ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା ଯଦି ସତ ହୋଇଥାନ୍ତା ତେବେ ପାଣିବର୍ଷା ମନୁଷ୍ୟ ହାତରେ ଥାନ୍ତା, କଦାପି ପାଣିର ଅଭାବ ପଡ଼ନ୍ତା ନାହିଁ। ଯେତେବେଳେ ଯେତିକି ବର୍ଷାର ଆବଶ୍ୟକତା ହୁଅନ୍ତା ସେତେବେଳେ ସେତିକି ବର୍ଷା କରାଯାଇ ପାରନ୍ତା। ବନ୍ୟା ହେବାର ସଙ୍କଟ ରହନ୍ତା ନାହିଁ ଏବଂ ବର୍ଷା ଅଭାବରେ ଦୁର୍ଭିକ୍ଷ ପଡ଼ିବାର ଦେଖାଯାନ୍ତା ନାହଁି। ମନ ହେବାମାତ୍ରେ ବର୍ଷା କରାଯାଇ ପାରନ୍ତା। ତା’ର ମାତ୍ରା ନିୟନ୍ତ୍ରଣ ମଧ୍ୟ ମନୁଷ୍ୟ ହାତରେ ଥାନ୍ତା। ପର୍ଜନ୍ୟ ବର୍ଷା କଥା ସତ, କିନ୍ତୁ ପାଣି ବର୍ଷା ନୁହେଁ। ତେବେ ପାଣି ବ୍ୟତୀତ ଆଉ କୌଣସି ବସ୍ତୁ ମଧ୍ୟ ବର୍ଷା ହୁଏ କି? ଏହାର ଉତ୍ତର ‘ହଁ’ରେ ଦିଆଯାଇପାରେ ଏବଂ ଉକ୍ତ ବର୍ଷା ହେବା ବସ୍ତୁକୁ ହିଁ ପର୍ଜନ୍ୟ କୁହାଯାଏ। ଏହା ପାଣି ନୁହେଁ, ‘ପ୍ରାଣ’। ପ୍ରାଣ କହନ୍ତି ଜୀବନୀ ଶକ୍ତିକୁ। ଯେଉଁ ବସ୍ତୁ ବଳ, ସାମର୍ଥ୍ୟ ପ୍ରଦାନ କରେ, ତାହା ହିଁ ଜୀବନୀଶକ୍ତି ଅଟେ। ଯାହାଙ୍କ ଶରୀରରେ ଜୀବନୀ ଶକ୍ତି ଥାଏ ସେମାନେ କ୍ଷୀଣକାୟ ହେଲେ ସୁଦ୍ଧା ବଳବାନ ଥାନ୍ତି। ଗାନ୍ଧୀଙ୍କୁ ମୃତ୍ୟୁ ବେଳକୁ ଅଶୀବର୍ଷ ବୟସ ହୋଇଥିଲା। ସେ କହୁଥିଲେ ମୁଁ ୧୨୦ ବର୍ଷ ବଞ୍ଚିବାକୁ ଚାହେଁ। ଯଦି ଦୁର୍ଘଟଣା ହୋଇ ନ ଥାନ୍ତା ତେବେ ସମ୍ଭବତଃ ତାଙ୍କୁ ଇଚ୍ଛାମୃତ୍ୟୁ ମିଳିଥାନ୍ତା। ଜୀବନୀ ଶକ୍ତି ଶରୀରକୁ ବଳବାନ, ନୀରୋଗ ଏବଂ ଦୀର୍ଘଜୀବୀ କରିବା ସହିତ ମନୋବଳ ବୃଦ୍ଧି କରେ। ଏହାଦ୍ୱାରା ଓଜସ୍‌ ଏବଂ ବର୍ଚ୍ଚସର ବିଭୂତି ପ୍ରାପ୍ତ ହୁଏ। ଏହାକୁ ପ୍ରତିଭା ମଧ୍ୟ କୁହାଯାଏ।
ପ୍ରତିଭାର ସ୍ରୋତ ଅନ୍ତରୀକ୍ଷ ଅଟେ। ଅନ୍ତରୀକ୍ଷରୁ କିରଣ ମଧ୍ୟ ବର୍ଷା ହୁଏ। ସୂର୍ଯ୍ୟ କିରଣକୁ ଜୀବନଦାତ୍ରୀ ବୋଲି କୁହାଯାଏ। ତଦ୍ଦ୍ବାରା ବର୍ଷା ମଧ୍ୟ ହୁଏ। ବୈଜ୍ଞାନିକମାନେ ଜାଣିଛନ୍ତି ଯେ ତଦ୍ଦ୍ବାରା ବର୍ଷା ଅତିରିକ୍ତ ଆଉ ବହୁତ କିଛି ବର୍ଷା ହୁଏ। ବର୍ଷା ପାଣିରେ ଉପତ୍ାଦକ ଶକ୍ତି ଥାଏ। ସମୟ ସମୟରେ ତାର ନୂ୍ୟନତା ମଧ୍ୟ ଦେଖାଦେଇଥାଏ। ଏପରି ପରିସ୍ଥିତିରେ ଯେଉଁ ବନସ୍ପତି ଉପତ୍ନ୍ନ ହୁଅନ୍ତି ସେମାନେ ନିର୍ଜୀବ ହୁଅନ୍ତି। ବିଶ୍ଳେଷଣ ର୍କାଙ୍କ ଅନୁସାରେ ସେମାନଙ୍କଠାରେ ରାସାୟନିକ ପଦାର୍ଥ ସ୍ବଳ୍ପ ମାତ୍ରାରେ ଥାଏ। ଫଳରେ ସେମାନଙ୍କର ପତ୍ର ଫୁଲ ଫଲ ସ୍ବଳ୍ପମାତ୍ରାରେ ହୁଏ। ସେମାନଙ୍କୁ ଖାଉଥିବା ପଶୁପକ୍ଷୀ ମଧ୍ୟ ଦୁର୍ବଳ ହୁଅନ୍ତି, ଦୁଧ ଅଳ୍ପ ଦିଅନ୍ତି, ଶିଶୁମାନେ ଦୁର୍ବଳ ହୁଅନ୍ତି। ପର୍ଜନ୍ୟ ଅର୍ଥ ଅନ୍ୟପ୍ରକାରେ ଜୀବନୀଶକ୍ତି ଅଟେ। ତାହା ବର୍ଷା ସହିତ ବରଷିପାରେ ଏବଂ ପ୍ରାଣବାୟୁରେ ମଧ୍ୟ ଦ୍ରବିତ ହୋଇ ରହିପାରେ। ବାୟୁରେ ପ୍ରାଣବାୟୁ ଯଦି କମ୍‌ ଥାଏ ତେବେ ଶ୍ୱାସ ଗ୍ରହଣ ତ କରାଯାଇପାରେ, କିନ୍ତୁ ଯେଉଁ ବିଶିଷ୍ଟତା ପାଇଁ ଲୋକେ ଜଳବାୟୁ ପରିବର୍ତ୍ତନ କରନ୍ତି ଏବଂ ସ୍ବାସ୍ଥ୍ୟୋନ୍ନତି ପାଇଁ ଅନ୍ୟ ସ୍ଥାନକୁ ଯାଆନ୍ତି, ସେ ବିଶିଷ୍ଟତା ତହିଁରେ ନ ଥାଏ। ବନସ୍ପତିର ପ୍ରଖରତା ପ୍ରାଣବାନ ଜଳ ଉପରେ ନିର୍ଭରକରେ। ପ୍ରାଣୀର ଜୀବନ ପ୍ରାଣ ଉପରେ ନିର୍ଭର କରେ। ପ୍ରାଣ ଉପରେ ପରମାୟୁ ନିର୍ଭର କରେ।
ଏ ସମ୍ବନ୍ଧରେ ଶୀର୍ଷ ସ୍ଥାନୀୟ ବୈଜ୍ଞାନିକମାନେ ଅନୁସନ୍ଧାନ କରିଛନ୍ତି ଯେ ସାଧାରଣତଃ ଲୋକେ ଆହାର ବିହାରକୁ ହିଁ ଦୀର୍ଘ ଜୀବନର କାରଣ ମନେକରନ୍ତି। କିନ୍ତୁ ସେଥିରେ ଏହି ପ୍ରକାର ବିଶିଷ୍ଟତା ନ ଥାଏ। ଅନ୍ବେଷଣରୁ ଜଣାପଡ଼ିଛି ଯେ ଯେଉଁଠି ବନସ୍ପତିରେ ପ୍ରାଣଶକ୍ତିର ବାହୁଲ୍ୟ ଥାଏ, ସେ ସ୍ଥାନର ପ୍ରାଣବାୟୁର ଆଧିକ୍ୟ ଯୋଗୁ ଏହି ପ୍ରାଣ ମିଳେ। ଖାଦ୍ୟ ପଦାର୍ଥ ଦେଖିବାକୁ ଅନ୍ୟ ସ୍ଥାନର ଖାଦ୍ୟ ପଦାର୍ଥ ସଦୃଶ ହେଲେ ମଧ୍ୟ ତହିଁରେ ପୁଷ୍ଟିକର ତତ୍ତ୍ୱର ମାତ୍ରା ଅଧିକ ଥାଏ ଏବଂ ଏହି ଶକ୍ତି ଜଳ ସହିତ ଆକାଶରୁ ବୃଷ୍ଟି ହୁଏ। ଯେଉଁ ସ୍ଥାନରେ ଅନ୍ନଜଳ ପ୍ରାଣବାୟୁ ଦୃଷ୍ଟିରୁ ଦୁର୍ବଳ ଥାଏ, ସେଠାକାର ନିବାସୀ ଅନାୟାସ ଦୁର୍ବଳ ଥାନ୍ତି। ସନ୍ତସନ୍ତିଆ ସ୍ଥାନର ଲୋକେ ଯୌବନ ଆସୁ ଆସୁ ବୃଦ୍ଧ ହୋଇଯାଆନ୍ତି। ମ୍ୟାଲେରିଆ, ଫାଇଲେରିଆ ରୋଗଗ୍ରସ୍ତ ହୁଅନ୍ତି ଏବଂ ଅକାଳ ମୃତ୍ୟୁବରଣ କରନ୍ତି। ବାସ୍ତବରେ ପ୍ରାଣ ରୂପରେ ଜୀବନୀଶକ୍ତି ସେ ସ୍ଥାନରେ କମ୍‌ ବର୍ଷା ହୁଏ। ଏହି ଅଭାବ ଯଜ୍ଞ ବ୍ୟତୀତ ଅନ୍ୟ କୌଣସି ପ୍ରକାରେ ପୂରଣ ହେବା ସମ୍ଭବ ନୁହେଁ। ଯଜ୍ଞ ଅନ୍ତରୀକ୍ଷର ଉର୍ବରତା ବଢ଼ାଇବାର ଏକ ସାଧନ ଅଟେ। ଭୂମିରେ ଖତ ପକାଇଲେ ଫସଲ ଉପତ୍ାଦନ ଅଧିକ ହୁଏ। ଯଜ୍ଞର ବିଶିଷ୍ଟତା ହେଉଛି ଯେ ଏହାର ଶକ୍ତି ଅନ୍ତରୀକ୍ଷରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ପରିପୂର୍ଣ୍ଣ କରିଦିଏ ଏବଂ ତାହା ହିଁ ପ୍ରାଣୀ, ମନୁଷ୍ୟ ବନସ୍ପତି ସମସ୍ତଙ୍କୁ ଏହି ପୋଷକ ତତ୍ତ୍ୱ ପ୍ରଦାନ କରେ। ଏହି ପୋଷଣ ହିଁ ପର୍ଜନ୍ୟ। ବର୍ଷାର ଯେଉଁ ଉଲ୍ଲେଖ ଅଛି ତାହାର ତାତ୍ପର୍ଯ୍ୟ ହେଉଛି ଯେ ଅଗ୍ନିହୋତ୍ର ଦ୍ୱାରା ଅନ୍ତରୀକ୍ଷରେ ବିଶେଷ କ୍ରିୟାଶୀଳତା ଉପତ୍ନ୍ନ ହୁଏ ଏବଂ ତାହା ସମସ୍ତ ପ୍ରାଣୀଙ୍କୁ ପୋଷଣ ପ୍ରଦାନ କରେ।
ମୋ : ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri