ୍ୟକୁ ସାତ୍ତ୍ୱିକ କୁହାଯାଏ, କିନ୍ତୁ ଏହା ମୁଖ୍ୟତଃ ବ୍ରାହ୍ମଣ ଏବଂ ବୈଶ୍ୟ (ବଣିକ)ଙ୍କ ଖାଦ୍ୟ । ଏହି ବଣିକ ବର୍ଗ ପୂର୍ବରୁ ବୌଦ୍ଧ ଏବଂ ଜୈନଧର୍ମାବଲମ୍ବୀ ଥିଲେ। ତେଣୁ ସେମାନେ ପୁରାତନ ଖାଦ୍ୟାଭ୍ୟାସ ଜାରି ରଖିଛନ୍ତି। ବୈଦିକ କାଳରେ ପଶୁ ବଳିଦାନ ରୀତିନୀତିର ଏକ ଅଂଶ ଥିଲା । ପବିତ୍ର ରୀତିନୀତିରେ ମାଂସ ନୈବେଦ୍ୟ ନ ହେଲେ ଅନେକ ବ୍ରାହ୍ମଣ ତାହାକୁ ଛୁଅନ୍ତି ନାହିଁ ।
ଆଜିର ସମୟରେ ଅନେକ ଉତ୍ତର ଭାରତୀୟ ବ୍ରାହ୍ମଣମାନେ ସେହି ମାଂସକୁ ଗ୍ରହଣ କରନ୍ତି ନାହିଁ । ତେବେ ପାହାଡ଼ିଆ ଏବଂ ଉପକୂଳ ଅଞ୍ଚଳରେ ବାସ କରୁଥିବା ଅନେକ ବ୍ରାହ୍ମଣ ଉପ-ଗୋଷ୍ଠୀ ମାଛ ଖାଆନ୍ତି। ମାଂସ, ମାଛ ଏବଂ ମଦ୍ୟପାନ ଭୈରବ ଏବଂ ଭବାନୀ ପରି ଦେବୀଙ୍କର ପ୍ରିୟ ହୋଇ ରହିଛି।
ବ୍ରାହ୍ମଣ ଏବଂ ବୈଶ୍ୟଙ୍କ ଖାଦ୍ୟକୁ ଶାକାହାର ଏବଂ ସାତ୍ତ୍ୱିକ କୁହାଯାଉଥିବାବେଳେ ରାଜକୀୟ ଖାଦ୍ୟକୁ ରାଜସିକ କୁହାଯାଏ। ଏହିପରି ଭାବରେ ପୁରୋହିତମାନଙ୍କର ରାଜ ପୃଷ୍ଠପୋଷକମାନେ ବାର୍‌ହା ଶିକାର କରି ଖାଉଥିଲେ। ଅଧିକାଂଶ ରାଜ ପରିବାର ଦେବୀ ଦୁର୍ଗାଙ୍କୁ ପୂଜା କରୁଥିଲେ ଏବଂ ନବରାତ୍ରରେ ମଇଁଷି ଓ ଛେଳି ମା’ଙ୍କ ନିକଟରେ ବଳି ଦିଆଯାଉଥିଲା। ବର୍ତ୍ତମାନ ମନ୍ଦିରଗୁଡ଼ିକ ବ୍ରାହ୍ମଣ ଏବଂ ବୈଶ୍ୟଙ୍କ ନିୟନ୍ତ୍ରଣରେ ଥିବାରୁ ସେଠାରେ ମା’ଙ୍କୁ ମଇଁଷି ଓ ଛେଳି ବଦଳରେ କଖାରୁ ବଳି ଦିଆଯାଉଛି। ସାତ୍ତ୍ୱିକ ଓ ରାଜସିକ ତାମସିକ ଖାଦ୍ୟ ଉପରେ ବିଚାର କରିବା। ଯଦି ଏହା ରାଜପୁତ ଖାଦ୍ୟ ନୁହେଁ, ଯଦି ବ୍ରାହ୍ମଣ ଖାଦ୍ୟ ନୁହେଁ, ଯଦି ବୈଶ୍ୟ ଖାଦ୍ୟ ନୁହେଁ, ତେବେ ଏହା ଶୂଦ୍ର ଖାଦ୍ୟ କି? କାହାଠାରୁ ଏହି ପ୍ରଶ୍ନର ଉତ୍ତର ମିଳେ ନାହିଁ । କେହି ସ୍ବୀକାର ମଧ୍ୟ କରନ୍ତି ନାହିଁ ଯେ ବହୁ ପୂର୍ବରୁ ‘ଅସ୍ପୃଶ୍ୟ’ ଲୋକଙ୍କୁ ବଳକା, ବାସି ଏପରିକି ନଷ୍ଟ ଖାଦ୍ୟ ଦିଆଯାଇଥିଲା, ଯାହାର ବାସ୍ତବତା ଉପରେ ଏବେ ଦଳିତ ଲେଖକମାନେ ଗୁରୁତ୍ୱ ଦେଇଛନ୍ତି। ଏହିପରି ସରଳ ବା ସାଦା ଖାଦ୍ୟ ଭାରତର ସନ୍ନ୍ୟାସ ପରମ୍ପରାରୁ ସୃଷ୍ଟି ହୋଇଥିଲାବେଳେ ଶୁଦ୍ଧ ଖାଦ୍ୟ ଜାତି ବ୍ୟବସ୍ଥାରୁ ଉତ୍ପନ୍ନ ହୋଇଥିଲା। ତେବେ ହିନ୍ଦୁ ପରିଚୟର ସଙ୍କେତ ଭାବେ ଶୁଦ୍ଧ ଖାଦ୍ୟକୁ ବ୍ୟବହାର କଲେ ହିନ୍ଦୁମାନଙ୍କୁ ଏକତ୍ର କରିବା କଷ୍ଟକର ହୋଇଯିବ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri